ଅଧ୍ୟକ୍ଷ ପଦବୀକୁ ନେଇ ଥମୁନି ଅଶାନ୍ତି: ବ୍ଲକରେ ଜନପ୍ରତିନିଧିଙ୍କ ହୋହଲ୍ଲା

ପୁରୁଷୋତ୍ତମପୁର, ୨୦ା୧୨ (ଡି.ଏନ.ଏ.)- ପୁରୁଷୋତ୍ତମପୁର ବ୍ଲକ ଅଧ୍ୟକ୍ଷ ପଦବୀକୁ ନେଇ ଲାଗି ରହିଥିବା ଅଶାନ୍ତି ଥମିବାର ନାଁ ନେଉନାହିଁ। ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡାଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ତାଙ୍କୁ ପଦବୀରୁ ହଟାଇବା ଲାଗି ଅଧିକାଂଶ ସରପଞ୍ଚ, ସମିତିସଭ୍ୟ ଲାଗି ପଡିଛନ୍ତି। ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ଆଗତ କରିବାକୁ ୨୫ ଦିନ ତଳେ ବିଡିଓଙ୍କୁ ଲିଖିତ ଭାବେ ଜଣାଇ ଦିଆଯାଇଥିଲା। ତେବେ ଏ ଯାଏ ଅନାସ୍ଥା ବୈଠକ ଡକାଯାଇ ନ ଥିବାରୁ ଗୁରବାର ଜନ ପ୍ରତିନିଧିମାନେ ବ୍ଲକ କାର୍ଯ୍ୟାଳୟକୁ ଆସି ବିଡିଓଙ୍କୁ ଘେରିଥିଲେ। ଅଧ୍ୟକ୍ଷଙ୍କୁ ଘୋଡାଇ ରଖାଯାଉଥିବାରୁ ପଞ୍ଚାୟତଗୁଡିକର ଉନ୍ନୟନମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ଦର୍ଶାଇ ହୋହଲ୍ଲା କରିଥିଲେ। ଏହି ସମୟରେ ଜନପ୍ରତିନିଧିଙ୍କ ସାଙ୍ଗରେ ଆସିଥିବା କେତେଜଣ କୁଜିନେତା ବିଡିଓଙ୍କୁ ଅସଦ ବ୍ୟବହାର ପ୍ରଦର୍ଶନ କରିବାକୁ ମଧ୍ୟ ପଛାଇ ନ ଥିଲେ। ଏ ନେଇ ବିଡିଓ ସୀମାଞ୍ଚଳ ମହାନ୍ତିଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଅନାସ୍ଥା ପ୍ରସ୍ତାବ ଉପରେ ଉପଜିଲାପାଳ ପଦକ୍ଷେପ ନେବେ। ଅନାସ୍ଥା ପ୍ରସ୍ତାବ ଆଣିଥିବା ସରପଞ୍ଚ ସମିତିସଭ୍ୟଙ୍କ ଦସ୍ତଖତ ଯାଞ୍ଚ ଓ ଠିକଣା ଜଣାଇବାକୁ ଉପଜିଲାପାଳଙ୍କଠାରୁ ନିର୍ଦ୍ଦେଶ ଆସିଥିଲା। ସେସବୁ କାର୍ଯ୍ୟ ସାରି ସୋମବାର ଉପ ଜିଲାପାଳଙ୍କ ନିକଟକୁ ପଠାଇ ଦିଆଯାଇଛି। ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨୫ତାରିଖରେ ବ୍ଲକ ଅଧ୍ୟକ୍ଷ ପଣ୍ଡା ବ୍ୟକ୍ତିଗତ ସମସ୍ୟା ଦର୍ଶାଇ ଜିଲାପାଳଙ୍କ ସମେତ ଛତ୍ରପୁର ଉପଜିଲାପାଳ ଓ ବିଡିଓଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଥିଲେ। ପରେ ଗତ ନଭେମ୍ବର ୨୦ ତାରିଖରେ ତାଙ୍କ ପୁଅ ସୋସିଆଲ ମିଡ଼ିଆରେ ବାପାଙ୍କୁ ଅପହରଣ କରି ନିଆଯାଇଥିବା ଅଭିଯୋଗ କରି ତାଙ୍କୁ ଉଦ୍ଧାର କରିବା ଲାଗି ପ୍ରଶାସନକୁ ନିବେଦନ କରିଥିଲେ। ଉକ୍ତ ସନ୍ଧ୍ୟାରେ ସୂର୍ଯ୍ୟନାରାୟଣ ପୁରୁଷୋତ୍ତମପୁର ଥାନାକୁ ଆସି ପୁଅ କରିଥିବା ଅଭିଯୋଗ ଭିତ୍ତିହୀନ ବୋଲି ପାଲଟା ଅଭିଯୋଗ କରିଥିଲେ। ପରେଜତ ୨୫ ତାରିଖରେ ସୂର୍ଯ୍ୟନାରାୟଣ ବିଡିଓଙ୍କୁ ଭେଟି ତାଙ୍କ ଇସ୍ତଫାପତ୍ର ପ୍ରତ୍ୟାହୃତ କରିନେବେ ବୋଲି ଅନୁରୋଧ କରି ପୂର୍ବଭଳି କାର୍ଯ୍ୟାଳୟକୁ ଆସି ଫାଇଲପତ୍ର ଦସ୍ତଖତ କରି କାର୍ଯ୍ୟ କରିଥିଲେ। ଏହାପରେ ସଂଖ୍ୟାଧିକ ସରପଞ୍ଚ ସମିତିସଭ୍ୟ ନଭେମ୍ବର ୨୬ ତାରିଖରେ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଲାଗି ଜିଲାପାଳଙ୍କଠାରେ ଲିଖିତ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସମତୁଲ ମହଙ୍ଗା ଭତ୍ତା ଦାବି ନେଇ ବିକ୍ଷୋଭ

ବ୍ରହ୍ମପୁର ଅଫିସ,୨୦ା୨ – ବ୍ରହ୍ମପୁରସ୍ଥ ଦକ୍ଷିଣାଞ୍ଚଳ ଆରଡିସି ଅଫିସ ଆଗରେ ବୁଧବାର ଓଡ଼ିଶା ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ଗଞ୍ଜାମ ଜିଲା...

ପ୍ରମାଣ ଅଭାବରୁ ୪ ଅଭିଯୁକ୍ତ ହେଲେ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୧୩।୬: ଅତିରିକ୍ତ ଜିଲା ଜଜ୍‌(ଏଡିଜେ)-୧ ସଂଘମିତ୍ରା ଶର୍ମା ସୋମବାର ଏକ ଡକାୟତି ଉଦ୍ୟମ ମାମଲାର ଶୁଣାଣି କରିଥିଲେ। ପ୍ରମାଣ ଅଭାବରୁ ୪ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ...

କୋର୍ଟରେ ଦାଖଲ ହେଲା ବନ୍ଧୁକ

ବ୍ରହ୍ମପୁର ଅଫିସ,୧୯ା୭: ଜଣେ ବିଲ୍‌ଡରଙ୍କୁ ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ ମେୟର ପିଣ୍ଟୁ ଓରଫ ଶିବଶଙ୍କର ଦାସ ଓ ତାଙ୍କ ସହଯୋଗୀମାନେ ବନ୍ଧୁକ ଦେଖାଇ ୧୬ଲକ୍ଷ...

ଲକ୍‌ଡାଉନ୍‌ ନିୟମ ନ ମାନି ଅମାନିଆ ଗଣିଲେ ୮୦୦୦ ଜରିମାନା

ବୁଗୁଡ଼ା,୨୯ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ସହରରେ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଲକ୍‌ଡାଉନ୍‌ ନିୟମ ମାନି ଚଳିବାକୁ ବାରମ୍ବାର ସଚେତନ...

ବାଳସୁଧାର ଗୃହରେ ପୁଣି ୫ ଅନ୍ତେବାସୀ କରୋନା ପଜିଟିଭ୍‌

ବ୍ରହ୍ମପୁର,୩ା୮: ବ୍ରହ୍ମପୁର ମଣ୍ଡଳକାରାଗାର ପରେ ଏବେ ଜରଡ଼ା ବଙ୍ଗଳା ରାସ୍ତାରେ ଥିବା ବାଳସୁଧାର ଗୃହ (ପର୍ଯ୍ୟବେକ୍ଷଣ ଆବାସ ଓ ସ୍ବତନ୍ତ୍ର ଆବାସ)ରେ ଗତ ୧ ତାରିଖରେ...

ଶାନ୍ତ, ଭଦ୍ର, ନମ୍ର ଭାବନା ଉତ୍ତମ ପରିବେଶ ଦିଏ: ଗଜପତି

ସୋରଡ଼ା,୨୭ା୧୨(ଡି.ଏନ୍‌.ଏ.) -ସମାଜରେ ସବୁବର୍ଗର ଜନସାଧାରଣ ଶାନ୍ତ, ଭଦ୍ର, ନମ୍ରତା ଭାବ ରଖିବା ସହ ପ୍ରତିଟି ସମୟରେ ସକାରାତ୍ମକ ଚିନ୍ତାଧାରା ରଖିଲେ ସମାଜକୁ ଉତ୍ତମ ପରିବେଶ କରିହେବ।...

ମିଳିତ ଅଭିଯୋଗ ଶୁଣାଣିରେ ଅବ୍ୟବସ୍ଥା

ଛତ୍ରପୁର,୩ା୩(ଡି.ଏନ.ଏ.) ମାସର ପ୍ରଥମ ସୋମବାର ଛତ୍ରପୁରଠାରେ ଜିଲାପାଳ ଓ ଗଞ୍ଜାମ ଏସ୍‌ପିଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେଉଛି ା କେବଳ ଛତ୍ରପୁର ସବଡିଭିଜନ...

ଚାଷ ଜମିରେ ଥିବା ବେଳେ ବାଜିଲା ଗୁଳି

ଭଞ୍ଜନଗର,୨୧।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଥାନା କୁଟୁଣୁକୁମ୍ପା ଗାଁରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଚାଷ ଜମିରେ ଥିବା ବେଳେ ଜଣଙ୍କୁ ଗୁଳିମାଡ଼ ହୋଇଛି।...

Advertisement
Archives

Model This Week