‘ଅଞ୍ଚଳଭିତ୍ତିକ ପାରମ୍ପରିକ କୃଷିକୁ ଅଣଦେଖା ନେଇ ଗୃହରେ ଉଦ୍‌ବେଗ’

ଭୁବନେଶ୍ୱର,୧୮ା୭(ବ୍ୟୁରୋ): ରାଜ୍ୟରେ ୬୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭରଶୀଳ। ହେଲେ ସରକାର କୃଷି ଏବଂ କୃଷକଙ୍କୁ ନେଇ ରହିଥିବା ପ୍ରକୃତ ସମସ୍ୟା ହୃଦୟଙ୍ଗମ କରିବାରେ ଅସମର୍ଥ ବୋଲି ଖର୍ଚ୍ଚଦାବି ଆଲୋଚନା ବେଳେ ଏକାଧିକ ବିରୋଧୀ ସଦସ୍ୟ ମତ ରଖିଛନ୍ତି। ଆଲୋଚନାକୁ ଆରମ୍ଭକରି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି ଯେ, ପଦ୍ମଶ୍ରୀ ଦୈତାରୀ ନାଏକ ଖାଇବାକୁ ପାଉନାହାନ୍ତି। ଏହି ଖବର ହିଁ ରାଜ୍ୟ ସରକାରଙ୍କ ଅପାରଗତାକୁ ଦର୍ଶାଇଛି। ଗଙ୍ଗାଧର ମେହେରଙ୍କ ନାଁରେ ଜଳସେଚନ ପ୍ରକଳ୍ପ କରାଯାଇଛି, ହେଲେ ପର୍ଯ୍ୟାପ୍ତ ଅର୍ଥ ପ୍ରଦାନ କରାଯାଇନାହିଁ। ତେଣୁ ଏହା ଗଙ୍ଗାଧର ମେହେରଙ୍କ ପ୍ରତି ଅସମ୍ମାନ। ଆଳୁ ମିଶନକୁ ଆଶ୍ରା କରି ଶୀତଳଭଣ୍ଡାର କରିଥିବା ଉଦ୍ୟୋଗୀ ହନ୍ତସନ୍ତ ହେଉଛନ୍ତି। ସୂର୍ଯ୍ୟମୁଖୀ ଚାଷର ଆଦର ଥାଇ ବି ମାର୍କେଟିଙ୍ଗ ପ୍ରକ୍ରିୟା ଠିକ୍‌ ନାହିଁ। ଅନେକ ପାରମ୍ପରିକ କୃଷି ଅବହେଳିତ। ତୃଣମୂଳସ୍ତରରେ ନିଯୁକ୍ତ ଭିଏଲ୍‌ଡବ୍‌ଲ୍ୟୁ ଗ୍ରାମାଞ୍ଚଳକୁ ଗସ୍ତ କରୁ ନାହାନ୍ତି। ଫନୀ ପ୍ରଭାବିତ ପାନଚାଷୀଙ୍କ ବ୍ୟାପକ ଦୁରବସ୍ଥା ରହିଛି। ତେଣୁ ସରକାର ଚାଷୀଙ୍କ ହିତ ପାଇଁ ଏକ ସର୍ବଦଳୀୟ କମିଟି କରି ସ୍ବତନ୍ତ୍ର ଆଲୋଚନା ପାଇଁ ଚେଷ୍ଟା କରନ୍ତୁ ବୋଲି ବିଷ୍ଣୁ ସେଠୀ କହିଛନ୍ତି।
ତାଙ୍କ ପରେ ଶାସକ ସଭ୍ୟ ପ୍ରଫୁଲ ସାମଲ ଏବଂ ପ୍ରମୋଦ ମଲିକ ଖର୍ଚ୍ଚଦାବିକୁ ସମର୍ଥନ କରିଥିଲେ। କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜା ସରକାରଙ୍କୁ କଡା ସମାଲୋଚନା କରିଥିଲେ। ସନ୍ତୋଷ କହିଥିଲେ ଯେ, ଧାନ ବିକିବାକୁ ମଣ୍ଡି ନାହିଁ। ଟ୍ରାକ୍ଟରଟିଏ କିଣିବା ପାଇଁ ସର୍ବନିମ୍ନ ୫ରୁ ୬ ଲକ୍ଷ ଟଙ୍କା ଦରକାର ହୋଇଥାଏ, ହେଲେ ସରକାର ମାତ୍ର ୯୦,୦୦୦ ଟଙ୍କାର ସହାୟତା ଦେଉଛନ୍ତି। ତେଣୁ ସାଧାରଣ ଚାଷୀ କିପରି କିଣିବ ବୋଲି ସାଲୁଜା ପ୍ରଶ୍ନ କରିଛନ୍ତି। ବିରୋଧୀ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି ଯେ, ଚାଷୀ ପାଇଁ ହେଉଥିବା ବଜେଟ ପାଇଁ ରାଜ୍ୟ ସରକାର ବିଶ୍ୱବ୍ୟାଙ୍କ ଉପରେ ନିର୍ଭରଶୀଳ। ପନିପରିବା ଚାଷକୁ ପ୍ରୋତ୍ସାହନ ଦିଆଯିବା ସହ ବିଜୁଳି ସୁବିଧା ମଧ୍ୟ ଯୋଗାଇ ଦେବାର ଆବଶ୍ୟକତା ରହିଛି। ଶାସକ ସଭ୍ୟ ଅନନ୍ତ ଦାସ କହିଥିଲେ ଯେ, ଚାଷରେ ଜୈବିକ ସାର ପ୍ରୟୋଗକୁ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ପୂର୍ବଭଳି ଚକବନ୍ଦୀ ବ୍ୟବସ୍ଥା ପ୍ରଚଳନ କରିବା ପାଇଁ ଅନନ୍ତ ପ୍ରସ୍ତାବ ଦେଇଥିଲେ। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ, ସ୍ବତନ୍ତ୍ର କୃଷି ବଜେଟ ଉପସ୍ଥାପନ କରିଦେଲେ କିମ୍ବା ବିଭାଗର ନାମ ପରିବର୍ତ୍ତନ କରିଦେଲେ ଚାଷୀଙ୍କ ଉନ୍ନତି ହେବ ନାହିଁ। ଆଖୁ ଚାଷ ଏବଂ କଫି ଚାଷକୁ ପ୍ରୋତ୍ସାହନ ଦିଆଯାଉନାହିଁ। କୋରାପୁଟର ସ୍ଥାନୀୟ ଚାଷକୁ ଗୁରୁତ୍ୱ ଦିଆଗଲେ ଅନେକ ଲୋକ ଉପକୃତ ହୁଅନ୍ତେ। ମାଛ ପାଇଁ ଆନ୍ଧ୍ର ଉପରେ ନିର୍ଭରଶୀଳ, ହେଲେ ରାଜ୍ୟରେ ଥିବା ପୋଖରୀକୁ ମାଛ ଉତ୍ପାଦନ ନିମନ୍ତେ ବ୍ୟବହାର କରାଯାଉ ନାହିଁ ବୋଲି ତାରା କହିଥିଲେ। ସ୍ବାଧୀନ ସଭ୍ୟ ମକରନ୍ଦ ମୁଦୁଲି କୃଷି ବଜେଟ ଦ୍ୱିଗୁଣିତ କରିବା ସହ ଚାଷୀଙ୍କୁ ସବୁ ପ୍ରକାର ସହାୟତା ଦେବା ପାଇଁ ମତ ରଖିଥିଲେ। ରାୟଗଡ଼ାରେ ଏକ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ କରିବା ପାଇଁ ଦାବି କରିବା ସହ କପାଚାଷକୁ ପ୍ରୋତ୍ସାହନ ଦେବା ପାଇଁ ମତ ରଖିଥିଲେ। ଆଲୋଚନା ପରେ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ବକ୍ତବ୍ୟ ସରିବା ପୂର୍ବରୁ ୨ ବିରୋଧୀ ଦଳ(ଭାଜପା ଓ କଂଗ୍ରେସ) କକ୍ଷତ୍ୟାଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜନଗଣନା ସର୍ଭେ କରିବାକୁ ଯାଇଥିଲେ ଶିକ୍ଷକ, ଘେରିଗଲେ ମହୁମାଛି: ଆଉ ତା’ପରେ…

ନୂଆପଡ଼ା,୨୦ା୪ (ମକାରୁ ବେମାଲ):ଜନଗଣନା ସର୍ଭେ କାର୍ଯ୍ୟରେ ନିୟୋଜିତ ଜଣେ ଶିକ୍ଷକ ମହୁମାଛି ଆକ୍ରମଣରେ ଗୁରୁତର ହୋଇ ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଆହତ ଶିକ୍ଷକ…

ଗଞ୍ଜାମରେ ଏହି ଦିନଠୁ ସ୍କୁଲ ଛୁଟି ଘୋଷଣା: ପ୍ରବଳ ଖରାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି

ଛତ୍ରପୁର ୨୦।୪(ଦିଲ୍ଲୀପ ସାମଲ ): ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଜିଲାର…

‘କବିସୂର୍ଯ୍ୟଙ୍କ ରଚନାବଳୀ ଅତ୍ୟନ୍ତ ମର୍ମସ୍ପର୍ଶୀ ଓ କାଳଜୟୀ’, ଐତିହ୍ୟ ପୂର୍ଣ୍ଣ ଜନ୍ମସ୍ଥାନର ବିକାଶ ପାଇଁ…

ଦିଗପହଣ୍ଡି,୨୦।୪(ଅଶେଷ ନାଥ ମିଶ୍ର): କବିସୂର୍ଯ୍ୟ ବଳଦେବ ରଥଙ୍କ ଜନ୍ମମାଟି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିଗାଁ ପଞ୍ଚାୟତ ବିଜୟନଗରଗଡ ଗ୍ରାମରେ ସୋମବାର ବୈଶାଖ ଶୁକ୍ଳ ତୃତୀୟା ତିଥିରେ…

ପଶ୍ଚାତାପ କରୁଛନ୍ତି ମୋଦିଙ୍କୁ ଝାଲମୁଢି ଖୁଆଇଥିବା ଦୋକାନୀ: ଦୁଃଖରେ କହିଲେ, ବଡ଼ ଭୁଲ୍‌ କରିଦେଲି, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

କୋଲକାତା,୨୦।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ମୋଦି ଝାରଗ୍ରାମରେ ‘ଝାଲମୁଢି’ ଖାଇବା ପାଇଁ ଅଟକିଥିବାର ଫଟୋ ଏବଂ ଭିଡିଓ ଏବେ ଘୂରି ବୁଲୁଛି। କିନ୍ତୁ…

ସ୍ବର୍ଗତ ଚାଷୀଙ୍କ ସ୍ତ୍ରୀଙ୍କୁ ସହାୟତାର ହାତ ବଢାଇଲେ ବରିଷ୍ଠ ଆଇନଜୀବୀ, ଦେଲେ ଏତିକି ଲକ୍ଷ ଟଙ୍କା

ଦେବଗଡ,୨୦।୪(ଶଶାଙ୍କ ଶେଖର ଝାଙ୍କର): କୃଷକଙ୍କ ଦୁର୍ଘଟଣା ଜନିତ ମୃତ୍ୟୁରେ ୨ ଲକ୍ଷ ଟଙ୍କା ପ୍ରଦାନ କଲେ ବରିଷ୍ଠ ଆଇନଜୀବୀ। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲାର ସମାଜ…

କୋର୍ଟ ପରିସରରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ଖଣ୍ଡାଧରି ଆତଙ୍କିତ…

ଵ୍ରହ୍ମପୁର,୨୦।୪(ସୁବାସ ଚନ୍ଦ୍ର ପାଢ଼ୀ): କୋର୍ଟ ପରିସରରେ ହାତରେ ଖଣ୍ଡା ଧରି ଜଣେ ଯୁବକଙ୍କ ଉନ୍ମତ୍ତ କାଣ୍ଡ । ଲୋକଙ୍କୁ ଗାଳିଗୁଲଜ ସହ ଭୟଭୀତ କରିବା ଅଭିଯୋଗରେ ପୋଲିସ…

ଯୁଦ୍ଧକୁ ଡେଇଁଲା ଚାଇନା, ଇରାନୀ ଜାହାଜ ଜବତ ଉପରେ ଖୋଲାଖୋଲି ଭାବେ କଲା ମୁକାବିଲା

ଓ୍ବାଶିଂଟନ୍‌,୨୦।୪: ଇରାନ-ଆମେରିକା ବିବାଦର ସମାଧାନ ପାଇଁ ଇସଲାମାବାଦରେ ଆଲୋଚନା ଚାଲିଥିବାବେଳେ, ଇରାନ ନିଶ୍ଚିତ କରିଛି ଯେ ଆମେରିକା ଏହାର ଏକ ବାଣିଜ୍ୟ ଜାହାଜ, ଟୋସ୍କାକୁ ଜବତ କରିଛି।…

ଆସୁଥିଲେ ଅଜା-ନାତି, ଧକ୍କା ଦେଲା ଅଟୋ: ଆଉ ତା’ପରେ ଘଟିଲା…

ଭଞ୍ଜନଗର,୨୦।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ଗାଲେରୀ ଗ୍ରାମ ପୂର୍ବରୁ ଏକ ଅଟୋ ଓ ବାଇକ ମଧ୍ୟରେ ସୋମବାର ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri