Advertisement

ଅନୁଗୋଳ ସିଡିଏମ୍‌ଓଙ୍କ ଖବରଦାତା ସମ୍ମିଳନୀ: ଦଲାଲଙ୍କୁ ଧରିବ ସ୍ବତନ୍ତ୍ର ଟିମ୍‌

ଅନୁଗୋଳ ଅଫିସ, ୩୧।୮- ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ସକ୍ରିୟ ଥିବା ଦଲାଲଙ୍କୁ ଧରିବାକୁ ପଦକ୍ଷେପ ନେବ ମେଡିକାଲ ପ୍ରଶାସନ। ଏଥିପାଇଁ ଗଠନ କରାଯିବ ଏକ ସ୍ବତନ୍ତ୍ର ଟିମ୍‌। ଏହି ଟିମ୍‌ର ସଦସ୍ୟମାନେ ବିଭିନ୍ନ ସମୟରେ ଲୋକଙ୍କୁ ଠକୁଥିବା ଦଲାଲଙ୍କ ଉପରେ ନଜର ରଖିବା ସହ ସେମାନଙ୍କୁ ଧରି ପୋଲିସ ଜିମା ଦେବ ବୋଲି ଶୁକ୍ରବାର ଅପରାହ୍ନରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ପ୍ରତାପ କୁମାର ବେହେରା ସୂଚନା ଦେଇଛନ୍ତି। ଏଥିସହ ବିଭିନ୍ନ କାରଣ ଯୋଗୁ ମେଡିକାଲରେ ଉପୁଜୁଥିବା ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରାଯାଉଥିବା ସିଡିଏମ୍‌ଓ କହିଛନ୍ତି।
ସମ୍ମିଳନୀରେ ସିଡିଏମ୍‌ଓ ବେହେରା କହିଲେ ଯେ, କେବଳ ଜିଲାରେ ନୁହେଁ ସାରା ରାଜ୍ୟରେ ଡାକ୍ତର ଅଭାବ ସମସ୍ୟା ଲାଗି ରହିଛି। ତେବେ ଜିଲାରେ ଯେତିକି ଡାକ୍ତର ଅଛନ୍ତି ସେଥିରେ ଉତ୍ତମ ସ୍ବାସ୍ଥ୍ୟସେବା ଜିଲାବାସୀଙ୍କୁ ଯୋଗାଇବାକୁ ସମସ୍ତ ଉଦ୍ୟମ କରାଯାଉଛି। ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ର ଗସ୍ତ କରି ସମସ୍ୟା ସମ୍ପର୍କରେ ଅବଗତ ହେଉଛୁ। ନିକଟରେ ମାଧପୁର ଓ ଖମାର ଡାକ୍ତରଖାନା ଗସ୍ତବେଳେ ଅବ୍ୟବସ୍ଥା ନଜରକୁ ଆସିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇ କର୍ମଚାରୀଙ୍କ ଦରମା ବନ୍ଦ କରାଯାଇଥିଲା। ଅସାଧୁ ଉପାୟ ଅବଲମ୍ବନ କରୁଥିବା ଡାକ୍ତର ଓ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଜିଲା ଖଣିଜ ପାଣ୍ଠିରେ ନିଯୁକ୍ତି ପାଇଥିବା ୨୪ ଜଣ ଡାକ୍ତରଙ୍କ ମଧ୍ୟରୁ କେତେଜଣ ଚାକିରି ଛାଡିଦେଇଛନ୍ତି। ତେଣୁ ଖାଲି ପଡିଥିବା ପଦବୀଗୁଡିକରେ ପୁନଃନିଯୁକ୍ତି ପାଇଁ ଜିଲା ପ୍ରଶାସନକୁ ଚିଠି ଲେଖା ଯାଇଥିବା ସିଡିଏମଓ କହିଥିଲେ। ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର ମାଇକ୍ରୋ ବାୟୋଲୋଜି ଲ୍ୟାବରେ ଗତ ଜୁନ୍‌ରେ ରାଜ୍ୟରେ ସର୍ବାଧିକ ୫ ଶହ କଲଚର (ମଳ,ମୁତ୍ର, କଫ, ଷ୍ଟୋନ ଓ ରକ୍ତ) ପରୀକ୍ଷା ହୋଇଥିବା ସିଡିଏମ୍‌ଓ ସୂଚନା ଦେଇଥିଲେ। ଏହି ରେକର୍ଡ ପୂର୍ବରୁ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟ ନାମରେ ଥିଲା ବୋଲି ସେ କହିଥିଲେ। ଖୁବଶୀଘ୍ର ନୂତନ ଶବ ସଂରକ୍ଷଣ ଗୃହ କାର୍ଯ୍ୟକ୍ଷମ କରାଯିବ। ସରକାର ନୂତନ ଫ୍ରିଜର ଦେଇସାରିଥିବାବେଳେ ଏବେ କେବଳ ଫ୍ରିଜର ସଂଯୋଗ ବାକି ରହିଛି ବୋଲି ସିଡିଏମ୍‌ଓ ବେହେରା କହିଥିଲେ। ନୂତନ ଜେରିଆଟିକ ୱାର୍ଡ ମଧ୍ୟ ଖୁବଶୀଘ୍ର କାର୍ଯ୍ୟକ୍ଷମ କରାଯିବ। ମୁଖ୍ୟ ଚିକିତ୍ସାଳୟରେ ଟ୍ରମା କେୟାର ସେଣ୍ଟର ଖୋଲିବାକୁ ଜାଗାର ଅଭାବ ରହିଛି। ଏ ନେଇ ଜିଲା ପ୍ରଶାସନ ସହ ଆଲୋଚନା କରାଯାଇଛି। ଏହି ଜାଗା ମିଳିବା ପରେ ଟ୍ରୋମା କେୟାର ସେଣ୍ଟର କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି। ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ନୂଆ ଏସ୍‌ପିଙ୍କ ସହ ଆଲୋଚନା ହୋଇଛି। ମେଡିକାଲରେ ଥିବା ଆଉଟପୋଷ୍ଟକୁ ଊନ୍ନତିକରଣ କରିବା ସହ ୨୪ ଘଣ୍ଟିଆ ପୋଲିସ ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ମିଳିଥିବା ସିଡିଏମ୍‌ଓ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ମେଡିକାଲ ପାଚେରିକୁ ଲାଗି ଥିବା ଦୋକାନ ଗୃହ ଉଚ୍ଛେଦ କରିବାକୁ ପୌର ପ୍ରଶାସନକୁ ଚିଠି ଲେଖାଯାଇଥିବା ସେ କହିଛନ୍ତି। ମେଡିକାଲ କିଭଳି ସୁରୁଖୁରୁରେ ଚାଲିବ ସେ ନେଇ ସିଡିଏମ୍‌ଓ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ଏଡିଏମ୍‌ଓ ମେଡିକାଲ ଲକ୍ଷ୍ମୀନାରାୟଣ ବିଶୋଇ, ଜିଲା ମ୍ୟାଲେରିଆ ଅଧିକାରୀ ବିଶ୍ୱ ପ୍ରକାଶ ମହାନ୍ତି ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବସିବ ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକ

ପୁରୀ ଅଫିସ,୧୦।୧୨: ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକ ଶୁକ୍ରବାର ବସିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଶନ କୁମାରଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ସାଢେ ୪ଟା ବେଳେ ନିଳାଦ୍ରୀ...

ଗ୍ରାମୀଣ ଆବାସ ଯୋଜନା ବାଟବଣା :  ଯୋଗ୍ୟହିତାଧିକାରୀଙ୍କ ପାଖରେ ପହଞ୍ଚୁନି ଯୋଜନା

ରଣପୁର,୭।୮(ସ୍ବ.ପ୍ର.)-ନୟାଗଡ଼ ଜିଲାର ରଣପୁର ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଘର ଯୋଜନା ପରି ଗ୍ରାମୀଣ ଆବାସ ଯୋଜନା ବାଟବଣା ହୋଇପଡିଛି । ବିଭିନ୍ନ ପଞ୍ଚାୟତରେ...

ଜମିକୁ ମାଡୁନି କେନାଲ ପାଣି, ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ଦିଗପହଣ୍ଡି,୨୧ା୮(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କୟାଁନାଳ କ୍ଷୁଦ୍ର ଜଳସେଚନ ଯୋଜନା କେନାଲ ନିର୍ମାଣର ୧୮ ବର୍ଷ ବିତିଲା। ଚାଷୀ ନିୟମିତ ଜଳକର ପୈଠ କରୁଛନ୍ତି।...

ଡିସେମ୍ବର ୨୮ରୁ ଧାନମଣ୍ଡି, ପରେ ମୁଗ ସଂଗ୍ରହ

କେନ୍ଦ୍ରାପଡ଼ା ଅଫିସ, ୧୯ା୧୧: ଚଳିତ ଖରିଫ ଋତୁରେ ୪୪ ହଜାରରୁ ଅଧିକ ଚାଷୀ ଧାନ ବିକ୍ରୟ କରିବାକୁ ନାମ ପଞ୍ଜିକୃତ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ମୋଟ...

ଝିଅ କଳା ବୋଲି ତଡ଼ି ଦେଲେ ବାପା

ରୂପସା/ବସ୍ତା/ଲଙ୍ଗଳେଶ୍ୱର, ୧୬।୯(ଡି.ଏନ.ଏ.):ଝିଅର ରଙ୍ଗ କଳା ବୋଲି ବାପା ନିଷ୍ଠୁରତାର ସୀମା ଟପିଯାଇଛନ୍ତି। ଝିଅ ସହ ମା’ଙ୍କୁ ଘରୁ ତଡି ଦେଇଛନ୍ତି। ସେମାନେ ଅସହାୟ ଅବସ୍ଥାରେ ଘର...

ଭାରତ ବନ୍ଦ ଡାକରାରେ ଦାରିଙ୍ଗବାଡ଼ି ପ୍ରଭାବିତ

ଦାରିଙ୍ଗବାଡ଼ି,୮।୧୨(ଡି.ଏନ୍‌.ଏ): କେନ୍ଦ୍ର ସରକାରଙ୍କ କୃଷି ଆଇନ ପ୍ରତ୍ୟାହାର ଦାବିରେ ମଙ୍ଗଳବାର ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ...

ନବୀନାବାଗ ୭୨ଘଣ୍ଟା ଲାଗି ନିଷିଦ୍ଧାଞ୍ଚଳ

ଖୋର୍ଦ୍ଧା ଅଫିସ,୧୦ା୭: ଖୋର୍ଦ୍ଧା ଉପଖଣ୍ଡରେ ବୁଧବାର ୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ବାଲୁଗାଁରୁ ୫, ଟାଙ୍ଗି ଓ ବାଲିପାଟଣାରୁ ଜଣେ ଲେଖାଏଁ ଚିହ୍ନଟ...

ଭଙ୍ଗାଯାଉନି ବିପଦସଙ୍କୁଳ ଶ୍ରେଣୀଗୃହ : ଛାତ୍ରୀଛାତ୍ରଙ୍କ ଜୀବନ ପ୍ରତି ବିପଦ

ନୟାଗଡ଼ ଅଫିସ/ନୂଆଗାଁ (ଡି.ଏନ.ଏ.)୨୭।୯: ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଚାହାଳିସ୍ଥିତ ଜନଶକ୍ତି ନୋଡ଼ାଲ ଉଚ୍ଚବିଦ୍ୟାଳୟରେ କେତେକ ଶ୍ରେଣୀଗୃହ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଫଳରେ ଛାତ୍ରୀଛାତ୍ରଙ୍କ ଜୀବନ...

Advertisement
Archives

Model This Week