୯ ଦେଶରେ ନାହାନ୍ତି କରୋନା ସଂକ୍ରମିତ

ନୂଆଦିଲ୍ଲୀ,୨ା୪: କରୋନାକୁ ନେଇ ବିଶ୍ୱବାସୀ ଏବେ ଚିନ୍ତାରେ। ୧୯୯ରୁ ଊର୍ଦ୍ଧ୍ୱ ରାଷ୍ଟ୍ର ଏହି କରୋନା କବଳରେ ରୁନ୍ଧି ହୋଇ ଲଢ଼େଇ ଜାରି ରଖିଛନ୍ତି। ତେବେ ୯ଟି ଦେଶ ଆଶ୍ଚର୍ଯ୍ୟଜନକ ଭାବେ ଏଥିରୁ ବାଦ୍‌ ପଡିଛନ୍ତି। ଜନ୍‌ ହପ୍‌କିନ୍ସ ବିଶ୍ୱବିଦ୍ୟାଳୟ କରୋନା ସମ୍ପର୍କରେ ଏକ ଡାଟା ପ୍ରସ୍ତୁତ କରିଛି। ଏହାର ଲାଇଭ୍‌ ଟ୍ରାକ୍‌ ମଧ୍ୟ ଚାଲୁଛି। ଯେଉଁଠି ପ୍ରତ୍ୟେକ ଦେଶର ସଂକ୍ରମିତ ଓ ମୃତ୍ୟୁସଂଖ୍ୟା ନେଇ ଅପଡେଟ୍‌ କରାଯାଉଛି। ଜନ୍‌ ହପ୍‌କିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ ୯ଟି ଦେଶ ଏହି କରୋନା କବଳରୁ ବର୍ତ୍ତି ରହିଛନ୍ତି। ଏହା ପାଖ ଦେଶରେ କରୋନା କାୟାବିସ୍ତାର କରିଥିଲେ ମଧ୍ୟ ଏହି ଦେଶରେ ଏଯାବତ୍‌ ଜଣେ ହେଲେ ସଂକ୍ରମିତ ହୋଇନାହାନ୍ତି।
ସେହି ଦେଶଗୁଡ଼ିକ ମଧ୍ୟରେ ରହିଛି ଏସିଆର ତୁର୍କମେନିସ୍ତାନ। ଏଠାରେ ମାସ୍କ ଲଗାଇ ବୁଲିବା ଓ କରୋନା ନେଇ ଆଲୋଚନା କଲେ ପୋଲିସ ଗିରଫ କରି ଜେଲ୍‌ ପଠାଉଛି। ଅନ୍ୟଏକ ଦେଶ ହେଲା ତାଜିକ୍‌ସ୍ତାନ। ଏହି ଦେଶ ବିଶ୍ୱରେ ବଡ଼ ପାହାଡ଼ ପାଇଁ ବେଶ୍‌ ପରିଚିତ। ଏହି ଦେଶକୁ ବହୁ ପର୍ବତାରୋହୀ ଆସିଥାନ୍ତି। ମାତ୍ର ମାର୍ଚ୍ଚ ପ୍ରଥମରୁ ୩୫ ଦେଶର ନାଗରିକଙ୍କ ପ୍ରବେଶ ଉପରେ କଟକଣା ଜାରି କରିଛି ତାଜିକ୍‌ସ୍ତାନ। ବିଶ୍ୱରେ ସ୍ଥିତି ସ୍ବାଭାବିକ ନ ହେବା ଯାଏ ବାହାରେ ଥିବା ନିଜ ଦେଶର ନାଗରିକଙ୍କୁ ମଧ୍ୟ ଘରକୁ ଫେରିବା ନେଇ କଟକଣା ଜାରି ହୋଇଛି। ଚାଇନା ପଡ଼ୋଶୀ ଦେଶ ଉତ୍ତରକୋରିଆରେ ମଧ୍ୟ କରୋନା କବଳରୁ ମୁକ୍ତ ରହିଛି। ଚାଇନାରେ କରୋନା ଭୂତାଣୁ କାୟାବିସ୍ତାର କରିବା ପରେ ଉତ୍ତରକୋରିଆ ସମସ୍ତ ସୀମାକୁ ସିଲ୍‌ କରିବା ସହ ବିଦେଶୀ ନାଗରିକଙ୍କ ପ୍ରବେଶ ନେଇ କଟକଣା ଜାରି କରାଯାଇଛି। ଉତ୍ତରଆଫ୍ରିକାର ୧.୧୧ କୋଟି ଜନସଂଖ୍ୟା ବିଶିଷ୍ଟ ଦକ୍ଷିଣ ସୁଦାନ ମଧ୍ୟ କରୋନା ପାଇଁ ସୀମା ସିଲ୍‌ କରିଦେଇଛି। ୟେମେନ, ଦକ୍ଷିଣ ଆଫ୍ରିକୀୟ ଦେଶ ବୁରୁଣ୍ଡି, ପୂର୍ବ ଆଫ୍ରିକୀୟ ଦେଶ ମାଲାବୀ, ଆଫ୍ରିକାର ଲିସୋଥୋ, କୋମରେସ୍‌ ଆଦି ଦେଶରେ କରୋନା (କୋଭିଡ୍‌-୧୯) ଭୂତାଣୁରେ କେହି ସଂକ୍ରମଣ ହୋଇ ନ ଥିବା ଜନ୍‌ ହପ୍‌କିନ୍ସ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶାଶୁଘରେ ନିର୍ଯାତିତା ଝିଅଙ୍କୁ ଛାଡ଼ପତ୍ର ହେବା ପରେ ବାଜା ବଜାଇ ଘରକୁ ପାଛୋଟି ନେଲେ ବାପା, ଲୋକେ କହୁଛନ୍ତି ‘ବାପା ହେବ ତ ଏମିତି’

କାନପୁର: ଆଜିର ସମାଜରେ ନାରୀଟିଏ ଯେତେ ଆତ୍ମନିର୍ଭରଶୀଳ ହେଲେ ବି ଯୌତୁକ ପ୍ରଥାରୁ ନିଜକୁ ମୁକାଳି ପାରୁନାହିଁ। ଅନେକ କ୍ଷେତ୍ରରେ ଝିଅଟିଏ ମରିମରି ବଞ୍ଚିବା ଲାଗି...

୭୦ ବର୍ଷୀୟଙ୍କ ‘ଜୀବନସାଥୀ’ ବିଜ୍ଞାପନ

ୱାଶିଂଟନ୍‌: ମଣିଷର ବୟସ ବଢିବା ସହ ଏକାନ୍ତପଣ ମଧ୍ୟ ବଢ଼ିଥାଏ। ଏହି ସମୟରେ ଯଦି ନିଜ ପରିବାର ପାଖରେ ନଥାଏ, ତେବେ ଏକାନ୍ତପଣକୁ ସାମ୍‌ନା କରିବା...

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

କୋଭିଶିଲ୍ଡ ଟିକା ନେଇଥିବା ଲୋକଙ୍କ ପାଇଁ ଖରାପ ଖବର! କମ୍ପାନୀ ମାନିଲା ହୋଇପାରେ ବ୍ଲଡ କ୍ଲଟିଂ ଭଳି ସାଇଡ ଇଫେକ୍ଟ

ନୂଆଦିଲ୍ଲୀ,୩୦।୪: କୋଭିଡ ଟିକା କାରଣରୁ ପାର୍ଶ୍ୱ ପ୍ରତିକ୍ରିୟାର ସମସ୍ତ ଦାବି ମଧ୍ୟରେ ଟିକା ଉତ୍ପାଦନକାରୀ କମ୍ପାନୀ ଆଷ୍ଟ୍ରାଜେନେକା ଏକ ବଡ଼ ତଥ୍ୟ ଦେଇଛି। କୋର୍ଟରେ ଉପସ୍ଥାପିତ...

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri