୪ର୍ଥ ଦିନରେ ଆମ୍ବୁଲାନ୍ସ, ହୋଟେଲ କର୍ମଚାରୀଙ୍କୁ ଜେରା

ରାୟଗଡ଼ା,୩ା୧(ସ୍ବ.ପ୍ର.):ରାୟଗଡ଼ାଠାରେ ରୁଷୀୟ ପର୍ଯ୍ୟଟକ ତଥା ସେଠାକାର ଏମ୍‌ପି ପାଭେଲ ଆଣ୍ଟୋଭ ଏବଂ ତାଙ୍କ ବନ୍ଧୁ ଭ୍ଲାଡିମିର ବିଦାନୋଭଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି। ଚତୁର୍ଥ ଦିନ ସୋମବାର ଡିଏସ୍‌ପି ସରୋଜକାନ୍ତ ମହାନ୍ତଙ୍କ ନେତୃତ୍ୱରେ ୪ ଅଧିକାରୀ ପୁଣି ହୋଟେଲ ସାଇ ଇଣ୍ଟରନ୍ୟାଶନାଲକୁ ଯାଇ କର୍ମଚାରୀଙ୍କୁ ଜେରା କରିଥିଲେ। ଏହାର କିଛି ସମୟ ପରେ ଫରେନସିକ୍‌ ଏବଂ ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ହୋଟେଲରେ ପହଞ୍ଚିଥିଲେ। ପରେ ବିଦାନୋଭ ଏବଂ ପାଭେଲଙ୍କୁ ମେଡିକାଲ ନେଇଥିବା ଆମ୍ବୁଲାନ୍ସ କର୍ମଚାରୀ ଏବଂ ଜଣେ ପୋଲିସ ଅଧିକାରୀଙ୍କୁ ମଧ୍ୟ କ୍ରାଇମ ବ୍ରାଞ୍ଚ ପକ୍ଷରୁ ଜେରା କରାଯାଇଛି। ବିଦାନୋଭ ଏବଂ ପାଭେଲଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନେବା ସମୟରେ ସେମାନଙ୍କ ସ୍ଥିତି କ’ଣ ଥିଲା ସେ ନେଇ ଅଧିକାରୀମାନେ ପଚରାଉଚରା କରିଥିଲେ। ବିଶେଷକରି ଘଟଣା ଦିନ ବିଦାନୋଭ ଏବଂ ପାଭେଲଙ୍କ ସାଙ୍ଗରେ ଆସିଥିବା ମିଖାଇଲ ଏବଂ ନାତାଲିଆଙ୍କ ହାବଭାବ ତଥା ବଡି ଲାଙ୍ଗୁଏଜ୍‌ କିପରି ଥିଲା ସେ ବିଷୟରେ ପଚରାଯାଇଥିବା ଅନୁମାନ କରାଯାଉଛି।
ଏହା ବ୍ୟତୀତ ଅନ୍ୟ ବିଭିନ୍ନ ଦିଗକୁ ନେଇ ହୋଟେଲ କର୍ମଚାରୀଙ୍କୁ ମଧ୍ୟ ପ୍ରଶ୍ନ କରାଯାଇଥିବା ଜଣାପଡ଼ିଛି। ପୋଷ୍ଟମର୍ଟମ ରିପୋର୍ଟରୁ ବିଦାନୋଭଙ୍କ ଶରୀରରେ ଗଞ୍ଜେଇ କିମ୍ବା ଅଫିମର ଦୁର୍ଗନ୍ଧ ବାହାରିଥିବା ଉଲ୍ଲେଖ ଥିବାରୁ ବିଦେଶୀ ନାଗରିକଙ୍କୁ ଗଞ୍ଜେଇ କେଉଁଠାରୁ ମିଳିଲା ସେ ନେଇ ପ୍ରଶ୍ନ କରାଯାଇ ଥାଇପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି। ହେଲେ କ୍ରାଇମ ବ୍ରାଞ୍ଚ ପକ୍ଷରୁ ଜେରାରେ କ’ଣ ପ୍ରଶ୍ନ କରାଯାଇଥିଲା ସେ ବିଷୟରେ ସୂଚନା ଦିଆଯାଇ ନାହିଁ। ସୂଚନାଯୋଗ୍ୟ, ଉକ୍ତ ୪ ରୁଷୀୟ ପର୍ଯ୍ୟଟକ ହୋଟେଲରେ ରହିବାକୁ ଆସିଥିବା ବେଳେ ସେମାନଙ୍କ ନିକଟକୁ ଗଞ୍ଜେଇ କେମିତି ଆସିଲା, ପୂର୍ବରୁ ସେମାନେ ଗଞ୍ଜେଇ ସାଙ୍ଗରେ ନେଇ ଆସିଥିଲେ ନା ହୋଟେଲକୁ ଆସିବା ପରେ ସେମାନଙ୍କୁ କେହି ଗଞ୍ଜେଇ ଯୋଗାଇଛନ୍ତି ତାହାକୁ ନେଇ ସହରବାସୀଙ୍କ ମନରେ ପ୍ରଶ୍ନ ଉଠିଛି। ନିୟମ ଅନୁଯାୟୀ, ହୋଟେଲରେ ରହିବାକୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ତଥ୍ୟ ଫର୍ମ-ସିରେ ପୂରଣ କରି ପୋଲିସକୁ ଉକ୍ତ ଫର୍ମ ସହ ଅବଗତ କରାଇବା ନେଇ ନିୟମ ରହିଛି। ହେଲେ ହୋଟେଲ ସାଇ ଇଣ୍ଟରନ୍ୟାଶନାଲ ପକ୍ଷରୁ ଏହା କରାଯାଇଥିଲା କି ନାହିଁ ତାହାର ତଦନ୍ତ ଆବଶ୍ୟକ ବୋଲି ମତପ୍ରକାଶ ପାଉଛି। ହୋଟେଲ ପକ୍ଷରୁ ବିଦେଶୀ ନାଗରିକଙ୍କ ସମସ୍ତ ତଥ୍ୟ ପ୍ରଦାନ କରିବା ଦ୍ୱାରା ପୋଲିସକୁ ସେମାନଙ୍କ ସମସ୍ତ ସୂଚନା ମିଳିଥାଏ। ଏହାଦ୍ୱାରା ପୋଲିସ ସେମାନଙ୍କ ଗତିବିଧି ଉପରେ ନଜର ରଖିବା ସହଜ ହୋଇଥାଏ। ସେହିପରି ଘଟଣାର ଅଧିକ ତଦନ୍ତ ପାଇଁ ଆଉ ଏକ ତଦନ୍ତକାରୀ ଦଳ ରାୟଗଡ଼ାରେ ପହଞ୍ଚି ତଦନ୍ତ କରିପାରେ ବୋଲି ମଧ୍ୟ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

କାନ୍ଥରୁ ଲିଭିନି ‘ଶୁଭ ବିବାହ: ଭାଇ ହାତରେ ରାଖୀ ବାନ୍ଧିବାକୁ ଚାହିଁ ରହିଥିଲା ଭଉଣୀ , ହେଲେ ବିଧିର ବିଧାନ କିଛି ଅଲଗା ଫେରୁଛି ଶବ

ଖଲ୍ଲିକୋଟ, ୨୩/୮ (ପ୍ରଶାନ୍ତ କୁମାର ମିଶ୍ର/ବିଦ୍ୟାଧର ସାହୁ): ଗଞ୍ଜାମରେ ସରୁନି ଦାଦନ ଦୁଃଖ। ଭଉଣୀ ହାତରେ ରହିଗଲା ରାଖୀ, ଦୁବାଇରୁ ଆସିଲା ଭାଇଙ୍କ ମୃତଦେହ। ସରକାର ବଦଳୁଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri