ଅନାହାର ପୀଡ଼ିତଙ୍କୁ ମାରିବା ପାଇଁ ‘ଡେଥ୍‌ ସ୍କ୍ବାଡ୍‌’ ଗଠିତ

କାରାକସ,୧୮।୭: ଭେନେଜୁଏଲାର ଖାଦ୍ୟ ସଙ୍କଟ ପରିସ୍ଥିତି ବିଷୟରେ ବିଶ୍ୱବାସୀଙ୍କ ଅଳ୍ପବହୁତେ ଜ୍ଞାନ ରହିଛି। ଏଠାରେ ଲୋକଙ୍କ ପାଖରେ କୋଟି କୋଟି ଟଙ୍କା ଥିଲେ ମଧ୍ୟ ଖାଦ୍ୟର ଘୋର ଅଭାବ ଫଳରେ ଲୋକେ ଅନାହାରରେ ମରିବା ସହ ଦେଶ ଛାଡି ଅନ୍ୟତ୍ର ଚାଲି ଯାଉଛନ୍ତି। ତେବେ ଏଠାରେ ଏବେ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ଯାଇ ହଜାର ହଜାର ଲୋକଙ୍କୁ ମାରି ଦିଆଯାଉଥିବା ଜଣାପଡିଛି। ଜାତିସଂଘର ଏକ ରିପୋର୍ଟ ଅନୁଯାୟୀ, ଏଠାକାର ସରକାରଙ୍କ ଦ୍ୱାରା ଗଠିତ ସ୍ପେଶାଲ ଫୋର୍ସର ‘ଡେଥ୍‌ ସ୍କ୍ବାଡ୍‌’ ଏପର୍ଯ୍ୟନ୍ତ କୁଆଡେ ହଜାର ହଜାର ଲୋକଙ୍କୁ ମାରି ସାରିଲେଣି। ଏହାକୁ ନେଇ ଜାତିସଂଘ ଚିନ୍ତା ପ୍ରକଟ କରିଛି। ଜାତିସଂଘର ଏକ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି, ଏଥିପାଇଁ ରାଷ୍ଟ୍ରପତି ନିକୋଲାସ ମାଦୁରୋ ଦାୟୀ। ସେ କୁଆଡ଼େ ତାଙ୍କ ବିରୋଧୀଙ୍କୁ ଟାର୍ଗେଟ କରି ଏପରି କରୁଛନ୍ତି। ହେଲେ ଏହା ମିଥ୍ୟା ବୋଲି କହିଛନ୍ତି ସରକାର। ଜାତିସଂଘ ଉକ୍ତ ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ କରିଛି ଯେ ସେଠାକାର ଯୁବକମାନଙ୍କୁ ବେଆଇନ ଭାବେ ଜେଲ ପଠାଇ ସେମାନଙ୍କୁ ମାରି ଦିଆଯାଉଛି। ୨୦୧୮ରେ ଏଠାରେ ପ୍ରାୟ ୫ହଜାର ୨ଶହ ୮୭ ଜଣଙ୍କୁ ମାରି ଦିଆଯାଇଥିବା ବେଳେ ୨୦୧୯ ମେ’ ସୁଦ୍ଧା ୧୫ଶହ ୬୯ଜଣଙ୍କୁ ମାରି ଦିଆଯାଇଛି ବୋଲି ଜାତିସଂଘ ରିପୋର୍ଟ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆର୍‌ଏସ୍‌ଏସ୍ ସହ ଜଡିତ ସଦସ୍ୟଙ୍କର ବାଇଡେନଙ୍କ ଟିମ୍‌ରେ ସ୍ଥାନ ନାହିଁ!

ୱାଶିଂଟନ,୨୨ ।୧: ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଜୋ ବାଇଡେନ ୨୦ ଜାନୁୟାରୀ ବୁଧବାର ଶପଥ ଗ୍ରହଣ କରି ସାରିଛନ୍ତି । ଏବେ ତାଙ୍କ...

୩୦୦ ତାଲିବାନ୍‌ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା…

କାବୁଲ,୨୩।୮: ଆଫଗାନିସ୍ତାନର ଏକମାତ୍ର ଅଞ୍ଚଳ ପଞ୍ଜଶୀର ତାଲିବାନର ନିୟନ୍ତ୍ରଣ ବାହାରେ ରହିଛି। କାର୍ଯ୍ୟକାରୀ ରାଷ୍ଟ୍ରପତି ଅମରୁଲ୍ଲା ସାଲେହ ପଞ୍ଜଶୀରକୁ ତାଲିବାନ ଦଖଲକୁ ନ ଦେବା ଲାଗି...

ସରକାରୀ କର୍ମଚାରୀ ଯାଉଥିବା ବସ୍‌କୁ ଟାର୍ଗେଟ କଲେ ଆତଙ୍କବାଦୀ

କାବୁଲ,୨୭।୫: ଆଫଗାନୀସ୍ତାନର କାବୁଲ ସହର ଦେଇ ସରକାରୀ କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ବସ୍‌କୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ। ଏହି ବସ୍‌କୁ ଟାର୍ଗେଟ କରି ସେମାନେ...

ବେଲଜିୟମର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ

ବ୍ରୁସେଲସ୍ସ,୨୭।୧୦: ବେଲଜିୟମର ଅର୍ଥମନ୍ତ୍ରୀ ଥିବା ସୋଫି ଓ୍ବିଲିୟମ୍ସ ଏବେ ବେଲଜିୟମର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି। ଏବେ ସେ କାମଚଳା ପ୍ରଧାନମନ୍ତ୍ରୀ...

ୟୁକ୍ରେନ ସଙ୍କଟକୁ ନେଇ ହ୍ୱାଇଟ ହାଉସ ବାହାରେ ପ୍ରଦର୍ଶନ

ୱାଶିଂଟନ,୨୫ ।୨: ବେଳକୁ ବେଳ ଗମ୍ଭିର ହେଉଛି ରୁଷିଆ-ୟୁକ୍ରେନ ଯୁଦ୍ଧ । ଦ୍ୱିତୀୟ ଦିନରେ ରୁଷିଆ ୟୁକ୍ରେନର ରାଜଧାନୀ କ୍ୱିଭରେ ବଡ ଧରଣର ବିସ୍ଫୋରଣ କରିଛି...

ଯୁଦ୍ଧ ସଂଗ୍ରହାଳୟରେ ପାକିସ୍ତାନ ଲଗାଇଲା ଅଭିନନ୍ଦନଙ୍କ ପୁତ୍ତଳିକା

ଇସ୍‌ଲାମାବାଦ,୧୧।୧୧: ଗତ ଅଗଷ୍ଟରେ କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ଆଉ ଏବେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ କୋର୍ଟ ଦେଇଥିବା ରାୟ ପରେ ପାକିସ୍ତାନ...

ପୁଣି ସପ୍ତାହେ ଘୁଞ୍ଚିଲା ତାଲିବାନ ସରକାର ଗଠନ ପ୍ରକ୍ରିୟା

ପେଶାୱର,୪ ।୯: ଆଫଗାନିସ୍ତାନରେ ନୂଆ ସରକାର ଗଠନ ଆସନ୍ତା ସପ୍ତାହରେ ହେବ । ଏହାକୁ ନେଇ ତାଲିବାନ ପକ୍ଷରୁ ଅଫିସିୟାଲି ଘୋଷଣା କରାଯାଇଛି । ସରକାର...

ମହାତ୍ମାଙ୍କ ଘଣ୍ଟା ୧୧ ଲକ୍ଷ ୮୨ ହଜାରରେ ନିଲାମ

ବ୍ରିଷ୍ଟଲ,୨୨।୧୧: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଘଣ୍ଟା ୧୧ ଲକ୍ଷ ୮୨ ହଜାର ଟଙ୍କା(୧୨ ହଜାର ପାଉଣ୍ଡ)ରେ ନିଲାମ ହୋଇଛି। ଏହି ଘଣ୍ଟାକୁ ମହାତ୍ମା ପକେଟରେ...

Advertisement
Archives

Model This Week