Posted inଫୁରସତ

ଅଜବ ନିଶା : ସାପ ପରେ ଏବେ ଡ୍ରାଗନ୍‌ ହେବା ଲକ୍ଷ୍ୟ, ୨୦୨୫ ସୁଦ୍ଧା ସମ୍ପୂର୍ଣ୍ଣ ସରୀସୃପ ପାଲଟିବେ ଏହି ବ୍ୟକ୍ତି

ଭଗବାନଙ୍କ ସୃଷ୍ଟିରେ ମଣିଷ ଶ୍ରେଷ୍ଠ ଜୀବ। ସୁନ୍ଦର ଦେଖାଯିବା ପାଇଁ ପ୍ରତ୍ୟେକ ମଣିଷ ଚାହିଁଥାନ୍ତି। ଖାସ୍‌କରି କିଛି ଲୋକ ବିୟୁଟିସିଆନ୍‌ଙ୍କ ପାଖକୁ ମଧ୍ୟ ଯାଇଥାନ୍ତି। ହେଲେ ଆଜିର ସମୟରେ କେହି ଜୀବଜନ୍ତୁଙ୍କ ପରି ଦେଖାଯିବାକୁ ଇଚ୍ଛା କରିବେ? ହୁଏତ ନା। କିନ୍ତୁ ଆମେରିକାରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏକି ନିଜର ସୁନ୍ଦର ଚେହେରା ଅପରେଶନ କରାଇ ଜୀବଜନ୍ତୁଙ୍କ ପରି କେମିତି ଦେଖାଯିବେ ସେଇ ଲକ୍ଷ୍ୟ ନେଇ ଆଗେଇ ଚାଲିଛନ୍ତି। ପ୍ରଥମେ ନାକ, କାନ କାଟି ଦେହକୁ ଚିତ୍ର ବିଚିତ୍ର କରି ସାପ ରୂପରେ ସଜେଇ ହୋଇଥିଲେ। ଏବେ ଡ୍ରାଗନ ପରି ଦେଖାଯିବାକୁ ସଂକଳ୍ପ ନେଇଛନ୍ତି। ଏମିତି ଅଜବ ଚିନ୍ତାଧାରାର ବ୍ୟକ୍ତି ହେଉଛନ୍ତି ପୁରୁଷରୁ ମହିଳା ହୋଇଥିବା କିନ୍ନର ଇବା ମେଡୁସା। ଟେକ୍ସାସ୍‌ରେ ରହୁଥିବା ଇବା ସବୁବେଳେ ନିଜର ବିଚିତ୍ର ଚେହେରାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ସେ ତାଙ୍କ ସମ୍ପୂର୍ଣ୍ଣ ଶରୀରରେ ଟାଟୁ କରିଛନ୍ତିି। ଜିଭ ଅପରେଶନ କରାଇବା ସହ ମୁଣ୍ଡରେ ଶିଙ୍ଘ ଲଗାଇଛନ୍ତି। ଏଥିପାଇଁ ତାଙ୍କୁ ବହୁତ କଷ୍ଟ ହୋଇଥିବା କହିଛନ୍ତି। ଅପରେଶନ ପରେ ଏପରି ରୂପ ଦେଖି ସେ ବହୁତ ଖୁସି ବୋଲି କୁହନ୍ତି। ଇବା ବର୍ତ୍ତମାନ ତାଙ୍କର ପ୍ରାଇଭେଟ ଅଙ୍ଗକୁ ହଟାଇ ଦେଇଛନ୍ତି। ସରୀସୃପ ହେବା ଲକ୍ଷ୍ୟରେ ଏପରି କରିଥିବା ପ୍ରକାଶ। ଏହି ଅପରେଶନରେ ସେ ୭୫ ହଜାର ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୫୩ ଲକ୍ଷ ଟଙ୍କା ଖର୍ଚ୍ଚ କରାଇଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ୨୦୨୫ ସୁଦ୍ଧା ଇବା ସମ୍ପୂର୍ଣ୍ଣ ସରୀସୃପ ରୂପୀ ମାନବ ହୋଇଯିବେ।


Enter your email to get our daily news in your inbox.

All Right Reserved By Dharitri.Com

ହ୍ରଦ ଉପରେ ରହିଛି ୨୦ ହଜାର ଜନସଂଖ୍ୟା ବିଶିଷ୍ଟ ଗାଁ

ପଶ୍ଚିମ ଆଫ୍ରିକାର ବୋନିନ୍‌ କ୍ଷେତ୍ରରେ ଏଭଳି ଏକ ଗାଁ ରହିଛି, ଯାହା ସମ୍ପୂର୍ଣ୍ଣ ଭାବେ ହ୍ରଦ ଉପରେ ବସିଛି। ୨୦ ହଜାର ଜନସଂଖ୍ୟା ବିଶିଷ୍ଟ ଏହି...

ସୁରଟରେ ଆକାଶରୁ ବର୍ଷିଲା ସୁନା ବିସ୍କୁଟ ଭଳି ଧାତୁ

ସୁରଟ, ୮।୧୦: ଗୁଜରାଟ ସୁରଟ ସହରର ଏକ ଗ୍ରାମରେ ସୁନା ବିସ୍କୁଟ ଭଳି ଦେଖାଯାଉଥିବା ଏକ ଧାତୁ ବର୍ଷା ହୋଇଛି। ଫଳରେ ସ୍ଥାନୀୟ ଅଞ୍ଚଳର ଲୋକମାନେ...

ଚାକିରିକୁ ନା’ କରି ହେଲେ ସଫଳ ଚାଷୀ

ବେଲଗାଭି(କର୍ନାଟକ): କଳା ଏବଂ ଶିକ୍ଷା ଦୁଇଟି ବିଷୟରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ଭଲ ଶିକ୍ଷକଟିଏ ହେବା ପାଇଁ ଲକ୍ଷ୍ୟ ରହିଥିଲା। ଚାହିଁଥିଲେ ଚାକିରିଟିଏ ମଧ୍ୟ...

ମାଲିକ ଗାଳି କଲେ ବୋଲି ଆତ୍ମହତ୍ୟା କରିବାକୁ ଷ୍ଟେଶନ ବାଲକୋନୀରେ ଚଢ଼ିଗଲେ ଯୁବତୀ, ଆଉ ତା’ ପରେ…

ଫରିଦାବାଦ: କାମ କରୁଥିବା କମ୍ପାନୀର ମାଲିକ ରାଗିଲେ ବୋଲି ଆତ୍ମହତ୍ୟା କରିବାକୁ ଷ୍ଟେଶନର ଏକ ବାଲକୋନୀରେ ଚଢ଼ିଗଲେ ଯୁବତୀ। ଏଠାକାର ସେକ୍ଟେର ୨୮ ମେଟ୍ରୋ ଷ୍ଟେଶନରେ...

ବିନା ମାସ୍କରେ ରିପୋର୍ଟିଂ କରୁଥିଲେ ଖବରଦାତା, ଆଉ ତା’ପରେ

ଇସଲାମାବାଦ,୨୦।୭: ପାକିସ୍ତାନରେ କରୋନା କାୟା ବିସ୍ତାର କରିଛି। ଏହି ସମୟରେ ଜଣେ ଖବରଦାତା ବିନା ମାସ୍କରେ ରିପୋଟିଂ କରିବା ମହଙ୍ଗା ପଡିଛି। ଏକ ଘରୋଇ ଚ୍ୟାନେଲ...

ଚତୁର୍ଥୀ ରାତିରେ କନ୍ୟାଙ୍କ ସହ ଘଟିଲା ଏମିତି, ଜାଣିଲେ କହିବେ…

ଲକ୍ଷ୍ନୌ,୧।୫: ଉତ୍ତରପ୍ରଦେଶର ବିଜନୌରରେ ଏକ ଦୁଃଖଦ ଘଟଣା ଘଟିଛି। କନ୍ୟାଙ୍କ ହାତରୁ ମେହେନ୍ଦୀ, ପାଦରୁ ଅଳତା ଲିଭି ନ ଥିବା ବେଳେ ଦଇବ ଦାଉ ସାଧିଲା।...

ଭାଇଙ୍କ ପ୍ରେମିକାଙ୍କୁ ଭଲ ପାଇ ବିବାହ କରିଛନ୍ତି ଏହି ପ୍ରଧାନମନ୍ତ୍ରୀ

କୁହାଯାଏ, ପ୍ରେମରେ କୌଣସି ବୟସ ନ ଥାଏ। ପ୍ରେମ ଶାଶ୍ୱତ, ଚିରନ୍ତନ। ସେଥିପାଇଁ ତ ଲୋକେ ସମାଲୋଚନାକୁ ଖାତିର ନ କରି ପ୍ରେମରେ ପଡ଼ି ଶେଷରେ...

ହିନ୍ଦୁ ମହିଳାଙ୍କୁ ମନ୍ଦିର ଦର୍ଶନ କରାଇ ଦେବା ପାଇଁ କାନ୍ଧରେ ବସାଇ ନେଲେ ମୁସଲମାନ ଯବାନ

ଆନ୍ଧ୍ରପ୍ରଦେଶର ତିରୁମାଲାରେ ଧାର୍ମିକ ସମନ୍ବୟର ଏକ ଅନନ୍ୟ ଉଦାହରଣ ଦେଖିବାକୁ ମିଳିଛି। ଜଣେ ମୁସଲମାନ ଯବାନ ହିନ୍ଦୁ ମହିଳାଙ୍କୁ କାନ୍ଧରେ ବସାଇ ୬ କିଲୋମିଟର ନେଇଥିଲେ।...

Advertisement
Archives

Model This Week