Posted inଖେଳ

ଅନ୍ତର୍ଜାତୀୟ କ୍ରିକେଟରେ କୋହଲିଙ୍କୁ ପୂରିଲା ୧୧ ବର୍ଷ

Virat Kohli shares emotional post after completing 11 years in international cricket

ନୂଆଦିଲ୍ଲୀ,୧୯।୮: ଭାରତୀୟ କ୍ରିକେଟ ଆଇକନ ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ସୋମବାର ୧୧ ବର୍ଷ ପୂରଣ କରିଛନ୍ତି। ଆଜିକୁ ଠିକ୍‌ ୧୧ ବର୍ଷ ତଳେ ଦିଲ୍ଲୀ ବ୍ୟାଟ୍ସମ୍ୟାନ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ। ଏବେ ସେ ବିଶ୍ୱର ଶ୍ରେଷ୍ଠ ଓ ଲୋକପ୍ରିୟ ବ୍ୟାଟ୍ସମ୍ୟାନ। ଭାରତୀୟ ଦଳର ଅଧିନାୟକ ଟୁଇଟରରେ ଦୁଇଟି ଫଟୋ ଶେୟାର କରିଛନ୍ତି। ୨୦୦୮ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ର ଏକ ଫଟୋ ଥିବାବେଳେ ଏବେକାର ଏକ ଫଟୋ ଶେୟାର କରି ୧୧ ବର୍ଷର ଅଭିଯାନ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଆଜିର ଦିନରେ ମୁଁ ଜଣେ ଟିନଏଜର ଭାବେ ଇଣ୍ଟରନ୍ୟାଶନାଲ କ୍ରିକେଟରେ ଅଭିଯାନ ଆରମ୍ଭ କରିଥିଲି। ମୁଁ କଦାପି ଚିନ୍ତା କରି ନ ଥିଲି ଏଭଳି ଆର୍ଶୀବାଦ ପାଇବି। ୧୯ ବର୍ଷରୁ କମ୍‌ କ୍ରିକେଟରେ ସଫଳତା ପରେ କୋହଲିଙ୍କୁ ଶ୍ରୀଲଙ୍କା ବିପକ୍ଷରେ ଅନ୍ତର୍ଜାତୀୟ ପଦାର୍ପଣ କରିବାକୁ ସୁଯୋଗ ପାଇଥିଲେ। କ୍ୟାରିୟରର ପ୍ରଥମ ମ୍ୟାଚ୍‌ରେ ମାତ୍ର ୧୨ ରନ୍‌ କରି ଆଉଟ୍‌ ହୋଇଥିଲେ। ଏହାର ପର ବର୍ଷ ସେ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିଲେ। ଏହାପରଠାରୁ ସେ ପଛକୁ ଫେରି ଚାହିଁ ନାହାନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ସଂଖ୍ୟକ ଶତକ ଲଗାଇଥିବା ବ୍ୟାଟ୍ସମ୍ୟାନଙ୍କ ତାଲିକାରେ କେବଳ ସଚିନ ତେନ୍ଦୁଲକର (୧୦୦)ଙ୍କ ପଛକୁ କୋହଲି (୬୮) ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେ ଏପର୍ଯ୍ୟନ୍ତ ୨୩୯ ଦିନିକିଆ, ୭୭ ଟେଷ୍ଟ ଓ ୭୦ ଟି୨୦ ମ୍ୟାଚ୍‌ ଖେଳିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫୁଟବଲ୍‌ ଖେଳିଲେ ଧୋନୀ

ମୁମ୍ବାଇ,୩୦।୭: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସେନାରେ ଟ୍ରେନିଂ ନେବା ପୂର୍ବରୁ ବଲିଉଡ ଅଭିନେତାଙ୍କ ସହ ଫୁଟବଲ ଖେଳିଛନ୍ତି। ଏକ ଦାତବ୍ୟ ଅନୁଷ୍ଠାନକୁ ପାଣ୍ଠି...

ଆହତ ଓ୍ବାର୍ନର ପ୍ରଥମ ଟେଷ୍ଟ ଖେଳିପାରିବେନି: ବନର୍‌ସ-ପୁକୋଭସ୍କି ଇନିଂସ ଓପନ କରିପାରନ୍ତି

କାନବେରା, ୨।୧୨(ପି.ଟି.)- ଉରୁସନ୍ଧିଆ ଆଘାତ ଜନିତ ସମସ୍ୟା ଯୋଗୁ ଡେଭିଡ ଓ୍ବାର୍ନର ଭାରତ ବିପକ୍ଷ ଅବଶିଷ୍ଟ ସୀମିତ ଓଭର କ୍ରିକେଟ ମ୍ୟାଚ ସହିତ ଅତିକମ୍‌ରେ ପ୍ରଥମ...

କାହିଁକି କୋହଲିଙ୍କ ଉପରେ ଖପ୍ପା ଭାରତୀୟ ପ୍ରଶଂସକ… ଜାଣନ୍ତୁ କେବେଠାରୁ ମାରି ନାହାନ୍ତି ଶତକ

ନୂଆଦିଲ୍ଲୀ,୨୭।୬: ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲରେ ଟିମ୍‌ ଇଣ୍ଡିଆର ଲଜ୍ଜାଜନକ ପରାଜୟ ପରେ ଦଳର ବ୍ୟାଟ୍ସମ୍ୟାନଙ୍କ ଉପରେ ଖପ୍ପା ହୋଇଛନ୍ତି ଭାରତୀୟ ପ୍ରଶଂସକ। ଦ୍ୱିତୀୟ...

ଆଇଏସ୍‌ଏଲ: ପ୍ରଥମ ବିଜୟ ଲକ୍ଷ୍ୟରେ ଓଡ଼ିଶା, ଇଷ୍ଟ ବେଙ୍ଗଲ

ଭାସ୍କୋ,୩।୧(ପି.ଟି.): ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଓଡ଼ିଶା ଏଫ୍‌ସି ଓ ଇଷ୍ଟ ବେଙ୍ଗଲ ରବିବାର ମୁହାଁମୁହିଁ ହେବେ। ଦୁଇ ଦଳର ପ୍ରଦର୍ଶନ ଏପର୍ଯ୍ୟନ୍ତ ଆସାନୁରୂପ...

ପ୍ରମୋଦ, ସ୍ବୟମ୍ସ, ପଞ୍ଚାନନ, ଅରୁଣଙ୍କୁ ମିଳିଲା ଓସ୍‌ଜା ପୁରସ୍କାର:  ଖେଳାଳିଙ୍କ ପାଇଁ କ୍ରୀଡ଼ା ଖବରଦାତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର, ୨୨ା୩(କ୍ରୀଡ଼ା ପ୍ରତିନିଧି)- ଖେଳାଳିଙ୍କ କ୍ୟାରିୟର ଆଗକୁ ବଢ଼ାଇବାରେ କ୍ରୀଡ଼ା ଖବରଦାତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। କ୍ରୀଡ଼ାବିତ୍‌-କ୍ରୀଡ଼ା ଖବରଦାତାଙ୍କ ସମ୍ପର୍କ କାରଣରୁ ରାଜ୍ୟରେ କ୍ରୀଡ଼ାର ବିକାଶ ଘଟିଛି...

ମିଳିଲା ଜାତୀୟ ଦଳର ଦାୟିତ୍ୱ

କଲମ୍ବୋ,୧୩।୧୨: ପୂର୍ବତନ ଅଧିନାୟକ ମହେଳା ଜୟଓ୍ବର୍ଦ୍ଦନେଙ୍କୁ ଶ୍ରୀଲଙ୍କା ଜାତୀୟ ଦଳର ପରାମର୍ଶଦାତା କୋଚ୍‌ ଭାବେ ନିଯୁକ୍ତ କରାଯାଇଛି। ଶ୍ରୀଲଙ୍କା କ୍ରିକେଟର ଟେକନିକାଲ ଉପଦେଷ୍ଟା କମିଟିର ପରାମର୍ଶ...

ପ୍ରଥମ ଅଭ୍ୟାସ ମ୍ୟାଚ୍‌ ଜିତିଲା ଭାରତ

ପର୍ଥ,୧୦।୧୦: ଅଷ୍ଟ୍ରେଲିଆରେ ୨୦୨୨ ଟି-୨୦ ବିଶ୍ୱକପ ପାଇଁ ପ୍ରସ୍ତୁତ ହେଉଥିବା ଭାରତ ସୋମବାର ପର୍ଥରେ ପଶ୍ଚିମ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଅଭ୍ୟାସ ମ୍ୟାଚ ଖେଳିଛି। ଏହି...

‘ସନ୍ୟାସରୁ ଫେରି ବିଶ୍ୱକପ୍‌ ଖେଳ’

ମୁମ୍ବାଇ,୨୨।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଏକ ରୋମାଞ୍ଚକର ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାଜିତ କରି ଦ୍ୱିତୀୟ ବିଜୟ ହାସଲ କରିଥିଲା ଚେନ୍ନାଇ ସୁପର କିଙ୍ଗ୍ସ। ୩...

Advertisement
Archives

Model This Week