Posted inଜାତୀୟ

ଅପରେଶନ୍‌ ଅଲ୍‌ ଆଉଟ୍‌: ୬ ମାସରେ ୧୧୪ ଆତଙ୍କବାଦୀ ନିହତ

ଶ୍ରୀନଗର,୨୪।୬: ଜମ୍ମୁ-କଶ୍ମୀରରେ ଜାରି ରହିଥିବା ଅପରେଶନ ଅଲ୍‌ ଆଉଟ୍‌ରେ ମିଳିତ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। ଗତ ୬ ମାସ ମଧ୍ୟରେ ୧୪୪ ଜଣ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରାଯାଇଥିବା ପ୍ରତିରକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି। ଚଳିତ ବର୍ଷ ଜାନୁୟାରୀଠାରୁ ଜୁନ୍‌ ମାସର ବର୍ତ୍ତମାନ ସୁଦ୍ଧା ନିହତ ହୋଇଥିବା ଆତଙ୍କବାଦୀଙ୍କ ସମ୍ପର୍କରେ ରିପୋର୍ଟରେ ଦର୍ଶାଯାଇଛି। ନିହତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରେ ହିଜବୁଲ୍‌୍‌ ମୁଜାହିଦ୍ଦିନ୍‌ର ୩୬ ଜଣ ଆତଙ୍କବାଦୀଥିବାବେଳେ ଲଶ୍କର-ଇ-ତୋଏବାର ୨୪ ଜଣ ଆତଙ୍କବାଦୀ ରହିଛନ୍ତି। ସେହିପରି ଜୈଶ୍‌-ଇ-ମହମ୍ମଦ୍‌ର ୩୮, ଅଲ୍‌ ବଦର ଆତଙ୍କବାଦୀ ସଂଗଠନର ୫ ଏବଂ ଇସଲାମିକ୍‌ ଷ୍ଟେଟ୍‌ର ୫ ଜଣ ଆତଙ୍କବାଦୀ ରହିଛନ୍ତି। ଅନ୍ୟ ୩ ଜଣ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇ ପାରି ନାହିଁ। ଏହି ସମୟ ମଧ୍ୟରେ ୨୦ ଜଣ ବିଦେଶୀ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜୈଶ୍‌-ଇ-ମହମ୍ମଦ୍‌ର ୧୪ ଏବଂ ଲଶ୍କର-ଇ-ତୋଏବାର ୪ ଆତଙ୍କବାଦୀ ରହିଛନ୍ତି। ଅନ୍ୟ ୨ ଜଣ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇ ପାରି ନାହିଁ ବୋଲି ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଥମନ୍ତ୍ରୀ କ’ଣ ଆଭୋକାଡୋ ଖାଉଛନ୍ତି: ଚିଦାମ୍ବରମ

ନୂଆଦିଲ୍ଲୀ,୫।୧୨: ଜାମିନ ମିଳିବାର ଗୋଟିଏ ଦିନ ପରେ ସଂସଦରେ ଉପସ୍ଥିତ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ। ଏବେ ପିଆଜ...

ଆଜି ଅଗଷ୍ଟ କ୍ରାନ୍ତି ଦିବସ: ଭାରତ ଇତିହାସରେ ଏକ ସ୍ମରଣୀୟ ଦିନ

ନୂଆଦିଲ୍ଲୀ,୯ା୮: ଆଜି ହେଉଛି ଅଗଷ୍ଟ କ୍ରାନ୍ତି ଦିବସ। ୧୯୪୨ ମସିହା ଅଗଷ୍ଟ ୯ ତାରିଖ ଭାରତ ଇତିହାସରେ ଏକ ସ୍ମରଣୀୟ ଦିନ। ସ୍ବାଧୀନତା ପରଠାରୁ ଏହି...

ପୁଣି ଆତଙ୍କ, ଭାରତରେ ନୂଆ ଭାରିଆଣ୍ଟ୍‌ ଡେଲ୍ଟା ପ୍ଲସ୍‌-ଏଓ୍ବାଇ.୪.୨

ନୂଆଦିଲ୍ଲୀ,୨୫।୧୦: ଭାରତରେ କରୋନା ମହାମାରୀର ଏକ ନୂତନ ଭାରିଆଣ୍ଟ୍‌ ଡେଲଟା ପ୍ଲସ- ଏଓ୍ବାଇ.୪.୨ ଚିହ୍ନଟ ହୋଇଛି। ଏହା ବ୍ରିଟେନରେ ତାଣ୍ଡବ ରଚିସାରିଛି। ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ...

‘ଜିଏସ୍‌ଟିରେ ସାମିଲ କରିବାର ସମୟ ଆସିନାହିଁ’

ନୂଆଦିଲ୍ଲୀ,୧୭।୯: କେରଳ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପେଟ୍ରୋଲ, ଡିଭେଲ ଭଳି ଇନ୍ଧନକୁ ଦ୍ରବ୍ୟ ଓ ସେବା କର (ଜିଏସ୍‌ଟି) ତାଲିକାରେ ସାମିଲ କରିବା ପାଇଁ କାଉନ୍ସିଲରେ...

ମହିଳା ବିରୋଧୀ ଅପରାଧରେ ରାଜନେତାଙ୍କ ସମ୍ପୃକ୍ତି: ଭାଜପା ପ୍ରଥମ, କଂଗ୍ରେସ ଦ୍ୱିତୀୟରେ

ନୂଆଦିଲ୍ଲୀ,୧୧ା୧୨: ଦେଶବ୍ୟାପୀ ମହିଳା ବିରୋଧୀ ହିଂସା ଓ ଅପରାଧର ମାତ୍ରା ବଢ଼ି ବଢ଼ି ଚାଲିଛି। ଦିଲ୍ଲୀରୁ ପଲ୍ଲୀ ଯାଏ ଏହାକୁ ନେଇ ତୀବ୍ର ପ୍ରତିବାଦର ସ୍ବର...

ଭାଙ୍ଗିଲା ଆସ୍‌ ଡ୍ୟାମ୍‌: ୨ ମୃତ; ୪ ନିଖୋଜ

ଭୋପାଳ,୧୧।୪: ଦେଶରେ କରୋନା ବିରୋଧରେ ଲଢ଼େଇ ଜାରି ରହିଥିବାବେଳେ ମଧ୍ୟପ୍ରଦେଶରେ ରିଲାଏନ୍ସ୍‌ର ଆସ୍‌ ଡ୍ୟାମ ଭାଙ୍ଗିବା ଯୋଗୁ ୨ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ସିଙ୍ଗାଉଲିଠାରେ...

ଅପରେଶନ ବେଳେ ମହିଳାଙ୍କ ପେଟରେ ତଉଲିଆ ଭୂଲିଗଲେ ଡାକ୍ତର: ଘଟିଲା ଏଭଳି କିଛି..

ପାଟଣା,୨୭।୮: ବିହାରର ଗୟାରେ ଡାକ୍ତରଙ୍କ ଅବହେଳାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଅପରେଶନ ସମୟରେ ୨୧ ବର୍ଷୀୟ ଜଣେ ମହିଳାଙ୍କ ପେଟରେ ଡାକ୍ତର ତଉଲିଆ...

ଓଲଟିଲା ମିନିଟ୍ରକ; ଚାଲିଗଲା ୧୨ ଶ୍ରମିକଙ୍କ ଜୀବନ

ମୁମ୍ବାଇ,୨୦।୮: ମହାରାଷ୍ଟ୍ରର ବୁଲଡାନା ଜିଲା ଦୁସରବିଦ ଗାଁ ନିକଟରେ ଶୁକ୍ରବାର ଏକ ଗାଡ଼ି ଓଲଟି ୧୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏକ ନିର୍ମାଣାଧୀନ ରାଜପଥ କାର୍ଯ୍ୟ...

Advertisement
Archives

Model This Week