Posted inଜାତୀୟ

ଅକ୍ସଫୋର୍ଡ ଡିକ୍ସନାରିରେ ‘ଆଧାର’

ନୂଆଦିଲ୍ଲୀ,୨୫ା୧: ଅକ୍ସଫୋର୍ଡ ଡିକ୍‌ସନାରିରେ ‘ଆଧାର’ ଶବ୍ଦ ସ୍ଥାନ ପାଇଛି। ଏହାର ଦଶମ ସଂସ୍କରଣରେ ଆହୁରି ୨୫ଟି ଭାରତୀୟ ଶବ୍ଦକୁ ସାମିଲ କରାଯାଇଛି। ଅକ୍ସଫୋର୍ଡ ଆଡଭାନ୍ସଡ ଲର୍ନର ଡିକ୍‌ସନାରି(ଓଏଏଲ୍‌ଡି)ର ସଦ୍ୟ ସଂସ୍କରଣକୁ ଶୁକ୍ରବାର ଉନ୍ମୋଚନ କରାଯାଇଛି। ଏଥିରେ ୩୮୪ଟି ଭାରତୀୟ ଶବ୍ଦ ରହିଛି। ନୂଆକରି ସାମିଲ କରାଯାଇଥିବା ଶବ୍ଦଗୁଡ଼ିକ ମଧ୍ୟରେ ରହିଛି ଆଧାର, ଚାଓ୍ବଲ, ଡବ୍ବା ଓ ଶାଦି। ସେହିପରି ଚାଟବୋଟ, ଫେକ୍‌ ନ୍ୟୁଜ୍‌ ଓ ମାଇକ୍ରୋପ୍ଲାଷ୍ଟିକ୍‌ ଭଳି ଆଉ ୧,୦୦୦ ଇଂଲିଶ ଶବ୍ଦକୁ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। ନୂଆ ୨୬ ଶବ୍ଦ ମଧ୍ୟରୁ ୨୨ଟିକୁ ମୁଦ୍ରିତ ସଂସ୍କରଣରେ ସ୍ଥାନ ମିଳିଥିବାବେଳେ ଅନ୍ୟ ୪ଟି ଡିଜିଟାଲ ଭର୍ସନରେ ରହିଥିବା ଅକ୍ସଫୋର୍ଡ ଡିକ୍‌ସନାରି ମ୍ୟାନେଜିଂ ଡାଇରେକ୍ଟର(ଏଜୁକେଶନ ଡିଭିଜନ) ଫଥିମା ଦାଦା ସୂଚନା ଦେଇଛନ୍ତି। ଅନ୍‌ଲାଇନ ଭର୍ସନରେ ସ୍ଥାନ ପାଇଥିବା ଅନ୍ୟ ୪ଟି ଶବ୍ଦ ହେଲା କରେଣ୍ଟ (ବିଦ୍ୟୁତ୍‌), ଲୁଟର, ଲୁଟିଂ ଏବଂ ଉପଜିଲା (ସବ୍‌-ଡିଭିଜନ)। ୭୭ ବର୍ଷ ଧରି ପ୍ରଚଳିତ ଏହି ଶବ୍ଦକୋଷ ପ୍ରଥମେ ୧୯୪୨ରେ ଜାପାନରେ ପ୍ରକାଶିତ ହୋଇଥିଲା। ୧୯୪୮ରେ ଅକ୍‌ସଫୋର୍ଡ ୟୁନିଭର୍ସିଟି ପ୍ରେସ୍‌ ଏହାକୁ ପ୍ରଥମଥର ପାଇଁ ପ୍ରକାଶ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫଟୋ ଶେୟାର ନୀତୀଶଙ୍କୁ ଟାର୍ଗେଟ୍‌ କଲେ ପ୍ରଶାନ୍ତ କିଶୋର, ପରେ କରିଦେଲେ ଡିଲିଟ୍‌

ପାଟନା, ୮।୯: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଗୁରୁବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଫଟୋ ଜରିଆରେ ଟାର୍ଗେଟ୍‌ କରିଛନ୍ତି। ସେ ଟୁଇଟର୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

କଂଗ୍ରେସ ସମର୍ଥନରେ ରାଜ୍ୟସଭା ଯିବାକୁ ପ୍ରସ୍ତୁତ ହେଉଛନ୍ତି ଦେବେଗୌଡା

ବେଙ୍ଗାଲୁରୁ,୮।୬: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜନତା ଦଳ ସେକ୍ୟୁଲାର(ଜେଡିଏଓ୍‌)ର ସୁପ୍ରିମୋ ଏଚ୍‌ଡି ଦେବେଗୌଡା ରାଜ୍ୟ ସଭା ଯିବେ। ଦଳର ବିଧାୟକ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ...

ସୁପ୍ରିମକୋର୍ଟରେ ହେବ ଜରୁରୀ ଶୁଣାଣି

ନୂଆଦିଲ୍ଲୀ,୩।୩(ପି.ଟି.): ନିର୍ବାଚନ ବେଳେ ଭୋଟରମାନଙ୍କୁ ପ୍ରଲୋଭିତ କରିବା ଲାଗି ବିଭିନ୍ନ ଦଳ ପକ୍ଷରୁ ମାଗଣା ଉପହାର ପ୍ରତିଶ୍ରୁତି ଦିଆଯାଉଛି। ଉକ୍ତ ରାଜନୈତିକ ଦଳଗୁଡ଼ିକ ବିରୋଧରେ ଏତଲା...

ଜନସାଧାରଣ ଚାହୁଁଛନ୍ତି ସଂସଦ ସ୍ବାଭାବିକ ଭାବେ କାର୍ଯ୍ୟକରୁ, ଲୋକ ସଭା ବାଚସ୍ପତି…

ନୂଆଦିଲ୍ଲୀ,୨୦।୭ : ମୌସୁମୀ ଅଧିବେଶନର ତୃତୀୟ ଦିନରେ ମୁଦ୍ରାସ୍ଫୀତି ଏବଂ ଜିଏସଟି ପ୍ରସଙ୍ଗରେ ସଂସଦରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ କଂଗ୍ରେସ ଏମ୍‌ ପି ରାହୁଲ...

ଏହି ସର୍ତ୍ତରେ ଭାଜପାକୁ ସମର୍ଥନ କରିବେ ମାୟାବତୀ

ଲକ୍ଷ୍ନୌ,୬।୮: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜାତିଭିତ୍ତିକ ଜନଗଣନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବାକୁ ସମୟ ମାଗିଥିବା ବେଳେ ବହୁଜନ ସମାଜ...

ଦେଶରେ ଏବେ ଭୟର ବାତାବରଣ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୭।୧୧: କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ ବର୍ତ୍ତମାନ ମହାରାଷ୍ଟ୍ର ଦେଇ ଯାଉଛି। ଗୁରୁବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ଖବରଦାତା ସମ୍ମିଳନୀ କରି ମୋଦି...

ଖୁସି ଖବର: ପୁଣି ଆସୁଛି ପବ୍‌ଜୀ

ନୂଆଦିଲ୍ଲୀ,୭।୫: ଭାରତରେ ପବ୍‌ଜୀ ଗେମ୍‌ ବହୁ ଲୋକପ୍ରିୟ। ମାତ୍ର ସୁରକ୍ଷା ଦୃଷ୍ଟିରୁ ଏହାକୁ ଗତବର୍ଷ ବ୍ୟାନ୍‌ କରାଯାଇଥିଲା। ଫଳରେ ଏହାର ପ୍ରଶଂସକମାନେ ନିରାଶ ହୋଇଥିଲେ। ବର୍ତ୍ତମାନ...

ଦଳ ବଦଳ କରି ମୁଁ କୌଣସି ଇତିହାସ ସୃଷ୍ଟି କରିନାହିଁ: ବାବୁଲ ସୁପ୍ରିୟୋ

କୋଲକତା,୧୯।୯: ରାଜନୀତିରୁ ଅବସର ଘୋଷଣା କରିବା ପରେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିବା ଭାରତୀୟ ଜନତା ପାର୍ଟିର ପୂର୍ବତନ ନେତା ବାବୁଲ ସୁପ୍ରିୟୋ ରବବାର ସଫେଇ...

Advertisement
Archives

Model This Week