ଅଧାପନ୍ତରିଆ ମେହେରୁଣି ପୋଲ: ଆପ୍ରୋଚ୍‌ ବୁଲାଣି ରାସ୍ତା ନେଲାଣି ୨୦ ଜୀବନ

ମନମୁଣ୍ଡା, ୨୫।୭ (ଡି.ଏନ.ଏ)
ବହୁ ପୁରାତନ ମେହେରୁଣି ପୋଲ ଦୁର୍ବଳ ହୋଇ ପଡିଥିବାରୁ ମନମୁଣ୍ଡାରେ ଏକ ନୂତନ ପୋଲ ନିର୍ମାଣ କାମ ଆରମ୍ଭ କରାଯାଇଛି । ଏହି କାମ ଗତ ୨୦୧୭ ଫେବୃୟାରୀ ୧୫ରୁ ଆରମ୍ଭ ହୋଇଥିଲା ଏବଂ ଏହା ୧୫ ଫେବୃୟାରୀ ୨୦୧୯ ସୁଦ୍ଧା ସମ୍ପୂର୍ଣ୍ଣ ହେବା କଥା । କିନ୍ତୁ କାମ କଛପଗତିରେ ଚାଲିଥିବାରୁ ଅଦ୍ୟାବଧି ପିଲର ନିର୍ମାଣ ସରିନାହିଁ । ଏ ସମ୍ପର୍କରେ ଜାତୀୟ ରାଜପଥ ନିର୍ବାହୀ ଯନ୍ତ୍ରୀ ଇଂ. ଧ୍ୟାନଚାନ୍ଦଙ୍କୁ ପଚାରିବାରୁ ଉଭୟ ପାର୍ଶ୍ୱର ଆପ୍ରୋଚ ଜମି ଅଧିଗ୍ରହଣ ଏଥିରେ ବାଧକ ସାଜିଥିବା କହିଛନ୍ତି । ଜମି ଅଧିଗ୍ରହଣ ସରି ନ ଥିବାରୁ କାମ ଆଗେଇ ପାରୁନାହିଁ । ଏହା ଅଗଷ୍ଟ ସୁଦ୍ଧା ହୋଇଯିବ ଏବଂ ତା ପରେ କାମ ଦ୍ରୁତଗତିରେ କରାଯାଇ ସମ୍ପୂର୍ଣ୍ଣ କରାଯିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ଉକ୍ତ କାମର ଫଳକ ଅଦ୍ୟାବଧି ଲଗାଯାଇନାହିଁ । ତେବେ ଏହାର ବ୍ୟୟ ଅଟକଳ ୮ କୋଟି ୧୭ ଲକ୍ଷ ୪୨ ହଜାର ୬୫୨ ଟଙ୍କା ବୋଲି ଏନଏଚ ଏସଡିଓ ଗଣେଷ ବେହେରା କହିଛନ୍ତି। ପୁରାତନ ପୋଲର ଆପ୍ରୋଚ ବୁଲାଣି ଯୋଗୁ ବହୁ ଦୁର୍ଘଟଣା ଘଟିଛି । ଏହି ବିପଦପୂର୍ଣ୍ଣ ବୁଲାଣିରେ ଏନଏଚ ତରଫରୁ ସଙ୍କେତ ବୋର୍ଡ ଲଗାଯାଇ ନ ଥିବାରୁ ଏକ ନିର୍ଦ୍ଧିଷ୍ଟ ଜାଗାରେ ହିଁ ଦୁର୍ଘଟଣା ହେଉଛି । ଦୁର୍ଘଟଣାରେ ଅଦ୍ୟାବଧି ପ୍ରାୟ ୨୦ଜଣଙ୍କ ଜୀବନ ଚାଲିଗଲାଣି । ନୂତନ ପୋଲ ହେଲେ ମୋଡାଣି ସିଧା ହୋଇପାରନ୍ତା ଓ ଦୁର୍ଘଟଣା ହୁଅନ୍ତା ନାହିଁ ବୋଲି ଜନସାଧାରଣ ମତପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସକାଳେ ସ୍ତ୍ରୀଙ୍କ ସହ କଥା ହେଲେ ରାତିରେ ଆସିଲା ମୃତ୍ୟୁଖବର, ହାଇଦ୍ରାବାଦରେ କାମ କରୁକରୁ ଶିବା…

ଥୁଆମୂଳ ରାମପୁର,୧୨ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ଦାଦନ ସମସ୍ୟା ଗମ୍ଭୀର ରୂପ ନେଇଛି। ପରିବାର ଚଳାଇବା ପାଇଁ ଭିଟାମାଟି ଛାଡ଼ି ବାହାର ରାଜ୍ୟକୁ…

୧୫ ବର୍ଷୀୟା ନାବାଳିକାଙ୍କୁ ଯୌନଶୋଷଣ, ଜେଲ୍ ଗଲେ ଏହି କ୍ରିକେଟର୍

କାନବେରା,୧୨।୮: ଅଷ୍ଟ୍ରେଲିଆ କ୍ରିକେଟର ଆରନ୍ ସମର୍ସ (Aaron Summers) ୧୫ ବର୍ଷର ଜଣେ ନାବାଳିକା ସହ ଯୌନ ଶୋଷଣ କରିଥିବା ଅଭିଯୋଗରେ ୧୦ ମାସର ଜେଲ୍ ଦଣ୍ଡ…

Surya Grahan 2026: ଏହି ୫ରାଶିଙ୍କ ଜୀବନରେ ଆସିବ ବଡ଼ ପ୍ରଳୟ! ଧନହାନୀ ସହ ପ୍ରେମ ସମ୍ପର୍କରେ ପଡିବ ଭଟ୍ଟା…

ଧାର୍ମିକ ଓ ଖଗୋଳୀୟ ଦୃଷ୍ଟିକୋଣରୁ ଆଜିର ଦିନଟି ବହୁତ ଖାସ୍, କାରଣ ଆଜି ଅର୍ଥାତ୍ ୧୨ ଅଗଷ୍ଟ ୨୦୨୬ ରେ ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ ଲାଗିବାକୁ ଯାଉଛି।…

ମୌଳିକ ସୁବିଧାରୁ ବଞ୍ଚିତ ସିଆଲପଡ଼ାବାସୀ: ଯାତାୟାତ ନେଇ ବଢୁଛି ଚିନ୍ତା

କର୍ଲାମୁଣ୍ଡା,୧୨।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍ର ଯୋରାଡବରା ଗ୍ରାମ ପଞ୍ଚାୟତର କୁଶୁର୍ଲା ରାଜସ୍ବ ଗ୍ରାମର ହାମଲେଟ ହେଉଛି ସିଆଲପଡ଼ା। ତେବେ ପଡ଼ାର ରାସ୍ତାର ଅବସ୍ଥା…

୨୦୦୦ ଟଙ୍କା ପାଇଁ ମା’ଙ୍କୁ ରାସ୍ତା ମଝିରେ ଘୋଷାଡ଼ି ପିଟିଲେ ପୁଅ: ପୋଲିସ ପହଞ୍ଚିବାରୁ ମା’ ଯାହା କହିଲେ ପାଦତଳୁ ଖସିଯିବ ମାଟି

ଜବଲପୁର,୧୨।୮:କଥାରେ ଅଛି, ମା’ ପରି ଦୁନିଆରେ କେହି ନାହିଁ। ଛୁଆ ଯେତେ ବିପଥଗାମୀ ହେଲେ ମଧ୍ୟ, ଜଣେ ମା’ ପାଇଁ ସେ ସବୁବେଳେ ଭଲ ହୋଇଥାଏ। ଏହାର…

ଘର ଭାଙ୍ଗିଲେ, ଫସଲ ଉଜାଡ଼ିଲେ ହାତୀପଲ

ପାଟଣା,୧୨ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ପାଟଣା ସେକ୍ସନ ବିଷ୍ଣୁପୁର ଗାଁରେ ଦୋଳଗୋବିନ୍ଦ ମିଶ୍ରଙ୍କ ଘର ଭାଙ୍ଗିବା ପରେ ପାଟଣା ସେକ୍ସନ ଅନ୍ତର୍ଗତ ମଲ୍ଲିପୋଷି ବିଟ୍‌ର…

କଳାହାଣ୍ଡିରେ ଲଜ୍ଜା: ପ୍ରାର୍ଥନା ବାହାନାରେ ନେଇ ମହିଳାଙ୍କୁ ବଳାତ୍କାର କଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ପାଷ୍ଟିକୁଡି ଅଞ୍ଚଳରୁ ଏକ ଲଜ୍ଜା ଘଟଣା ସାମ୍ନାକୁ ଆସିଛି। ପ୍ରାର୍ଥନା ବାହାନାରେ ଜଣେ ଗର୍ଭବତୀ ମହିଳାଙ୍କୁ…

ରକ୍ଷାବନ୍ଧନରେ ଲାଗିବ ଚନ୍ଦ୍ରଗ୍ରହଣ: ଏହି ୩ ରାଶିଙ୍କ ଉପରେ ବଡ଼ ସଙ୍କଟ! ଜାଣନ୍ତୁ ଅଶୁଭ ପ୍ରଭାବରୁ ବଞ୍ଚିବାର ଉପାୟ

୨୭ ଅଗଷ୍ଟରେ ଶ୍ରାବଣ ପୂର୍ଣ୍ଣିମାର ଆରମ୍ଭ ସକାଳ ୯ଟା ୮ ମିନିଟରେ ହେବ। ଏହାର ସମାପ୍ତି ୨୮ ଅଗଷ୍ଟ ରାତି ୯ଟା ୪୮ ମିନିଟରେ ହେବ। ଏଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri