ଅତୀତକୁ ଝୁରୁଛି ଶିବମାହାରା

ଆରଡ଼ି,୧୭।୩(ଡି.ଏନ.ଏ.)-ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ବାବା ଆଖଣ୍ଡଳମଣି ମନ୍ଦିରର ମାହାତ୍ମ୍ୟ ସର୍ବଜନବିଦିତ। ମନ୍ଦିର ବେଢ଼ାକୁ ଲାଗି ରହିଥିବା ପୁଷ୍କରିଣୀ ପୀଠର ଶୋଭାବର୍ଦ୍ଧନ କରୁଛି। ଭକ୍ତମାନେ ଏହାର ଜଳକୁ ପବିତ୍ରତାର ପ୍ରତୀକ ଭାବେ ଗ୍ରହଣ କରିଥାନ୍ତି। ଏଥିରେ ଆଖଣ୍ଡଳମଣିଙ୍କ ସ୍ନାନ ଓ ପୂଜାର୍ଚ୍ଚନା କାର୍ଯ୍ୟ ହୋଇଥାଏ। ଭକ୍ତମାନେ ପୁଷ୍କରିଣୀରେ ସ୍ନାନ କରି ପୀଠରେ ପୂଜାର୍ଚ୍ଚନା କରିଥାନ୍ତି। ଆରଡ଼ି ପୀଠର ଅନତି ଦୂରରେ ପୁଣ୍ୟତୋୟା ବୈତରଣୀ ଓ ସାଳନ୍ଦୀ ମିଳିତ ହୋଇ ପ୍ରାୟ ୩୦ କି.ମି. ଦୂରରେ ବଙ୍ଗୋପସାଗରରେ ମିଶିଛନ୍ତି। ସମୁଦ୍ରରେ ଜୁଆର ଉଠିଲେ ବୈତରଣୀର ଜଳରାଶି ଫୁଲି ଉଠି ‘ଶିବମାହାରା’ ନାଳ ଦେଇ ଆଖଣ୍ଡଳମଣି ମନ୍ଦିର ସଂଲଗ୍ନ ପୁଷ୍କରିଣୀରେ ମିଶିଥାଏ। ଏଭଳି ଜଳ ପ୍ରବାହ ଯୋଗୁ ପୁଷ୍କରିଣୀ ଜଳ ଶୁଦ୍ଧ ଓ ସ୍ବଚ୍ଛ ରହୁଥିଲା। କାଳକ୍ରମେ ମାହାରା ଓ ପୁଷ୍କରିଣୀ ପୋତି ହୋଇ ପଡ଼ିବାରୁ ଏହାର ଜଳ ପ୍ରଦୂଷିତ ହୋଇଥିଲା। ଆରଡ଼ି ପୀଠର ବିକାଶ ଯୋଜନାରେ ୨୦୧୫ରେ ପୁଷ୍କରିଣୀର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରାୟ ୧ କୋଟି ଟଙ୍କା ଖର୍ଚ୍ଚ କରି ବର୍ଷକ ତଳେ ପୋଖରୀ ଖନନ ଶେଷ କରାଯାଇଛି। କିନ୍ତୁ ଶିବମାହାରା ଖୋଳା ଯାଇ ନ ଥିବାରୁ ଏଥିରେ ନଦୀ ଜଳର ପ୍ରବାହ ହୋଇପାରୁ ନାହିଁ। ପୁଷ୍କରିଣୀକୁ ସଂଯୋଗ କରିଥିବା ମାହାରା ପ୍ରବେଶ ପଥରେ ପୋଲ ତିଆରି ବେଳେ ନିମ୍ନଭାଗକୁ ଅଧିକ ଉଚ୍ଚ କରାଯିବାରୁ ଜଳ ପ୍ରବାହରେ ବାଧା ସୃଷ୍ଟି କରୁଛି। ବୈତରଣୀ ଓ ଶିବମାହାରା ସଂଯୋଗସ୍ଥଳ ନିକଟରେ କେତୋଟି ଚିଙ୍ଗୁଡ଼ିଘେରି ଗଢ଼ି ଉଠିବାରୁ ତାହା ମାହାରା ଜଳରାଶିକୁ ଅଧିକ ଦୂଷିତ କରୁଛି। ଆରଡ଼ି ପୀଠର ସର୍ବାଙ୍ଗୀନ ବିକାଶ ଲାଗି ପ୍ରସ୍ତୁତ ମାଷ୍ଟରପ୍ଲାନ କରାଯିବା ସତ୍ତ୍ୱେ ଶିବମାହାରା ଅସୁରକ୍ଷିତ ଅବସ୍ଥାରେ ରହି ଯେମିତି ଅତୀତକୁ ଝୁରି ହେଉଛି। ସ୍ଥାନୀୟ ଅଞ୍ଚଳବାସୀ ଓ ଆରଡ଼ିକୁ ଆସୁଥିବା ଶ୍ରଦ୍ଧାଳୁମାନେ ପ୍ରଦୂଷିତ ଶିବମାହାରା ଓ ମନ୍ଦିର ପୁଷ୍କରିଣୀକୁ ଦେଖି କ୍ଷୋଭ ପ୍ରକାଶ କରୁଛନ୍ତି।
ପ୍ରାୟ ୩୫୦ବର୍ଷ ପୂର୍ବେ ଆରଡ଼ି ପୀଠରେ ପ୍ରଭୁଙ୍କର ଅଭ୍ୟୁଦୟ ହୋଇଥିବା କୁହାଯାଏ। ଏହାର ପ୍ରାୟ ଶହେବର୍ଷ ପରେ କନିକାର ତତ୍କାଳୀନ ମହାରାଜା ହରିହର ଭଞ୍ଜ ବାବାଙ୍କ ସ୍ନାନ କାର୍ଯ୍ୟ ପାଇଁ ଉକ୍ତ ପୁଷ୍କରିଣୀ ଖୋଳାଇଥିଲେ। ପୁଷ୍କରିଣୀକୁ ପ୍ରତ୍ୟହ ବୈତରଣୀ ଜଳ ଅଣାଯିବାକୁ ଦୀର୍ଘ ୧ କି.ମି. ଦୂରତା ବିଶିଷ୍ଟ ଶିବମାହାରା ଖୋଳାଯାଇଥିଲା। ଏହାର ଓସାର ୧୫ ଫୁଟ ଓ ଗଭୀରତା ପ୍ରାୟ ୫ଫୁଟ ରହିଥିଲା। ସମୟକ୍ରମେ ଏହି ନାଳ ଓ ପୁଷ୍କରିଣୀ ପୋତି ହୋଇ ପଡ଼ିବାରୁ ଏହାର ପୁନରୁଦ୍ଧାର ଯୋଜନା କରାଯାଇଥିଲେ ବି କେବଳ ପୁଷ୍କରିଣୀ ଖନନରେ କାର୍ଯ୍ୟ ସୀମିତ ରହିଛି। ଜିଲା ପ୍ରଶାସନ ପ୍ରତିବର୍ଷ ଡ୍ରେନେଜ ବିଭାଗକୁ ମାହାରା ଖନନ ପାଇଁ ପରାମର୍ଶ ଦେଉଥିଲେ ବି ତାହା କାର୍ଯ୍ୟକାରୀ ହେଉନାହିଁ। ବର୍ତ୍ତମାନ କେବଳ ଅମାବାସ୍ୟା କିମ୍ବା ପୂର୍ଣ୍ଣିମା ତିଥିରେ ଅଧିକ ଜୁଆର ଆସିଲେ ମାତ୍ର ୫ରୁ ୬ଥର ନଦୀ ଜଳ ଅଳ୍ପ ପରିମାଣରେ ପୁଷ୍କରିଣୀକୁ ଆସୁଛି। ଶିବମାହାରାକୁ ଲାଗି ଗଢ଼ିଉଠିଥିବା ଚିଙ୍ଗୁଡ଼ି ଘେରିର ଦୂଷିତ ଜଳ ମାହାରା ଜଳରେ ମିଶୁଥିବାରୁ ଏହା ଆଖଣ୍ଡଳମଣିଙ୍କ ପବିତ୍ର ପୁଷ୍କରିଣୀକୁ ଅଧିକ ପ୍ରଦୂଷିତ କରୁଥିବା ଅଭିଯୋଗ ହେଉଛି। ଏହି ପରିପ୍ରେକ୍ଷୀରେ ଶିବମାହାରା ଦେଇ ନଦୀଜଳ କିପରି ପୁଷ୍କରିଣୀକୁ ପ୍ରବେଶ କରିପାରିବ ସେଥିପ୍ରତି ଗୁରୁତ୍ୱ ଦେବାକୁ ଜିଲା ପ୍ରଶାସନ ନିକଟରେ ଦାବି କରାଯାଇଥିବା ସାମାଜିକ କର୍ମୀ ସରୋଜ ଦାସ କହିଛନ୍ତି। ଚଳିତବର୍ଷ ଶେଷ ସୁଦ୍ଧା ମାହାରା ଖନନ ନ ହେଲେ ଆନ୍ଦୋଳନ କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଭଦ୍ରକ ଉପଜିଲାପାଳ ତଥା ମ୍ୟାନେଜିଂ ଟ୍ରଷ୍ଟି ପୀତାମ୍ବର ସାମଲଙ୍କୁ ପଚାରିବାରୁ କହିଛନ୍ତି, ଆଖଣ୍ଡଳମଣି ପୀଠର ବିକାଶ ପାଇଁ ମାଷ୍ଟରପ୍ଲାନ ଅନୁଯାୟୀ ଶୀଘ୍ର ମାହାରା ଖନନ କରାଯିବ। ଚିଙ୍ଗୁଡ଼ି ଘେରିର ବିଷାକ୍ତ ଜଳ ମାହାରାକୁ ଯଦି ପ୍ରବେଶ କରୁଥିବ ତାହାକୁ ବନ୍ଦ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରବିବାରଠାରୁ ଭୀମସାର୍‌ରେ ହେବ କରୋନା ପୁଲ୍‌ ଟେଷ୍ଟ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮।୪(ବ୍ୟୁରୋ): ରବିବାରଠାରୁ ସମ୍ବଲପୁରରେ କରୋନା ପୁଲ୍‌ ଟେଷ୍ଟ କରାଯିବ। ବୀର ସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ(ଭୀମସାର)ରେ ସମୀକ୍ଷା ପରେ ଶନିବାର...

ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ

ଭଦ୍ରକ ଅଫିସ, ୧୧।୮ – ଭଦ୍ରକ ପୁରୁଣାବଜାର ଥାନା ପୋଲିସ ପକ୍ଷରୁ ଶନିବାର ଅପରାହ୍ନରେ ବିଭିନ୍ନ ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରାଯାଇଛି। ଆସନ୍ତା ସୋମବାର ପବିତ୍ର ଇଦ୍‌-ଉଲ୍‌-ଜୁହା...

ମାଲକାନଗିରି ପରେ ଏବେ ଏସ୍‌ସିବି: ଟିକ୍‌ଟକ୍‌ରେ ମାତିଛନ୍ତି ଆଟେଣ୍ଡାଣ୍ଟ, ଭିଡିଓ ଭାଇରାଲ

କଟକ ଅଫିସ, ୨୮।୬: ମାଲକାନଗିରି ପରେ କଟକ ଏସ୍‌ସିବି ମେଡିକାଲରେ ସମାନ ଅବସ୍ଥା। ପୂର୍ବରୁ ଅସହାୟ ରୋଗୀମାନେ ବିିଭିନ୍ନ ସମୟରେ ଚିକିତ୍ସା ନ ପାଇଁ ମୃତ୍ୟୁବରଣ...

ଥମୁନି ସ୍ମିତାରାଣୀ ମୃତ୍ୟୁ ରାଜନୀତି : ୫ରେ ସବୁ ଜିଲାପାଳଙ୍କ ଅଫିସ ଆଗରେ ଭାଜପାର ବିକ୍ଷୋଭ

ଭୁବନେଶ୍ୱର,୪ା୧୧(ବ୍ୟୁରୋ) : ଯାଜପୁର ଜିଲା ହରିଦାସପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ୧୮ ଦିନ ବିତିଯାଇଛି। ସ୍ମିତାରାଣୀଙ୍କୁ ନ୍ୟାୟ ଦେବା ପାଇଁ ବାରମ୍ବାର...

ଅମାନବୀୟ ଘଟଣା: ଯୁବକଙ୍କୁ ଅଧା ଲଣ୍ଡାକରି ଗାଁରେ ବୁଲାଇଲେ, ପାଣି ମାଗିବାରୁ ପରିସ୍ରା ପିଆଇଲେ

ଭଦ୍ରକ ଅଫିସ, ୪।୮: ଭଦ୍ରକ ଜିଲା ତିହିଡି ଥାନା ଅନ୍ତର୍ଗତ ବାଉଁଶବାଗ ଗ୍ରାମରେ ଏକ ଅମାନବୀୟ କାଣ୍ଡ ଘଟିଛି। ବିବାହିତାଙ୍କ ସହ ସମ୍ପର୍କ ରଖିବାକୁ ନେଇ...

ଏସ୍‌ସିବି ମେଡିକାଲରେ ଖୋଲିଲା ଜରୁରୀକାଳୀନ ଲୋକସମ୍ପର୍କ କାର୍ଯ୍ୟାଳୟ

କଟକ ଅଫିସ,୧୫।୨: କଟକ ଏସ୍‌ସିବି ମେଡିକାଲ ପରିସରରେ ୨୪ ଘଣ୍ଟିଆ ଜରୁରିକାଳୀନ ଲୋକ ସମ୍ପର୍କ କାର୍ଯ୍ୟାଳୟ ଶୁକ୍ରବାର ଉଦ୍‌ଘାଟିତ ହୋଇଛି। ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ...

ଫନୀ ପରେ ନଡ଼ିଆଚାଷ ଚିନ୍ତା : ଯୋଜନା ହେଉଛି, ନାହିଁ ସଚେତନତା

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ) : ଗତ ମେ ମାସ ୩ ତାରିଖରେ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ ଫନୀ ଉପକୂଳ ଓଡିଶାରେ ଭୟଙ୍କର ପ୍ରଭାବ ସୃଷ୍ଟି କରିଥିଲା।...

ବ୍ରାହ୍ମଣୀ ନଦୀ ଡଙ୍ଗାବୁଡ଼ି ଘଟଣା: ୪ ନିଖୋଜଙ୍କ ପତ୍ତା ମିଳୁନି

ପରଜଙ୍ଗ, ୮।୯(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ ଅଧୀନ ରୋଡ୍‌ ପଞ୍ଚାୟତ କୁନ୍ଦନଦେଈପୁର ଗ୍ରାମ ନିକଟରେ ପ୍ରବାହିତ ବ୍ରାହ୍ମଣୀ ନଦୀ ଡଙ୍ଗାବୁଡ଼ି ଘଟଣାକୁ ପାଖାପାଖି ୧୮ ଘଣ୍ଟା...

Coronavirus Update


Archives

Model This Week

Why Dharitri