Posted inଜାତୀୟ

୪ ରାଜ୍ୟରେ ଏକାକୀ ଲଢ଼ିବ ଜେଡିୟୁ

ପାଟନା,୧୦ା୬(ଆଇଏଏନ୍‌ଏସ୍‌): ଗତ ଲୋକ ସଭା ନିର୍ବାଚନରେ ନୀତୀଶ କୁମାରଙ୍କ ସଂଯୁକ୍ତ ଜନତା ଦଳ (ଜେଡିୟୁ) ଭାଜପା ନେତୃତ୍ୱାଧୀନ ଏନ୍‌ଡିଏରେ ସାମିଲ ହୋଇଥିଲା। ନିର୍ବାଚନ ଶେଷ ହେବା ପରେ ବିହାର ମୁଖ୍ୟମନ୍ତ୍ରୀ ତାଙ୍କ ମନୋଭାବରେ ପରିବର୍ତ୍ତନ କରିଛନ୍ତି। ବିହାର ବାହାରେ ନୀତୀଶ ଏନ୍‌ଡିଏର ନୁହନ୍ତି। ଅର୍ଥାତ୍‌ ବିହାର ଭିନ୍ନ ଅନ୍ୟ ରାଜ୍ୟ ବିଧାନସଭା ନିର୍ବାଚନରେ ଜେଡିୟୁ ଏକାକୀ ଲଢ଼ିବାକୁ ରବିବାର ନିଷ୍ପତ୍ତି ନେଇଛି। ନୀତୀଶଙ୍କ ବାସଭବନରେ ଅନୁଷ୍ଠିତ ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଜେଡିୟୁ ଜମ୍ମୁ-କଶ୍ମୀର, ଝାଡଖଣ୍ଡ, ହରିୟାଣା ଏବଂ ଦିଲ୍ଲୀ ବିଧାନସଭା ନିର୍ବାଚନ ଏକାକୀ ଲଢ଼ିବା ଲାଗି ନିଷ୍ପତ୍ତି ନିଆଯାଇଛି। ବୈଠକରେ ଦଳ ଅଧ୍ୟକ୍ଷ ନୀତୀଶଙ୍କ ସମେତ ଉପାଧ୍ୟକ୍ଷ ପ୍ରଶାନ୍ତ କିଶୋର, ବିଭିନ୍ନ ରାଜ୍ୟର ଜେଡିୟୁ ସଭାପତି ଓ ବରିଷ୍ଠ ନେତା ତଥା ଏମ୍‌ପି ଓ ବିଧାୟକମାନେ ଯୋଗଦେଇଥିଲେ।
ଲୋକ ସଭା ନିର୍ବାଚନରେ ଏନ୍‌ଡିଏ ସହଯୋଗୀ ଭାବେ ଜେଡିୟୁ ବିହାରରେ ୧୭ ଆସନରେ ଲଢ଼ି ୧୬ଟିରେ ଜିତିଥିଲା। ତେବେ ଗୋଟିଏ ମନ୍ତ୍ରୀ ପଦ ଯଚାଯିବାରୁ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇ ନ ଥିଲା। ଏବେ ଅନ୍ୟ ରାଜ୍ୟରେ ଜେଡିୟୁ ଏକାକୀ ଲଢ଼ିବା ନିଷ୍ପତ୍ତି ଭାଜପାକୁ ବିହାର ମୁଖ୍ୟମନ୍ତ୍ରୀଙ୍କ ଠିକଣା ଜବାବ ବୋଲି କୁହାଯାଉଛି। ବିହାର ବାହାରେ ଦଳକୁ ସୁଦୃଢ଼ କରିବା ଲାଗି ନୀତୀଶ ଜେଡିୟୁ କର୍ମୀ ଓ ନେତାମାନଙ୍କୁ ଅନୁରୋଧ କରିଛନ୍ତି। ମାସେବ୍ୟାପୀ ହେବାକୁ ଥିବା ନୂଆ ସଦସ୍ୟ ସଂଗ୍ରହ ଅଭିଯାନ ଉପରେ ଗୁରୁତ୍ୱ ଦେବା ଲାଗି ସେ ପରାମର୍ଶ ଦେଇଛନ୍ତି। ଗତବର୍ଷ ୫୦ ଲକ୍ଷ ନୂଆ ସଦସ୍ୟ ସଂଗ୍ରହ ଲାଗି ଦଳ ଲକ୍ଷ୍ୟଧାର୍ଯ୍ୟ କରିଥିଲା। ପଞ୍ଚାୟତଠାରୁ ଆରମ୍ଭ କରି ଜାତୀୟ ସ୍ତର ପର୍ଯ୍ୟନ୍ତ ନୂଆ ସଦସ୍ୟ ସଂଗ୍ରହ ମାଧ୍ୟମରେ ଦଳକୁ ମଜଭୂତ କରିବାକୁ ଜେଡିୟୁ ଯୋଜନା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

ଧରିତ୍ରୀ ପ୍ରଭାବ: ବାପାଙ୍କ ଦଶାହ କାର୍ଯ୍ୟପାଇଁ  ଝିଅପୁଅ ଗାଁ ଲୋକଙ୍କୁ ଭିକ୍ଷା ମାଗିବା ଘଟଣା, ଅସହାୟ ପରିବାରଙ୍କୁ ମିଳିଲା …

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା(୪୯)ଙ୍କ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଥିଲା। ଗୋବିନ୍ଦଙ୍କ ମୃତ୍ୟୁପରେ…

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri