Posted inଜାତୀୟ

୩୦ ବର୍ଷ ପରେ ପ୍ରଥମ ଥର: ସାହରନପୁରରୁ ଦିଶୁଛି ହିମାଳୟ

ମିରଟ,୧।୫: କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଜାରି ଲକ୍‌ଡାଉନ୍‌ ଯୋଗୁ ଯାନବାହନ ଚଳାଚଳ ବନ୍ଦ ଥିବାରୁ ପ୍ରଦୂଷଣ ହ୍ରାସ ପାଇଛି। ଉତ୍ତରପ୍ରଦେଶର ସାହରନପୁରରେ ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ୫୦ ତଳକୁ ଖସିଥିବାରୁ ସେଠାରୁ ଗଙ୍ଗୋତ୍ରିର ହିମ ଆଚ୍ଛାଦିତ ଗିରିଶୃଙ୍ଗ ଦୃଶ୍ୟମାନ ହେଉଛି।
ଦୀର୍ଘ ୩ ଦଶନ୍ଧି ପରେ ପ୍ରଥମଥର ପାଇଁ ସାହରନପୁରରୁ ଗଙ୍ଗୋତ୍ରିକୁ ଦେଖିହେଉଛି। ପୂର୍ବରୁ ସହରବାସୀ ବୟୋଜ୍ୟେଷ୍ଠଙ୍କଠାରୁ କେବଳ ଏହାର କାହାଣୀ ଶୁଣିଆସୁଥିଲେ। ହେଲେ ଏବେ ବର୍ତ୍ତମାନର ପିଢ଼ି ସାହରନପୁରରୁ ହିମାଳୟର ଗିରିଶୃଙ୍ଗ ଦେଖି ବିସ୍ମିତ ହୋଇଯାଇଛନ୍ତି। ସ୍ଥାନୀୟ ଲୋକେ ଏବେ ସୋସିଆଲ ମିଡିଆରେ ପର୍ବତମାଳାର ଫଟୋ ପୋଷ୍ଟ କରି ଖୁସିବ୍ୟକ୍ତ କରୁଛନ୍ତି। ଇନ୍‌କମ୍‌ ଟାକ୍ସ ଇନ୍‌ସ୍ପେକ୍ଟର ଦୁଷ୍ୟନ୍ତ କୁମାର ଓ ତାଙ୍କ ସ୍ତ୍ରୀ ନିଧି ସାଇନି ରବିବାର ଆଭ୍ୟନ୍ତରୀଣ ହିମାଳୟର ବନ୍ଦରପୁଞ୍ଚ ଓ ଗଙ୍ଗୋତ୍ରିର ଫଟୋ ଉଠାଇ ଟୁଇଟରରେ ଶେୟାର କରିଥିଲେ। ଭାରତୀୟ ଜଙ୍ଗଲ ସେବା ଅଧିକାରୀ ତଥା ରାଜ୍ୟ ଜୈବବିବିଧତା ବୋର୍ଡ ସଚିବ ରମେଶ ପାଣ୍ଡେ ଉକ୍ତ ଫଟୋକୁ ଶେୟାର କରିବା ପରେ ଏହା ଭାଇରାଲ ହୋଇଛି। ସେ ପୂର୍ବରୁ କେବେ ଏଭଳି ଦୃଶ୍ୟ ଦେଖି ନ ଥିବା ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ସେହିପରି ସାହରନପୁର ଡିଭିଜନର ଜଙ୍ଗଲ ମୃତ୍ତିକା ସଂରକ୍ଷକ ଭି.କେ. ଜୈନ କହିଛନ୍ତି, ୩ ଦଶନ୍ଧି ପରେ ଏହି ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ଏହା କେବଳ ମସୌରିରୁ ଦୃଶ୍ୟମାନ ହେଉଥିଲା। ସାହରନପୁରରୁ ଗଙ୍ଗୋତ୍ରି ଗିରିଶୃଙ୍ଗର ଦୂରତା ପ୍ରାୟ ୨୦୦ କି.ମି.। ସାହରନପୁର ଓ ମୁଜାଫରନଗରର ଏକ୍ୟୁଆଇ ପ୍ରାୟତଃ ସମାନ ରହିଥାଏ। ତେବେ ମୁଜାଫରନଗରରେ ଅଫିସଗୁଡ଼ିକ ବନ୍ଦ ଥିବାରୁ ସେଠାରୁ ରିପୋର୍ଟ ମିଳିପାରି ନାହିଁ। ଏହା ପୂର୍ବରୁ ଜଳନ୍ଧରରୁ ମଧ୍ୟ ଧଉଲଧାର ପର୍ବତମାଳା ଦୃଶ୍ୟମାନ ହେଉଥିବା ଖବର ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?