ଅଧିକ ମୂଲ୍ୟରେ ମଦ ବିକ୍ରିକୁ ବିରୋଧ କର୍ମଚାରୀଙ୍କ ଗୁଳିମାଡ଼ରେ ଜଣେ ଗୁରୁତର

ଭାପୁର/ଖଣ୍ଡପଡ଼ା,୪ା୬(ଡି.ଏନ୍‌.ଏ./ସ୍ବ.ପ୍ର.)-ନୟାଗଡ଼ ଜିଲା ଫତେଗଡ଼ ଥାନା ଭାପୁର ବଜାରସ୍ଥିତ ଏକ ମଦ ଦୋକାନରେ ଧାର୍ଯ୍ୟ ଦରଠାରୁ ଅଧିକ ମୂଲ୍ୟରେ ବିକ୍ରିକୁ ବିରୋଧ କରି ସୋମବାର ସନ୍ଧ୍ୟାରେ ଦୋକାନ କର୍ମଚାରୀ ଓ ଗ୍ରାହକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି। ଏ ସମୟରେ କର୍ମଚାରୀଙ୍କ କାଠ ଫାଳିଆରେ ମରଣାନ୍ତକ ଆକ୍ରମଣ ଓ ଗୁଳିମାଡ଼ରେ ଜଣେ ଗ୍ରାହକ ଗୁରୁତର ହୋଇଛନ୍ତି। ଗୁରୁତର ବ୍ୟକ୍ତି ଜଣକ ହେଲେ ପିଠାଖାଇ ଗ୍ରାମର ସାଗର ଲେଙ୍କା(୨୫)। ଗୁଳିଟି ତାଙ୍କ ମୁଣ୍ଡରେ ବାଜି ଗୁରୁତର ହେବାରୁ ଚିକିତ୍ସା ପାଇଁ ପ୍ରଥମେ ସାଗରଙ୍କୁ ଭାପୁର ସ୍ବାସ୍ଥ୍ୟକେନ୍ଦ୍ର ଓ ଅଧିକ ସଙ୍କଟାପନ୍ନ ହେବାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଖବରରୁ ପ୍ରକାଶ, ଭାପୁର ବଜାରସ୍ଥିତ ଏକ ବିଦେଶୀ ମଦ ଦୋକାନରେ କିଛି ମାସ ହେଲା ଅଧିକ ମୂଲ୍ୟରେ ମଦ ବିକ୍ରି ଅଭିଯୋଗ ହୋଇଆସୁଥିଲା। ସୋମବାର ନିକଟସ୍ଥ ଗ୍ରାମର ୨ ଯୁବକ ମଦ କିଣିବା ବେଳେ ଧାର୍ଯ୍ୟଠାରୁ ଅଧିକ ମୂଲ୍ୟକୁ ନେଇ ଉକ୍ତ ଯୁବକ ଓ ଦୋକାନ କର୍ମଚାରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଦୋକାନ କର୍ମଚାରୀ ସାଗରଙ୍କୁ ଆକ୍ରମଣ କରିଥିଲେ। ଏହି ଖବର ପାଇ ୨୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ସେଠାରେ ପହଞ୍ଚତ୍ ଗଣ୍ଡଗୋଳ କରିବା ସହ ମଦଦୋକାନ ଭଙ୍ଗାରୁଜା କରିଥିଲେ ା ଗଣ୍ଡଗୋଳରେ ଗୋଟିଏ ବାଇକ୍‌ ଓ ମଦ ଦୋକାନ ଭାଙ୍ଗିଯାଇଛି ା ଏହାକୁ ନେଇ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକୋ କରିଥିଲେ। ପୋଲିସ ପହଞ୍ଚତ୍ ଲୋକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

TMC କାର୍ଯ୍ୟାଳୟରୁ ୧୦୦ରୁ ଅଧିକ ଆଧାର କାର୍ଡ ଜବତ; ସରକାରୀ ଜମିର ଅବୈଧ କ୍ରୟ-ବିକ୍ରୟ ସମ୍ପର୍କିତ କାଗଜପତ୍ର ମଧ୍ୟ ଜବତ

କୋଲକାତା,୧୭।୫: ପଶ୍ଚିମବଙ୍ଗରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏଠାରେ, ଏକ ଟିଏମସି କାର୍ଯ୍ୟାଳୟରୁ ସରକାରୀ ଜମିର ଅବୈଧ କିଣାବିକା ସହିତ ଜଡିତ କାଗଜପତ୍ର ସହିତ ୧୦୦…

ମଦ ଉପରେ ଟିକସ ବ୍ୟବସ୍ଥାକୁ ପରିବର୍ତ୍ତନ କଲେ ସରକାର, କମିବ ଦର!

ବେଙ୍ଗାଲୁରୁ,୧୭।୫: ମଦକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । କର୍ଣ୍ଣାଟକ ସରକାର ମଦ ଉପରେ ଟିକସ ଆଦାୟ କରିବାର ପଦ୍ଧତିକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି…

‘ଭାରତ-ବାଂଲାଦେଶ ସମ୍ପର୍କ ଗଙ୍ଗା ଜଳ ଚୁକ୍ତି ଉପରେ ନିର୍ଭର କରିବ’ – ତାରିକ ରହମାନ ମନ୍ତ୍ରୀଙ୍କ ବଡ଼ ବୟାନ

ଢାକା,୧୭।୫: ବାଂଲାଦେଶର ଶାସକ ଦଳ, ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP), ଏବେ ଢାକା ଏବଂ ନୂଆଦିଲ୍ଲୀ ମଧ୍ୟରେ ସମ୍ପର୍କର ଭବିଷ୍ୟତକୁ ଗଙ୍ଗା ଜଳ ବଣ୍ଟନ ଚୁକ୍ତିନାମା ନବୀକରଣ…

ଅସ୍ଥାୟୀ ମଣ୍ଡପରେ ଦେବୀଙ୍କୁ ପୂଜାର୍ଚ୍ଚନା କଲେ ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଆସିବେ ଆଉ ୩ ମନ୍ତ୍ରୀ, ୪ ବିଧାୟକ

ଭଞ୍ଜନଗର,୧୭ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ଆଉ ୩ ଦିନ ପରେ ୨୦ ତାରିଖରେ ଉଦ୍‌ଯାପିତ ହେବ। ରବିବାର ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ…

‘ପ୍ରକୃତିର ସୁରକ୍ଷା କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ’

ଭଞ୍ଜନଗର,୧୭ା୫(ବାବୁଲା ପ୍ରଧାନ): ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଚଳିତ ବର୍ଷଠାରୁ ପ୍ରଥମଥର ପାଇଁ ପରିବେଶ ପର୍ଯ୍ୟଟନ (ଇକୋ ଟୁରିଜିମ) ସ୍ଥଳୀଗୁଡ଼ିକରେ ପ୍ରକୃତି ପରିଚୟ…

ଅମାନିଆ ଇସ୍କନର ବିଦେଶରେ ଅଦିନିଆ ରଥଯାତ୍ରା, ବିରୋଧ ସତ୍ତ୍ୱେ…

ଭୁବନେଶ୍ୱର,୧୭ା୫: ପୁଣି ଅମାନିଆ ହୋଇଛି ଇସ୍କନ। ଦକ୍ଷିଣ ଆଫ୍ରିକା ଓ ଆମେରିକାରେ ଅଦିନିଆ ରଥଯାତ୍ରା କରିଛି। ପ୍ରବାସୀ ଓଡ଼ିଆ ଓ ଜଗନ୍ନାଥ ପ୍ରେମୀଙ୍କ ପ୍ରତିବାଦକୁ ନ ମାନି…

ଦିଲ୍ଲୀବାସୀ ଖାଇବେ ରାୟଗଡ଼ାର ‘ଆମ୍ରପଲ୍ଲୀ’ ଆମ୍ବ, ରପ୍ତାନି ହେଲା ୨.୫ ମେଟ୍ରିକ୍‌ ଟନ୍‌

ଗୁଣପୁର,୧୭ା୫(ସୁଜାତା ପାଢ଼ୀ): ରାୟଗଡ଼ା ଜିଲାରେ ସାମୂହିକ ବିପଣନକୁ ପ୍ରୋତ୍ସାହିତ କରିବା ଏବଂ ସ୍ଥାନୀୟ ଚାଷୀଙ୍କ ପାଇଁ ଉତ୍ତମ ବଜାର ସଂଯୋଗ ସୁଯୋଗ ସୁନିଶ୍ଚିତ କରିବା ଦିଗରେ ଓଡ଼ିଶା…

କିଛିଦିନ ହେଲା ଘରୁ ନିଖୋଜ ଥିଲେ ଯୁବକ, ଆଜି ଖଣିରୁ ମିଳିଲା ମୃତଦେହ, ୨ ଅଟକ

ନୟାଗଡ଼,୧୭ା୫(ଲୋକନାଥ ମିଶ୍ର): ଚାନ୍ଦପୁର ଥାନା ରାଇପଡ଼ା କ୍ରସର ନିକଟସ୍ଥ ଖଣିରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଯୁବକଙ୍କୁ ହତ୍ୟା କରି ଫୋପଡ଼ା ଯାଇଥିବା ସନ୍ଦେହ ଅଭିଯୋଗ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri