ଅନ୍ତର୍ଦେଶୀୟ ଜଳ ପରିବହନ କର୍ମଚାରୀଙ୍କ ଆନ୍ଦୋଳନ

ଚାନ୍ଦବାଲି,୧୮ା୬(ଡି.ଏନ.ଏ)-ଦୁଇଦଫା ଦାବି ନେଇ ଭଦ୍ରକ ଜିଲା ଚାନ୍ଦବାଲିରେ ଥିବା ଅନ୍ତ ର୍ଦେଶୀୟ ଜଳ ପରିବହନ ସଂସ୍ଥା (ଆଇଡବ୍ଲ୍ୟଟି)ର ୧୨ ଜଣ ଯାନ୍ତ୍ରିକ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଗତ ଶନିବାର କାର୍ଯ୍ୟାଳୟ ଉପରେ ଲୋକଙ୍କ ଚଢାଉ ନେଇ ସେମାନେ ମୁଖ୍ୟତଃ ନିଜର ସୁରକ୍ଷା ପ୍ରଶ୍ନ ଉଠାଇଛନ୍ତି।
ଉଲେଖନୀୟ ଯେ, ଚାନ୍ଦବାଲି ଏନଏସି ଅନ୍ତର୍ଗତ ପାଞ୍ଚପଡା ଗାଁର ଜିତୁନ ଦାସ ଶନିବାର ଲଞ୍ଚ ଘାଟରୁ ବୈତରଣୀ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ। ସେ ବୁଡି ଯିବା ବେଳେ ତାଙ୍କୁ ଉଦ୍ଧାର କରିବା କାମରେ ଲଞ୍ଚ କର୍ମଚାରୀଙ୍କ ଅବହେଳା କରିଥବବା ଅଭିଯୋଗ ଆଣି କେତେକ ସ୍ଥାନୀୟ କେତେକ ଘଟଣାସ୍ଥଳରେ ଉପସ୍ଥିତ ୩ ଜଣ ଲଞ୍ଚ କର୍ମଚାରୀଙ୍କୁ ମାଡ଼ ମାରିବା ସହିତ ଅଫିସରେ ପଶି ଆସବାବପତ୍ର ଫିଙ୍ଗା ଫୋପାଡି କରିଥିଲେ। ଚାନ୍ଦବାଲି ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ବିନା ଦୋଷରେ ଲଞ୍ଚ କର୍ମଚାରୀଙ୍କୁ ଆକ୍ରମଣ କରାଯିବା ପ୍ରତିବାଦରେ କର୍ମଚାରୀ ସମୂହ ମଙ୍ଗଳବାର ଅଫିସ ସମ୍ମୁଖରେ ଧାରଣାରେ ବସି ସେମାନଙ୍କୁ ସୁରକ୍ଷା ଯୋଗାଇବା ଓ ମାଡ଼ ମରାଯିବା ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବି କରିଛନ୍ତି। ଏହି ଆନ୍ଦୋଳନ ଯୋଗୁ ଲଞ୍ଚ ଚଳାଚଳ ବାଧାପ୍ରାପ୍ତ ହୋଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ନାନା ସମସ୍ୟାରେ ଛନ୍ଦି ହୋଇଛି ବରି ହାଇସ୍କୁଲ, ମଧ୍ୟାହ୍ନଭୋଜନ ଅର୍ଥରେ କିଣାଯାଉଛି ଚକ୍‌ଖଡ଼ି

ସିମୁଳିଆ,୭ା୯(ସନ୍ତୋଷ ନାୟକ): ୨୦୨୪-୨୫ ଶିକ୍ଷାବର୍ଷରୁ ବାଲେଶ୍ୱର ଜିଲାରେ ପ୍ରଥମ ପିଏମ୍‌ଶ୍ରୀ ବିଦ୍ୟାଳୟର ମାନ୍ୟତା ପାଇଥିବା ସିମୁଳିଆ ବ୍ଲକର ବରି ହାଇସ୍କୁଲ ନାନା ସମସ୍ୟା ମଧ୍ୟରେ ଛନ୍ଦି ହୋଇରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri