୭ ବଛର ହେଲା ଇନ୍ଦିରା ଆବସ ତିଆରିବାର: ବକିଆ ବିଲ୍‌ ଲାଗି ହିତାଧିକାରୀ ହଟ୍‌ହଟା

ଭବାନୀପାଟଣା/ପର୍ଲା,୨୩।୮(ଡି.ଏନ୍‌.ଏ.): ବଛ୍‌ରେ ନେଇସେ ୭ ବଛର ହେଲା ପଁଚେତ୍‌ରୁ ବ୍ଲକ ତକ୍‌ ନରଦି ନରଦି ନିହାଲ ହେଇଗଲୁଁନ, ହେଲେ ଘରବନା ପଏସା ନେଇମିଲୁଛେ। ଇ ଦୁଖର କଥା ବଖାନିଛନ୍‌ କଳାହାଣି ଜଲା କୋକସରା ବ୍ଲକରେ ନୂତନ୍‌ ହିସାବେ ଗଠିତ୍‌ ସୋନପୋଡ଼ାଗୁଡ଼ା ପଁଚେତ୍‌ ନେଗିଗୁଡ଼ା ଗଁାର ଦୁଇଝନ୍‌ ହିତାଧିକାରୀ।
ସୂଚନା ଅନ୍‌ସାରେ ସୋନପୋଡ଼ାଗୁଡ଼ା ପଁଚେତ୍‌ ଅଧୀନ ନେଗିଗୁଡ଼ା ଗଁାର କ୍ଷୀର ଦେଇ ଆର କ୍ଷୀର ସୁନା ଅକ୍ଟୋବର ୨୬, ୨୦୧୨ରେ ଇନ୍ଦିରା ଆବାସ ତିଆରି ଲାଗି କାର୍ଯ୍ୟାଦେଶ ପାଇଥିଲେ। ଘର ୩ ମାସ ଭିତରେ ତିଆର କରବାର ଲାଗି ବି ନିରଦେଶ ରହିଥିଲା। ସେ ହିସାବେ ଦୁଇ ହିତାଧିକାରୀ ଧାର ଉଧାର କରି ଘର ତିଆରି କଲେ। କ୍ଷୀର ସୁନା ୨ଟା କିସ୍‌ତିରେ ୨୬ ହଜାର ଟଁକା ପାଇଥିଲାବେଲେ କ୍ଷୀର ଦେଇକୁଁ ଗୁଟେ କିସ୍‌ତିରେ ୫ ହଜାର ଟଁକା ନ ମିଲିଥିଲା। ହେଲେ ୨୦୧୨-୧୩ ସାଲେ ଇନ୍ଦିରା ଆବାସ ବାବ୍‌ଦେ ସରକାର ୪୮ ହଜାର ୫ଶହ ଟଁକାକେ ୪ଟା କିସ୍‌ତିରେ ଦେଉଥିଲେ। ସେନ୍‌ତା ସରକାରୀ ନିୟମ ହିସାବେ ପହେଲା କିସ୍‌ତିରେ ୧୫ ହଜାର ଟଁକା, ଦୁତିଅ କିସ୍‌ତିରେ ୧୦ ହଜାର ୫ଶହ, ତୁରତିଅରେ ୧୨ ହଜାର ଆର ଚତୁରଥ କିସ୍‌ତିରେ ୧୧ ହଜାର ଟଁକା ଦେବାର ବେବସ୍‌ତା ରହିଥିଲା। ହେଲେ ଝନେ ହିତାଧିକାରୀ ୨ଟା କିସ୍‌ତିରେ ୨୬ ହଜାର ଟଁକା ପାଇଥିଲାବେଲେ ଆରଝନେ ଗୁଟେ କିସ୍‌ତିରେ ୫ ହଜାର ଟଁକା ନ ପାଇଛନ୍‌। ଇଥ୍‌ରୁ ଫଟିକ ବୁଝାପଡ଼ୁଛେ ଯେ ସରକାରୀ ନୀତି ନିୟମକେ ବେଖାତିର କରାଯାଇଛେ। ଆଏଜ୍‌କେ ୭ ବଛର ହେଲା ଦୁଇ ହିତାଧିକାରୀ ବକିଆ ବିଲ୍‌ ପାଏବାର ଲାଗି ପଁଚେତ୍‌ନୁ ବ୍ଲକ ତକ୍‌ ଦଉଡି ଦଉଡି ନିରାଶ ହେଇଛନ୍‌। ଶେଷେ ଦୁଇ ହିତାଧିକାରୀ ଗହନାଗଁାଠି, ବାସନକୁସନ ବିକି ଦରଖଁଡ଼ିଆ ଘରକେ ପୂରା କରିଥିବାର କହିଛନ୍‌। ଇ ବାବ୍‌ଦେ କୋକସରା ବିଡିଓ ବସନ୍ତ କୁମାର ସେଠିକୁଁ ପଚରାଲାରୁ ଫାଇଲ ଦେଖ୍‌ଲେ ଜନାପଡ଼ବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ବୃଦ୍ଧଙ୍କ ଜୀବନ,ପୋଲିସ୍‌ର…

ଦିଗପହଣ୍ଡି,୫/୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥ ଧର୍ମପୁର ଗ୍ରାମ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣା…

ଚାପୁଡ଼ାର ପ୍ରତିଶୋଧ ନେବାକୁ ଆକ୍ରମଣ! ଗ୍ରାମ୍ୟକମିଟି ସଭ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ, ୪ ଗିରଫ, ରକ୍ତଭିଜା ଖଣ୍ଡା…

ଦିଗପହଣ୍ଡି,୫। ୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମର ଗ୍ରାମ୍ୟକମିଟି ସଭ୍ୟ ବନମାଳୀ ବିଷୋୟୀଙ୍କ ପୁଅ ପ୍ରେମା ଓରଫ ପ୍ରେମାନନ୍ଦ…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଜିଲା ଯୁବ କଂଗ୍ରେସ ସଭାପତିରୁ ଓପିସିସି ସମ୍ପାଦକ: ମହମ୍ବଦ ସାହେବଙ୍କୁ ମିଳିଲା ଗୁରୁଦାୟିତ୍ୱ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): ନିଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ସଭାପତିଙ୍କ ଅନୁମୋଦନ କ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ପାଇଁ କାର୍ଯ୍ୟକାରୀ କମିଟି ଓ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଜମିରେ ପାଣି ମଡ଼ାଇବା ବିବାଦରୁ ହତ୍ୟା ଉଦ୍ୟମ: ପ୍ରସାଦ ଖାଉଥିବା ବେଳେ ଖଣ୍ଡା ଚୋଟ, ଅଭିଯୁକ୍ତ ଗଲେ ଜେଲ୍

ଦିଗପହଣ୍ଡି,୫।୯(ଅଶେଷ ନାଥ ମିଶ୍ର): ଜମିରେ ପାଣି ମଡ଼ାଇବା ବିବାଦକୁ କେନ୍ଦ୍ର କରି ଜଣଙ୍କୁ ଖଣ୍ଡାରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri