୮୫ କେନ୍ଦ୍ରରେ ୧୭,୫୧୩ ପରୀକ୍ଷାର୍ଥୀ

ଅନୁଗୋଳ ଅଫିସ, ୧୯।୨ – ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହେବ। ଏହି ପରୀକ୍ଷାରେ ଅନୁଗୋଳ ଜିଲାରେ ୮୫ଟି ପରୀକ୍ଷାକେନ୍ଦ୍ର କରାଯାଇଥିବାବେଳେ ମୋଟ ୧୭ ହଜାର ୫୧୩ ଜଣ ପରୀକ୍ଷା ଦେବେ। ଚଳିତ ବର୍ଷ ଜିଲାର ୨୬୨ଟି ଉଚ୍ଚ ବିଦ୍ୟାଳୟର ୧୬ ହଜାର ୩୩୨ ଜଣ ରେଗୁଲାର ଛାତ୍ରୀଛାତ୍ର ମାଟ୍ରିକ ପରୀକ୍ଷା ଦେବେ। ଏଥିସହିତ ୨୮୯ ଜଣ ଏକ୍ସ-ରେଗୁଲାର ଓ ୨୫୪ ଜଣ ପତ୍ରବିନିମୟ ଛାତ୍ରୀଛାତ୍ର ପ୍ରଥମ ସିଟିଂରେ ପରୀକ୍ଷା ଦେବେ। ସେହିପରି ୬୧୧ ଜଣ ଷ୍ଟେଟ୍‌ ଓପନ୍‌ ସ୍କୁଲର ଛାତ୍ରୀଛାତ୍ର ଓ ୨୭ ଜଣ ମଧ୍ୟମା ଛାତ୍ରୀଛାତ୍ର ଦ୍ୱିତୀୟ ସିଟିଂରେ ପରୀକ୍ଷା ଦେବେ ବୋଲି ଜିଲା ଶିକ୍ଷା ଅଧିକାରୀ କଳ୍ପନା କୁମାରୀ ବେହେରା ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଅନୁଗୋଳ ଜେଲରେ ଥିବା ୪ ଜଣ କଏଦୀ ମଧ୍ୟ ଚଳିତବର୍ଷ ମାଟ୍ରିକ୍‌ ପରୀକ୍ଷା ଦେବେ ବୋଲି ସେ କହିଛନ୍ତି। ସେହିପରି ଜିଲାରେ ଥିବା ୩୧ଟି ସମ୍ବେଦନଶୀଳ କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯାଇଛି। ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ କରୁଥିବା ଛାତ୍ରୀଛାତ୍ରଙ୍କୁ ରୋକିବାକୁ ୨୧ ଜଣିଆ ତ୍ରିସ୍ତରୀୟ ସ୍କ୍ବାଡ ଗଠନ କରାଯାଇଛି। ୮୫ଟି କେନ୍ଦ୍ରରେ ପରୀକ୍ଷା ସୁପରିଚାଳନା ପାଇଁ ଜିଲାପାଳ ୮୫ ଜଣ ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି।
ପରୀକ୍ଷା କେନ୍ଦ୍ରକୁ ଛାତ୍ରୀଛାତ୍ରମାନେ ପୂର୍ବାହ୍ନ ୯ଟାରୁ ପ୍ରବେଶ କରିବେ। କେନ୍ଦ୍ର ଭିତରକୁ ପିଲାମାନେ ମୋବାଇଲ ଓ ଡିଜିଟାଲ ଘଣ୍ଟା ନେବାକୁ ବାରଣ କରାଯାଇଛି। କେବଳ ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଛାଡ଼ିଲେ ଅନ୍ୟ କେହି ମୋବାଇଲ ଫୋନ୍‌ କେନ୍ଦ୍ରକୁ ନେଇ ପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି। ନୋଡ଼ାଲ ସେଣ୍ଟରଗୁଡ଼ିକରୁ ପ୍ରଶ୍ନପତ୍ର ପୂର୍ବାହ୍ନ ୮.୩୦ରେ ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରରେ ପହଞ୍ଚତ୍ବ ବୋଲି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ପୂର୍ବାହ୍ନ ୧୦ଟାରୁ ପ୍ରଶ୍ନପତ୍ର ସଂଲଗ୍ନ ଉତ୍ତରଖାତାରେ ପରୀକ୍ଷା ଆରମ୍ଭ ହୋଇ ମଧ୍ୟାହ୍ନ ୧୨.୩୦ରେ ଶେଷ ହେବ। ଅନୁଗୋଳ ବ୍ଲକରେ ୧୬ଟି କେନ୍ଦ୍ରରେ ୩,୫୬୯ ଜଣ ପରୀକ୍ଷା ଦେବେ। ସେଥିମଧ୍ୟରୁ ରେଗୁଲାର ଓ ଏକ୍ସରେଗୁଲାରରେ ୩,୨୯୩ ଜଣ ଛାତ୍ରୀଛାତ୍ର ଥିବାବେଳେ ଷ୍ଟେଟ୍‌ ଓପନ୍‌ ସ୍କୁଲର ୨୭୦ ଜଣ ଓ ମଧ୍ୟମାର ୬ ଜଣ ପରୀକ୍ଷାର୍ଥୀ ରହିଛନ୍ତି। ବଅଁରପାଳରେ ୮ଟି ପରୀକ୍ଷା କେନ୍ଦ୍ରରେ ୨୦୪୬ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେବେ। ସେଥିମଧ୍ୟରୁ ରେଗୁଲାର ଓ ଏକ୍ସରେଗୁଲାରରେ ୧୯୪୬ ଜଣ ଥିବାବେଳେ ଷ୍ଟେଟ୍‌ ଓପନ୍‌ ସ୍କୁଲର ୧୦୦ ଜଣ ପରୀକ୍ଷାର୍ଥୀ ଅଛନ୍ତି। ତାଳଚେରରେ ୮ଟି ପରୀକ୍ଷା କେନ୍ଦ୍ରରେ ୧୯୬୬ ଜଣ ରେଗୁଲାର ଓ ଏକ୍ସରେଗୁଲାରରେ ପରୀକ୍ଷା ଦେବେ। ଆଠମଲ୍ଲିକରେ ୧୦ଟି ପରୀକ୍ଷା କେନ୍ଦ୍ରରେ ୧୯୬୫ ଜଣ, କିଶୋରନଗରରେ ୯ ପରୀକ୍ଷା କେନ୍ଦ୍ରରେ ୧୬୮୨, ଛେଣ୍ଡିପଦାରେ ୧୨ ପରୀକ୍ଷାକେନ୍ଦ୍ରରେ ୨୧୫୭ ଜଣ, କଣିହଁାରେ ୧୨ ପରୀକ୍ଷା କେନ୍ଦ୍ରରେ ୨୧୩୬ ଜଣ ଏବଂ ପାଲଲହଡ଼ା ବ୍ଲକରେ ୧୦ ସେଣ୍ଟର ମୋଟ ୧୯୯୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଅନୁଗୋଳ ବ୍ଲକର ୪ କେନ୍ଦ୍ର, ଆଠମଲ୍ଲିକର ୫, ବଅଁରପାଳର ୩ଟି, ଛେଣ୍ଡିପଦାର ୩ , କଣିହଁାର ୮ଟି, କିଶୋରନଗରର ୩ଟି, ପାଲଲହଡ଼ା ବ୍ଲକର ୪ଟି ଓ ତାଳଚେର ବ୍ଲକରେ ୧ଟି କେନ୍ଦ୍ରକୁ ସମ୍ବେଦନଶୀଳ କେନ୍ଦ୍ର ଭାବେ ଘୋଷଣା କରାଯାଇଛି। ଅନ୍ୟପକ୍ଷରେ ପ୍ରଥମ ସିଟିଂରେ ରେଗୁଲାର, ଏକ୍ସ-ରେଗୁଲାର ଛାତ୍ରୀଛାତ୍ରମାନେ ପରୀକ୍ଷା ଦେବେ। ୨୭ ଜଣ ମଧ୍ୟମା ଛାତ୍ରୀଛାତ୍ର ଦ୍ୱିତୀୟ ସିଟିଂରେ ପରୀକ୍ଷା ଦେବେ ବୋଲି ଅନୁଗୋଳ ଜିଲା ଶିକ୍ଷା ଅଧିକାରୀ ବେହେରା ସୂଚନା ଦେଇଛନ୍ତି। ମଧ୍ୟମାର ଏହି ୨୭ ଜଣ ଛାତ୍ରୀଛାତ୍ରଙ୍କ ପାଇଁ ଅନୁଗୋଳ ସରକାରୀ ଉଚ୍ଚ ବିଦ୍ୟାଳୟ ଓ କଣିହଁା ପବିତ୍ର ମୋହନ ଉଚ୍ଚ ବିଦ୍ୟାଳୟରେ କେନ୍ଦ୍ର ନିର୍ଦ୍ଧାରଣ କରାଯାଇଛି। ସେହିପରି ୬୧୧ ଜଣ ଷ୍ଟେଟ ଓପନ୍‌ ସ୍କୁଲର ଛାତ୍ରୀଛାତ୍ରଙ୍କ ପାଇଁ ଯଥାକ୍ରମେ ଅନୁଗୋଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଆଲୁମିନିୟମ ଉଚ୍ଚ ବିଦ୍ୟାଳୟ କୁଲାଡ଼, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବିଜିଗୋଳ ଓ ଫପଣ୍ଡ ଉଚ୍ଚ ବିଦ୍ୟାଳୟ ପାଲଲହଡ଼ାରେ ସେଣ୍ଟର ଖୋଲାଯିବ ବୋଲି ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ସମସ୍ତ ପରୀକ୍ଷାର୍ଥୀଙ୍କୁ ଜିଲା ଶିକ୍ଷାଧିକାରୀ ଶୁଭେଚ୍ଛା ଜଣାଇଛନ୍ତି। ଜିଲାରେ ସମସ୍ତ ପରୀକ୍ଷା କେନ୍ଦ୍ରରେ ସୂଚାରୁରୂପେ ପରୀକ୍ଷା ପରିଚାଳନା ଦିଗରେ ସେ ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀ ତଥା କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?