୮୫ କେନ୍ଦ୍ରରେ ୧୭,୫୧୩ ପରୀକ୍ଷାର୍ଥୀ

ଅନୁଗୋଳ ଅଫିସ, ୧୯।୨ – ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହେବ। ଏହି ପରୀକ୍ଷାରେ ଅନୁଗୋଳ ଜିଲାରେ ୮୫ଟି ପରୀକ୍ଷାକେନ୍ଦ୍ର କରାଯାଇଥିବାବେଳେ ମୋଟ ୧୭ ହଜାର ୫୧୩ ଜଣ ପରୀକ୍ଷା ଦେବେ। ଚଳିତ ବର୍ଷ ଜିଲାର ୨୬୨ଟି ଉଚ୍ଚ ବିଦ୍ୟାଳୟର ୧୬ ହଜାର ୩୩୨ ଜଣ ରେଗୁଲାର ଛାତ୍ରୀଛାତ୍ର ମାଟ୍ରିକ ପରୀକ୍ଷା ଦେବେ। ଏଥିସହିତ ୨୮୯ ଜଣ ଏକ୍ସ-ରେଗୁଲାର ଓ ୨୫୪ ଜଣ ପତ୍ରବିନିମୟ ଛାତ୍ରୀଛାତ୍ର ପ୍ରଥମ ସିଟିଂରେ ପରୀକ୍ଷା ଦେବେ। ସେହିପରି ୬୧୧ ଜଣ ଷ୍ଟେଟ୍‌ ଓପନ୍‌ ସ୍କୁଲର ଛାତ୍ରୀଛାତ୍ର ଓ ୨୭ ଜଣ ମଧ୍ୟମା ଛାତ୍ରୀଛାତ୍ର ଦ୍ୱିତୀୟ ସିଟିଂରେ ପରୀକ୍ଷା ଦେବେ ବୋଲି ଜିଲା ଶିକ୍ଷା ଅଧିକାରୀ କଳ୍ପନା କୁମାରୀ ବେହେରା ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଅନୁଗୋଳ ଜେଲରେ ଥିବା ୪ ଜଣ କଏଦୀ ମଧ୍ୟ ଚଳିତବର୍ଷ ମାଟ୍ରିକ୍‌ ପରୀକ୍ଷା ଦେବେ ବୋଲି ସେ କହିଛନ୍ତି। ସେହିପରି ଜିଲାରେ ଥିବା ୩୧ଟି ସମ୍ବେଦନଶୀଳ କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯାଇଛି। ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ କରୁଥିବା ଛାତ୍ରୀଛାତ୍ରଙ୍କୁ ରୋକିବାକୁ ୨୧ ଜଣିଆ ତ୍ରିସ୍ତରୀୟ ସ୍କ୍ବାଡ ଗଠନ କରାଯାଇଛି। ୮୫ଟି କେନ୍ଦ୍ରରେ ପରୀକ୍ଷା ସୁପରିଚାଳନା ପାଇଁ ଜିଲାପାଳ ୮୫ ଜଣ ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି।
ପରୀକ୍ଷା କେନ୍ଦ୍ରକୁ ଛାତ୍ରୀଛାତ୍ରମାନେ ପୂର୍ବାହ୍ନ ୯ଟାରୁ ପ୍ରବେଶ କରିବେ। କେନ୍ଦ୍ର ଭିତରକୁ ପିଲାମାନେ ମୋବାଇଲ ଓ ଡିଜିଟାଲ ଘଣ୍ଟା ନେବାକୁ ବାରଣ କରାଯାଇଛି। କେବଳ ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଛାଡ଼ିଲେ ଅନ୍ୟ କେହି ମୋବାଇଲ ଫୋନ୍‌ କେନ୍ଦ୍ରକୁ ନେଇ ପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି। ନୋଡ଼ାଲ ସେଣ୍ଟରଗୁଡ଼ିକରୁ ପ୍ରଶ୍ନପତ୍ର ପୂର୍ବାହ୍ନ ୮.୩୦ରେ ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରରେ ପହଞ୍ଚତ୍ବ ବୋଲି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ପୂର୍ବାହ୍ନ ୧୦ଟାରୁ ପ୍ରଶ୍ନପତ୍ର ସଂଲଗ୍ନ ଉତ୍ତରଖାତାରେ ପରୀକ୍ଷା ଆରମ୍ଭ ହୋଇ ମଧ୍ୟାହ୍ନ ୧୨.୩୦ରେ ଶେଷ ହେବ। ଅନୁଗୋଳ ବ୍ଲକରେ ୧୬ଟି କେନ୍ଦ୍ରରେ ୩,୫୬୯ ଜଣ ପରୀକ୍ଷା ଦେବେ। ସେଥିମଧ୍ୟରୁ ରେଗୁଲାର ଓ ଏକ୍ସରେଗୁଲାରରେ ୩,୨୯୩ ଜଣ ଛାତ୍ରୀଛାତ୍ର ଥିବାବେଳେ ଷ୍ଟେଟ୍‌ ଓପନ୍‌ ସ୍କୁଲର ୨୭୦ ଜଣ ଓ ମଧ୍ୟମାର ୬ ଜଣ ପରୀକ୍ଷାର୍ଥୀ ରହିଛନ୍ତି। ବଅଁରପାଳରେ ୮ଟି ପରୀକ୍ଷା କେନ୍ଦ୍ରରେ ୨୦୪୬ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେବେ। ସେଥିମଧ୍ୟରୁ ରେଗୁଲାର ଓ ଏକ୍ସରେଗୁଲାରରେ ୧୯୪୬ ଜଣ ଥିବାବେଳେ ଷ୍ଟେଟ୍‌ ଓପନ୍‌ ସ୍କୁଲର ୧୦୦ ଜଣ ପରୀକ୍ଷାର୍ଥୀ ଅଛନ୍ତି। ତାଳଚେରରେ ୮ଟି ପରୀକ୍ଷା କେନ୍ଦ୍ରରେ ୧୯୬୬ ଜଣ ରେଗୁଲାର ଓ ଏକ୍ସରେଗୁଲାରରେ ପରୀକ୍ଷା ଦେବେ। ଆଠମଲ୍ଲିକରେ ୧୦ଟି ପରୀକ୍ଷା କେନ୍ଦ୍ରରେ ୧୯୬୫ ଜଣ, କିଶୋରନଗରରେ ୯ ପରୀକ୍ଷା କେନ୍ଦ୍ରରେ ୧୬୮୨, ଛେଣ୍ଡିପଦାରେ ୧୨ ପରୀକ୍ଷାକେନ୍ଦ୍ରରେ ୨୧୫୭ ଜଣ, କଣିହଁାରେ ୧୨ ପରୀକ୍ଷା କେନ୍ଦ୍ରରେ ୨୧୩୬ ଜଣ ଏବଂ ପାଲଲହଡ଼ା ବ୍ଲକରେ ୧୦ ସେଣ୍ଟର ମୋଟ ୧୯୯୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଅନୁଗୋଳ ବ୍ଲକର ୪ କେନ୍ଦ୍ର, ଆଠମଲ୍ଲିକର ୫, ବଅଁରପାଳର ୩ଟି, ଛେଣ୍ଡିପଦାର ୩ , କଣିହଁାର ୮ଟି, କିଶୋରନଗରର ୩ଟି, ପାଲଲହଡ଼ା ବ୍ଲକର ୪ଟି ଓ ତାଳଚେର ବ୍ଲକରେ ୧ଟି କେନ୍ଦ୍ରକୁ ସମ୍ବେଦନଶୀଳ କେନ୍ଦ୍ର ଭାବେ ଘୋଷଣା କରାଯାଇଛି। ଅନ୍ୟପକ୍ଷରେ ପ୍ରଥମ ସିଟିଂରେ ରେଗୁଲାର, ଏକ୍ସ-ରେଗୁଲାର ଛାତ୍ରୀଛାତ୍ରମାନେ ପରୀକ୍ଷା ଦେବେ। ୨୭ ଜଣ ମଧ୍ୟମା ଛାତ୍ରୀଛାତ୍ର ଦ୍ୱିତୀୟ ସିଟିଂରେ ପରୀକ୍ଷା ଦେବେ ବୋଲି ଅନୁଗୋଳ ଜିଲା ଶିକ୍ଷା ଅଧିକାରୀ ବେହେରା ସୂଚନା ଦେଇଛନ୍ତି। ମଧ୍ୟମାର ଏହି ୨୭ ଜଣ ଛାତ୍ରୀଛାତ୍ରଙ୍କ ପାଇଁ ଅନୁଗୋଳ ସରକାରୀ ଉଚ୍ଚ ବିଦ୍ୟାଳୟ ଓ କଣିହଁା ପବିତ୍ର ମୋହନ ଉଚ୍ଚ ବିଦ୍ୟାଳୟରେ କେନ୍ଦ୍ର ନିର୍ଦ୍ଧାରଣ କରାଯାଇଛି। ସେହିପରି ୬୧୧ ଜଣ ଷ୍ଟେଟ ଓପନ୍‌ ସ୍କୁଲର ଛାତ୍ରୀଛାତ୍ରଙ୍କ ପାଇଁ ଯଥାକ୍ରମେ ଅନୁଗୋଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଆଲୁମିନିୟମ ଉଚ୍ଚ ବିଦ୍ୟାଳୟ କୁଲାଡ଼, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବିଜିଗୋଳ ଓ ଫପଣ୍ଡ ଉଚ୍ଚ ବିଦ୍ୟାଳୟ ପାଲଲହଡ଼ାରେ ସେଣ୍ଟର ଖୋଲାଯିବ ବୋଲି ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ସମସ୍ତ ପରୀକ୍ଷାର୍ଥୀଙ୍କୁ ଜିଲା ଶିକ୍ଷାଧିକାରୀ ଶୁଭେଚ୍ଛା ଜଣାଇଛନ୍ତି। ଜିଲାରେ ସମସ୍ତ ପରୀକ୍ଷା କେନ୍ଦ୍ରରେ ସୂଚାରୁରୂପେ ପରୀକ୍ଷା ପରିଚାଳନା ଦିଗରେ ସେ ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀ ତଥା କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବରଙ୍ଗପୁରରେ ନବୀନଙ୍କ ହାଇଭୋଲଟେଜ ପ୍ରଚାର

ନବରଙ୍ଗପୁର,୪।୫: ନବରଙ୍ଗପୁର ମାଝୀଗୁଡ଼ାରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାଇଭୋଲଟେଜ ପ୍ରଚାର। ଦକ୍ଷିଣ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଦଳୀୟ ପ୍ରାର୍ଥୀଙ୍କ ଲାଗି ବ୍ୟାକ୍‌ ଟୁ...

ନବରଙ୍ଗପୁରରେ ମାରାଥନ ପ୍ରଚାର: ସଭାରେ ଲୋକଙ୍କୁ ପ୍ରଶ୍ନ ପଚାରିଲେ ପାଣ୍ଡିଆନ

ନବରଙ୍ଗପୁର,୪।୫: ଜୟପୁର ପରେ ନବରଙ୍ଗପୁରରେ ଜୋରଦାର ପ୍ରଚାର କରିଛନ୍ତି ଉଭୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନ । ଏଠାରେ ଆୟୋଜିତ ବିଶାଳ ଜନସଭାକୁ...

ନିର୍ବାଚନ ତଦାରଖ ପାଇଁ ବରଗଡ଼ରେ ପହଞ୍ଚିଲେ ପର୍ଯ୍ୟବେକ୍ଷକ

ବରଗଡ଼,୪।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଆସନ୍ତା ୨୦ତାରିଖରେ ବରଗଡ଼ ସଂସଦୀୟ କ୍ଷେତ୍ରରେ ମତଦାନ ଗ୍ରହଣ ହେବ। ମତଦାନକୁ ଅବାଧ ଓ ନିରପେକ୍ଷ ତଥା ସ୍ବଚ୍ଛ,...

ସରପଞ୍ଚଙ୍କ ପରିବାରରେ ୩ ଶ୍ରମିକ

ନାଉଗାଁ,୪ା୫(ସୁଧା ବେହୁରା) ଶ୍ରମିକମାନଙ୍କୁ ଦାଦନ ଖଟିବାରେ ରୋକ ଲଗାଇବା ସହ ନିଜ ଅଞ୍ଚଳରେ କାର୍ଯ୍ୟ ଯୋଗାଇ ଦେବାର ଲକ୍ଷ୍ୟ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌...

କୋରାପୁଟରେ ନିର୍ବାଚନ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ: ବିରୋଧୀଙ୍କୁ ଟାର୍ଗେଟ୍‌

କୋରାପୁଟ,୪।୫(ଅମିତାଭ ବେହେରା)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର କୋରାପୁଟରେ ପହଞ୍ଚି ନିର୍ବାଚନ ପ୍ରଚାର କରିଛନ୍ତି। କୋରାପୁଟ ଓଏମ୍‌ପି ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଓଡ଼ିଶାର...

୬ରେ ବ୍ରହ୍ମପୁର ଆସିବେ ପ୍ରଧାନମନ୍ତ୍ରୀ: ସଭାକୁ ଆସୁଥିବା ଲୋକଙ୍କ ଉପରେ ରହିବ କଡା ନଜର

ବ୍ରହ୍ମପୁର,୪ା୫(ସ୍ମୃତି ରଞ୍ଜନ ମହାଲିକ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୬ ତାରିଖରେ ବ୍ରହ୍ମପୁର ଆସି ଜାତୀୟ ରାଜପଥ ପାର୍ଶ୍ୱସ୍ଥ କନିିଷିଠାରେ ସାଧାରଣ ସଭାରେ ଯୋଗ ଦେବେ।...

ତାତି ସାଙ୍ଗକୁ ବଢୁଛି ପାଣି ସମସ୍ୟା: ଡହଳବିକଳ ୩୦ ପରିବାର

ବାଲିଆପାଳ, ୩।୫(ଗୋପାଳ ଚନ୍ଦ୍ର ସାହୁ): ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ତାତି ସାଙ୍ଗକୁ ବଢିଚାଲିଛି ପିଇବା ପାଣି ସମସ୍ୟା। ଜଳକଷ୍ଟ ଏପରି ହେଲାଣି, ଟୋପାଏ...

ଖାଇବା ଦେବାରେ ବିଳମ୍ବ ହେବାରୁ ମା’ଙ୍କୁ ପିଟି ପିଟି ହତ୍ୟା କଲା ପୁଅ

ପାଟଣା,୪।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଖୀରେଇଟାଙ୍ଗିରୀ ପଞ୍ଚାୟତ ଖିରେଇ ଟାଙ୍ଗିରି ଗାଁ ଭାଲୁପାହାଡ଼ି ସାହିରେ ଏକ ଦୁଃଖଦ ଘଟଣା ଘଟିଛି। ଖାଇବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri