Posted inଜାତୀୟ

ଅଘୋଷିତ ଡ୍ରୋନ୍‌ ଉଡ଼ାଇଲେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧ା୨: ଦେଶର ୨୦,୦୦୦ରୁ ଊର୍ଦ୍ଧ୍ୱ ଡ୍ରୋନ୍‌ ବ୍ୟବହାରକାରୀ ସରକାରଙ୍କ ନିକଟରେ ପଞ୍ଜୀକୃତ ହୋଇଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ପୋର୍ଟାଲରେ ପ୍ରାୟ ୧୫ ଦିନ ଧରି ଚାଲିଥିବା ଏହି ପଞ୍ଜୀକରଣ କାର୍ଯ୍ୟ ଶୁକ୍ରବାର ସନ୍ଧ୍ୟାରେ ଶେଷ ହୋଇଛି। ଏଣିକି ଓ୍ବାନ୍‌ ଟାଇମ୍‌ ଭୋଲ୍ୟୁଣ୍ଟାରି ଡିସ୍‌କୋର୍ସ ସ୍କିମ୍‌ରେ ପଞ୍ଜୀକୃତ ହୋଇ ନ ଥିବା ଡ୍ରୋନ୍‌କୁ କେହି ଉଡ଼ାଇଲେ ତାଙ୍କ ବିରୋଧରେ କର୍ଯ୍ୟାନୁଷ୍ଠାନ ନିଆଯିବ। ସମ୍ପୃକ୍ତ ବ୍ୟବହାରକାରୀଙ୍କୁ ଜେଲ୍‌ କିମ୍ବା ଜରିମାନା ଅଥବା ଉଭୟ ଦଣ୍ଡ ମିଳିପାରେ ବୋଲି ମନ୍ତ୍ରଣାଳୟର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଅଧିକାରୀ ଜଣକ କହିଛନ୍ତି, ଜାନୁୟାରୀ ୧୪ରୁ ୩୧ ମଧ୍ୟରେ ପ୍ରାୟ ୧୦ ହଜାର ୟୁଜର୍ସ ପଞ୍ଜୀକରଣ କରିବେ ବୋଲି ଆମେ ଆଶା କରିଥିଲୁ। କିନ୍ତୁ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ୧୫,୫୫୩ ବ୍ୟକ୍ତି ସେମାନଙ୍କ ୨୦,୫୩୧ ଡ୍ରୋନ୍‌ର ପଞ୍ଜୀକରଣ କରାଇଛନ୍ତି। ସୁରକ୍ଷାଗତ କାରଣରୁ ଡ୍ରୋନ୍‌ ବ୍ୟବହାରକାରୀଙ୍କୁ ନେଇ ଡାଟାବେସ୍‌ ପ୍ରସ୍ତୁତ କରିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି।
ପ୍ରକାଶ ଯେ, ୨୦୧୮ ଅଗଷ୍ଟରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଡ୍ରୋନ୍‌ ଉଡ଼ାଣ ନେଇ କେତେକ ନିୟମାବଳୀ ଜାରି କରାଯାଇଥିଲା। ଭାରତୀୟ ବାୟୁସୀମାରେ ଉଡ଼ାଣ କରୁଥିବା ଡ୍ରୋନ୍‌ଗୁଡ଼ିକ ଲାଗି ୟୁନିକ୍‌ ଆଇଡେଣ୍ଟିଫିକେଶନ ନମ୍ବର (ୟୁଆଇଏନ୍‌), ଅନ୍‌ମ୍ୟାନଡ ଏୟାରକ୍ରାଫ୍ଟ ଅପରେଟର ପରମିଟ୍‌ (ୟୁଏଓପି) ଓ ଅନ୍ୟ ଆବଶ୍ୟକ ପ୍ରମାଣପତ୍ର ହାସଲ ପାଇଁ ନିର୍ଦ୍ଦେଶ ରହିଥିଲା। ଅଣପଞ୍ଜୀକୃତ ଡ୍ରୋନ୍‌ ବ୍ୟବହାରକାରୀଙ୍କୁ ୬ ମାସ ପର୍ଯ୍ୟନ୍ତ ଜେଲ୍‌ ଓ ୧ ହଜାର ଟଙ୍କା ଜରିମାନା ଦେବା ପାଇଁ ଏଥିରେ ବ୍ୟବସ୍ଥା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସଭା ନିର୍ବାଚନ ପାଇଁ ୧୬ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ଭାଜପା

ନୂଆଦିଲ୍ଲୀ,୨୯।୫: ଜୁନ୍‌ ୧୦ରେ ହେବାକୁ ଥିବା ରାଜ୍ୟ ସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ରବିବାର ୧୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।...

ଆସାମରେ ରାହୁଲ ଗାନ୍ଧୀଙ୍କ ନାମରେ ହଜାରେ ଅଭିଯୋଗ

ଗୁଆହାଟି,୧୫।୨: କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ ‘ଭାରତର ଆତ୍ମା’ ଟୁଇଟ୍‌ ବିରୋଧରେ ଶହ ଶହ ଅଭିଯୋଗ ରୁଜୁ କରିଛନ୍ତି ଆସାମ ଭାଜପା ଓ ଏହାର ବିଭିନ୍ନ...

ଆତ୍ମଘାତୀ ଆକ୍ରମଣ ଷଡ଼ଯନ୍ତ୍ର: ଆଲର୍ଟରେ ଗୋଇନ୍ଦା ବିଭାଗ

ନୂଆଦିଲ୍ଲୀ,୬।୪: ଦେଶରେ ଆତ୍ମଘାତୀ ଆକ୍ରମଣ କରିବା ଲାଗି ଆତଙ୍କବାଦୀ ସଂଗଠନଗୁଡ଼ିକ ପକ୍ଷରୁ ଷଡ଼ଯନ୍ତ୍ର କରାଯାଇଛି। ଏନେଇ ଏକ ମେଲ୍‌ ସିଆର୍‌ପିଏଫ୍‌ର ମୁମ୍ବାଇସ୍ଥିତ ମୁଖ୍ୟାଳୟକୁ ଆସିଛି। ଏହାକୁ...

ଚାଷୀଙ୍କୁ ପୋଲିସର ଲାଠିମାଡ଼

ଚଣ୍ଡିଗଡ଼, ୨୯।୮: ହରିୟାଣାର କର୍ନଲ ଜିଲାରେ ଶନିବାର ଭାଜପାର ଏକ ବୈଠକକୁ ବିରୋଧ କରି କୃଷକ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସେମାନଙ୍କୁ ଘଉଡ଼ାଇବାକୁ...

ଦ୍ୱିତୀୟ ଚାର୍ଜଶିଟ୍‌ରେ ଚାଷୀଙ୍କୁ ଅଭିଯୁକ୍ତ କଲା ଏସ୍‌ଆଇଟି

ନୂଆଦିଲ୍ଲୀ,୨୨।୧: ଉତ୍ତରପ୍ରଦେଶର ଲଖିମପୁର ଖେରି ହିଂସା ମାମଲାରେ ଦ୍ୱିତୀୟ ଚାର୍ଜଶିଟ୍‌ ଦାଖଲ ହୋଇଛି। ପୂର୍ବରୁ ଦାଖଲ ହୋଇଥିବା ଚାର୍ଜଶିଟ୍‌ରେ ସ୍ବରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ...

ସ୍ତ୍ରୀଙ୍କ ମୃତ୍ୟୁ ପରେ ସ୍ବାମୀ କଲେ ଏମିତି କାମ, ସମସ୍ତେ ହେଲେ ଆଶ୍ଚର୍ଯ୍ୟ

ବେଙ୍ଗାଲୁରୁ,୧୧।୮: କର୍ନାଟକରେ ଜଣେ ଶିଳ୍ପପତି ନୂଆ ଘରେ ପ୍ରବେଶ କରିବା ସମୟରେ ଦିବଂଗତ ସ୍ତ୍ରୀଙ୍କ ଅଭାବ ପୂରଣ ପାଇଁ ଏକ ନୂଆ ପନ୍ଥା ଆପଣାଇଥିଲେ। ଶିଳ୍ପପତି...

ବିଦ୍ୟାସାଗର ସୋନକର କିଏ? ଯାହାଙ୍କୁ ନେଇ ୟୁପି ରାଜନୀତିରେ ବଢ଼ୁଛି ଚର୍ଚ୍ଚା…

ଲକ୍ଷ୍ନୌ,୧୫।୪: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଏବଂ ବିଧାନ ପରିଷଦ ନିର୍ବାଚନରେ ଐତିହାସକ ବିଜୟ ହାସଲ କରିଛି ଭାଜପା। ଏବେ ଦଳର ନଜର ୨୦୨୪ରେ ହେବାକୁ ଥିବା...

ବିବାହ କଲେ ୬୭ ବର୍ଷ ବରକୁ ୬୫ ବର୍ଷୀୟା କନ୍ୟା

ତ୍ରିଶୂର,୨୯।୧୨: କେରଳ ତ୍ରିଶୂର ଜିଲାର ରାମାଭରମାପୁରମରେ ୬୭ ବର୍ଷ ବରକୁ ୬୫ ବର୍ଷୀୟା କନ୍ୟା ବିବାହ କରିବା ଦୃଶ୍ୟ ସମସ୍ତଙ୍କୁ ଆନନ୍ଦ ଦେଇଛି। ଏକ ସରକାରୀ...

Advertisement
Archives

Model This Week