୫ ବର୍ଷରେ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଖବରଦାତା ସମ୍ମିଳନୀ: କ୍ଷମତାକୁ ଫେରିବାର ଦମ୍ଭୋକ୍ତି

ନୂଆଦିଲ୍ଲୀ,୧୮ା୫(ପି.ଟି./ଆଇଏଏନ୍‌ଏସ୍‌): ଚଳିତ ସାଧାରଣ ନିର୍ବାଚନରେ ଭାଜପା ପୁଣିଥରେ ପୂର୍ଣ୍ଣସଂଖ୍ୟାଗରିଷ୍ଠତା ସହ କ୍ଷମତାକୁ ଫେରିବ। ପୂରା ୫ ବର୍ଷ ଶାସନ କରିବା ପରେ ପ୍ରଥମଥର ପାଇଁ ବହୁମତ ସହ ଏକ ଦଳ କେନ୍ଦ୍ରରେ ସରକାର ଗଢ଼ିବାକୁ ଯାଉଛି ବୋଲି ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦମ୍ଭୋକ୍ତି ବାଢ଼ିଛନ୍ତି। ହେଲେ ଖବରଦାତାଙ୍କ କୌଣସି ପ୍ରଶ୍ନର ଉତ୍ତର ସେ ଦେଇନାହାନ୍ତି। ପ୍ରଶ୍ନର ଉତ୍ତର ଏଡାଇ ମୋଦି ଅଧା ଯୁଦ୍ଧ ଦେଖାଇଛନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସମାଲୋଚନା କରିଛନ୍ତି।
ଜାତୀୟ ରାଜନୀତିର ଦୃଶ୍ୟପଟରେ ଶୁକ୍ରବାର ଦେଖିବାକୁ ମିଳିଛି ଏକ ବିରଳ ଘଟଣା। ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନର ଠିକ୍‌ ଦୁଇଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଏକ ଖବରଦାତା ସମ୍ମିଳନୀରେ ଏନ୍‌ଡିଏ ସରକାରର ସଫଳତା ବଖାଣିଛନ୍ତି। ୫ ବର୍ଷର ଶାସନ କାଳରେ କେବେ ଏଭଳି ଦୃଶ୍ୟ ଦେଖିବାକୁ ମିଳି ନ ଥିବାବେଳେ ଜାତୀୟ ଗଣମାଧ୍ୟମଗୁଡ଼ିକରେ ହଠାତ୍‌ ପ୍ରଧାନମନ୍ତ୍ରୀଙ୍କ ଏହି ଅବତାର ଦେଖି ବିସ୍ମିତ ହୋଇଯାଇଛନ୍ତି ଦେଶବାସୀ। ନୂଆଦିଲ୍ଲୀସ୍ଥିତ ଭାଜପା ମୁଖ୍ୟାଳୟରୁ ଏହାର ସିଧାପ୍ରସାରଣ ହୋଇଥିଲା। ମୋଦିଙ୍କ ସହ ଉପସ୍ଥିତ ଥିଲେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ। ମୋଦି କହିଥିଲେ, ଭାଜପା ଲୋକ ସଭା ନିର୍ବାଚନ ଜିତିବା ପରେ ପୁଣିଥରେ କେନ୍ଦ୍ରରେ ସରକାର ଗଢ଼ିବ। ପ୍ରଥମଥର ଏଭଳି ଏକ ବଡ଼କଥା ହେବାକୁ ଯାଉଛି। କାରଣ ଏହା ହେଉଛି ପ୍ରଥମ ନିର୍ବାଚନ, ଯାହାକି ସୁଚିନ୍ତିତ ଭାବେ ଲଢ଼ାଯାଇଛି। ପୂର୍ବ ସରକାରଗୁଡ଼ିକ ପରିସ୍ଥିତିକୁ ନେଇ ଗଠନ ହୋଇଥିଲା। ସେହି ସରକାରଗୁଡ଼ିକ ପାରିବାରିକ ରାଜନୀତି ଓ ବଂଶବାଦ ପରମ୍ପରା କିମ୍ବା ଅନ୍ୟ କାରଣଗୁଡ଼ିକୁ ନେଇ ସଂଖ୍ୟାଗରିଷ୍ଠତା ହାସଲ କରିଥିଲେ। କିନ୍ତୁ ୨୦୧୪ରେ ପ୍ରଥମଥର ଲାଗି ଲୋକେ ଅନ୍ୟ ଏକ ଦଳ ସପକ୍ଷରେ ସମ୍ପୂର୍ଣ୍ଣ ଜନାଦେଶ ଦେଇଥିଲେ। ୨୦୧୯ରେ ସେମାନେ ଆଉଥରେ ଦ୍ୱିତୀୟ ସୁଯୋଗ ଦେବାକୁ ଯାଉଛନ୍ତି ବୋଲି ମୋଦି ପ୍ରକାଶ କରିଥିଲେ। ଏହାସହ ସେ ନିର୍ବାଚନରେ ନିଜ ଅନୁଭୂତିକୁ ଅତ୍ୟନ୍ତ ସନ୍ତୋଷଜନକ ବୋଲି ଅଭିହିତ କରି ଭୋଟରଙ୍କୁ ଧନ୍ୟବାଦ ଦେଇଛନ୍ତି। ସଚ୍ଚୋଟତାର ଯାତ୍ରାକୁ ବଜାୟ ରଖିବା ପାଇଁ ଜନସାଧାରଣଙ୍କ ସମର୍ଥନ ଭିକ୍ଷା କରି ମୋଦି କହିଛନ୍ତି, ୨୦୧୪ ମେ ୧୭ କ୍ଷମତା ଭୋକିଲାଙ୍କ ଲାଗି ବିପର୍ଯ୍ୟୟ ଆଣିଦେଇଥିଲା। ୨୦୧୪ ସାଧାରଣ ନିର୍ବାଚନ ପରି ଏଥର ମଧ୍ୟ ଦେଶବାସୀ ତାଙ୍କ ଉପରେ ଆଶୀର୍ବାଦ ଅଜାଡ଼ି ଦେବେ। ନୂଆ ସରକାର ଯଥାଶୀଘ୍ର ଯଥାସମ୍ଭବ କାର୍ଯ୍ୟ ଆରମ୍ଭ କରିବ। ପୂର୍ବରୁ ନିର୍ବାଚନ ବେଳେ ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌(ଆଇପିଏଲ୍‌)କୁ ଦେଶବାହାରେ ଆୟୋଜନ କରାଯାଉଥିଲା। ହେଲେ ଏବେ ରମଜାନ, ଆଇପିଏଲ୍‌, ଇଷ୍ଟର, ହନୁମାନ ଜୟନ୍ତୀ, ରାମନବମୀ, ନବରାତ୍ରି ଓ ପିଲାଙ୍କ ପରୀକ୍ଷା ସହ ନିର୍ବାଚନ କରାଯାଉଛି ବୋଲି ମୋଦି କହିଛନ୍ତି।
ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ଦିନଠୁ ଦିନେ ହେଲେ କୌଣସି ଖବରଦାତା ସମ୍ମିଳନୀକୁ ସାମ୍ନା କରିନାହାନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମେତ ବିରୋଧୀ ଦଳଗୁଡ଼ିକର ନେତାମାନେ ସମାଲୋଚନା କରିଆସୁଥିବାବେଳେ ଭୋଟଗଣତିର ସପ୍ତାହେ ପୂର୍ବରୁ ତାଙ୍କୁ ଏହି ଭୂମିକାରେ ଦେଖିବାକୁ ମିଳିଛି। ହେଲେ ଖବରଦାତାଙ୍କ ଗୋଟିଏ ହେଲେ ପ୍ରଶ୍ନର ଉତ୍ତର ଦେଇନାହାନ୍ତି ମୋଦି। ସେ ନିଜକୁ ଭାଜପାର ଜଣେ ‘ଶୃଙ୍ଖଳିତ ସୈନ୍ୟ’ ଭାବେ ଅଭିହିତ କରି ପ୍ରଶ୍ନଗୁଡ଼ିକୁ ଏଡାଇ ଦେଇ ଦଳ ମୁଖ୍ୟ ଶାହଙ୍କ ଉପରେ ଉତ୍ତର ଛାଡ଼ିଦେଇଥିଲେ। ଶାହ କହିଥିଲେ, ଭାଜପା ୩୦୦ରୁ ଊର୍ଦ୍ଧ୍ୱ ଆସନ ଦଖଲ କରିବ, ଯାହାକି ସରକାର ଗଠନ ପାଇଁ ପର୍ଯ୍ୟାପ୍ତ। ଏହା ଦେଶର ପ୍ରଧାନମନ୍ତ୍ରୀ ବାଛିବାର ନିର୍ବାଚନ। ନରେନ୍ଦ୍ର ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ହେବେ। ଏହା ପୂର୍ବରୁ ମୋଦି ମଧ୍ୟପ୍ରଦେଶର ଏକ ନିର୍ବାଚନୀ ସଭାରେ ମଧ୍ୟ ୩୦୦ରୁ ଅଧିକ ଆସନ ଜିତି ସରକାର ଗଢ଼ିବା ନେଇ ଦୃଢ଼ୋକ୍ତି ବାଢ଼ିଥିଲେ। କଶ୍ମୀରରୁ କନ୍ୟାକୁମାରୀ ଓ କଚ୍ଛରୁ କାମରୂପ ଯାଏ ସାରା ଦେଶ କହୁଛି ଏଥର ୩୦୦ ପାର, ପୁଣିଥରେ ମୋଦି ସରକାର। ଅନ୍ୟପକ୍ଷରେ ମୋଦିଙ୍କୁ କଂଗ୍ରେସ ମୁଖ୍ୟ ରାହୁଲ ତାଚ୍ଛଲ୍ୟ କରିଛନ୍ତି। ଅଭିନନ୍ଦନ ମୋଦିଜୀ, ଉତ୍କୃଷ୍ଟ ଖବରଦାତା ସମ୍ମିଳନୀ। ଯୁଦ୍ଧର ଅଧା ଦେଖାଇଲେ। ପରବର୍ତ୍ତୀ ସମୟରେ ଆପଣଙ୍କୁ ଦୁଇଟି ପ୍ରଶ୍ନର ଉତ୍ତର ଦେବାକୁ ଶାହ ଅନୁମତି ଦେଇପାରନ୍ତି ବୋଲି ରାହୁଲ ଟୁଇଟ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

ନାଗାଲାଣ୍ଡର ୬ ଜିଲାରେ ବୁଥ୍‌ ଖାଁ ଖାଁ, ଭୋଟ ଦେବାକୁ ଆସିଲେ ନାହିଁ ଜଣେ ହେଲେ ବି ଭୋଟର୍‌  

କୋହିମା,୧୯ା୪: ନାଗାଲାଣ୍ଡରେ ପୃଥକ ସରକାର(ରାଜ୍ୟ) ଏବଂ ଅଧିକ ଆର୍ଥିକ ସ୍ବାଧୀନତା ଦାବିରେ ‘ଲୋକଙ୍କ ଜରୁରୀକାଳିନ ପରିସ୍ଥିତି’ ନେଇ ଘୋଷଣା କରି ପୂର୍ବ ନାଗାଲାଣ୍ଡ ଲୋକ ସଂଗଠନ(ଇଏନ୍‌ପିଓ)...

ନାନୋ ୟୁରିଆ ବ୍ୟବହାର ପାଇଁ ଆସିଲା ବିଜ୍ଞପ୍ତି

ନୂଆଦିଲ୍ଲୀ,୧୯ା୪: ୩ ବର୍ଷ ପାଇଁ ନାନୋ ୟୁରିଆ ପ୍ଲସ୍‌ ସାର ବ୍ୟବହାର ନିମନ୍ତେ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ତେବେ ଏହି ସାରର ଉର୍ବରତା...

ଜେଲ୍‌ ଭିତରେ କେଜରିଓ୍ବାଲଙ୍କୁ ମାରି ଦେବାକୁ ଷଡଯନ୍ତ୍ର!

ନୂଆଦିଲ୍ଲୀ,୧୯।୪: ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଚାଲିଛି ସାଂଘାତିକ ଷଡଯନ୍ତ୍ର। ଜେଲ ଭିତରେ କେଜରିୱାଲଙ୍କୁ...

ନିଜକୁ ଭୋଟ୍‌ ଦେଇପାରିବେନି ଏହି ପ୍ରାର୍ଥୀ

ନୂଆଦିଲ୍ଲୀ,୧୯।୪: ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି। ଏହି ପରିପ୍ରେକ୍ଷୀରେ ୧୦୨ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଥିବା ବେଳେ ବିହାରର ୪ଟି ଲୋକସଭା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri