ଅପପୁଷ୍ଟିର ଶିକାର ଶିଶୁ ଆଖିବୁଜିଲେ; ସହାୟତା ମିଳିବା ପୂର୍ବରୁ ସରିଗଲା ଆୟୁଷ

ଢେଙ୍କାନାଳ ଅଫିସ, ୧୬ା୯- ଜିଇଥିଲା ବେଳେ ଆଡ଼ଆଖିରେ ଚାହିଁ ନ ଥିବା ପ୍ରଶାସନିକ ଅଧିକାରୀ ଶେଷ ସମୟରେ ବେଶ୍‌ ତତ୍ପରତା ଦେଖାଇଲେ। ହେଲେ ସେତେବେଳକୁ ଆଉ ଆୟୁଷ ନ ଥିଲା। ମଞ୍ଜୁର ଭତ୍ତା ଟଙ୍କା କି ଚିକିତ୍ସା କିଛି କାମ ଦେଲାନି। ପ୍ରଶାସନିକ ଅବହେଳାର ଶିକାର ହୋଇ ଶେଷରେ ଆଖି ବୁଜିଦେଲେ ଅପପୁଷ୍ଟିରେ ଆକ୍ରାନ୍ତ ଦୃଷ୍ଟିହୀନ ଶିଶୁ ସମ୍ବିତ୍‌ ସେଠୀ ଓରଫ୍‌ ସତ୍ୟ। ଶିଳ୍ପସମୃଦ୍ଧ ଢେଙ୍କାନାଳ ଜିଲାରେ ଏପରି ସ୍ପର୍ଶକାତର ଘଟଣା କେବଳ ପ୍ରଶାସନିକ କଳର ଅପାରଗତାକୁ ପଦାରେ ପକାଇନି, ଅଧିକନ୍ତୁ ଏହା ମାନବିକତା ପାଇଁ କୁଠାରାଘାତ ବୋଲି ଅଭିଯୋଗ ଆଣିଛନ୍ତି ସାମାଜିକକର୍ମୀ।
ଏ ସମ୍ପର୍କରେ ରବିବାର ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ଚେତିଥିଲା ଜିଲା ସାମାଜିକ ସୁରକ୍ଷା ଓ ସଶକ୍ତୀକରଣ ଏବଂ ଜିଲା ସମାଜ ମଙ୍ଗଳ ବିଭାଗ। ବିଭାଗୀୟ ଅଧିକାରୀମାନେ ସକାଳୁ ଗଁଦିଆ ବ୍ଲକ ନିହଲପ୍ରସାଦ ଗ୍ରାମକୁ ଯାଇ ଶିଶୁର ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ। ଏଥିସହ ତାଙ୍କୁ ତୁରନ୍ତ ୭୦୦ଟଙ୍କା ଦିବ୍ୟାଙ୍ଗ ଭତ୍ତା ମଞ୍ଜୁର କରାଯାଇଥିଲା। ଶିଶୁଟିର ଅବସ୍ଥା ସଙ୍କଟାପନ୍ନ ଥିବାରୁ ଅଧିକାରୀମାନେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସନ୍ଧ୍ୟା ୬ଟାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଶିଶୁଙ୍କ ଚିକିତ୍ସା କରୁଥିବା ଡାକ୍ତର ମିନତି ଶତପଥୀ କୁହନ୍ତି, ଶିଶୁଟି ଅପପୁଷ୍ଟି ଏବଂ ରକ୍ତହୀନତାର ଶିକାର ହୋଇଥିଲା। ୩ବର୍ଷ ବୟସରେ ଜଣଙ୍କ ଓଜନ ୧୩କେଜି ରହିବା କଥା। ହେଲେ ଶିଶୁଟିର ଓଜନ ମାତ୍ର ୬ କେଜି ଥିଲା। ସମସ୍ତ ଚେଷ୍ଟା ସତ୍ତ୍ୱେ ତାକୁ ବଞ୍ଚାଇବା ସମ୍ଭବପର ହୋଇ ନ ଥିବା ଡାକ୍ତର କହିଛନ୍ତି। ଅନ୍ୟପଟେ ଶିଶୁଟିର ମୃତ୍ୟୁ ପରେ ଅଧିକାରୀମାନେ ସ୍ବାସ୍ଥ୍ୟକେନ୍ଦ୍ରରୁ ଖସିପଳାଇଥିଲେ। ଏପରି କି ଘଟଣା ସମ୍ପର୍କରେ କେହି କିଛି ଜାଣି ନ ଥିବା ଭଳି ଉତ୍ତର ରଖିଥିଲେ।
ଏ ନେଇ ଜିଲା ସମାଜ ମଙ୍ଗଳ ଅଧିକାରୀ ଦାୟିତ୍ୱରେ ଥିବା ଜିଲା ସାମାଜିକ ସଶକ୍ତୀକରଣ ଓ ସୁରକ୍ଷା ଅଧିକାରୀ ପ୍ରସନ୍ନ କୁମାର ମଲ୍ଲିକ କୁହନ୍ତି, ସ୍ବାସ୍ଥ୍ୟ ପରୀକ୍ଷା ପରେ ଅଧିକ ଚିକିତ୍ସା ଲାଗି ଶିଶୁକୁ ଜିଲା ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ତା’ର ମୃତ୍ୟୁ ଘଟିଛି। ଶିଶୁକୁ ଅବହେଳା ପ୍ରଦର୍ଶନ କରିଥିବା ଅଧିକାରୀଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଉତ୍ତରରେ ସେ କୁହନ୍ତି, ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟକୁ ଏ ସମ୍ପର୍କରେ ଜଣାଇ ଦିଆଯାଇଛି। ସୋମବାର ନୂତନ ଜିଲା ସମାଜ ମଙ୍ଗଳ ଅଧିକାରୀ ଦାୟିତ୍ୱ ଗ୍ରହଣ କରିବେ। ଏହାପରେ ଜିଲାପାଳଙ୍କ ସହ ଆଲୋଚନା କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। ତେବେ ଶିଶୁମୃତ୍ୟୁ ସମ୍ପର୍କରେ କେହି ସୂଚନା ଦେଇ ନ ଥିବା ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା କହିଛନ୍ତି। ଏପରି କି ତାଙ୍କ ନିକଟରେ ପୂର୍ବରୁ କୌଣସି ଅଭିଯୋଗ ହୋଇ ନ ଥିବା ସେ ମତ ରଖିଛନ୍ତି।
ଏ ନେଇ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ପ୍ରିୟ’ର କର୍ମକର୍ତ୍ତା ତଥା ପାରାଲିଗାଲ ଭଲ୍ୟୁଣ୍ଟିୟର ଟଙ୍କଧର ବାରିକ କୁହନ୍ତି, ନିହଲପ୍ରସାଦ ଗ୍ରାମର ଦିନ ମଜୁରିଆ କାର୍ତ୍ତିକ ସେଠୀଙ୍କ ବଡ଼ପୁଅ ହେଉଛନ୍ତି ସମ୍ବିତ୍‌। ସେ ଦୃଷ୍ଟିହୀନ। ବାରମ୍ବାର ବ୍ଲକ ପ୍ରଶାସନର ଦ୍ୱାରସ୍ଥ ହେବା ସତ୍ତ୍ୱେ ଶିଶୁକୁ ସହାୟତା ମିଳିଲାନାହିଁ। ଏ ନେଇ ୨୦୧୯ ଜୁନ୍‌ ୨୬ରେ ଜିଲା ଆଇନସେବା ପ୍ରାଧିକରଣ ନିକଟରେ ଭତ୍ତା ପାଇଁ ଆବେଦନ କରାଯାଇଥିଲା। ପ୍ରାଧିକରଣ ପକ୍ଷରୁ ତ୍ୱରିତ ପଦକ୍ଷେପ ନେବାକୁ ଗଁଦିଆ ବ୍ଲକ ପ୍ରଶାସନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଇତିମଧ୍ୟରେ ୨ମାସ ବିତି ଯାଇଥିଲେ ମଧ୍ୟ ଶିଶୁକୁ ଭତ୍ତା କି ଆନୁଷଙ୍ଗିକ ସହାୟତା ମିଳିଲାନି। ପ୍ରଶାସନର ଅବହେଳା ପାଇଁ ଶିଶୁଟିର ଜୀବନ ଯାଇଥିବା ସେ ଅଭିଯୋଗ କରିଛନ୍ତି। ଜିଲାରେ ଏପରି ୧୫ଜଣ ଶିଶୁ ଅପପୁଷ୍ଟିର ଶିକାର ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସମ୍ବିତ୍‌ଙ୍କ ଜଣେ ସମ୍ପର୍କୀୟ ଭାଇ ଅଛନ୍ତି। ସମନ୍ବିତ ଶିଶୁ ବିକାଶ ବିଭାଗ, ସ୍ବାସ୍ଥ୍ୟ ବିଭାଗର ଦାୟିତ୍ୱହୀନତାରୁ ଜିଲାରେ ଅପପୁଷ୍ଟିରେ ଶିଶୁ ଆକ୍ରାନ୍ତ ହେଉଛନ୍ତି। ଏହାର ପ୍ରତିକାର ପାଇଁ ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ପ୍ରବଳ ବର୍ଷା କାରଣରୁ ଯୁକ୍ତ ୩ ଇଂରାଜୀ ପରୀକ୍ଷା ସ୍ଥଗିତ: ପରୀକ୍ଷା ହଲରୁ ଫେରିଲେ ଛାତ୍ରୀଛାତ୍ର

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ଛାତ୍ରଛାତ୍ରୀମାନେ ପୂର୍ବରୁ ମହାବିଦ୍ୟାଳୟରେ ପହଞ୍ଚି ସାରିଥିଲେ ଏବଂ ପରୀକ୍ଷା ଦେବା ପାଇଁ ଶ୍ରେଣୀ କୋଠରୀ ଭିତରେ ନିଜ ନିଜ ସିଟ୍‌ରେ ବସି ମଧ୍ୟ ସାରିଥିଲେ।…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

କୈଠଖଣ୍ଡି ଗାଁ ଛକରେ ଜୁଆ ଖେଳ ଚାଲିଥିବା ବେଳେ ପୋଲିସ ଚଢାଉ: ୫ ଜୁଆଡ଼ି ଗିରଫ, ଟଙ୍କା-ବାଇକ…

ଦିଗପହଣ୍ଡି, ୧୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ଗାଁ ଛକରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଦିଗପହଣ୍ଡି ପୋଲିସ ଟିମ୍ ଅତର୍କିତ…

ଟଙ୍କା ନେଲେ ହେଲେ ଘର ଆଉ ଜମି ରେଜିଷ୍ଟ୍ରି କଲେନି, ଗଣ୍ଡଗୋଳ ପରେ ହତ୍ୟା ଉଦ୍ୟମ: ଅଭିଯୁକ୍ତ ବୃଦ୍ଧ ଗଲେ ଜେଲ୍

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମର ୬୧ ବର୍ଷୀୟ ବୃଦ୍ଧ ବି. କାଳିଆଙ୍କୁ ଏକ ହତ୍ୟା ଉଦ୍ୟମ ମାମଲାରେ ଦିଗପହଣ୍ଡି ପୋଲିସ…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ହାଟଡ଼ିହୀରେ ସରକାରୀ ପାଣ୍ଠି ହେରଫେର ଅଭିଯୋଗ: ଅଫିସରେ ବସି ତଦନ୍ତ ସାରିବା ନେଇ ଅଭିଯୋଗକାରୀଙ୍କ ଅସନ୍ତୋଷ

ହାଟଡ଼ିହୀ,୧୩।୮(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଅଧୀନ ସଢ଼ା ପଞ୍ଚାୟତରେ ବିଭିନ୍ନ ସରକାରୀ ଉନ୍ନୟନ କାର୍ଯ୍ୟରେ ଅନୁଦାନ ହେରଫେର ହୋଇଥିବା ଅଭିଯୋଗର ଏକମାସ ପରେ ତଦନ୍ତ ହୋଇଥିଲେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri