ଅଧିକାରୀ ଓ ଗ୍ରାମବାସୀଙ୍କ ମଧ୍ୟରେ ବୈଠକ:ରାସ୍ତା ମରାମତି ପରେ ଉଚ୍ଛେଦ ହେଉ

ବଇଣ୍ଡା,୧୦।୯(ଡି.ଏନ.ଏ.)କିଶୋରନଗର ବ୍ଲକ ଜାମ୍ବୁନାଳୀଠାରୁ ବାମୁର ପର୍ଯ୍ୟନ୍ତ ୫୫ ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ୧୧, ୧୨, ୧୩ ତାରିଖରେ ଉଚ୍ଛେଦ ପ୍ରକ୍ରିୟା କରାଯିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ଏ ନେଇ ସୋମବାର ନୁନୁକାପଶି ପଞ୍ଚାୟତ ସଭାଗୃହରେ କ୍ଷତିଗ୍ରସ୍ତ ପ୍ରଜା, ଗ୍ରାମବାସୀ ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଏକ ବୈଠକ ବସିଥିଲା। କିଶୋରନଗର ତହସିଲଦାର ଡ. ଲକ୍ଷ୍ମୀପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କିଶୋରନଗର ବିଇଓ ପ୍ରଦୀପ୍ତ କୁମାର ରଥ, ସେକ୍ସନ ଅଫିସର ଅଭିରାମ ସାଏ, ଏନ୍‌ଏଚଏଆଇର ଗନ୍ଧର୍ବ ସେନ ନାୟକ, ବିପିନ ବିହାରୀ ମିଶ୍ର, ହଣ୍ଡପା ଆଇଆଇସି ଲବ ବୋଡ଼ା, ବଇଣ୍ଡା ଆରଆଇ ଶିଶିର କୁମାର ଧଳସାମନ୍ତ, ନୁନୁକାପଶି ସରପଞ୍ଚ ଜଳଧର ସାହୁ, ବଇଣ୍ଡା ଗ୍ରାମ ସଭାପତି ଚିନ୍ତାମଣୀ ପ୍ରଧାନ, ସମ୍ପାଦକ ଜିତେନ୍ଦ୍ର ବେହେରା, ଆଇନଜୀବୀ ଅଞ୍ଜନ ପ୍ରଧାନ, ପ୍ରତାପ ପ୍ରଧାନଙ୍କ ସମେତ ଗ୍ରାମବାସୀ ଯୋଗ ଦେଇଥିଲେ।
ବଇଣ୍ଡା ଅଞ୍ଚଳରେ ୨୦୧୮ ମେ ୧୭, ୧୮ରେ ଉଚ୍ଛେଦ କରାଯାଇଥିବା ବେଳେ ଆଉ ୧୭ ଜଣ କ୍ଷତିଗ୍ରସ୍ତ ପ୍ରଜାଙ୍କୁ କ୍ଷତିପୂରଣ ଦିଆଯାଇ ନ ଥିବା ଯୋଗୁ ଏହାକୁ ଭଙ୍ଗାଯାଇ ପାରିନାହିଁ। ସେଗୁଡ଼ିକୁ ଭାଙ୍ଗିବା ପାଇଁ ପ୍ରଶାସନ ପକ୍ଷରୁ ଦୀର୍ଘ ୧୩ ମାସ ପରେ ନିଷ୍ପତ୍ତି ନିଆଯାଇଛି। ଏହାକୁ ବଇଣ୍ଡା ଗ୍ରାମବାସୀ ସ୍ବାଗତ କରିଥିବାବେଳେ ଠିକାସଂସ୍ଥା ପକ୍ଷରୁ ରାସ୍ତା କାମ ବିଳମ୍ବ କରାଯାଉଥିବା ଯୋଗୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ୧୩ ମାସ ପୂର୍ବେ ବଇଣ୍ଡା ଛକରେ ଉଚ୍ଛେଦ କରାଯାଇଥିଲେ ମଧ୍ୟ ଠିକାସଂସ୍ଥା ଏକ ପ୍ରତିଶତ କାମ ଆରମ୍ଭ କରି ନାହିଁ। ଏଥିଯୋଗୁ ୪ ଶହ ଉଠା ଦୋକାନୀ ନିଜର ଜୀବିକା ହରାଇ ଘରେ ହାତ ବାନ୍ଧି ବସିଛନ୍ତି। ତରବରିଆ ଭାବେ ଉଚ୍ଛେଦ କରାଯାଇଥିବାବେଳେ ସେମାନଙ୍କୁ କ୍ଷତିପୂରଣ ଦିଆଯାଇ ନ ଥିବା ଅଭିଯୋଗ ହୋଇଛି। ଏହାସହ ଜାମ୍ବୁନାଳୀରୁ ବାମୁର ପର୍ଯ୍ୟନ୍ତ ଦୀର୍ଘ ୪୦ କିମି ରାସ୍ତା ଅତି କଦର୍ଯ୍ୟ ହୋଇପଡ଼ିଛି। ଫଳରେ ପ୍ରତିଦିନ ଦୁର୍ଘଟଣା ଘଟୁଛି। ରାସ୍ତା ମରାମତି ପାଇଁ ଜିଲା ପ୍ରଶାସନ ପକ୍ଷରୁ ଠିକାସଂସ୍ଥାକୁ ନିର୍ଦ୍ଦେଶନାମା ରହିଥିଲେ ମଧ୍ୟ ମରାମତି କରାଯାଉ ନାହିଁ। ତୁରନ୍ତ ଉକ୍ତ ୪୦ କିମି ରାସ୍ତା ମରାମତି କରିବା ପରେ ଉଚ୍ଛେଦ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ସେହିପରି କୌଣସି ଶିକ୍ଷାନୁଷ୍ଠାନ ନ ଭାଙ୍ଗିବା ପାଇଁ ପ୍ରଶାସନିକ ଅଧିକାରୀମାନେ ଠିକାସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାରା ୩୭୦ ଉଚ୍ଛେଦକୁ ଅପରାଜିତାଙ୍କ ପ୍ରଶଂସା: ଲୋକଙ୍କୁ ସେମାନଙ୍କ ଗଣତାନ୍ତ୍ରିକ ଅଧିକାର ମିଳିବ

ଭୁବନେଶ୍ୱର,୨୧।।୮(ବ୍ୟୁରୋ): ଧାରା ୩୭୦ ଉଚ୍ଛେଦ ଏକ ଐତିହାସିକ ନିଷ୍ପତ୍ତିି। ଏପରି ଏକ ବ୍ୟବସ୍ଥା ଯୋଗୁ ଜମ୍ମୁ-କଶ୍ମୀର ଓ ଲଦାଖର ଭଉଣୀ, ଭାଇମାନେ ସେମାନଙ୍କ ଅଧିକାରରୁ ବଞ୍ଚିତ...

ଆଜି ଭର୍ଚୁଆଲ ପ୍ରଚାର କରିବେ ନବୀନ

ଭୁବନେଶ୍ୱର,୨୮ା୧୦(ବ୍ୟୁରୋ): ନଭେମ୍ବର ୩ ତାରିଖରେ ତିର୍ତ୍ତୋଲ ଓ ବାଲେଶ୍ୱର ବିଧାନସଭା ଉପନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ। ଏହି ଦୁଇ ନିର୍ବାଚନ ମଣ୍ଡଳୀରେ ପ୍ରଚାର କାର୍ଯ୍ୟ...

‘କରୋନା’ ଗୀତ ଗାଇ ଟ୍ରୋଲ ହେଲେ ହ୍ୟୁମାନ ସାଗର

ଭୁବନେଶ୍ୱର, ୧୭।୩(ବ୍ୟୁରୋ)/କଟକ ଅଫିସ : ‘ଝିଅ ନୁହେଁ ତୁ କରୋନା ଭାଇରସ୍‌’। ଏହି ଗୀତକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍‌ ଧରିଛି। ଓଡ଼ିଶାର...

୧୩ରେ ଏନ୍‌ଇଇଟି, ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ୱର,୧୧ା୯(ବ୍ୟୁରୋ): ଆସନ୍ତା ୧୩ ତାରିଖରେ ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା (ଏନ୍‌ଇଇଟି) ଅନୁଷ୍ଠିତ ହେବ। ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ବ୍ୟାପକ ପ୍ରସ୍ତୁତି...

ଜୁନ୍‌ ୩୦ ଯାଏ ଧାର୍ମିକ ସ୍ଥଳ ବନ୍ଦ ରହିବ

ଭୁବନେଶ୍ୱର,୯।୬(ବ୍ୟୁରୋ) :କେନ୍ଦ୍ର ସରକାର ଧାର୍ମିକ ସ୍ଥଳ, ଶପିଂମଲ ଖୋଲିବାକୁ ଅନୁମତି ଦେଇଛନ୍ତି। ତେବେ ରାଜ୍ୟ ସରକାର କରୋନା ସ୍ଥିତିକୁ ଦେଖି କଟକଣା ଜାରି କରିପାରିବେ ବୋଲି...

ରତ୍ନଭଣ୍ଡାର ଗହଣାର ଅଡିଟ ଦାବି

ଭୁବନେଶ୍ୱର, ୨୯।୧୦(ବ୍ୟୁରୋ): ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ସମସ୍ତ ଅଳଙ୍କାରର ଅଡିଟ୍‌ ପାଇଁ ଦାବି ହୋଇଛି। ଏ ନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟମ ମୁଖ୍ୟମନ୍ତ୍ରୀ...

ପ୍ରେମିକାଙ୍କୁ ଗର୍ଭବତୀ କରି ପ୍ରେମିକ ଫେରାର: ପରିବାରକୁ ହତ୍ୟା ଧମକ ଦେଉଥିବା ଅଭିଯୋଗ

ଅନୁଗୋଳ ଅଫିସ, ୨୯।୫- ଅନୁଗୋଳ ଜିଲା ଜରପଡ଼ା ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଶାରୀରିକ ସମ୍ପର୍କ ରଖି ଗର୍ଭବତୀ କରିବା ପରେ...

ଆର୍ଦ୍ରଭୂମି ତାଲିକାରେ ତାମ୍ପରା ହ୍ରଦ ସାମିଲ

ଛତ୍ରପୁର,୨ା୨(ଡି.ଏନ୍‌.ଏ.): ଆଜି ବିଶ୍ବ ପାଳୁଛି ‘ଓ୍ବେଟଲାଣ୍ଡ ଡେ’। ଏହି ଅବସରରେ ନୂଆ କରି ରାମସର ଆର୍ଦ୍ରଭୁମି (୨୪୮୯) ତାଲିକାରେ ସାମିଲ ହୋଇଥିବା ଗଞ୍ଜାମ ଜିଲାର ତାମ୍ପରା...

Advertisement
Archives

Model This Week