୪ର୍ଥ ଦିନରେ ଆମ୍ବୁଲାନ୍ସ, ହୋଟେଲ କର୍ମଚାରୀଙ୍କୁ ଜେରା

ରାୟଗଡ଼ା,୩ା୧(ସ୍ବ.ପ୍ର.):ରାୟଗଡ଼ାଠାରେ ରୁଷୀୟ ପର୍ଯ୍ୟଟକ ତଥା ସେଠାକାର ଏମ୍‌ପି ପାଭେଲ ଆଣ୍ଟୋଭ ଏବଂ ତାଙ୍କ ବନ୍ଧୁ ଭ୍ଲାଡିମିର ବିଦାନୋଭଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି। ଚତୁର୍ଥ ଦିନ ସୋମବାର ଡିଏସ୍‌ପି ସରୋଜକାନ୍ତ ମହାନ୍ତଙ୍କ ନେତୃତ୍ୱରେ ୪ ଅଧିକାରୀ ପୁଣି ହୋଟେଲ ସାଇ ଇଣ୍ଟରନ୍ୟାଶନାଲକୁ ଯାଇ କର୍ମଚାରୀଙ୍କୁ ଜେରା କରିଥିଲେ। ଏହାର କିଛି ସମୟ ପରେ ଫରେନସିକ୍‌ ଏବଂ ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ହୋଟେଲରେ ପହଞ୍ଚିଥିଲେ। ପରେ ବିଦାନୋଭ ଏବଂ ପାଭେଲଙ୍କୁ ମେଡିକାଲ ନେଇଥିବା ଆମ୍ବୁଲାନ୍ସ କର୍ମଚାରୀ ଏବଂ ଜଣେ ପୋଲିସ ଅଧିକାରୀଙ୍କୁ ମଧ୍ୟ କ୍ରାଇମ ବ୍ରାଞ୍ଚ ପକ୍ଷରୁ ଜେରା କରାଯାଇଛି। ବିଦାନୋଭ ଏବଂ ପାଭେଲଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନେବା ସମୟରେ ସେମାନଙ୍କ ସ୍ଥିତି କ’ଣ ଥିଲା ସେ ନେଇ ଅଧିକାରୀମାନେ ପଚରାଉଚରା କରିଥିଲେ। ବିଶେଷକରି ଘଟଣା ଦିନ ବିଦାନୋଭ ଏବଂ ପାଭେଲଙ୍କ ସାଙ୍ଗରେ ଆସିଥିବା ମିଖାଇଲ ଏବଂ ନାତାଲିଆଙ୍କ ହାବଭାବ ତଥା ବଡି ଲାଙ୍ଗୁଏଜ୍‌ କିପରି ଥିଲା ସେ ବିଷୟରେ ପଚରାଯାଇଥିବା ଅନୁମାନ କରାଯାଉଛି।
ଏହା ବ୍ୟତୀତ ଅନ୍ୟ ବିଭିନ୍ନ ଦିଗକୁ ନେଇ ହୋଟେଲ କର୍ମଚାରୀଙ୍କୁ ମଧ୍ୟ ପ୍ରଶ୍ନ କରାଯାଇଥିବା ଜଣାପଡ଼ିଛି। ପୋଷ୍ଟମର୍ଟମ ରିପୋର୍ଟରୁ ବିଦାନୋଭଙ୍କ ଶରୀରରେ ଗଞ୍ଜେଇ କିମ୍ବା ଅଫିମର ଦୁର୍ଗନ୍ଧ ବାହାରିଥିବା ଉଲ୍ଲେଖ ଥିବାରୁ ବିଦେଶୀ ନାଗରିକଙ୍କୁ ଗଞ୍ଜେଇ କେଉଁଠାରୁ ମିଳିଲା ସେ ନେଇ ପ୍ରଶ୍ନ କରାଯାଇ ଥାଇପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି। ହେଲେ କ୍ରାଇମ ବ୍ରାଞ୍ଚ ପକ୍ଷରୁ ଜେରାରେ କ’ଣ ପ୍ରଶ୍ନ କରାଯାଇଥିଲା ସେ ବିଷୟରେ ସୂଚନା ଦିଆଯାଇ ନାହିଁ। ସୂଚନାଯୋଗ୍ୟ, ଉକ୍ତ ୪ ରୁଷୀୟ ପର୍ଯ୍ୟଟକ ହୋଟେଲରେ ରହିବାକୁ ଆସିଥିବା ବେଳେ ସେମାନଙ୍କ ନିକଟକୁ ଗଞ୍ଜେଇ କେମିତି ଆସିଲା, ପୂର୍ବରୁ ସେମାନେ ଗଞ୍ଜେଇ ସାଙ୍ଗରେ ନେଇ ଆସିଥିଲେ ନା ହୋଟେଲକୁ ଆସିବା ପରେ ସେମାନଙ୍କୁ କେହି ଗଞ୍ଜେଇ ଯୋଗାଇଛନ୍ତି ତାହାକୁ ନେଇ ସହରବାସୀଙ୍କ ମନରେ ପ୍ରଶ୍ନ ଉଠିଛି। ନିୟମ ଅନୁଯାୟୀ, ହୋଟେଲରେ ରହିବାକୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ତଥ୍ୟ ଫର୍ମ-ସିରେ ପୂରଣ କରି ପୋଲିସକୁ ଉକ୍ତ ଫର୍ମ ସହ ଅବଗତ କରାଇବା ନେଇ ନିୟମ ରହିଛି। ହେଲେ ହୋଟେଲ ସାଇ ଇଣ୍ଟରନ୍ୟାଶନାଲ ପକ୍ଷରୁ ଏହା କରାଯାଇଥିଲା କି ନାହିଁ ତାହାର ତଦନ୍ତ ଆବଶ୍ୟକ ବୋଲି ମତପ୍ରକାଶ ପାଉଛି। ହୋଟେଲ ପକ୍ଷରୁ ବିଦେଶୀ ନାଗରିକଙ୍କ ସମସ୍ତ ତଥ୍ୟ ପ୍ରଦାନ କରିବା ଦ୍ୱାରା ପୋଲିସକୁ ସେମାନଙ୍କ ସମସ୍ତ ସୂଚନା ମିଳିଥାଏ। ଏହାଦ୍ୱାରା ପୋଲିସ ସେମାନଙ୍କ ଗତିବିଧି ଉପରେ ନଜର ରଖିବା ସହଜ ହୋଇଥାଏ। ସେହିପରି ଘଟଣାର ଅଧିକ ତଦନ୍ତ ପାଇଁ ଆଉ ଏକ ତଦନ୍ତକାରୀ ଦଳ ରାୟଗଡ଼ାରେ ପହଞ୍ଚି ତଦନ୍ତ କରିପାରେ ବୋଲି ମଧ୍ୟ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri