ଅତୀତକୁ ଝୁରୁଛି ଶିବମାହାରା

ଆରଡ଼ି,୧୭।୩(ଡି.ଏନ.ଏ.)-ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ବାବା ଆଖଣ୍ଡଳମଣି ମନ୍ଦିରର ମାହାତ୍ମ୍ୟ ସର୍ବଜନବିଦିତ। ମନ୍ଦିର ବେଢ଼ାକୁ ଲାଗି ରହିଥିବା ପୁଷ୍କରିଣୀ ପୀଠର ଶୋଭାବର୍ଦ୍ଧନ କରୁଛି। ଭକ୍ତମାନେ ଏହାର ଜଳକୁ ପବିତ୍ରତାର ପ୍ରତୀକ ଭାବେ ଗ୍ରହଣ କରିଥାନ୍ତି। ଏଥିରେ ଆଖଣ୍ଡଳମଣିଙ୍କ ସ୍ନାନ ଓ ପୂଜାର୍ଚ୍ଚନା କାର୍ଯ୍ୟ ହୋଇଥାଏ। ଭକ୍ତମାନେ ପୁଷ୍କରିଣୀରେ ସ୍ନାନ କରି ପୀଠରେ ପୂଜାର୍ଚ୍ଚନା କରିଥାନ୍ତି। ଆରଡ଼ି ପୀଠର ଅନତି ଦୂରରେ ପୁଣ୍ୟତୋୟା ବୈତରଣୀ ଓ ସାଳନ୍ଦୀ ମିଳିତ ହୋଇ ପ୍ରାୟ ୩୦ କି.ମି. ଦୂରରେ ବଙ୍ଗୋପସାଗରରେ ମିଶିଛନ୍ତି। ସମୁଦ୍ରରେ ଜୁଆର ଉଠିଲେ ବୈତରଣୀର ଜଳରାଶି ଫୁଲି ଉଠି ‘ଶିବମାହାରା’ ନାଳ ଦେଇ ଆଖଣ୍ଡଳମଣି ମନ୍ଦିର ସଂଲଗ୍ନ ପୁଷ୍କରିଣୀରେ ମିଶିଥାଏ। ଏଭଳି ଜଳ ପ୍ରବାହ ଯୋଗୁ ପୁଷ୍କରିଣୀ ଜଳ ଶୁଦ୍ଧ ଓ ସ୍ବଚ୍ଛ ରହୁଥିଲା। କାଳକ୍ରମେ ମାହାରା ଓ ପୁଷ୍କରିଣୀ ପୋତି ହୋଇ ପଡ଼ିବାରୁ ଏହାର ଜଳ ପ୍ରଦୂଷିତ ହୋଇଥିଲା। ଆରଡ଼ି ପୀଠର ବିକାଶ ଯୋଜନାରେ ୨୦୧୫ରେ ପୁଷ୍କରିଣୀର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରାୟ ୧ କୋଟି ଟଙ୍କା ଖର୍ଚ୍ଚ କରି ବର୍ଷକ ତଳେ ପୋଖରୀ ଖନନ ଶେଷ କରାଯାଇଛି। କିନ୍ତୁ ଶିବମାହାରା ଖୋଳା ଯାଇ ନ ଥିବାରୁ ଏଥିରେ ନଦୀ ଜଳର ପ୍ରବାହ ହୋଇପାରୁ ନାହିଁ। ପୁଷ୍କରିଣୀକୁ ସଂଯୋଗ କରିଥିବା ମାହାରା ପ୍ରବେଶ ପଥରେ ପୋଲ ତିଆରି ବେଳେ ନିମ୍ନଭାଗକୁ ଅଧିକ ଉଚ୍ଚ କରାଯିବାରୁ ଜଳ ପ୍ରବାହରେ ବାଧା ସୃଷ୍ଟି କରୁଛି। ବୈତରଣୀ ଓ ଶିବମାହାରା ସଂଯୋଗସ୍ଥଳ ନିକଟରେ କେତୋଟି ଚିଙ୍ଗୁଡ଼ିଘେରି ଗଢ଼ି ଉଠିବାରୁ ତାହା ମାହାରା ଜଳରାଶିକୁ ଅଧିକ ଦୂଷିତ କରୁଛି। ଆରଡ଼ି ପୀଠର ସର୍ବାଙ୍ଗୀନ ବିକାଶ ଲାଗି ପ୍ରସ୍ତୁତ ମାଷ୍ଟରପ୍ଲାନ କରାଯିବା ସତ୍ତ୍ୱେ ଶିବମାହାରା ଅସୁରକ୍ଷିତ ଅବସ୍ଥାରେ ରହି ଯେମିତି ଅତୀତକୁ ଝୁରି ହେଉଛି। ସ୍ଥାନୀୟ ଅଞ୍ଚଳବାସୀ ଓ ଆରଡ଼ିକୁ ଆସୁଥିବା ଶ୍ରଦ୍ଧାଳୁମାନେ ପ୍ରଦୂଷିତ ଶିବମାହାରା ଓ ମନ୍ଦିର ପୁଷ୍କରିଣୀକୁ ଦେଖି କ୍ଷୋଭ ପ୍ରକାଶ କରୁଛନ୍ତି।
ପ୍ରାୟ ୩୫୦ବର୍ଷ ପୂର୍ବେ ଆରଡ଼ି ପୀଠରେ ପ୍ରଭୁଙ୍କର ଅଭ୍ୟୁଦୟ ହୋଇଥିବା କୁହାଯାଏ। ଏହାର ପ୍ରାୟ ଶହେବର୍ଷ ପରେ କନିକାର ତତ୍କାଳୀନ ମହାରାଜା ହରିହର ଭଞ୍ଜ ବାବାଙ୍କ ସ୍ନାନ କାର୍ଯ୍ୟ ପାଇଁ ଉକ୍ତ ପୁଷ୍କରିଣୀ ଖୋଳାଇଥିଲେ। ପୁଷ୍କରିଣୀକୁ ପ୍ରତ୍ୟହ ବୈତରଣୀ ଜଳ ଅଣାଯିବାକୁ ଦୀର୍ଘ ୧ କି.ମି. ଦୂରତା ବିଶିଷ୍ଟ ଶିବମାହାରା ଖୋଳାଯାଇଥିଲା। ଏହାର ଓସାର ୧୫ ଫୁଟ ଓ ଗଭୀରତା ପ୍ରାୟ ୫ଫୁଟ ରହିଥିଲା। ସମୟକ୍ରମେ ଏହି ନାଳ ଓ ପୁଷ୍କରିଣୀ ପୋତି ହୋଇ ପଡ଼ିବାରୁ ଏହାର ପୁନରୁଦ୍ଧାର ଯୋଜନା କରାଯାଇଥିଲେ ବି କେବଳ ପୁଷ୍କରିଣୀ ଖନନରେ କାର୍ଯ୍ୟ ସୀମିତ ରହିଛି। ଜିଲା ପ୍ରଶାସନ ପ୍ରତିବର୍ଷ ଡ୍ରେନେଜ ବିଭାଗକୁ ମାହାରା ଖନନ ପାଇଁ ପରାମର୍ଶ ଦେଉଥିଲେ ବି ତାହା କାର୍ଯ୍ୟକାରୀ ହେଉନାହିଁ। ବର୍ତ୍ତମାନ କେବଳ ଅମାବାସ୍ୟା କିମ୍ବା ପୂର୍ଣ୍ଣିମା ତିଥିରେ ଅଧିକ ଜୁଆର ଆସିଲେ ମାତ୍ର ୫ରୁ ୬ଥର ନଦୀ ଜଳ ଅଳ୍ପ ପରିମାଣରେ ପୁଷ୍କରିଣୀକୁ ଆସୁଛି। ଶିବମାହାରାକୁ ଲାଗି ଗଢ଼ିଉଠିଥିବା ଚିଙ୍ଗୁଡ଼ି ଘେରିର ଦୂଷିତ ଜଳ ମାହାରା ଜଳରେ ମିଶୁଥିବାରୁ ଏହା ଆଖଣ୍ଡଳମଣିଙ୍କ ପବିତ୍ର ପୁଷ୍କରିଣୀକୁ ଅଧିକ ପ୍ରଦୂଷିତ କରୁଥିବା ଅଭିଯୋଗ ହେଉଛି। ଏହି ପରିପ୍ରେକ୍ଷୀରେ ଶିବମାହାରା ଦେଇ ନଦୀଜଳ କିପରି ପୁଷ୍କରିଣୀକୁ ପ୍ରବେଶ କରିପାରିବ ସେଥିପ୍ରତି ଗୁରୁତ୍ୱ ଦେବାକୁ ଜିଲା ପ୍ରଶାସନ ନିକଟରେ ଦାବି କରାଯାଇଥିବା ସାମାଜିକ କର୍ମୀ ସରୋଜ ଦାସ କହିଛନ୍ତି। ଚଳିତବର୍ଷ ଶେଷ ସୁଦ୍ଧା ମାହାରା ଖନନ ନ ହେଲେ ଆନ୍ଦୋଳନ କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଭଦ୍ରକ ଉପଜିଲାପାଳ ତଥା ମ୍ୟାନେଜିଂ ଟ୍ରଷ୍ଟି ପୀତାମ୍ବର ସାମଲଙ୍କୁ ପଚାରିବାରୁ କହିଛନ୍ତି, ଆଖଣ୍ଡଳମଣି ପୀଠର ବିକାଶ ପାଇଁ ମାଷ୍ଟରପ୍ଲାନ ଅନୁଯାୟୀ ଶୀଘ୍ର ମାହାରା ଖନନ କରାଯିବ। ଚିଙ୍ଗୁଡ଼ି ଘେରିର ବିଷାକ୍ତ ଜଳ ମାହାରାକୁ ଯଦି ପ୍ରବେଶ କରୁଥିବ ତାହାକୁ ବନ୍ଦ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ଅଗଷ୍ଟ ୩ରୁ ୫ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର, ୨୧।୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଅଗଷ୍ଟ ୩ରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତ ଅବସରରେ ସେ…

୪ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଆରଆଇ 

ସୁନ୍ଦରଗଡ/ କୁଆଁରମୁଣ୍ଡା,୨୧।୭(ଜୟ ନାରାୟଣ ମେଣ୍ଡୁଳି/ ମହେନ୍ଦ୍ର କୁମାର ସାହୁ ): ସୁନ୍ଦରଗଡ ଜିଲା କୁଆରମୁଣ୍ଡା ତହସିଲ ଅଧୀନ କଲୋସିହିରା ସର୍କଲର ରାଜସ୍ୱ ନିରୀକ୍ଷକ ଲାଞ୍ଚ ନେଉଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri