ବାଲିଗୁଡ଼ା,୨୨।୬(ଡି.ଏନ୍.ଏ.): ଦେବସ୍ନାନ ପୂର୍ଣ୍ଣିମା ପରଠାରୁ ଚତୁର୍ଦ୍ଧା ବିଗ୍ରହଙ୍କୁ ଗତ ୧୭ ତାରିଖଠାରୁ ଅଣସର ଘରେ ରଖାଯାଇଛି। ଅତ୍ୟଧିକ ସ୍ନାନ ଯୋଗୁ ବିଗ୍ରହମାନେ ଜ୍ୱରରେ ପୀଡ଼ିତ ହୋଇଛନ୍ତି। ଅସୁସ୍ଥ ଶ୍ରୀଜୀଉଙ୍କୁ ସୁସ୍ଥ କରିବା ଲାଗି ସେବାୟତମାନେ ଅଣସର ଘରେ ଗୁପ୍ତ ସେବାକାର୍ଯ୍ୟ ଜାରି ରଖିଛନ୍ତି। ଠାକୁର ୧୫ ଦିନ ଅଣସର ଘରେ ରହିବା ଯୋଗୁ ଶ୍ରଦ୍ଧାଳୁମାନେ ଦର୍ଶନ କରିପାରିବେ ନାହିଁ । ଏହି ସମୟରେ ସେମାନେ ପଟିଦିଅଁଙ୍କୁ ପୂଜା କରିବେ।
ଏ ନେଇ ବାଲିଗୁଡ଼ା ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ଜଗନ୍ନାଥ ମନ୍ଦିରରେ ଶ୍ରଦ୍ଧାଳୁମାନେ ପଟିଦିଅଁଙ୍କୁ ପୂଜାର୍ଚ୍ଚନା କରୁଛନ୍ତି। ଅସୁସ୍ଥ ଠାକୁରଙ୍କ ସେବାରେ ଯେପରି ବ୍ୟାଘାତ ନ ହେବ, ସେନେଇ ଜଗନ୍ନାଥ ମନ୍ଦିରରେ ଯଥାସମ୍ଭବ ନୀରବତା ରକ୍ଷା କରାଯାଉଛି। ଅସୁସ୍ଥ ହୋଇ ଅଣସର ଘରେ ଥିବା ଠାକୁରଙ୍କ ପାଖରେ କେବଳ ଫଳମୂଳ ଭୋଗ କରାଯାଉଛି। ମହାପ୍ରଭୁଙ୍କ ସେବକମାନେ ଅଣସର ଘରେ ଅତ୍ୟନ୍ତ ନିଷ୍ଠାର ସହ ସେବାକାର୍ଯ୍ୟ ଜାରି ରଖିଛନ୍ତି।
ଏହି ସମୟରେ ସେବକମାନେ ଶରୀରରେ କୌଣସି ଅଳଙ୍କାର ନ ପିନ୍ଧି କେବଳ ଶୁଭବସ୍ତ୍ର ପରିଧାନ ପୂର୍ବକ ମହାପ୍ରଭୁଙ୍କ ଗୁପ୍ତ ସେବାରେ ନିୟୋଜିତ ଅଛନ୍ତି। ପଟିଦିଅଁଙ୍କୁ ପ୍ରତିଦିନ ପୂଜା କରିବା ଲାଗି ସକାଳେ ଓ ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ଆସନ୍ତା ୨ ତାରିଖରେ ନବଯୌବନ ବେଶରେ ଶ୍ରୀଜୀଉ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ।

ବିରୋଧରୁ ଫେରିଗଲା ପ୍ରବାସୀଙ୍କ ବସ୍
ଗୋପାଳପୁର,୧୯ା୫- କରୋନା ଭାରତରେ ଭୟଙ୍କର ରୂପେ ଧାରଣ କରିଥିବା ବେଳେ ଓଡ଼ିଶାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି। ଅନ୍ୟପଟେ ଗଞ୍ଜାମ ଜିଲାକୁ...

ମଦମୁକ୍ତି ଅଭିଯାନରେ କାଳିଞ୍ଜି ସମାଜ ସାମିଲ
ବେଗୁନିଆପଡ଼ା,୧୪ା୬(ଡି.ଏନ.ଏ.)-ବେଗୁନିଆପଡ଼ା ବ୍ଲକ ଷଣ୍ଢମୂଳ ପଞ୍ଚାୟତ ଶାଳବଣ ଗ୍ରାମରୁ ଓଡ୍ର ଖଣ୍ଡାୟତ କାଳିଞ୍ଜି ଓଡ଼ିଆ ସମାଜ ପକ୍ଷରୁ ମଦମୁକ୍ତି ଆନ୍ଦୋଳନ ଆରମ୍ଭ ହୋଇଛି। ବ୍ଲକ ଅନ୍ତର୍ଗତ ନୂଆଗଡ଼...

ଆସିକା ପ୍ରବେଶପଥ ସିଲ୍
ଆସିକା,୧ା୭(ଡି.ଏନ୍.ଏ) ଆସିକା ସହରାଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜନସମାଗମକୁ ରୋକିବା ଲକ୍ଷ୍ୟରେ ପ୍ରଶାସନ ପକ୍ଷରୁ ସହରର ମୁଖ୍ୟ ପ୍ରବେଶ ପଥକୁ ବୁଧବାର ସିଲ...

ମାଟ୍ରିକ୍ ପାସ୍ କଲେ ସୋରଡା ବିଧାୟକ; ରହିଲା B2 ଗ୍ରେଡ୍
ସୋରଡା,୨୪।୮(ଡି.ଏନ୍.ଏ.): ମାଟ୍ରିକ ଅଫଲାଇନ୍ ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ଗଞ୍ଜାମ ଜିଲା ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ପାସ କରିଛନ୍ତି। ସେ ୫୦୦ରୁ ୩୪୦...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ: ଥମୁନି ଅଣଛାତ୍ରଙ୍କ ଗୁଣ୍ଡାରାଜ
ବ୍ରହ୍ମପୁର ଅଫିସ,୨୧ା୯-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅଣଛାତ୍ରଙ୍କ ଗୁଣ୍ଡାରାଜ ଥମିବା ପରିବର୍ତ୍ତେ ଦିନକୁ ଦିନ ବଢିବାରେ ଲାଗିଛି ା କିଛିଦିନ ତଳେ ଦୁଇ ଛାତ୍ର ନବାଗତ ଛାତ୍ରଙ୍କ ହଷ୍ଟେଲକୁ...

କୀଟନାଶକ ଗନ୍ଧରେ ୨ ଭଉଣୀଙ୍କ ମୃତ୍ୟୁ
ଦିଗପହଣ୍ଡି,୨୮ା୧୨(ଡିଏନଏ)- ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ଗ୍ରାମ ତଳସାହିରେ ରହୁଥିବା ମୋହନ ରେଡ୍ଡୀଙ୍କ ୨ ନାତୁଣୀ ଟିକିନା (୬) ଓ ସୋମା(୯)ଙ୍କର ଶୁକ୍ରବାର...
ପୁଣି ବିଦ୍ୟାଳୟରେ ଭୂତଭୟ
ବୁଗୁଡା,୨୨ା୧୦(ଡି.ଏନ୍.ଏ.)-ବୁଗୁଡା ବ୍ଲକ ବାଲିପଦର ଶ୍ରୀରଘୁନାଥ ସ୍ବାମୀ ବାଳିକା ବିଦ୍ୟାଳୟରେ ସୋମବାର ପୁଣି ଛାତ୍ରୀମାନଙ୍କ ଠାରେ ଅସ୍ବାଭାବିକ ଆଚରଣ ଦେଖା ଦେଇଛି। ସକାଳେ ପ୍ରାର୍ଥନା ସଭା ଚାଲିଥିବାବେଳେ...

ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭ରେ ପହଞ୍ଚିଲା
ଗଞ୍ଜାମ,୮ା୫(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଶୁକ୍ରବାର ସକାଳେ ପୁଣି ୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲାରେ ମୋଟ୍...