ଟିପିସିଓଡିଏଲ୍‌ ଏସ୍‌ଡିସିର ଶୁଭାରମ୍ଭ

କଟକ,୩।୧: ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ସୋମବାର ସ୍ଥାନୀୟ ବାଦାମବାଡ଼ିଠାରେ ଏକ ଅତ୍ୟାଧୁନିକ ଦକ୍ଷତା ବିକାଶ କେନ୍ଦ୍ର (ଏସ୍‌ଡିସି)ର ଶୁଭାରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟିପିସିଓଡିଏଲ୍‌ର ସିଇଓ ଏମ୍‌.ସେନ୍‌ବାଗମ୍‌, କଟକ ମେୟର ସୁବାସ ଚନ୍ଦ୍ର ସିଂହ, ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳଙ୍କ ସମେତ ଟିପିସିଓଡିଏଲ୍‌ର ବହୁ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ଶକ୍ତିମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି, ଟିପିସିଓଡିଏଲ୍‌ର ଦ୍ୱିତୀୟ ଦକ୍ଷତା ବିକାଶ କେନ୍ଦ୍ର ଟିପିସିଓଡିଏଲ୍‌ର କର୍ମଚାରୀମାନଙ୍କ ଦକ୍ଷତାକୁ ଆହୁରି ବଢ଼ାଇବାରେ ସହାୟକ ହେବ ଏବଂ ଯେକୌଣସି ପ୍ରକାର ସ୍ଥିତିର ମୁକାବିଲା କରିବା ଲାଗି ସେମାନଙ୍କୁ ପ୍ରସ୍ତୁତ କରିବ ବୋଲି ମନ୍ତ୍ରୀ ଦେବ ମତପ୍ରକାଶ କରିଛନ୍ତି। ସେହିଭଳି ଟିପିସିଓଡିଏଲ୍‌ର ସିଇଓ ଏମ୍‌ ସେନ୍‌ବାଗମ୍‌ କହିଛନ୍ତି, କର୍ମଚାରୀମାନଙ୍କ ଦକ୍ଷତାରେ ଉନ୍ନତି ଆଣିବା ନିମନ୍ତେ ଏକ ପ୍ଲାଟ୍‌ଫର୍ମ ପ୍ରଦାନ କରିବା ଲାଗି ଆମର ରହିଥିବା ପ୍ରତିବଦ୍ଧତା ପ୍ରତି ସ୍ବୀକୃତି ସ୍ବରୂପ ଆମର ଦ୍ୱିତୀୟ କେନ୍ଦ୍ରକୁ ଉଦ୍‌ଘାଟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆପୋଲୋ ଭୁବନେଶ୍ୱର ଶ୍ରେଷ୍ଠ ଘରୋଇ ହସ୍ପିଟାଲ

ଭୁବନେଶ୍ୱର,୨୬।୧୧: ଦି ୱିକ୍‌ ମାଗାଜିନ୍‌ ପକ୍ଷରୁ ହୋଇଥିବା ସର୍ବେକ୍ଷଣରେ ଆପୋଲୋ ହସ୍ପିଟାଲ ଭୁବନେଶ୍ୱରକୁ ‘ବେଷ୍ଟ ମଲ୍ଟି ସ୍ପେଶାଲିଟି ପ୍ରାଇଭେଟ୍‌ ହସ୍ପିଟାଲ ୨୦୨୨’ସମ୍ମାନରେ ସମ୍ମାନିତ କରାଯାଇଛି। ଏପରିକି...

ଭାଙ୍ଗିଲା ଆସ୍‌ ଡ୍ୟାମ୍‌: ୨ ମୃତ; ୪ ନିଖୋଜ

ଭୋପାଳ,୧୧।୪: ଦେଶରେ କରୋନା ବିରୋଧରେ ଲଢ଼େଇ ଜାରି ରହିଥିବାବେଳେ ମଧ୍ୟପ୍ରଦେଶରେ ରିଲାଏନ୍ସ୍‌ର ଆସ୍‌ ଡ୍ୟାମ ଭାଙ୍ଗିବା ଯୋଗୁ ୨ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ସିଙ୍ଗାଉଲିଠାରେ...

ଅଭିବୃଦ୍ଧି ପୂର୍ବାନୁମାନ ୫.୬%କୁ ଖସାଇଲା ମୁଡିସ୍‌

ନୂଆଦିଲ୍ଲୀ,୧୫-୧୧: ୨୦୧୯ ଲାଗି ଭାରତର ଅଭିବୃଦ୍ଧି ଆକଳନକୁ ମୁଡିସ୍‌ ଇନଭେଷ୍ଟର୍ସ ସର୍ଭିସ ବୁଧବାର ୫.୬%କୁ ଖସାଇ ଦେଇଛି। ଦେଶର ଅର୍ଥ ବ୍ୟବସ୍ଥାରେ ଆସିଥିବା ଚାହିଦା ହ୍ରାସକୁ...

କେନ୍ଦ୍ରକୁ ରାହୁଲଙ୍କ ଟାର୍ଗେଟ

ନୂଆଦିଲ୍ଲୀ, ୮।୭: ନୂଆଦିଲ୍ଲୀରେ ତେଲ ଦର ୧୦୦ ଛୁଇଁବାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଜୋର ଜବରଦସ୍ତ ଲୋକଙ୍କଠାରୁ ଟିକସ...

୫୦୦୦ କୋଟି ନିବେଶ କରିବ ଗୋଲ୍‌ଡି

ନୂଆଦିଲ୍ଲୀ,୨୮।୯: ଦେଶର ପ୍ରମୁଖ ଷ୍ଟାର୍ଟଅପ୍‌ କମ୍ପାନୀ ‘ଗୋଲ୍‌ଡି ସୋଲାର’ ପକ୍ଷରୁ ବ୍ୟବସାୟ ବିସ୍ତାର ଯୋଜନାର ଏକ ଅଂଶ ଭାବେ ପ୍ରାୟ ୫୦୦୦ କୋଟି ଟଙ୍କାର ନିବେଶ...

ଡିଭିଜ ଲ୍ୟାବ୍‌ ଅଧ୍ୟକ୍ଷଙ୍କୁ ସର୍ବାଧିକ ବେତନ; ଭାରତୀୟ ଔଷଧ ଶିଳ୍ପରେ ସର୍ବାଧିକ

ହାଇଦ୍ରାବାଦ,୧୨-୮: ଡିଭିଜ ଲ୍ୟାବ୍‌ରେଟୋରିଜ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ(ସିଏମ୍‌ଡି) ମୁରଲୀ କେ.ଡିଭିଙ୍କୁ ୨୦୧୮-୧୯ରେ ବେତନ ଓ କମିଶନ ବାବଦରେ ମୋଟ ୫୮.୮୦ ଟଙ୍କା ପ୍ରଦାନ କରାଯାଇଛି।...

ଟୁଇଟରର ଏଡିଟ୍‌ ବଟନ ଫିଚର, ମାସକୁ ଦେବାକୁ ହେବ ୪.୯୯ ଡଲାର…

ଓ୍ବାଶିଂଟନ, ୨୨।୯ : ଟୁଇଟର ପକ୍ଷରୁ ବ୍ଲୁ ଟିକ ଗ୍ରାହକମାନଙ୍କ ପାଇଁ ଟୁଇଟ୍‌ ଏଡିଟ କରିବା ଫିଚର ଆରମ୍ଭ କରିଛି । ସେପ୍ଟେମ୍ବର ଆରମ୍ଭରେ ଟୁଇଟର...

ଆଜି ସରୁଛି କଟନ୍‌ ଫାବ୍‌ ମେଳା

ଭୁବନେଶ୍ୱର,୨୨।୮: ଚଳିତବର୍ଷ ଜୁଲାଇ ୨ରୁ ଆରମ୍ଭ ହୋଇଥିବା ୧୩ତମ କଟନ୍‌ ଫାବ୍‌ ମେଳା ସୋମବାର ଶେଷ ହେଉଥିବା ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି। ବିଶେଷ...

Advertisement
Archives

Model This Week