Odisha Elections 2024
Posted inଖେଳ

ଅନିଶ୍ଚିତ ଭବିଷ୍ୟତ

ବିଶ୍ୱର ଦଶମ ମହିଳା ଖେଳାଳିଭାବେ କ୍ୟାରିୟର ଗ୍ରାଣ୍ଡସ୍ଲାମ ହାସଲ କରିଥିବା ରୁଷିଆର ମାରିଆ ଶାରାପୋଭା ଏବେ ନିଜର ଭବିଷ୍ୟତ ନେଇ ଅନିଶ୍ଚିତତା ମଧ୍ୟରେ ରହିଛନ୍ତି। ଚଳିତ ଅଷ୍ଟ୍ରେଲିଆନ ଓପନ୍‌ ପ୍ରଥମ ରାଉଣ୍ଡରେ ପରାସ୍ତ ହେବା ପରେ ସେ ଆତ୍ମବିଶ୍ୱାସ ହରାଇଛନ୍ତି। ଏକଦା ବିଶ୍ୱର ୧ ନମ୍ବର ସ୍ଥାନରେ ଥିବା ଏହି ଖେଳାଳି ଏବେ ର଼୍ୟାଙ୍କିଙ୍ଗ୍‌ର ଶ୍ରେଷ୍ଠ ୩୫୦ରୁ ବାଦ୍‌ ପଡିବେ। ମାତ୍ର ୧୭ ବର୍ଷ ବୟସରେ ୨୦୦୪ରେ ଓ୍ବିମ୍ବେଲଡ଼ନ ଟାଇଟଲ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଶାରାପୋଭାଙ୍କ ଅବସର ନେଇ ଚର୍ଚ୍ଚା ହେଉଛି…

ବିଶ୍ୱ ଟେନିସର ଗ୍ଲାମର ଗର୍ଲ ରୂପେ ଜଣାଥିବା ରୁଷିଆର ମାରିଆ ଶାରାପୋଭା ଏବେ କ୍ୟାରିୟରର ସବୁଠାରୁ କଷ୍ଟକର ମୁହୂର୍ତ୍ତ ଦେଇ ଗତିକରୁଛନ୍ତି। ୫ଟି ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରି ସଫଳତାର ଶୀର୍ଷକୁ ଛୁଇଁ ଥିବା ଏହି ତାରକା ମହିଳା ଖେଳାଳି କ୍ୟାରିୟରର ଦୋଛକିରେ ପହଞ୍ଚିଛନ୍ତି। ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଚଳିତ ଅଷ୍ଟ୍ରେଲିଆନ ଓପନରେ ପ୍ରଥମ ରାଉଣ୍ଡର ପରାଜୟ ତାଙ୍କ କ୍ୟାରିୟର ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। କାରୋଲିନ୍‌ ଓଜନିଆକି ଏହି ଟୁର୍ନାମେଣ୍ଟ ପରେ ଅବସର ଘୋଷଣା କରିବେ ବୋଲି କହିଥିଲେ। ତେବେ ସେ ପ୍ରଥମ ରାଉଣ୍ଡରେ ବିଜୟୀ ହୋଇଛନ୍ତି। ତେବେ ପ୍ରାରମ୍ଭିକ ରାଉଣ୍ଡରେ ସାରାପୋଭା ଫେଲ୍‌ ମାରିଥିଲେ। ଓ୍ବାଇଲ୍ଡ କାର୍ଡ ଏଣ୍ଟ୍ରି ପାଇଥିବା ଶାରାପୋଭା ୨୩ ବର୍ଷୀୟା କ୍ରୋଏସିଆ ଖେଳାଳି ଡୋନ୍ନା ଭେକିକ୍‌ଙ୍କଠାରୁ ପ୍ରଥମ ରାଉଣ୍ଡରେ ଅତି ସହଜରେ ୬-୩,୬-୪ ସେଟରେ ପରାସ୍ତ ହୋଇଥିଲେ। ଏକଦା ଡବ୍ଲ୍ୟୁଟିଏ ର଼୍ୟାଙ୍କିଙ୍ଗ୍‌ରେ ୧ ନମ୍ବର ସ୍ଥାନ ହାସଲ କରିଥିବା ଶାରାପୋଭା ୧୪୫ତମ ସ୍ଥାନରେ ରହି ଅଷ୍ଟ୍ରେଲିଆନ ଓପନ୍‌ ମୁଖ୍ୟ ଡ୍ର’ରେ ପ୍ରବେଶ କରିଥିଲେ। ତେବେ ପ୍ରଥମ ରାଉଣ୍ଡ ପରାଜୟ ପରେ ସେ ଶ୍ରେଷ୍ଠ ୩୫୦ରୁ ବାଦ୍‌ ପଡିବେ।
ପ୍ରଦର୍ଶନରେ ଶାରାପୋଭା ନୈରାଶ୍ୟ ଜାହିର କରିଛନ୍ତି। ଏବେ ସେ ନିଜ କ୍ୟାରିୟର ଭବିଷ୍ୟତ ନେଇ ଅନିଶ୍ଚିତତା ଭିତରେ ରହିଛନ୍ତି ବୋଲି କହିଛନ୍ତି। ୨୦୧୬ ଅଷ୍ଟ୍ରେଲିଆ ଓପନ୍‌ରେ ଡୋପ୍‌ ଟେଷ୍ଟରେ ବିଫଳ ହେବା କାରଣରୁ ସେ ୧୫ ମାସ ବାସନ୍ଦ ହୋଇଥିଲେ। ପୁଣି ଇଞ୍ଜୁରି ମଧ୍ୟ ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିଲା। ଫର୍ମ ଓ ଫିଟନେସ୍‌ରେ ସମସ୍ୟା ରହିଥିବା କଥା ସେ ସ୍ବୀକାର କରିଛନ୍ତି। ୩୨ ବର୍ଷରେ ପଦାର୍ପଣ କରିଥିବା ଶାରାପୋଭା ଆତ୍ମବିଶ୍ୱାସ ହରାଇଥିବା ଜଣାପଡୁଛି। ୨୦୦୫ରେ ସେ ଡବ୍ଲ୍ୟୁଟିଏ ର଼୍ୟାଙ୍କିଙ୍ଗ୍‌ର ଶୀର୍ଷ ସ୍ଥାନ ହାସଲ କରିଥିଲେ। ଏହାପର ବର୍ଷ ସେ ୟୁଏସ୍‌ ଓପନ ଟାଇଟଲ ହାସଲ କରିଥିଲେ। ୨୦୦୭ରେ ପୁଣି ସେ କାନ୍ଧରେ ଆଘାତ ପାଇଥିଲେ। ୨୦୧୨ରେ ସେ ପ୍ରେଞ୍ଚ୍‌ ଓପନ ଜିତି ସବୁ ୪ଟି ଯାକ ମେଜର ଟାଇଟଲ ହାସଲ କରି କ୍ୟାରିୟର ଗ୍ରାଣ୍ଡସ୍ଲାମ ହାସଲ କରିଥିଲେ। ଏହି ସଫଳତା ହାସଲ କରିବାରେ ସେ ବିଶ୍ୱର ୧୦ମ ମହିଳା ଟେନିସ ଖେଳାଳି ସାବ୍ୟସ୍ତ ହୋଇଥିଲେ। ଏହି ବର୍ଷ ମଧ୍ୟ ସେ ଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରିଥିଲେ। ଏହାପରେ ଇଞ୍ଜୁରି ସତ୍ତ୍ୱେ ସେ ୨୦୧୪ରେ ପୁଣି ଥରେ ପ୍ରେଞ୍ଚ୍‌ ଓପନ ଟାଇଟଲ ହାସଲ କରିଥିଲେ। କ୍ୟାରିୟରରେ ୩୬ଟି ଡବ୍ଲ୍ୟୁଟିଏ ଓ ୪ଟି ଆଇଟିଏଫ୍‌ ଟାଇଟଲ ଜିତିଥିବା ଶାରାପୋଭା ଡବଲ୍ସ ଓ ମିକ୍ସଡ ଡବଲ୍ସରେ ମଧ୍ୟ ବେଶ୍‌ ସଫଳ ରହିଥିଲେ। ଆଗକୁ ସେ ଖେଳ ଜାରି ରଖିବେ କି ନା ସେ ନିଶ୍ଚିତ ନୁହଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମିତାଲି ରାଜଙ୍କୁ ବିବାହ କରିବେ ଶିଖର ଧାଓ୍ବନ? ‘ଗବ୍ବର’ କହିଲେ ସତ କଥା

ନୂଆଦିଲ୍ଲୀ,୨୫।୫: ଟିମ ଇଣ୍ଡିଆରୁ ବାଦ୍‌ ପଡିଥିବା ଓପନର୍‌ ଶିଖର ଧାୱନ ତାଙ୍କ ଶୋ’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଆନ୍ତର୍ଜାତୀୟ କ୍ରିକେଟକୁ ଧାୱନଙ୍କ ପ୍ରତ୍ୟାବର୍ତ୍ତନ ବର୍ତ୍ତମାନ...

ତୀରନ୍ଦାଜ ବିଶ୍ୱକପ ୨୦୨୪ ରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତୀୟ ମହିଳା କମ୍ପାଉଣ୍ଡ ଟିମ୍

ୟେଚେନ୍ (ଦକ୍ଷିଣ କୋରିଆ),୨୫।୫: ଭାରତର ତିନି ଷ୍ଟାର ଜ୍ୟୋତି ସୁରେଖା ଭେନ୍ନାମ୍, ପରନୀତ କୌର ଏବଂ ଆଦିତ୍ୟ ସ୍ବାମୀ କ୍ରମାଗତ ତୃତୀୟ ତୀରନ୍ଦାଜ ବିଶ୍ୱକପ୍ ସ୍ୱର୍ଣ୍ଣ...

‘ଭାରତୀୟ କ୍ରିକେଟକୁ ଭଲଭାବେ ବୁଝୁଥିବା ବ୍ୟକ୍ତି କୋଚ୍‌ ହେବେ’

ମୁମ୍ବାଇ, ୨୫।୫: ଭାରତୀୟ କ୍ରିକେଟ ଦଳର ପରବର୍ତ୍ତୀ କୋଚ୍‌ ପାଇଁ ପୂର୍ବତନ ଅଷ୍ଟ୍ରେଲୀୟ ଖେଳାଳିଙ୍କୁ ଅଫର ଦିଆଯାଇଥିଲା ବୋଲି ଯାହା ଆଲୋଚନା ହେଉଛି ତାହାକୁ ଭାରତୀୟ...

ରବିବାର ହାଇଦ୍ରାବାଦ-କୋଲକାତା ଫାଇନାଲ

ଚେନ୍ନାଇ, ୨୫।୫: ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ସତ୍ତ୍ୱେ ବ୍ୟାଟରଙ୍କ ବିଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପ୍ଲେ-ଅଫ୍‌ରୁ ବିଦାୟ ନେଇଛି।...

ଓଡ଼ିଶାର ଆହାନ ମିଶ୍ରଙ୍କୁ ତ୍ରିମୁକୁଟ

ଭୁବନେଶ୍ୱର, ୨୫।୫ (ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମ ଟେନିସ କମ୍ପ୍ଲେକ୍ସରେ ଅନୁଷ୍ଠିତ ୧୪ ଓ ୧୬ ବର୍ଷରୁ କମ୍‌ ଚାମ୍ପିୟନଶିପ୍‌ ସିରିଜ (ସିଏସ୭) ଟେନିସ ଟୁର୍ନାମେଣ୍ଟରେ...

ଟି୨୦ ବିଶ୍ୱକପ୍‌ରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ଆଫ୍ରିଦୀ

ଦୁବାଇ, ୨୫ା୫ : ପୂର୍ବତନ ଅଲରାଉଣ୍ଡର ଶାହିଦ ଆଫ୍ରିଦୀ ଆସନ୍ତା ଆଇସିସି ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି। ତାଙ୍କୁ...

ଲଜ୍ଜାଜନକ ରେକର୍ଡ ନିଜ ନାମରେ କଲେ ଚହଲ

ଚେନ୍ନାଇ,୨୪।୫: ଆଇପିଏଲ୍‌ ୨୦୨୪ରେ ଦମ୍‌ଦାର ଆରମ୍ଭ କରିଥିଲେ ଯୁଜବେନ୍ଦ୍ର ଚହଲ। ଏହାକୁ ନେଇ ଟି୨୦ ବିଶ୍ୱକପ୍‌ ଟିମ୍‌ରେ ତାଙ୍କୁ ଚୟନ କରାଯାଇଛି। ହେଲେ ଆଇପିଏଲ୍‌ର ଦ୍ୱିତୀୟ...

ଟି ୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଘୋଷଣା କଲା ପାକିସ୍ତାନ, ୨ ବଡ଼ ଖେଳାଳିଙ୍କୁ ବାହାର କଲେ ବାବର ଆଜମ୍‌

ଇସଲାମାବାଦ,୨୪।୫: ଟି -୨୦ ବିଶ୍ୱକପ ପାଇଁ ପାକିସ୍ତାନ ଦଳ ଘୋଷଣା କରାଯାଇଛି। ୧୫ ସଦସ୍ୟ ବିଶିଷ୍ଟ ଦଳରେ ପାକିସ୍ତାନ ଶକ୍ତିଶାଳୀ ବ୍ୟାଟ୍ସମ୍ୟାନ ତଥା ଚମତ୍କାର ବୋଲରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri