୫ ବର୍ଷରେ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଖବରଦାତା ସମ୍ମିଳନୀ: କ୍ଷମତାକୁ ଫେରିବାର ଦମ୍ଭୋକ୍ତି

ନୂଆଦିଲ୍ଲୀ,୧୮ା୫(ପି.ଟି./ଆଇଏଏନ୍‌ଏସ୍‌): ଚଳିତ ସାଧାରଣ ନିର୍ବାଚନରେ ଭାଜପା ପୁଣିଥରେ ପୂର୍ଣ୍ଣସଂଖ୍ୟାଗରିଷ୍ଠତା ସହ କ୍ଷମତାକୁ ଫେରିବ। ପୂରା ୫ ବର୍ଷ ଶାସନ କରିବା ପରେ ପ୍ରଥମଥର ପାଇଁ ବହୁମତ ସହ ଏକ ଦଳ କେନ୍ଦ୍ରରେ ସରକାର ଗଢ଼ିବାକୁ ଯାଉଛି ବୋଲି ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦମ୍ଭୋକ୍ତି ବାଢ଼ିଛନ୍ତି। ହେଲେ ଖବରଦାତାଙ୍କ କୌଣସି ପ୍ରଶ୍ନର ଉତ୍ତର ସେ ଦେଇନାହାନ୍ତି। ପ୍ରଶ୍ନର ଉତ୍ତର ଏଡାଇ ମୋଦି ଅଧା ଯୁଦ୍ଧ ଦେଖାଇଛନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସମାଲୋଚନା କରିଛନ୍ତି।
ଜାତୀୟ ରାଜନୀତିର ଦୃଶ୍ୟପଟରେ ଶୁକ୍ରବାର ଦେଖିବାକୁ ମିଳିଛି ଏକ ବିରଳ ଘଟଣା। ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନର ଠିକ୍‌ ଦୁଇଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଏକ ଖବରଦାତା ସମ୍ମିଳନୀରେ ଏନ୍‌ଡିଏ ସରକାରର ସଫଳତା ବଖାଣିଛନ୍ତି। ୫ ବର୍ଷର ଶାସନ କାଳରେ କେବେ ଏଭଳି ଦୃଶ୍ୟ ଦେଖିବାକୁ ମିଳି ନ ଥିବାବେଳେ ଜାତୀୟ ଗଣମାଧ୍ୟମଗୁଡ଼ିକରେ ହଠାତ୍‌ ପ୍ରଧାନମନ୍ତ୍ରୀଙ୍କ ଏହି ଅବତାର ଦେଖି ବିସ୍ମିତ ହୋଇଯାଇଛନ୍ତି ଦେଶବାସୀ। ନୂଆଦିଲ୍ଲୀସ୍ଥିତ ଭାଜପା ମୁଖ୍ୟାଳୟରୁ ଏହାର ସିଧାପ୍ରସାରଣ ହୋଇଥିଲା। ମୋଦିଙ୍କ ସହ ଉପସ୍ଥିତ ଥିଲେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ। ମୋଦି କହିଥିଲେ, ଭାଜପା ଲୋକ ସଭା ନିର୍ବାଚନ ଜିତିବା ପରେ ପୁଣିଥରେ କେନ୍ଦ୍ରରେ ସରକାର ଗଢ଼ିବ। ପ୍ରଥମଥର ଏଭଳି ଏକ ବଡ଼କଥା ହେବାକୁ ଯାଉଛି। କାରଣ ଏହା ହେଉଛି ପ୍ରଥମ ନିର୍ବାଚନ, ଯାହାକି ସୁଚିନ୍ତିତ ଭାବେ ଲଢ଼ାଯାଇଛି। ପୂର୍ବ ସରକାରଗୁଡ଼ିକ ପରିସ୍ଥିତିକୁ ନେଇ ଗଠନ ହୋଇଥିଲା। ସେହି ସରକାରଗୁଡ଼ିକ ପାରିବାରିକ ରାଜନୀତି ଓ ବଂଶବାଦ ପରମ୍ପରା କିମ୍ବା ଅନ୍ୟ କାରଣଗୁଡ଼ିକୁ ନେଇ ସଂଖ୍ୟାଗରିଷ୍ଠତା ହାସଲ କରିଥିଲେ। କିନ୍ତୁ ୨୦୧୪ରେ ପ୍ରଥମଥର ଲାଗି ଲୋକେ ଅନ୍ୟ ଏକ ଦଳ ସପକ୍ଷରେ ସମ୍ପୂର୍ଣ୍ଣ ଜନାଦେଶ ଦେଇଥିଲେ। ୨୦୧୯ରେ ସେମାନେ ଆଉଥରେ ଦ୍ୱିତୀୟ ସୁଯୋଗ ଦେବାକୁ ଯାଉଛନ୍ତି ବୋଲି ମୋଦି ପ୍ରକାଶ କରିଥିଲେ। ଏହାସହ ସେ ନିର୍ବାଚନରେ ନିଜ ଅନୁଭୂତିକୁ ଅତ୍ୟନ୍ତ ସନ୍ତୋଷଜନକ ବୋଲି ଅଭିହିତ କରି ଭୋଟରଙ୍କୁ ଧନ୍ୟବାଦ ଦେଇଛନ୍ତି। ସଚ୍ଚୋଟତାର ଯାତ୍ରାକୁ ବଜାୟ ରଖିବା ପାଇଁ ଜନସାଧାରଣଙ୍କ ସମର୍ଥନ ଭିକ୍ଷା କରି ମୋଦି କହିଛନ୍ତି, ୨୦୧୪ ମେ ୧୭ କ୍ଷମତା ଭୋକିଲାଙ୍କ ଲାଗି ବିପର୍ଯ୍ୟୟ ଆଣିଦେଇଥିଲା। ୨୦୧୪ ସାଧାରଣ ନିର୍ବାଚନ ପରି ଏଥର ମଧ୍ୟ ଦେଶବାସୀ ତାଙ୍କ ଉପରେ ଆଶୀର୍ବାଦ ଅଜାଡ଼ି ଦେବେ। ନୂଆ ସରକାର ଯଥାଶୀଘ୍ର ଯଥାସମ୍ଭବ କାର୍ଯ୍ୟ ଆରମ୍ଭ କରିବ। ପୂର୍ବରୁ ନିର୍ବାଚନ ବେଳେ ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌(ଆଇପିଏଲ୍‌)କୁ ଦେଶବାହାରେ ଆୟୋଜନ କରାଯାଉଥିଲା। ହେଲେ ଏବେ ରମଜାନ, ଆଇପିଏଲ୍‌, ଇଷ୍ଟର, ହନୁମାନ ଜୟନ୍ତୀ, ରାମନବମୀ, ନବରାତ୍ରି ଓ ପିଲାଙ୍କ ପରୀକ୍ଷା ସହ ନିର୍ବାଚନ କରାଯାଉଛି ବୋଲି ମୋଦି କହିଛନ୍ତି।
ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ଦିନଠୁ ଦିନେ ହେଲେ କୌଣସି ଖବରଦାତା ସମ୍ମିଳନୀକୁ ସାମ୍ନା କରିନାହାନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମେତ ବିରୋଧୀ ଦଳଗୁଡ଼ିକର ନେତାମାନେ ସମାଲୋଚନା କରିଆସୁଥିବାବେଳେ ଭୋଟଗଣତିର ସପ୍ତାହେ ପୂର୍ବରୁ ତାଙ୍କୁ ଏହି ଭୂମିକାରେ ଦେଖିବାକୁ ମିଳିଛି। ହେଲେ ଖବରଦାତାଙ୍କ ଗୋଟିଏ ହେଲେ ପ୍ରଶ୍ନର ଉତ୍ତର ଦେଇନାହାନ୍ତି ମୋଦି। ସେ ନିଜକୁ ଭାଜପାର ଜଣେ ‘ଶୃଙ୍ଖଳିତ ସୈନ୍ୟ’ ଭାବେ ଅଭିହିତ କରି ପ୍ରଶ୍ନଗୁଡ଼ିକୁ ଏଡାଇ ଦେଇ ଦଳ ମୁଖ୍ୟ ଶାହଙ୍କ ଉପରେ ଉତ୍ତର ଛାଡ଼ିଦେଇଥିଲେ। ଶାହ କହିଥିଲେ, ଭାଜପା ୩୦୦ରୁ ଊର୍ଦ୍ଧ୍ୱ ଆସନ ଦଖଲ କରିବ, ଯାହାକି ସରକାର ଗଠନ ପାଇଁ ପର୍ଯ୍ୟାପ୍ତ। ଏହା ଦେଶର ପ୍ରଧାନମନ୍ତ୍ରୀ ବାଛିବାର ନିର୍ବାଚନ। ନରେନ୍ଦ୍ର ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ହେବେ। ଏହା ପୂର୍ବରୁ ମୋଦି ମଧ୍ୟପ୍ରଦେଶର ଏକ ନିର୍ବାଚନୀ ସଭାରେ ମଧ୍ୟ ୩୦୦ରୁ ଅଧିକ ଆସନ ଜିତି ସରକାର ଗଢ଼ିବା ନେଇ ଦୃଢ଼ୋକ୍ତି ବାଢ଼ିଥିଲେ। କଶ୍ମୀରରୁ କନ୍ୟାକୁମାରୀ ଓ କଚ୍ଛରୁ କାମରୂପ ଯାଏ ସାରା ଦେଶ କହୁଛି ଏଥର ୩୦୦ ପାର, ପୁଣିଥରେ ମୋଦି ସରକାର। ଅନ୍ୟପକ୍ଷରେ ମୋଦିଙ୍କୁ କଂଗ୍ରେସ ମୁଖ୍ୟ ରାହୁଲ ତାଚ୍ଛଲ୍ୟ କରିଛନ୍ତି। ଅଭିନନ୍ଦନ ମୋଦିଜୀ, ଉତ୍କୃଷ୍ଟ ଖବରଦାତା ସମ୍ମିଳନୀ। ଯୁଦ୍ଧର ଅଧା ଦେଖାଇଲେ। ପରବର୍ତ୍ତୀ ସମୟରେ ଆପଣଙ୍କୁ ଦୁଇଟି ପ୍ରଶ୍ନର ଉତ୍ତର ଦେବାକୁ ଶାହ ଅନୁମତି ଦେଇପାରନ୍ତି ବୋଲି ରାହୁଲ ଟୁଇଟ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଲପିଜି ସିଲିଣ୍ଡରକୁ ବାଏ-ବାଏ; ଏବେ ପାଣିରେ ଜଳିବ ରୋଷେଇ ଚୁଲି! ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୫: ଦେଶରେ ମହଙ୍ଗା ମାଡ଼ରେ ଅତିଷ୍ଠ ହେଉଥିବା ସାଧାରଣ ଗ୍ରାହକ ଏବଂ ଗୃହିଣୀମାନଙ୍କ ପାଇଁ ଏକ ବଡ଼  ଖବର ସାମ୍ନାକୁ ଆସିଛି। ବଜାରରେ ଉପଲବ୍ଧ କମର୍ଶିଆଲ୍ ତଥା…

କର୍ନାଟକ ରାଜନୀତିରେ ଭୂକମ୍ପ! ପଦ ଛାଡ଼ିବେ ସିଦ୍ଧାରାମୈୟା; ଡି.କେ ଶିବକୁମାରଙ୍କ ହାତକୁ ଯିବ କ୍ଷମତାର ଚାବିକାଠି?

ବେଙ୍ଗାଲୁରୁ,୨୬।୫: କର୍ନାଟକ ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ମିଳିଥିବା ସୂଚନା ଅନୁଯାୟୀ, କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧାରାମୈୟା ନିଜ ପଦରୁ ଇସ୍ତଫା ଦେଇପାରନ୍ତି। ତାଙ୍କ ସ୍ଥାନରେ…

ଭାରତ ହାତରେ ଲାଗିଲା ‘କୁବେର ଭଣ୍ଡାର’, ମାଟିତଳୁ ମିଳିଲା କୋଟି କୋଟି ଟଙ୍କାର… ଚୀନର ଉଡ଼ିଗଲା ନିଦ!

ନୂଆଦିଲ୍‌ଲୀ,୨୬।୫: ପଶ୍ଚିମ ରାଜସ୍ଥାନର ବାଲୋତ୍ରା ଜିଲାରେ ପ୍ରାୟ ୭୫୦ ବର୍ଗ କିଲୋମିଟର ପତିତ ଜମି ତଳେ ବିପୁଳ ପରିମାଣର ‘ରେୟାର୍‌ ଆର୍ଥ ଏଲିମେଣ୍ଟସ’ (Rare Earth Elements…

ପ୍ରକାଶ ପାଇଲା OAS ପରୀକ୍ଷାଫଳ: ୨୦୦ ପରୀକ୍ଷାର୍ଥୀ କୃତକାର୍ଯ୍ୟ, ବୁବୁନ ସାହୁ ଟପ୍ପର, ଦେଖନ୍ତୁ ତାଲିକା…

ଭୁବନେଶ୍ୱର,୨୬।୫: ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପରିଚାଳିତ OCS-୨୦୨୪ ପରୀକ୍ଷାର ଚୂଡ଼ାନ୍ତ ଫଳାଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏହି ପ୍ରତିଷ୍ଠିତ ପରୀକ୍ଷାରେ ମୋଟ ୨୦୦ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ…

ମମତାଙ୍କ ବିରୋଧରେ FIR; ବଢ଼ିଲା ଅଡୁଆ!

କୋଲକାତା,୨୬।୫: ବିଧାନସଭା ନିର୍ୱାଚନରେ ଶୋଚନୀୟ ପରାଜୟ ପରେ ପଶ୍ଚିମବଙ୍ଗର ପୂର୍ୱତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ବିବାଦରେ ଫସିଛନ୍ତି। ତାଙ୍କ ବିରୋଧରେ ସିଲିଗୁଡ଼ି ସାଇବର ପୋଲିସ…

ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଅପହରଣ: ୮୦ ହଜାର ଟଙ୍କା ନେଇଗଲେ…

ବଲାଙ୍ଗୀର, ୨୬।୫ (ସୁନିଲ କୁମାର ମହାନ୍ତି): ଜଣେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଅପହରଣ କରି ତାଙ୍କ ଠାରୁ ସ୍କୁଟି ସହ ୮୦ ହଜାର ଟଙ୍କା ଲୁଟିନେଇଥିବା ଅଭିଯୋଗ…

ବରଗଡ଼ ଏମ୍‌ପିଙ୍କ ବଡ଼ ଘୋଷଣା: ଲିପସିତ୍ , ପ୍ରୀତମଙ୍କୁ ଗୁରୁଦାୟିତ୍ବ

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକସଭା ସାଂସଦ (MP) ପ୍ରଦୀପ କୁମାର ପୁରୋହିତ ସୋମବାର ବରଗଡ଼ ଜିଲାର ବରଗଡ଼ ଓ ପଦ୍ମପୁର ଉପଖଣ୍ଡ ପାଇଁ ତାଙ୍କ ପ୍ରତିନିଧି (NOMINEE)…

ଏହି ବଡ଼ ସହରରେ ଆଜିଠୁ ୧୪ ଦିନିଆ ‘କର୍ଫ୍ୟୁ’: କଣ ଖୋଲା, କଣ ବନ୍ଦ? ଲାଗିଲା କଡ଼ା କଟକଣା

ନୂଆଦିଲ୍ଲୀ,୨୬।୫: ମହାରାଷ୍ଟ୍ରର ପୁଣେ ସହରରେ ୧୪ ଦିନ ପାଇଁ କର୍ଫ୍ୟୁ ଲାଗୁ କରାଯାଉଛି। ଏହି ସମୟ ମଧ୍ୟରେ ଅନେକ କଟକଣା ବଳବତ୍ତର ରହିବ। ମେ ୨୬ ତାରିଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri