Posted inଜାତୀୟ

ଅନନ୍ତନାଗରେ ପିଡିପି ନେତାଙ୍କ ପିଏସ୍‌ଓଙ୍କୁ ଗୁଳି କରି ହତ୍ୟା

ଶ୍ରୀନଗର,୧୯।୭: ଦକ୍ଷିଣ କଶ୍ମୀର ଅନନ୍ତନାଗ ଜିଲାର ବିଜବେହରା ଅଞ୍ଚଳରେ ଶୁକ୍ରବାର ସଜ୍ଜାଦ ମୁଫତିଙ୍କ ପିଏସ୍‌ଓଙ୍କୁ ଗୁଳି କରି ହତ୍ୟା କରାଯାଇଛି। ପିପୁଲ୍ସ୍‌ ଡେମୋକ୍ରେଟିକ୍‌ ପାର୍ଟି (ପିଡିପି)ର ନେତା ଓ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ସମ୍ପର୍କୀୟ ଭାଇ ସଜ୍ଜାଦ ମୁଫତିଙ୍କ ପିଏସ୍‌ଓ ଫାରୁକ୍‌ ଅହମ୍ମଦଙ୍କୁ କେହି ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ବିଜବେହରାର ବାବା ମୋହଲ୍ଲା ଅଞ୍ଚଳରେ ଥିବା ସଜ୍ଜାଦ ମସ୍‌ଜିଦରେ ନମାଜ ପଢ଼ୁଥିବା ବେଳେ ଫାରୁକ୍‌ ବାହାରେ ଠିଆ ହୋଇଥିଲେ। ଠିକ୍‌ ଏତିକି ବେଳେ ତାଙ୍କୁ କେହି ଗୁଳି କରି ସେଠାରୁ ଚାଲିଯାଇଥିଲେ। ଏହାପରେ ଫାରୁକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୁଲଗାମ୍‌ ଏନ୍‌କାଉଣ୍ଟର, ପାକିସ୍ତାନୀ ଆତଙ୍କବାଦୀ ନିହତ…

ଶ୍ରୀନଗର, ୮।୫ : ଜମ୍ମୁ-କଶ୍ମୀରର କୁଲଗାମ ଅଞ୍ଚଳରେ ଆତଙ୍କବାଦୀ ଏବଂ ମିଳିତ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ରବିବାର ସକାଳ...

ସୁଶାନ୍ତ ଆତ୍ମହତ୍ୟା ମାମଲାରେ ଏହି ବ୍ୟକ୍ତିଙ୍କୁ ସମନ ପଠାଇଲା ଇଡ଼ି

ମୁମ୍ବାଇ,୭।୮: ବଲିଉଡ୍‌ ଭର୍ସାଟାଇଲ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ସୁଶାନ୍ତଙ୍କ ଆକାଉଣ୍ଟରୁ ହୋଇଥିବା ନେଣଦେଣ...

ନୂଆ ସଂସଦ ଭବନ ଉଦ୍‌ଘାଟନ ଉତ୍ସବରେ ଯୋଗ ଦେବ ବିଜେଡି

ନୂଆଦିଲ୍ଲୀ/ଭୁବନେଶ୍ୱର,୨୪ା୫(ବ୍ୟୁରୋ): ଦିଲ୍ଲୀରେ ନୂଆ ସଂସଦ ଭବନ ଉଦ୍‌ଘାଟନ ଉତ୍ସବରେ ବିଜେଡି ଯୋଗ ଦେବ। ମେ’ ୨୮ରେ ନୂଆ ସଂସଦ ଭବନର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ସାଧାରଣତନ୍ତ୍ର ଦିବସ ପରେଡରେ ଯୋଗ ଦେବେନି ବିଦେଶୀ ଅତିଥି…

ନୂଆଦିଲ୍ଲୀ, ୧୯।୧ : ଚଳିତ ବର୍ଷ ଜାନୁୟାରୀ ୨୬ରେ ଦିଲ୍ଲୀର ରାଜପଥରେ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପରେଡରେ କୌଣସି ବିଦେଶୀ ଅତିଥି ଯୋଗ ଦେବେ...

ବୁଧବାରରୁ ସୁପ୍ରିମକୋର୍ଟରେ ଜଣିକିଆ ଖଣ୍ଡପୀଠ

ନୂଆଦିଲ୍ଲୀ,୧୨ା୫: ସୁପ୍ରିମକୋର୍ଟରେ ବୁଧବାରଠାରୁ ପ୍ରଥମ ଥର ଲାଗି କେତେକ ମାମଲାର ଶୁଣାଣି ଜଣିକିଆ ଖଣ୍ଡପୀଠରେ ହେବ। ବହୁସଂଖ୍ୟାରେ ମାମଲା ବିଚାର ଅପେକ୍ଷାରେ ପଡ଼ିରହିଥିବାରୁ ଜଣିକିଆ ଖଣ୍ଡପୀଠରେ...

ମୁଖ୍ୟମନ୍ତ୍ରୀଙ୍କୁ କୋରଡ଼ା ମାଡ଼: ଭିଡ଼ିଓ ଭାଇରାଲ

ରାୟପୁର,୧୫।୧୧: ଏବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲାଙ୍କୁ କୋରଡ଼ା ମାଡ଼ ହେଉଥିବାର ଏକ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ୧୪ ସେକେଣ୍ଡର ଏହି...

ଧୁଳି ମୁହଁରେ ଥିଲା, ସେ ଦର୍ପଣ ସଫା କରିବାର ନାଟକ କରୁଥିଲେ: କେଜରିଓ୍ବାଲଙ୍କୁ ରେଳମନ୍ତ୍ରୀଙ୍କ କଟାକ୍ଷ…

ନୂଆଦିଲ୍ଲୀ,୨୬।୪ : ଦୁର୍ନୀତି ପ୍ରସଙ୍ଗରେ ଏଏପିକୁ କଡ଼ା ସମାଲୋଚନା କରୁଥିବା ଭାଜପା ବର୍ତ୍ତମାନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିିୱାଲଙ୍କ ବଙ୍ଗଳାକୁ ଟାର୍ଗେଟ କରିଛି। ସରକାରୀ ପାଣ୍ଠିରୁ...

ଆରମ୍ଭ ହେଲା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ: ବ୍ୟବହାର ହେବନି ଲୁହା !

ନୂଆଦିଲ୍ଲୀ,୨୦।୮: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ସମ୍ବନ୍ଧୀୟ ଓ ଦେଖାରଖା ପାଇଁ ଗଠିତ ଶ୍ରୀ ରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସୂଚନାରୁ ଜଣାପଡିଛି କି...

Advertisement
Archives

Model This Week