Advertisement
Posted inଜାତୀୟ

ଅଗୁସ୍ତା ଓ୍ବେଷ୍ଟ୍‌ଲାଣ୍ଡ ମାମଲାରେ ମୃତ ଘୋଷଣାର ୨୪ ଘଣ୍ଟା ପରେ ସାକ୍ଷୀ ଜୀବିତ

ନୂଆଦିଲ୍ଲୀ,୩୧।୭: ଅଗୁସ୍ତା ୱେଷ୍ଟ୍‌ଲାଣ୍ଡ ଭିଭିଆଇପି ହେଲିକପ୍ଟର କିଣା ଦୁର୍ନୀତିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ୨୪ ଘଣ୍ଟାରେ ଦୁଇଥର ବୟାନ ବଦଳାଇଛି। ଏହି ଦୁର୍ନୀତି ଘଟଣାର ମୁଖ୍ୟ ସାକ୍ଷୀ କୁହାଯାଉଥିବା କେ.କେ. ଖୋସ୍‌ଲାଙ୍କୁ ଇଡି ପକ୍ଷରୁ ମଙ୍ଗଳବାର କୋର୍ଟରେ ମୃତ ବୋଲି ଦର୍ଶାଯାଇଥିବା ବେଳେ ତେବେ ବୁଧବାର ଶୁଣାଣି ସମୟରେ ଖୋସ୍‌ଲା ବଞ୍ଚିଛନ୍ତି ଏବଂ କୋର୍ଟ ଯେତେବେଳେ ଚାହିଁବେ ସେ ହାଜର ହୋଇ ବୟାନ ଦେବେ ବୋଲି ଇଡି କହିଛି। ଅଗୁସ୍ତା ହେଲିକପ୍ଟର କିଣା ଦୁର୍ନୀତିର ଶୁଣାଣି କରୁଥିବା ସ୍ବତନ୍ତ୍ର କୋର୍ଟଙ୍କୁ ମଙ୍ଗଳବାର ଇଡି କହିଥିଲା, ଆମେ ଯେତେବେଳେ ବି ଖୋସ୍‌ଲାଙ୍କ ଘରକୁ ଯାଉଛୁ, ତାଙ୍କୁ ପାଉନାହୁଁ। ବୋଧେ ତାଙ୍କର ଦେହାନ୍ତ ହୋଇଯାଇଛି। ତେବେ ବୁଧବାର ତଦନ୍ତକାରୀ ସଂସ୍ଥା ବୟାନ ବଦଳାଇ କହିଛି ଯେ, ଏବେ ଖୋସ୍‌ଲା ବଞ୍ଚିଥିବା ଜାଣିବାକୁ ମିଳିଛି। ଖୋସଲା ଏହି ହେଲିକପ୍ଟର ଦୁର୍ନୀତି ଘଟଣାର ମୁଖ୍ୟ ସାକ୍ଷୀ। ତାଙ୍କ ଠାରୁ କିଏ ସବୁ ଟଙ୍କା ନେଇଥିଲେ, ସେମାନଙ୍କ ନାଁ ଓ ଠିକଣା ତାଙ୍କ ପାଖରେ ରହିଛି। ତେଣୁ ସେ କୋର୍ଟରେ ହାଜର ହେବା ନିହାତି ଜରୁରୀ। ଏହାପରେ କୋର୍ଟ ଖୋସ୍‌ଲାଙ୍କୁ ଗୁରୁବାର ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତରାଖଣ୍ଡରେ ବର୍ଷକ ପାଇଁ ବନ୍ଦ ହେଲା ପାନ ମସଲା, ଗୁଟଖା

ଡେରାଡୁନ,୧୯।୧୦: ଉତ୍ତରାଖଣ୍ଡ ସରକାର ବର୍ଷକ ପାଇଁ ପାନ ମସଲା ପ୍ରସ୍ତୁତି, ବିକ୍ରି ଓ ଗଚ୍ଛିତ ରଖିବା ଉପରେ ନିଷେଧାଜ୍ଞା ଜାରି କରିଛନ୍ତି। ଫୁଡ ସେଫ୍ଟି କମିଶନର...

ପରଲୋକରେ ଏନ୍‌ଡି ତିଓ୍ବାରୀଙ୍କ ପୁଅ ରୋହିତ

ନୂଆଦିଲ୍ଲୀ,୧୭ା୪(ପି.ଟି.): ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଏନ୍‌ଡି ତିଓ୍ବାରୀଙ୍କ ପୁଅ ରୋହିତ ଶେଖରଙ୍କ ପରଲୋକ ହୋଇଛି। ନୂଆଦିଲ୍ଲୀର ସାକେତସ୍ଥିତ ଏକ ଘରୋଇ ହସ୍ପିଟାଲକୁ...

ନୂଆ ଅଧ୍ୟକ୍ଷ ବାଛୁ କଂଗ୍ରେସ: ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୨୩।୮: ଦେଶର ସବୁଠାରୁ ପୁରୁଣା ରାଜନୈତିକ ଦଳ କଂଗ୍ରେସରେ ଏବେ ପୁଣି ଅଧ୍ୟକ୍ଷ ପଦକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଦଳର ୨୩ରୁ ଅଧିକ ବଡ଼...

ବିବାହର ୧୫ ଦିନ ପରେ ସ୍ବାମୀକୁ ଲୁଟି ସ୍ତ୍ରୀ ଫେରାର

ରୋହତକ, ୨୩।୬: ବେଳେବେଳେ ଅଜବ ଖବର ଲୋକଲୋଚନକୁ ଆସିଥାଏ, ଯାହା ଶୁଣିଲେ ମଧ୍ୟ ବିଶ୍ୱାସ କରିହୁଏ ନାହିଁ। କିନ୍ତୁ ଘଟଣା ସତ୍ୟ। ଏହାର ସଦ୍ୟ ଉଦାହରଣ...

ଗୁଜରାଟରେ ଭାଜପା ଆଗୁଆ

ଅହମଦାବାଦ,୧୦।୧୧: ଗୁଜରାଟ ଉପ ନିର୍ବାଚନରେ ଭାଜପା ଆଗୁଆ ରହିଛି ରାଜ୍ୟର ୮ଟି ବିଧାନସଭା ଆସନ ମଧ୍ୟରୁ ୭ଟିରେ ଭାଜପା ପ୍ରାର୍ଥୀ ଆଗରେ ରହିଛନ୍ତି। ଅପର ପକ୍ଷରେ...

ଅଗଷ୍ଟରେ ଆସିବ କରୋନାର ନୂଆ ଔଷଧ, ଜାଣନ୍ତୁ ଦାମ୍‌ କେତେ

ନୂଆଦିଲ୍ଲୀ,୨୮।୭: ଭାରତ ସମେତ ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏପର୍ଯ୍ୟନ୍ତ ଏହାର ଟିକା ଆସିନାହିଁ। କେବଳ କିଛି ଔଷଧ...

ପୂର୍ବତନ ବିଚାରପତି ଜଷ୍ଟିସ ସିଏସ କର୍ଣ୍ଣନ ଗିରଫ

ଚେନ୍ନାଇ,୨।୧୨-ମାଡ୍ରାସ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ସିଏସ କର୍ଣ୍ଣନଙ୍କୁ ବୁଧବାର ଚେନ୍ନାଇ ପୋଲିସର ସାଇବର କ୍ରାଇମ ଟିମ ଗିରଫ କରିଛି। ସେ ଗୋଟିଏ ଭିଡିଓ ଜାରି...

ଅଭିନନ୍ଦନଙ୍କୁ ବୀର ଚକ୍ର…

ନୂଆଦିଲ୍ଲୀ,୨୨।୧୧: ବାୟୁସେନାର ଗ୍ରୁପ୍‌ କ୍ୟାପଟେନ୍‌ ଅଭିନନ୍ଦନ ବର୍ଥମାନଙ୍କୁ ବୀର ଚକ୍ରରେ ସମ୍ମାନୀତ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ବାଲାକୋଟ...

Advertisement
Archives

Model This Week