Posted inଜାତୀୟ

୫୯ ଆସନରେ ସପ୍ତମ ପର୍ଯ୍ୟାୟ ନିର୍ବାଚନ: ଗାନ୍ଧୀ, ଗଡ୍‌ସେରେ ପ୍ରଚାର ଶେଷ

ନୂଆଦିଲ୍ଲୀ,୧୮ା୫(ପି.ଟି.): ସପ୍ତମ ତଥା ଶେଷ ପର୍ଯ୍ୟାୟ ଲୋକ ସଭା ନିର୍ବାଚନକୁ ଆଉ ମାତ୍ର ଦୁଇଦିନ ବାକି । ପଶ୍ଚିମବଙ୍ଗରେ ହିଂସା ଯୋଗୁ ୯ ଆସନରେ ଗୁରୁବାର ରାତି ୧୦ଟାରେ ଓ ଅବଶିଷ୍ଟ ୭ ରାଜ୍ୟର ୫୦ ଆସନରେ ଶୁକ୍ରବାର ସନ୍ଧ୍ୟାରେ ସବୁ ଦଳ ପକ୍ଷରୁ ପ୍ରଚାରରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ପ୍ରଚାର ଶେଷରେ ମହାମତ୍ା ଗାନ୍ଧୀ ଓ ତାଙ୍କ ହତ୍ୟାକାରୀ ନାଥୁରାମ ଗଡ୍‌ସେଙ୍କୁ ନେଇ ଜାତୀୟ ରଜନୀତି ସରଗରମ ହୋଇଛି। ଭୋପାଳର ଭାଜପା ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ସିଂ ଠାକୁର ନାଥୁରାମଙ୍କୁ ଦେଶଭକ୍ତ ଭାବେ ଅଭିହିତ କରିବା ପରେ ଗୈରିକ ଦଳକୁ ଘେରିଛି କଂଗ୍ରେସ। ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ ପ୍ରଜ୍ଞାଙ୍କ ମନ୍ତବ୍ୟକୁ ନିନ୍ଦାକରିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ସଙ୍କେତ ଦେଇଛନ୍ତି। ଏହି ପ୍ରସଙ୍ଗକୁ ନେଇ ଶାସକ ଭାଜପା ଓ ବିରୋଧୀ କଂଗ୍ରେସର  ପ୍ରଚାର ସ୍ରୋତରେ ହଜିଯାଇଛି ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ।
ରାଜ୍ୟର ୫୯ ଆସନରେ ରବିବାର ଭୋଟଗ୍ରହଣ କରାଯିବ। ଏହି ଆସନଗୁଡ଼ିକ ହେଲା ବିହାର (୮), ଝାଡ଼ଖଣ୍ଡ (୩), ମଧ୍ୟପ୍ରଦେଶ (୮), ପଞ୍ଜାବ (୧୩), ପଶ୍ଚିମବଙ୍ଗ (୯), ଚଣ୍ଡିଗଡ଼ (୧) ଓ ହିମାଚଳ ପ୍ରଦେଶର ୪ । ଏଥିପାଇଁ ନିର୍ବାଚନ କମିଶନ ଓ ପୋଲିସ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଏଥର ସାଧାରଣ ନିର୍ବାଚନରେ ପ୍ରଚାର ପୁଲଓ୍ବାମା ଆକ୍ରମଣ ଓ ବାଲାକୋଟ ପ୍ରତିଆକ୍ରମଣରୁ ଆରମ୍ଭ ହୋଇ ଗାନ୍ଧିଜୀ ଏବଂ ଗଡ୍‌ସେରେ ଶେଷ ହୋଇଛି। ଏହା ମଧ୍ୟରେ ସାଧାରଣ ଜନତାଙ୍କ ସହ ଜଡ଼ିତ ବହୁ ସମ୍ବେଦନଶୀଳ ପ୍ରସଙ୍ଗ ସାମ୍ନାକୁ ଆସିପାରିନାହିଁ। ମଧ୍ୟପ୍ରଦେଶର ଭୋପାଳ ଲୋକ ସଭା ଆସନରେ କଂଗ୍ରେସର ଦିଗ୍‌ବିଜୟ ସିଂ ଏବଂ ଭାଜପାରୁ ପ୍ରାର୍ଥୀ ହୋଇଥିବା ପ୍ରଜ୍ଞା ସିଂ ଠାକୁରଙ୍କ ମଧ୍ୟରେ ହିନ୍ଦୁତ୍ୱକୁ ନେଇ ଏକପ୍ରକାର ପ୍ରତିଦ୍ୱନ୍ଦ୍ୱିତା ଚାଲିଥିଲା। ଏହି ଆସନରେ ଷଷ୍ଠ ପର୍ଯ୍ୟାୟରେ ନିର୍ବାଚନ ଶେଷ ହୋଇଥିଲେ ହେଁ ପ୍ରଜ୍ଞାଙ୍କ ଏକ ମନ୍ତବ୍ୟରୁ ବିବାଦର ଝଡ଼ ସୃଷ୍ଟି ହୋଇଛି। ନାଥୁରାମ ଦେଶଭକ୍ତ ଥିଲେ, ଅଛନ୍ତି ଓ ରହିବେ ବୋଲି ପ୍ରଜ୍ଞା ଗୁରୁବାର ଖବରଦାତାମାନଙ୍କୁ କହିଥିଲେ। ଅବଶ୍ୟ ବିବାଦ ଉଠିବା ପରେ ସେ ଏଥିପାଇଁ କ୍ଷମାମାଗିଥିଲେ। ହେଲେ ସେ ଛାଡ଼ିଥିବା ଏହି ଅଫେରନ୍ତା ତୀର କଂଗ୍ରେସ ପାଇଁ ବ୍ରହ୍ମାସ୍ତ୍ର ଭଳି ସୁଯୋଗ ଆଣିଦେଇଛି। ଏହାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ନୀରବତା ଉପରେ ପ୍ରଶ୍ନ ଉଠାଇ ଭାଜପାକୁ କୋଣଠେସା କରିବାକୁ କଂଗ୍ରେସ ଉଦ୍ୟମ କରିଛି। କଂଗ୍ରେସ ନେତା କପିଲ ସିବଲ୍‌ ଓ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ପ୍ରଜ୍ଞାଙ୍କ ମନ୍ତବ୍ୟକୁ ନିନ୍ଦା କରିବା ସହ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ଦ୍ୱାରା ଗଡ୍‌ସେ ଅନୁପ୍ରାଣିତ ଥିଲେ ବୋଲି ସମାଲୋଚନା କରିଛନ୍ତି। ଇତିମଧ୍ୟରେ କର୍ନାଟକର ଭାଜପା ଏମ୍‌ପି ନିଲୀନ କୁମାର କଟୀଲ ଗଡ୍‌ସେଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ସହ ତୁଳନା କରିଛନ୍ତି। ଗଡ୍‌ସେ ଜଣକୁ ହତ୍ୟା କରିଥିବାବେଳେ ରାଜୀବ ୧୭,୦୦୦ ଜଣଙ୍କୁ ହତ୍ୟା କରିଛନ୍ତି। ଉଭୟଙ୍କ ମଧ୍ୟରୁ କିଏ ଅଧିକ କ୍ରୂର ଓ ନିଷ୍ଠୁର ବୋଲି ସେ ପ୍ରଶ୍ନ କରିଛନ୍ତି। ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହୁଥିବା କେନ୍ଦ୍ରମନ୍ତ୍ରୀ ଅନନ୍ତ ହେଗ୍‌ଡେ ମଧ୍ୟ ଗଡ୍‌ସେଙ୍କୁ ଦେଶଭକ୍ତ ଭାବେ ଅଭିହିତ କରି ନିଆଁରେ ଘିଅ ଢାଳିଛନ୍ତି। ଏସବୁର ଜବାବ ଦେବାକୁ ଯାଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ଭାଜପା ଏବଂ ଆର୍‌ଏସ୍‌ଏସ୍‌ର ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି। ରାହୁଲ କହିଛନ୍ତି, ଭାଜପା-ଆର୍‌ଏସ୍‌ଏସ୍‌ ‘ଗଡ୍‌ (ଭଗବାନ) ପ୍ରେମୀ’ ନୁହନ୍ତି, ବରଂ ‘ଗଡ୍‌ସେ ପ୍ରେମୀ’। ପ୍ରଜ୍ଞାଙ୍କ ମନ୍ତବ୍ୟରୁ ଏହା ପ୍ରମାଣିତ ହୋଇଛି ବୋଲି ରାହୁଲ ଟୁଇଟ୍‌ କରିଛନ୍ତି।
ଚାରିଆଡୁ ସମାଲୋଚିତ ହେବା ପରେ ଭାଜପା ମୁଖ୍ୟ ଶାହ କହିଛନ୍ତି, ଗଡ୍‌ସେ ମନ୍ତବ୍ୟ ଦଳର ବିଚାରଧାରା ନୁହେଁ। ତାଙ୍କୁ ଦେଶଭକ୍ତ ବୋଲି ଅଭିହିତ କରିଥିବା ନେତାଙ୍କ ବିରୋଧରେ ୧୦ ଦିନ ମଧ୍ୟରେ ରିପୋର୍ଟ ଆସିବ। ଏହା ପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶାହ ଟୁଇଟ୍‌ କରିଛନ୍ତି। ସେହିପରି ମଧ୍ୟପ୍ରଦେଶର ଏକ ସଭାରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଗାନ୍ଧିଜୀଙ୍କୁ ଅପମାନିତ କରି ତାଙ୍କ ହତ୍ୟାକାରୀ ଗଡ୍‌ସେଙ୍କୁ ଦେଶଭକ୍ତ କହିଥିବା ପ୍ରଜ୍ଞାଙ୍କୁ କ୍ଷମା କରାଯିବନାହିଁ। ଏଭଳି ମନ୍ତବ୍ୟ ସମାଜ ପାଇଁ କ୍ଷତିକାରକ। ସେ ଏଥିଲାଗି କ୍ଷମା ମାଗିଛନ୍ତି, କିନ୍ତୁ ତାଙ୍କୁ ମୁଁ ସମ୍ପୂର୍ଣ୍ଣ କ୍ଷମା ଦେବା ପାଇଁ ଅସମର୍ଥ।


Enter your email to get our daily news in your inbox.

All Right Reserved By Dharitri.Com

ନୀରବ ମୋଦିଙ୍କ ଭାରତ ଫେରିବା ପାଇଁ ପଥ ପରିଷ୍କାର: ହାରିଗଲେ ଶେଷ ଆଇନଗତ ଲଢ଼େଇ

ନୂଆଦିଲ୍ଲୀ,୬।୭: ପଳାତକ ଭାରତୀୟ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଭାରତ ଫେରିବା ପାଇଁ ପଥ ପରିଷ୍କାର ହୋଇଛି। ସେ ୟୁରୋପୀୟ କୋର୍ଟରେ ତାଙ୍କର ଶେଷ ଆଇନଗତ ଲଢ଼େଇ…

କ୍ରିଷ୍ଣ ମୋହନଙ୍କୁ ମିଳିଲା ଗୁରୁଦାୟିତ୍ୱ: ଜାଣନ୍ତୁ ସେ କିଏ

ନୂଆଦିଲ୍ଲୀ,୬।୭: ଅଯୋଧ୍ୟା ରାମମନ୍ଦିର ଦାନ ଅର୍ଥ ଆତ୍ମସାତ ଅଭିଯୋଗ ପରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ଓ ସଦସ୍ୟ ଅନିଲ ମିଶ୍ରା…

ଜିମ୍ବାଓ୍ବେ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା: ସଞ୍ଜୁ ସାମସନ ବାଦ୍‌

ନୂଆଦିଲ୍ଲୀ, ୬ା୭: ଚଳିତମାସ ପରବର୍ତ୍ତୀ ଭାଗରେ ଖେଳାଯିବାକୁ ଥିବା ଜିମ୍ବାଓ୍ବେ ବିପକ୍ଷ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ସିରିଜ ପାଇଁ ସୋମବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଚୟନକର୍ତ୍ତାମାନେ…

ହଠାତ୍‌ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିମାନ ଚାରିପଟେ ଘୁରିବୁଲିଲା ଇଣ୍ଡୋନେସିଆର ବାୟୁସେନାର ଲଢ଼ୁଆ ବିମାନ: ଆଉ ତା’ପରେ…ଦେଖନ୍ତୁ VIDEO

ନୂଆଦିଲ୍ଲୀ,୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନିଟି ରାଷ୍ଟ୍ର ଗସ୍ତରେ ଅଛନ୍ତି। ଗସ୍ତର ପ୍ରଥମ ପର୍ଯ୍ୟାୟରେ ସେ ଇଣ୍ଡୋନେସିଆରେ ପହଞ୍ଚିଛନ୍ତି। ଏଠାରେ ତାଙ୍କୁ ରାଜଧାନୀ ଜାକର୍ତ୍ତାରେ ଜୋରଦାର ସ୍ବାଗତ…

ଅଗ୍ନିବୀରଙ୍କ ପାଇଁ ଖୁସିଖବର: ସେନାରେ ବଢ଼ିବ ସ୍ଥାୟୀ କୋଟା!

ନୂଆଦିଲ୍ଲୀ,୬।୭: ‘ଅଗ୍ନିବୀର’ ଯୋଜନା ଦେଶର ସବୁଠାରୁ ଚର୍ଚ୍ଚିତ ସାମରିକ ପଦକ୍ଷେପ ମଧ୍ୟରୁ ଗୋଟିଏ। କିନ୍ତୁ ଏହା ଦେଶରେ ବହୁତ ବିରୋଧର ସମ୍ମୁଖୀନ ହୋଇଥିଲା। ଏହି ଯୋଜନା ଅଧୀନରେ…

ଟିଏମସିରେ ଫାଟ ପରେ ବି କମିନି ମମତାଙ୍କ ଦବଦବା; ତାଙ୍କ ବିନା ରାଜ୍ୟ ସଭାର ଗୋଟିଏ ବି ସିଟ୍‌ ଜିତିପାରିବେନି…

କୋଲକାତା,୬।୭: ପଶ୍ଚିମବଙ୍ଗରେ ରାଜ୍ୟସଭାର ତିନୋଟି ଆସନ ପାଇଁ ନିର୍ବାଚନ କମିଶନ ଉପ-ନିର୍ବାଚନ ଘୋଷଣା କରିଛନ୍ତି। ଏହି ଆସନଗୁଡ଼ିକ ପାଇଁ ଜୁଲାଇ ୨୪ରେ ମତଦାନ ହେବ ଏବଂ ସେହି…

ଗାଈ ଚରାଇବା ବେଳେ ମାଡ଼ିବସିଲା ସିଂହ, ଗୋଡ଼କୁ ଧରି…

ନୂଆଦିଲ୍ଲୀ,୬।୭:  ଗୁଜୁରାଟର ପାଲିଟାନାରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ, ଏକ ସିଂହ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିବା ପରେ ତାଙ୍କ ଗୋଡକୁ ଧରି…

ପହଲଗାମ ଆକ୍ରମଣ: LeT ମୁଖ୍ୟ ହାଫିଜ ସୟିଦଙ୍କୁ ଅଭିଯୁକ୍ତ ଦର୍ଶାଇଲା NIA

ନୂଆଦିଲ୍ଲୀ,୬।୭: ପହଲଗାମ ଆକ୍ରମଣ ମାମଲାର ଜାତୀୟ ତଦନ୍ତ ସଂସ୍ଥା (NIA) ଏକ ସପ୍ଲିମେଣ୍ଟାରୀ ଚାର୍ଜସିଟ୍‌ ଦାଖଲ କରିଛି। ଚାର୍ଜସିଟ୍‌ରେ NIA ପହଲଗାମ ଆକ୍ରମଣ ମାମଲାରେ LeT ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri