Posted inଜାତୀୟ

‘ଅନ୍ୟାୟ ସୁଧାରିବ ସିଏଏ’

ନୂଆଦିଲ୍ଲୀ,୨୯ା୧(ପି.ଟି.): ଐତିହାସିକ ଅନ୍ୟାୟକୁ ସୁଧାରିବା ପାଇଁ ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଅଣାଯାଇଛି। ଏହି ପଦକ୍ଷେପ ଯୋଗୁ ପଡ଼ୋଶୀ ଦେଶଗୁଡ଼ିକର ସଂଖ୍ୟାଲଘୁଙ୍କୁ ଭାଜପା ଦେଇଥିବା ପୁରୁଣା ପ୍ରତିଶ୍ରୁତି ପୂରଣ ହେବ ବୋଲି ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟ କରିଛନ୍ତି।
ରାଲି ୨୦୨୦କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସ୍ବାଧୀନତା ପରଠୁ ଜମ୍ମୁ-କଶ୍ମୀରରେ ଅସୁବିଧା ଲାଗିରହିଥିଲା। ରାଜନୈତିକ ଦଳଗୁଡ଼ିକ ଉପତ୍ୟକାରେ କେତେକ ପ୍ରସଙ୍ଗକୁ ବଞ୍ଚାଇ ରଖିଥିଲେ, ଯାହା ଫଳରେ ଆତଙ୍କବାଦ ସେଠାରେ ତିଷ୍ଠି ରହିଥିଲା। ବର୍ତ୍ତମାନର ସରକାର ଏହି ଦଶନ୍ଧି ପୁରୁଣା ସମସ୍ୟାର ସମାଧାନ ପାଇଁ ଉଦ୍ୟମ ଚଳାଇଛନ୍ତି। ପଡ଼ୋଶୀ ପାକିସ୍ତାନ ଭାରତଠାରୁ ତିନୋଟି ଯୁଦ୍ଧରେ ହାରିସାରିବା ପରେ ବି ଛାୟାଯୁଦ୍ଧ ଚଳାଇଛି। ପୂର୍ବ ସରକାରଗୁଡ଼ିକ ଏହି ସମସ୍ୟାକୁ ଏକ ଆଇନଶୃଙ୍ଖଳା ପ୍ରସଙ୍ଗ ଭାବେ ବିବେଚନା କରୁଥିଲେ। ଏପରି କି ଆମର ଶତ୍ରୁ କାର୍ଯ୍ୟାନୁଷ୍ଠାନ ପାଇଁ ଉସୁକାଇଲେ ବି ସେମାନେ ଚୁପ୍‌ ରହୁଥିଲେ ବୋଲି ମୋଦି ପୂର୍ବ ସରକାରଗୁଡ଼ିକୁ କଡ଼ା ସମାଲୋଚନା କରିଛନ୍ତି। ସେ ଆହୁରି କହିଛନ୍ତି, ଏବେ କେବଳ ଜମ୍ମୁ-କଶ୍ମୀର ନୁହେଁ, ବରଂ ଦେଶର ଅନ୍ୟ ଭାଗରେ ମଧ୍ୟ ଶାନ୍ତିପୂର୍ଣ୍ଣ ବାତାବରଣ ରହିଛି। କେନ୍ଦ୍ର ସରକାର ବହୁ ବର୍ଷ ଧରି ଅଣଦେଖା ହୋଇଥିବା ଉତ୍ତର-ପୂର୍ବାଞ୍ଚଳର ଲୋକଙ୍କ ଆଶା ଆକାଂକ୍ଷାକୁ ମଧ୍ୟ ପୂରଣ କରିବାରେ ସଫଳ ହୋଇଛନ୍ତି। ଏହି ଅବସରରେ ମୋଦି ନିଜ ସରକାରର ସଫଳତା ବଖାଣିବାକୁ ଯାଇ ବୋଡୋ ଚୁକ୍ତିନାମା, ତିନି ତଲାକ, ୩୭୦ ଅନୁଚ୍ଛେଦ ଆଦି ବିଷୟର ଅବତାରଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାଗରିକତା ଆଇନକୁ ନେଇ ବିରୋଧ ଜାରି: ବସ୍‌ରେ ନିଆଁ ଲଗାଇଲେ ପ୍ରଦର୍ଶନକାରୀ

କୋଲକାତା,୧୪।୧୨: ନାଗରିକତା ସଂଶୋଧନ ଆଇନକୁ ନେଇ ପଶ୍ଚିମବଙ୍ଗର ବିଭିନ୍ନ ସହରରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଶନିବାର ପ୍ରଦର୍ଶନକାରୀମାନେ ମୁର୍ଶିଦାବାଦର ସାଗରଦିଘି ଅଞ୍ଚଳର ମହିଷାସୁର ଷ୍ଟେଶନରେ...

ଫିଲ୍ମ ଷ୍ଟାଇଲରେ ପ୍ରଚାର କଲେ କେଜରିୱାଲ

ଲକ୍ଷ୍ନୌ,୨୧ ।୨: ଉତ୍ତର ପ୍ରଦେଶ ବିଧାନସଭା ପାଇଁ ତୃତୀୟ ପର୍ଯାୟ ମତଦାନ ଶେଷ ହାଇ ସାରିଛି । ଏବେ ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର...

ଦେଶକୁ ନୁହେଁ, ଆଇନକୁ ବିରୋଧ

ନୂଆଦିଲ୍ଲୀ,୧୯।୧୨(ପି.ଟି.): ବିବାଦୀୟ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ବିରୋଧୀ ବିକ୍ଷୋଭ ଥମିବାର ନଁା ନେଉନାହିଁ। ଦିଲ୍ଲୀ ଜାମିଆ ମିଲିଆ ଇସ୍‌ଲାମିଆ...

କୋଭିଡ୍‌ ଭାକ୍ସିନ ପ୍ରମାଣପତ୍ରରେ ମୋଦିଙ୍କ ଫଟୋ : ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହେଲା ଟିଏମ୍‌ସି

ନୂଆଦିଲ୍ଲୀ,୩।୩ : ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ବୁଧବାର ନିର୍ବାଚନ ଆୟୋଗ (ଇସି)ଙ୍କ ଦ୍ୱାରସ୍ଥ ହୋଇଛି। ପଶ୍ଚିମ ବଙ୍ଗରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ବିଜ୍ଞାପନରେ...

କାଟ୍ରୋସାଟ୍‌-୩ର ସଫଳ ଉତ୍‌କ୍ଷେପଣ: ମହାକାଶରୁ ସୀମା ଉପରେ ରଖିବ କଡ଼ା ନଜର

ଶ୍ରୀହରିକୋଟା,୨୭।୧୧: ଭାରତ ପୁଣି ରଚିଛି ଇତିହାସ। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାଠାରେ ଥିବା ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋ ଦ୍ୱାରା ବୁଧବାର ପୂର୍ବାହ୍ନ ୯ଟା ୨୮ରେ କାଟ୍ରୋସାଟ୍‌-୩ର...

କିଏ ଅସଲି-ନକଲି କିଏ, ଜାଣିବେ କିପରି…

ନୂଆଦିଲ୍ଲୀ,୨।୫: ଭାରତରେ କରୋନା ମହାମାରୀ ସଂକ୍ରମଣ ନେଇ ଅସମ୍ଭାଳ ସ୍ଥିତି ସୃଷ୍ଟି ହୋଇଛି। ଏପରିସ୍ଥଳେ ରେମ୍‌ଡେସିଭିର୍‌ ଇଞ୍ଜେକଶନ୍‌ର ନକଲି କାରବାର ଯୋଗୁ ସରକାରଙ୍କ ଚିନ୍ତା ବଢ଼ିବାରେ...

ହାଇକୋର୍ଟରେ ଖାରଜ ହେଲା ଫକ୍ସ ଷ୍ଟୁଡିୟର ଆବେଦନ: ଓକିଲଙ୍କୁ ଦେବାକୁ ପଡ଼ିବ କ୍ରେଡିଟ୍‌

ନୂଆଦିଲ୍ଲୀ,୧୧।୧: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ଛପାକ୍‌’ରେ ଏସିଡ୍‌ ଆଟାକ୍‌ ପୀଡ଼ିତାଙ୍କ ଓକିଲ ଅପର୍ଣ୍ଣା ଭଟ୍ଟଙ୍କୁ କ୍ରେଡିଟ୍‌ ଦେବା ମାମଲାରେ ହାଇକୋର୍ଟ ଶନିବାର...

ଦଳ ପାଇଁ ବଳିଦାନ ଦେବାକୁ ପ୍ରସ୍ତୁତ ଗାନ୍ଧୀ ପରିବାର

ନୂଆଦିଲ୍ଲୀ,୧୪।୩: କଂଗ୍ରେସ ଆନ୍ତରୀଣ ସଭାପତି ସୋନିଆ ଗାନ୍ଧୀ ତାଙ୍କ ପରିବାର ସଦସ୍ୟ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରବିବାର ଅନୁଷ୍ଠିତ କଂଗ୍ରେସ ଓ୍ବାର୍କିଂ...

Advertisement
Archives

Model This Week