୬ ପ୍ରତିଭାଧାରୀ ପାଇଲେ ଧନେଶ୍ୱର ରଥ ସ୍ମୃତି ସମ୍ମାନ

କଟକ ଅଫିସ, ୨୪।୯: ପୂଜ୍ୟପୂଜା ପରମ୍ପରାର ଭୂମିକା ଏବେ ବି ବଞ୍ଚିଛି। ପୂଜ୍ୟଙ୍କୁ ପୂଜା କରିବା ଏକ ମହତ୍‌ କାର୍ଯ୍ୟ। ଯିଏ ଜ୍ୟେଷ୍ଠ, ବରିଷ୍ଠ ଓ ଶ୍ରେଷ୍ଠ ସିଏ ସମାଜରେ ପୂଜ୍ୟ। ଯିଏ ପୂଜ୍ୟଙ୍କୁ ସମ୍ମାନ କରିବା ଶିଖିନାହିଁ ସେ ଅନ୍ୟମାନଙ୍କ ଦ୍ୱାରା ପୂଜିତ ହେବ ବା କାହିଁକି। ସାମାଜିକ କର୍ମୀ ସ୍ବର୍ଗତ ଧନେଶ୍ୱର ରଥଙ୍କ ୨୫ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଟାଙ୍ଗୀସ୍ଥିତ ଡ୍ରିମ୍‌ସ କଲେଜରେ ସୋମବାର ଅନୁଷ୍ଠିତ ପୂଜ୍ୟପୂଜା ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏ କଥା କହିଛନ୍ତି ସ୍ବାମୀ ସଦାନନ୍ଦ ସରସ୍ବତୀ। ଧନେଶ୍ୱର ରଥ ଫାଉଣ୍ଡେଶନର ଅଧ୍ୟକ୍ଷ ଇଂ. ଲଳିତ ମୋହନ ମିଶ୍ର ଏଥିରେ ସଭାପତିତ୍ୱ କରିଥିବାବେଳେ ଡ୍ରିମ୍‌ସର ପ୍ରତିଷ୍ଠାତା ଅଧ୍ୟକ୍ଷ ପ୍ରମୋଦ ଚନ୍ଦ୍ର ରଥ ସ୍ବାଗତ ଭାଷଣ ଦେଇଥିଲେ। ଏହି ଅବସରରେ ଫାଉଣ୍ଡେଶନ ପକ୍ଷରୁ ଶ୍ରୀଜଗନ୍ନାଥ ସଂସ୍ମୃତି ଗବେଷଣା କ୍ଷେତ୍ରରେ ଡ. ନରେଶ ଚନ୍ଦ୍ର ଦାସ, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ଡ. ଅସିତ ମହାନ୍ତି, ଶିଳ୍ପାୟନ କ୍ଷେତ୍ରରେ ରୁଚି ଉଦ୍ୟୋଗର ପ୍ରତିଷ୍ଠାତା ଶରତ କୁମାର ସାହୁ, କଳା-ସାହିତ୍ୟ କ୍ଷେତ୍ରରେ ଶୈଳଭାମା ମହାପାତ୍ର, କ୍ରୀଡ଼ା କ୍ଷେତ୍ରରେ ଆନ୍ତର୍ଜାତିକ ଚେସ୍‌ ତାରକା ସାଇନା ସାଲୋନିକା ଏବଂ ଶିକ୍ଷା ଗବେଷଣା କ୍ଷେତ୍ରରେ ପ୍ରାଧ୍ୟାପକ ଡ. ସ୍ମରଜିତ୍‌ ବାରିକଙ୍କୁ (ମରଣୋତ୍ତର) ଧନେଶ୍ୱର ରଥ ସ୍ମୃତି ସମ୍ମାନ-୨୦୧୯ ପ୍ରଦାନ କରାଯାଇଥିଲା। ଡ. ବାରିକଙ୍କ ସ୍ତ୍ରୀ ଜୟଶ୍ରୀ ବାରିକ ଏହି ସମ୍ମାନ ଗ୍ରହଣ କରିଥିଲେ। ଏଥିସହ ସେବା ଓ କର୍ତ୍ତବ୍ୟ ନିଷ୍ଠା ଲାଗି ରାଷ୍ଟ୍ରପତି ପୁରସ୍କାର ପାଇଁ ମନୋନୀତ ହୋଇଥିବା ଟାଙ୍ଗୀ ଥାନାରେ କାର୍ଯ୍ୟରତ ଗୃହରକ୍ଷୀ ଲିଲି ପୃଷ୍ଟିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ସ୍ମରଣିକା ‘ଅମୃତ ଅନୁଭବ’ ଉନ୍ମୋଚିତ ହୋଇଥିବାବେଳେ ବିଭିନ୍ନ ବିଭାଗୀୟ ପରୀକ୍ଷାରେ ଟପ୍ପର ହୋଇଥିବା ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା। ଆବାହକ ନିରାକାର ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏଥିରେ ପ୍ରଶାସନିକ ନିର୍ଦ୍ଦେଶକ ବଳରାମ କର, ବରିଷ୍ଠ ନିର୍ଦ୍ଦେଶକ ପ୍ରଦୀପ୍ତ ଚନ୍ଦ୍ର ରଥ, କ୍ରୀଡା ନିର୍ଦ୍ଦେଶକ ନବ କିଶୋର ମିଶ୍ର, ନିର୍ଦ୍ଦେଶକ ଲୋକନାଥ ବେହେରା, ସାମାଜିକ କର୍ମୀ କୈଳାସ ଚନ୍ଦ୍ର ବରାଳ, ଭାଜପା ଜିଲା ସଭାପତି ଚୌଧୁରୀ ହେମନ୍ତ କୁମାର ସାହୁ, ଆଇନଜୀବୀ ବିଧୁଭୂଷଣ ଶତପଥୀ ଓ ଶ୍ୟାମ ପ୍ରକାଶ ସେନାପତିଙ୍କ ସମେତ ଅନେକ ବରିଷ୍ଠ ବ୍ୟକ୍ତି ଯୋଗଦେଇଥିଲେ। ଅଧ୍ୟାପକ ଡ. ଅଜିତ କୁମାର ମହାପାତ୍ର ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଆଦିବାସୀ ଝିଅ ପୂର୍ଣ୍ଣିମା, ସମଗ୍ର କୋକସରା ଅଞ୍ଚଳରେ ଖୁସିର ଲହରୀ

କୋକସରା,୨୫।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ଗ୍ରାମର ମେଧାବୀ ଆଦିବାସୀ ଝିଅ ପୂର୍ଣ୍ଣିମା ପୁଝାରୀ ସର୍ବଭାରତୀୟ ନିଟ୍ (NEET UG) ପରୀକ୍ଷାରେ ସଫଳତା…

କାମ କରୁଥିବା ବେଳେ ହେଲା ଛାତିରେ ଯନ୍ତ୍ରଣା, ହୃଦଘାତରେ ଚାଲିଗଲା କ୍ୟାସିୟର ଅରବିନ୍ଦଙ୍କ ଜୀବନ

ଭବାନୀପାଟଣା,୨୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ସମଗ୍ର ଶିକ୍ଷା ପ୍ରକଳ୍ପ କାର୍ଯ୍ୟାଳୟର କ୍ୟାସିୟର (କୋଷାଧ୍ୟକ୍ଷ) ଅରବିନ୍ଦ ପଣ୍ଡାଙ୍କର ୫୬ ବର୍ଷ ବୟସରେ ହୃଦଘାତରେ ମଙ୍ଗଳବାର ପୂର୍ବାହ୍ନରେ ପରଲୋକ…

କିରିକୁଟିରେ ‘ଆମ ଗାଁ ଆମ ତହସିଲ: ଅଭିଯୋଗ ଶୁଣିଲେ

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ତହସିଲ ଅଧୀନ କିରିକୁଟି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ‘ଆମ ଗାଁ ଆମ ତହସିଲ’ ଶିବିର ଅନୁଷ୍ଠିତ…

ବିନା କୋଚିଂରେ ନିଟ୍‌ରେ ସଫଳ ହେଲେ ସୁବ୍ରତ, ଭୀମ ଭୋଇ ମେଡିକାଲ କଲେଜରେ ପଢ଼ିବେ…

କର୍ଲାମୁଣ୍ଡା,୨୫।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜା ପଞ୍ଚାୟତର ରେଙ୍ଗାଲି ଗ୍ରାମର ମେଧାବୀ ଛାତ୍ର ସୁବ୍ରତ ଶେଖର ରଣା ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା…

ଟ୍ରେନରେ ଆସୁଛି ୮୦୦ଟନ୍‌ ପିଆଜ, କିଲୋ ପ୍ରତି ଏତେ କମିଯିବ ପିଆଜ ଦର?

ନୂଆଦିଲ୍ଲୀ,୨୫।୮: ଏହି ଦିନଗୁଡ଼ିକରେ ପିଆଜ ଦର ଆକାଶଛୁଆଁ ହେଉଛି। ପିଆଜ କିଣିବା ଦାମ୍‌ରେ ହାରାହାରି ୫୯ ପ୍ରତିଶତରୁ ଅଧିକ ବୃଦ୍ଧି ରେକର୍ଡ କରାଯାଇଛି। ଏଭଳି ପରିସ୍ଥିତିରେ କେନ୍ଦ୍ର…

ତୃତୀୟ ଦିନରେ ଶ୍ରୀଲଙ୍କାର ଲଢ଼ୁଆ ବ୍ୟାଟିଂ, ଭାରତର ନିୟନ୍ତ୍ରଣରେ ଦ୍ୱିତୀୟ ଟେଷ୍ଟ

କଲମ୍ବୋ,୨୫ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ତୃତୀୟ ଦିନ ଶେଷ ସୁଦ୍ଧା ଭାରତ ନିୟନ୍ତ୍ରଣରେ ରହିଛି। ପ୍ରଥମ ଇନିଂସ୍‌ରେ ଭାରତ ୫୦୩/୯ ସ୍କୋର କରିଥିବା ବେଳେ…

ଦାରିଙ୍ଗବାଡ଼ି ମିଳିତ ମଞ୍ଚ ଗଠନ, କର୍ମକର୍ତ୍ତା ଚୟନ: ବ୍ରାହ୍ମଣୀଗାଁରେ ବ୍ଲକ୍ କାର୍ଯ୍ୟାଳୟ ସ୍ଥାପନ ଦାବି

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍ ପାଳକ ସଂଘର କମ୍ୟୁନିଟି ହଲ୍‌ରେ ମଙ୍ଗଳବାର ଦାରିଙ୍ଗବାଡ଼ି ମିଳିତ ମଞ୍ଚ ଗଠନ ଓ କର୍ମକର୍ତ୍ତା ଚୟନ…

ସିଡିପିଓଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଅଙ୍ଗନୱାଡି ସଂଘର ଅନଶନ ଆରମ୍ଭ

ଗୁଣପୁର, ୨୫।୮ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁରରେ ବିଭିନ୍ନ ଦାବି ନେଇ ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ ମଙ୍ଗଳବାରଠାରୁ ଅନଶନ ଆରମ୍ଭ କରିଛନ୍ତି। ଅନଶନ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri