୩୭ ସୀମାନ୍ତ ରାସ୍ତା ଉପରେ କଡ଼ା ନଜର

ଭୋଗରାଇ,୨୫।୪(ଡି.ଏନ.ଏ.)- ଓଡ଼ିଶାର କରୋନା ସଂକ୍ରମିତ ସଂଖ୍ୟା ଏକ ତୃତୀୟାଂଶ ପଶ୍ଚିମବଙ୍ଗରୁ ଲିଙ୍କ ହୋଇଥିବାର ପ୍ରକାଶ ପରେ ଗତ ଗୁରୁବାର ରାତି ୧୦ଟାରୁ ବାଲେଶ୍ୱର ଜିଲାକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଜିଲାରେ ଅଦ୍ୟାବଧି ୧୦ ଜଣଙ୍କୁ କରୋନା ପଜିଟିଭ୍‌ ବାହାରି ଥିବାରୁ ପଶ୍ଚିମବଙ୍ଗ ସୀମାନ୍ତକୁ ସିଲ୍‌ କରାଯାଇ ପୋଲିସ ଓ ପ୍ରଶାସନ ପକ୍ଷରୁ କଡ଼ା ନଜର ରଖାଯାଇଛି। ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତକୁ ଲାଗିଥିବା ଜଳେଶ୍ୱର ଓ ଭୋଗରାଇର ଅଞ୍ଚଳର ୮୪ଟି ଗାଁର ୩୭ଟି ଛୋଟବଡ଼ ରାସ୍ତାକୁ ପ୍ରଶାସନ ଓ ପୋଲିସ ପକ୍ଷରୁ ସିଲ୍‌ କରାଯାଇ ତୀକ୍ଷ୍‌ଣ ନଜର ରଖାଯାଇଛି। ପଶ୍ଚିମବଙ୍ଗରୁ ଓଡ଼ିଶା ମଧ୍ୟକୁ ଲୋକେ ଯେପରି ପଶି ନ ଆସିପାରନ୍ତି ସେଥିପାଇଁ ସୀମାନ୍ତ ଗାଁ କମିଟି ମଧ୍ୟ ବାଉଁଶବାଡ଼ ଓ ତାର ଖଞ୍ଜି ରାସ୍ତା ଅବରୋଧ କରିଛନ୍ତି।
ସୀମାନ୍ତବାସୀ ପରସ୍ପର ଦୁଇ ରାଜ୍ୟର ସଂସ୍କୃତିଗତ ଭାବଧାରା ବାଣିଜ୍ୟ-ବ୍ୟବସାୟ ଓ ବନ୍ଧୁବାନ୍ଧବ ସମ୍ପର୍କ ସୀମା ସିଲ୍‌ ଯୋଗୁ ବିଗିଡ଼ିବାରେ ଲାଗିଛି। ବାଲେଶ୍ୱର ସଂକ୍ରମିତ ସଂଖ୍ୟା ସମ୍ପର୍କୀୟମାନେ ଅଧିକାଂଶ ପଶ୍ଚିମବଙ୍ଗ ସହିତ ଲିଙ୍କ ଥିବାରୁ ପ୍ରଶାସନକୁ ଏଭଳି କଡ଼ା ପଦକ୍ଷେପ ନେବାକୁ ପଡ଼ିଛି। ତେବେ ସଟ୍‌ଡାଉନ୍‌ର ପ୍ରଥମଦିନରେ ଭୋଗରାଇ, ଜଳେଶ୍ୱର, ବାଲିଆପାଳ, ଅଞ୍ଚଳର ଲୋକେ ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି। ଗୁରୁବାର ରାତି ୯ଟା ପରେ ସଟ୍‌ଡାଉନ୍‌ ପୋଲିସ ପକ୍ଷରୁ ହଠାତ୍‌ ଘୋଷଣା ପରେ ଶୁକ୍ରବାର ଖାଦ୍ୟ ଓ ପନିପରିବା କିଣି ନ ପାରି ଲୋକେ ଘରେ ଏକପ୍ରକାର ବନ୍ଦୀ ଜୀବନ କାଟିଛନ୍ତି। ବହୁ ବ୍ୟକ୍ତି ସଉଦା କିମ୍ବା ପନିପରିବା କିଣି ନପାରି ଭୋକିଲା ରହି ଦିନ ଗଣୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଚାଉଳଧୁଆ ଜଳପ୍ରପାତ: ନୀରବତା ଭିତରେ ଝରଣାର କୁଳୁକୁଳୁ ନାଦ..

ନୂଆପଡ଼ା,୮ା୯ (ମକାରୁ ବେମାଲ):ବଣପାହାଡ଼ ଘେରା ପ୍ରାକୃତିକ ପରିବେଶରେ ରହିଛି ନୂଆପଡ଼ାର ପ୍ରସିଦ୍ଧ ଚାଉଳଧୁଆ ଜଳପ୍ରପାତ। ପାହାଡ଼ର ଛାତି ଚିରି ଝରିପଡ଼ୁଥିବା ଜଳଧାରାର ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କ ଆକୃଷ୍ଟ…

ଜିଲାପାଳଙ୍କୁ ଫେରାଦ ହେଲେ ନିରାଶ ଆଶାୟୀ: ରାତିଅଧରେ ସ୍ପଷ୍ଟୀକରଣ ଦେଲା ବିଭାଗ

ବରଗଡ଼/ଅତାବିରା,୮।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର):ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡିଂ ଲାଇଭହୁଡସ୍‌ ଥ୍ରୁ…

ଅସଜଡ଼ା ଭିତ୍ତିଭୂମିରୁ ମୁହଁ ମୋଡ଼ୁଛନ୍ତି ପିଲା: ୫ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ୨ ଶ୍ରେଣୀ କକ୍ଷ, ୨ ଶିକ୍ଷକ

ସମ୍ବଲପୁର,୮ା୯(ପ୍ରମୋଦ ବହିଦାର):ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୧୧୨ ବର୍ଷର ପୁରୁଣା ଖଣ୍ଡୁଆଳ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସମ୍ପ୍ରତି ଦୁର୍ବଳ ଭିତ୍ତିଭୂମି ଏବଂ ଶିକ୍ଷକ ଅଭାବରେ ଚାଲିଛି।…

ହତ୍ୟା ଉଦ୍ୟମ ଘଟଣା: ବର୍ଷେ ପରେ ୨ ନାବାଳକ ଜେଜେବିରେ ହାଜର

ଦିଗପହଣ୍ଡି, ୭।୯ (ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମର ବେନୁ ସାହୁଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ପ୍ରାୟ ଏକ ବର୍ଷ…

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ଦାଦାବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୭।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଲିସ ଦାଦାବଟି ମାଗି ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରି ହତ୍ୟା ଉଦ୍ୟମ ଓ ଟଙ୍କା ଛଡ଼ାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri