Posted inଜାତୀୟ

୩୦ ବର୍ଷ ପରେ ପ୍ରଥମ ଥର: ସାହରନପୁରରୁ ଦିଶୁଛି ହିମାଳୟ

ମିରଟ,୧।୫: କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଜାରି ଲକ୍‌ଡାଉନ୍‌ ଯୋଗୁ ଯାନବାହନ ଚଳାଚଳ ବନ୍ଦ ଥିବାରୁ ପ୍ରଦୂଷଣ ହ୍ରାସ ପାଇଛି। ଉତ୍ତରପ୍ରଦେଶର ସାହରନପୁରରେ ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ୫୦ ତଳକୁ ଖସିଥିବାରୁ ସେଠାରୁ ଗଙ୍ଗୋତ୍ରିର ହିମ ଆଚ୍ଛାଦିତ ଗିରିଶୃଙ୍ଗ ଦୃଶ୍ୟମାନ ହେଉଛି।
ଦୀର୍ଘ ୩ ଦଶନ୍ଧି ପରେ ପ୍ରଥମଥର ପାଇଁ ସାହରନପୁରରୁ ଗଙ୍ଗୋତ୍ରିକୁ ଦେଖିହେଉଛି। ପୂର୍ବରୁ ସହରବାସୀ ବୟୋଜ୍ୟେଷ୍ଠଙ୍କଠାରୁ କେବଳ ଏହାର କାହାଣୀ ଶୁଣିଆସୁଥିଲେ। ହେଲେ ଏବେ ବର୍ତ୍ତମାନର ପିଢ଼ି ସାହରନପୁରରୁ ହିମାଳୟର ଗିରିଶୃଙ୍ଗ ଦେଖି ବିସ୍ମିତ ହୋଇଯାଇଛନ୍ତି। ସ୍ଥାନୀୟ ଲୋକେ ଏବେ ସୋସିଆଲ ମିଡିଆରେ ପର୍ବତମାଳାର ଫଟୋ ପୋଷ୍ଟ କରି ଖୁସିବ୍ୟକ୍ତ କରୁଛନ୍ତି। ଇନ୍‌କମ୍‌ ଟାକ୍ସ ଇନ୍‌ସ୍ପେକ୍ଟର ଦୁଷ୍ୟନ୍ତ କୁମାର ଓ ତାଙ୍କ ସ୍ତ୍ରୀ ନିଧି ସାଇନି ରବିବାର ଆଭ୍ୟନ୍ତରୀଣ ହିମାଳୟର ବନ୍ଦରପୁଞ୍ଚ ଓ ଗଙ୍ଗୋତ୍ରିର ଫଟୋ ଉଠାଇ ଟୁଇଟରରେ ଶେୟାର କରିଥିଲେ। ଭାରତୀୟ ଜଙ୍ଗଲ ସେବା ଅଧିକାରୀ ତଥା ରାଜ୍ୟ ଜୈବବିବିଧତା ବୋର୍ଡ ସଚିବ ରମେଶ ପାଣ୍ଡେ ଉକ୍ତ ଫଟୋକୁ ଶେୟାର କରିବା ପରେ ଏହା ଭାଇରାଲ ହୋଇଛି। ସେ ପୂର୍ବରୁ କେବେ ଏଭଳି ଦୃଶ୍ୟ ଦେଖି ନ ଥିବା ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ସେହିପରି ସାହରନପୁର ଡିଭିଜନର ଜଙ୍ଗଲ ମୃତ୍ତିକା ସଂରକ୍ଷକ ଭି.କେ. ଜୈନ କହିଛନ୍ତି, ୩ ଦଶନ୍ଧି ପରେ ଏହି ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ଏହା କେବଳ ମସୌରିରୁ ଦୃଶ୍ୟମାନ ହେଉଥିଲା। ସାହରନପୁରରୁ ଗଙ୍ଗୋତ୍ରି ଗିରିଶୃଙ୍ଗର ଦୂରତା ପ୍ରାୟ ୨୦୦ କି.ମି.। ସାହରନପୁର ଓ ମୁଜାଫରନଗରର ଏକ୍ୟୁଆଇ ପ୍ରାୟତଃ ସମାନ ରହିଥାଏ। ତେବେ ମୁଜାଫରନଗରରେ ଅଫିସଗୁଡ଼ିକ ବନ୍ଦ ଥିବାରୁ ସେଠାରୁ ରିପୋର୍ଟ ମିଳିପାରି ନାହିଁ। ଏହା ପୂର୍ବରୁ ଜଳନ୍ଧରରୁ ମଧ୍ୟ ଧଉଲଧାର ପର୍ବତମାଳା ଦୃଶ୍ୟମାନ ହେଉଥିବା ଖବର ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଳା ପୋଷାକ ପିନ୍ଧି ସଂସଦ ଆସିବେ ବିରୋଧୀ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୨।୭: ସଂସଦର ମୌସୁମୀ ଅଧିବେଶନର ଆଜି ହେଉଛି ତୃତୀୟ ଦିନ। ହଙ୍ଗାମାର ଆଶାକୁ ଦୃଷ୍ଟିରେ ରଖି ଲୋକସଭା ବାଚସ୍ପତି ଓମ ବିର୍ଲା ସମସ୍ତ ଦଳ ସହିତ ଆଲୋଚନା…

ଦାରିଙ୍ଗବାଡିରେ ସପ୍ତାହେ ଲାଗି ରହିଛି ବର୍ଷା: ହସୁଛି ଧାନ-ହଳଦୀ କ୍ଷେତ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲଜ ଅଞ୍ଚଳରେ ରଥଯାତ୍ରା ପୂର୍ବ ରାତିଠାରୁ ଲାଗିରହିଛି। ବର୍ଷା ମଝିରେ ମଝିରେ ବର୍ଷା କମିଲେ ମଧ୍ୟ ପାଗ…

ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର: ହସ୍ପିଟାଲରରେ ହେଲେ ଭର୍ତ୍ତିି, ଆରୋଗ୍ୟ କାମନା କଲେ…

ପାଟଣା, ୨୨।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି…

CJP ପ୍ରଦର୍ଶନ ମଧ୍ୟରେ ଭାଜପା କଲା ବଡ଼ ଘୋଷଣା: ରାହୁଲ ଗାନ୍ଧୀଙ୍କ ବିରୋଧରେ ସାରା ଦେଶରେ ହେବ…

ନୂଆଦିଲ୍ଲୀ,୨୨।୭: ଭାଜପା ଆଜି ସାରା ଦେଶରେ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟକୁ ଘେରାଉ କରିବାକୁ ଯାଉଛି। ଭାଜପାର କହିବାନୁଯାୟୀ ରାହୁଲ ଗାନ୍ଧୀ ଦୁର୍ଭାବନାପୂର୍ଣ୍ଣ ମନୋଭାବ ରଖି ପ୍ରଧାନମନ୍ତ୍ରୀ ଆବାସ…

CJP ଆନ୍ଦୋଳନ ଭିତରେ କେନ୍ଦ୍ର ସରକାରଙ୍କ ଠାରେ ବଡ଼ ଦାବି କଲେ ମୁଖ୍ୟମନ୍ତ୍ରୀ ବିଜୟ: NEET ପରୀକ୍ଷାକୁ…

ନୂଆଦିଲ୍ଲୀ,୨୨।୭: କକ୍ରୋଚ ଜନତା ପାର୍ଟି (CJP)ର ପ୍ରଦର୍ଶନ ଏବଂ ବିବାଦ ଭିତରେ ତମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ ଥଲାପତି କେନ୍ଦ୍ର ସରକାରଙ୍କ ନିକଟରେ ଏକ ବଡ଼ ଦାବି ରଖିଛନ୍ତି।…

ଶପିଂ ମଲରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ଜିନିଷ ଜଳିପୋଡ଼ି ଛାରଖାର

ଝାରସୁଗୁଡା, ୨୨।୭(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡା ସରବାହାଲ ରୋଡ଼ସ୍ଥିତ ଭି ଆର୍ଟ ଶପିଂ ମଲ ଏବଂ ଶଙ୍କର ଅଳଙ୍କାର ଦୋକାନରେ ବୁଧୁବାର ଭୋରରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି I…

ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…

ସୋନମ ୱାଙ୍ଗଚୁକଙ୍କ ପାଇଁ ନ୍ୟୁୟର୍କଠାରୁ ଆରମ୍ଭ କରି ଲଣ୍ଡନ ପର୍ଯ୍ୟନ୍ତ ପ୍ରଦର୍ଶନ, ଭାରତ ସରକାରଙ୍କୁ କଲେ ବଡ଼ ଅପିଲ୍‌

ନୂଆଦିଲ୍ଲୀ,୨୨।୭: ଆମେରିକାସ୍ଥିତ ଏକ ଅଧିକାର ଗ୍ରୁପର କର୍ମକର୍ତ୍ତାମାନେ ଆମରଣ ଅନଶନ କରୁଥିବା ସୋନମ ୱାଙ୍ଗଚୁକଙ୍କ ପ୍ରତି ଏକଜୁଟତା ଜାହିର କରିବା ପାଇଁ ନ୍ୟୁୟର୍କ ଏବଂ ସାନ ହୋଜେରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri