୮୪ ଲକ୍ଷ ଟଙ୍କା ଠକେଇ ଘଟଣା: ଜେଲ ଗଲେ ହନିକମ୍ବ ଏମ୍‌ଡି

ବ୍ରହ୍ମପୁର ଅଫିସ,୧୩ା୧୧-ଅଧିକ ସୁଧ ଦେବା ନାଁରେ ସୋନପୁର ଜିଲା ବିନିକା ଅଞ୍ଚଳର ୫୦ରୁ ଉର୍ଦ୍ଧ୍ୱ ଜମାକାରୀଙ୍କ ୮୪ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ବୈଦ୍ୟନାଥପୁର ପୋଲିସ ସୋମବାର ହନି କମ୍ବ ହୋଲ୍ଡିଂ ଲିମିଟେଡ଼ ଚିଟଫଣ୍ଡ ସଂସ୍ଥାର ଏମଡି ଅମିୟ କୁମାର ପାଢ଼ୀଙ୍କୁ ଅଟକ ରଖିଥିଲା। ତାଙ୍କୁ ଗିରଫ କରାଯାଇ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ଅମିୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏ ନେଇ ବୈଦ୍ୟନାଥପୁର ଥାନାରେ ନଂ.୨୬୩/୧୯ରେ ମାମଲା ରୁଜୁ ହୋଇଛି। ଅନ୍ୟପକ୍ଷରେ ଉକ୍ତ ଚିଟଫଣ୍ଡ ସଂସ୍ଥାର ଅନ୍ୟ ୨ ନିର୍ଦ୍ଦେଶକ ରଜନୀ କାନ୍ତ ପାଢ଼ୀ ଓ ପ୍ରଶାନ୍ତ କୁମାର ସୁବୁଦ୍ଧିଙ୍କୁ ଧରିବା ପାଇଁ ଏକ ଟିମ ଗଠନ କରାଯାଇଛି ବୋଲି ଥାନାଧିକାରୀ ସାରଦା ପ୍ରସନ୍ନ ଦାସ ସୂଚନା ଦେଇଛନ୍ତି।
ହନିକମ୍ବ ସଂସ୍ଥା ନାଁ’ରେ ୨୦୧୨, ୨୦୧୩ ଓ ୨୦୧୪ରେ କଟକରେ ପୃଥକ ଭାବେ ୬ଟି ମାମଲା ରୁଜୁ ହୋଇଛି। ସଂସ୍ଥାର ଚେର ଅନ୍ୟ କେଉଁଆଡେ ଲମ୍ବିଛି ତାହାର ନେଇ ଖୋଳତାଡ଼ ଚାଲିଛି। ୨୦୦୯ ମସିହାରେ ଉକ୍ତ ସଂସ୍ଥା ବ୍ରହ୍ମପୁର ଜେନାନା ହସ୍ପିଟାଲ ଛକରେ ତା’ର କାର୍ଯ୍ୟାଳୟ ଖୋଲିଥିଲା। ୨୦୧୧ରେ ସଂସ୍ଥାର ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ସୁବୁଦ୍ଧି ସୋନପୁର ଜିଲା ବିନିକା ଅଞ୍ଚଳର ଚାଉଳ କଳ ମାଲିକ ବସନ୍ତ ସୁବୁଦ୍ଧିଙ୍କୁ ଲୋଭନୀୟ ସ୍କିମ ସମ୍ପର୍କରେ କହିଥିଲେ। ବସନ୍ତ ଏଥିରେ ପ୍ରଲୋଭିତ ହୋଇ ପ୍ରଥମେ ତାଙ୍କ ନାମରେ ୧୫ ଲକ୍ଷ ଓ ପୁଅ ନାମରେ ୧ ଲକ୍ଷ ଟଙ୍କା ଜମା କରିଥିଲେ। ୩ ମାସ ପରେ ପ୍ରଥମ କିସ୍ତିରେ ବସନ୍ତ ଅଧିକ ସୁଧରେ କିଛି ଟଙ୍କା ଫେରସ୍ତ ପାଇଥିଲେ। ତେଣୁ ତାଙ୍କ ଜରିଆରେ ପ୍ରଶାନ୍ତ ଅନ୍ୟାନ୍ୟ ଜମାକାରୀଙ୍କ ଠାରୁ ୮୪ ଲକ୍ଷ ଟଙ୍କା ଆଦାୟ କରିଥିଲେ। ୨୦୧୧ ଡିସେମ୍ବରରେ ସଂସ୍ଥା କାର୍ଯ୍ୟାଳୟରେ ତାଲା ପଡିଯାଇଥିଲା। ରାତାରାତି ସଂସ୍ଥାର ଏଡ଼ି ଓ ଅନ୍ୟ ନିର୍ଦ୍ଦେଶକ ଫେରାର ହୋଇଯାଇଥିଲେ। ବିନିକା ଅଞ୍ଚଳର ଜମାକାରୀମାନେ ବହୁବାର ବ୍ରହ୍ମପୁର ଆସି ନିରାଶ ହୋଇ ଫେରିଥିଲେ। ବସନ୍ତ ସୋମବାର ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କ ନିକଟରେ ଏ ନେଇ ଅଭିଯୋଗ କରିଥିଲେ। ଏସପିଙ୍କ ନିର୍ଦ୍ଦେଶକ୍ରମେ ଏଏସପି ପ୍ରଶାନ୍ତ କୁମାର ମିଶ୍ର ଓ ବ୍ରହ୍ମପୁର ଏସଡ଼ିପିଓ ବିଷ୍ଣୁ ପ୍ରସାଦ ପତି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ସଂସ୍ଥାର ଏମଡ଼ି ଅମିୟଙ୍କୁ ସୋମବାର ସନ୍ଧ୍ୟାରେ ଗୋବିନ୍ଦବିହାର ନିକଟରୁ କାବୁ କରାଯାଇଥିବା ବେଳେ ଅନେକ କାଗଜପତ୍ର ଜବତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?