ଅଜଣାଗାଡ଼ି ଧକ୍କାରେ ବାଇକଚାଳକଙ୍କ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଜମନକିରା,୧୫।୭(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି ଅନ୍ତର୍ଗତ ବଡ଼ରମା ଘାଟିରେ ରବିବାର ରାତିରେ ଜଣେ ବାଇକଚାଳକଙ୍କ ଅଜଣାଗାଡ଼ି ଧକ୍କାରେ ମୃତ୍ୟୁ ଘଟିଥିବାବେଳେ ଏହା ଏକ ହତ୍ୟାକାଣ୍ଡ ବୋଲି ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିବା ଜଣାଯାଇଛି। ତେବେ ପାରିପାର୍ଶ୍ୱିକ ଅବସ୍ଥା ଓ ପ୍ରାଥମିକ ତଦନ୍ତରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ପୋଲିସ ଏନେଇ ଥାନାରେ ଏକ ହତ୍ୟା ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି।
ପୋଲିସର ସୂତ୍ରରୁ ପ୍ରକାଶ, ବଡ଼ରମା ପଞ୍ଚାୟତ କଦଳୀପାଳ ଗାଁର ଶ୍ୟାମସୁନ୍ଦର ସିଂ (୪୫) ବାଇକ ସଜାଡ଼ିବା କାମ କରି ପରିବାର ପ୍ରତିପୋଷଣ କରନ୍ତି। ରବିବାର ରାତିରେ ଖାଇପିଇ ସାରିଥିବାବେଳେ ଜନୈକ ବ୍ୟକ୍ତି ବାଇକ ଖରାପ ଥିବା କହି ଶ୍ୟାମସୁନ୍ଦରଙ୍କୁ ଘରୁ ଡାକି ନେଇଥିଲେ। ଶ୍ୟାମସୁନ୍ଦର ବାଇକ ସଜାଡ଼ିବା ପାଇଁ ନିଜ ବାଇକରେ ଘରକୁ ଡାକିବାକୁ ଆସିଥିବା ଲୋକଙ୍କ ସାଙ୍ଗରେ ଚାଲି ଯାଇଥିଲେ। ତେବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଶ୍ୟାମ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରି ମଧ୍ୟ କୌଣସି ଖବର ପାଇପାରି ନ ଥିଲେ। ସୋମବାର ଭୋର ସମୟରେ ବଡ଼ରମା ଘାଟି ମଝିରେ ବାଇକ ସହ ରାସ୍ତାରେ ପଡ଼ିଥିବାବେଳେ ମୁଣ୍ଡ ଉପରେ ଗାଡ଼ି ଚଢ଼ିଯାଇଥିବା ଜଣାଯାଇଛି। ଏଥିସହ ବେକରେ ରଶି ଚିହ୍ନ ଓ ଗୋଡ଼ ଆଣ୍ଠୁରେ ମାଟି ଲାଗି ରହିଛି। ଦୁର୍ଘଟଣାସ୍ଥଳରୁ ଅନତି ଦୂରରୁ ରକ୍ତ ପଡ଼ିଥିବାବେଳେ ବାଇକ ଓ ମୃତଦେହକୁ ଦେଖି ହତ୍ୟା କରାଯାଇଥିବା ପରିବାର ଲୋକ ସନ୍ଦେହ କରୁଛନ୍ତି। ଏନେଇ ଶ୍ୟାମଙ୍କ ସ୍ତ୍ରୀ ସୁଚିିତା ଦେବୀ ସିଂ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମୃତ ଶ୍ୟାମଙ୍କ ୨ ପୁଅ ଓ ୨ ଝିଅ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ବିଜୟ ଉତ୍ସବ ବେଳେ ଭାଜପା କର୍ମୀଙ୍କୁ ଛୁରାମାଡ଼

ସମ୍ବଲପୁର,୧୪।୫(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥିନୀ ଦୀପାଳି ଦାସ ବିଜୟୀ ହେବା ପରେ ବିଭିନ୍ନ ସ୍ଥାନରେ ସମର୍ଥକ, ଦଳୀୟ କର୍ମୀମାନେ ବିଜୟ ଉତ୍ସବ ମନାଇଥିଲେ। ଝାରସୁଗୁଡ଼ା...

ଯୁକ୍ତ ୨ କଳା ପରୀକ୍ଷାରେ ସ୍ବାଗତିକା ଦ୍ବିବେଦୀ ବଣାଇ ଉପଖଣ୍ଡ ଟପ୍ପର

ଲହୁଣୀପଡା,୯।୮(ଡି.ଏନ.ଏ.): ସଦ୍ୟପ୍ରକାଶିତ ଯୁକ୍ତ ଦୁଇ କଳା ପରୀକ୍ଷା ଫଳାଫଳରେ ସ୍ବାଗତିକା ଦ୍ବିବେଦୀ ସର୍ବୋଚ୍ଚ ନମ୍ବର ରଖି ବଣାଇ ଉପଖଣ୍ଡରେ ଟପ୍ପର ହୋଇଛନ୍ତି। ଲହୁଣୀପଡା ଉଚ୍ଚ ମାଧ୍ୟମିକ...

ହୀରାକୁଦର ୨୪ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୪।୯(ଶୁଭାଶିଷ ପାଢ଼ୀ): ସମ୍ବଲପୁର ହୀରାକୁଦ ଡ୍ୟାମ୍‌ର ୨୪ ଗେଟ୍‌ ଦେଇ  ବନ୍ୟାଜଳ ନିଷ୍କାସନ ହେଉଛି। ବର୍ତ୍ତମାନ ହୀରାକୁଦର ଉପରମୁଣ୍ଡରେ ବର୍ଷା ଲାଗିରହିଥିବାରୁ ଜଳ ଭଣ୍ଡାରର ଜଳସ୍ତର...

ବୋହୂଙ୍କୁ ପୋଡ଼ି ହତ୍ୟା: ଜେଲ ଗଲେ ସ୍ବାମୀଙ୍କପୁରା ପରିବାର

ରେଢାଖୋଲ,୧୬ା୨: ବୋହୂଙ୍କୁ ନିର୍ଯାତନା ଦେଇ ପୋଡ଼ି ହତ୍ୟା କରିବା ଘଟଣାରେ ରେଢାଖୋଲ ପୋଲିସ ଶାଶୁ, ନଣନ୍ଦ ଓ ସ୍ବାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।...

ମହାନଦୀରେ ଯୁବତୀ ଭାସିଯିବା ଘଟଣା: ୭୮ ଘଣ୍ଟାପରେ ନିଖୋଜ ପିଙ୍କିଙ୍କ ମୃତଦେହ ଉଦ୍ଧାର

ସମ୍ବଲପୁର,୯ା୧୦(ବ୍ୟୁରୋ): ସମ୍ବଲପୁର ଦେଇ ବହିଯାଇଥିବା ମହାନଦୀରେ ଭାସିଯାଇ ଗତ ରବିବାରଠାରୁ ନିଖୋଜଥିବା ପିଙ୍କି ବିଶ୍ୱକର୍ମା(୧୪)ଙ୍କ ମୃତଦେହ ୭୮ ଘଣ୍ଟାପରେ ମମହାନଦୀ ଦ୍ୱିତୀୟ ସେତୁ ନିକଟରୁ ବୁଧବାର...

ଖରିଫ ଶସ୍ୟବୀମା ପ୍ରଦାନ ଦାବି: ଚାଷୀଙ୍କ ଆଇନ ଅମାନ୍ୟ ଆନ୍ଦୋଳନ

ସମ୍ବଲପୁର, ଜମନକିରା,୪।୧(ବ୍ୟୁରୋ/ ଡି.ଏନ୍‌.ଏ): ସମ୍ବଲପୁର ଜିଲା କୁଚିଣ୍ଡା ଉପଖଣ୍ଡ ଚାଷୀଙ୍କୁ ୨୦୧୮-୧୯ ଖରିଫ ଧାନଚାଷ ବୀମାରାଶି ପ୍ରଦାନ କରାଯାଇ ନଥିଲା। ଏ ନେଇ ପୂର୍ବ ନିଷ୍ପତ୍ତିକ୍ରମେ...

ପଥରଖାଦାନ ବ୍ଲାଷ୍ଟିଙ୍ଗ: ନଷ୍ଟ ହେଉଛି ଫସଲ

ସମ୍ବଲପୁର, ୧୪।୮ (ଶୁଭାଶିଷ ପାଢ଼ୀ): ରାଜସ୍ବ ଆଦାୟ କରିବା ପାଇଁ ସରକାରୀ ସ୍ତରରେ ପଥରଖାଦାନଗୁଡିକ ଲିଜ୍‌ ସୂତ୍ରରେ ଦିଆଯାଉଛି। ହେଲେ ଲିଜ୍‌ ଦେବା ପରେ ପଥରଖାଦାନ...

କାମାକ୍ଷା ଦେବୀଙ୍କ ସ୍ବତନ୍ତ୍ର ଶୃଙ୍ଗାର: ନବବର୍ଷରେ ବିଶ୍ୱଶାନ୍ତି ପାଇଁ ଜଳିଲା ମହାଦୀପ

ସମ୍ବଲପୁର,୧ା୧(ବ୍ୟୁରୋ): ଇଂରାଜୀ ନବବର୍ଷ ଉପଲକ୍ଷେ ସମ୍ବଲପୁର ଜିଲା ଭାଲୁପାଲି ଛକ ନିକଟସ୍ଥ ମା’ କାମାକ୍ଷା ଦେବୀଙ୍କ ମନ୍ଦିରରେ ରବିବାର ଦେବୀଙ୍କୁ ସ୍ବତନ୍ତ୍ର ଶୃଙ୍ଗାର କରାଯାଇଥିଲା। ଏଥିସହ...

Advertisement
Archives

Model This Week