Posted inଜାତୀୟ

୨୫ ହାଇକୋର୍ଟରେ ଗଡୁଛି ୪୩ ଲକ୍ଷ ମାମଲା: ୪୧୪ ବିଚାରପତି ପଦବୀ ଖାଲି

ନୂଆଦିଲ୍ଲୀ,୧୪ା୯(ପି.ଟି.): ଦେଶର ୨୫ ହାଇକୋର୍ଟରେ ୪୧୪ ବିଚାରପତି ପଦବୀ ଖାଲି ପଡ଼ିଛି, ଯାହାକି ଅଦ୍ୟାବଧି ସର୍ବାଧିକ ବୋଲି ଆଇନ ମନ୍ତ୍ରଣାଳୟର ତଥ୍ୟରୁ ଜଣାପଡ଼ିଛି। ସେପ୍ଟେମ୍ବର ୧ରେ ମିଳିଥିବା ତଥ୍ୟାନୁସାରେ ହାଇକୋର୍ଟଗୁଡ଼ିକରେ ୧,୦୭୯ ବିଚାରପତିଙ୍କୁ ନିଯୁକ୍ତି ଲାଗି ପାଇଁ ମଞ୍ଜୁର ହୋଇଥିବାବେଳେ ସେଥିମଧ୍ୟରୁ ୪୧୪ଟି ପଦବୀ ଖାଲିପଡ଼ିଛି। ଏହି ସଂଖ୍ୟା ଜୁଲାଇରେ ୪୦୩ ଥିବାବେଳେ ଅଗଷ୍ଟରେ ୪୦୯ ରହିଥିଲା। ସୁପ୍ରିମକୋର୍ଟର ୩ ଜଣିଆ କଲେଜିୟମ୍‌ ହାଇକୋର୍ଟ ବିଚାରପତି ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ନାମ ସୁପାରିସ କରିଥାନ୍ତି। ସୁପ୍ରିମକୋର୍ଟରେ ବିଚାରପତି ନିଯୁକ୍ତି ଲାଗି ସର୍ବୋଚ୍ଚ ଅଦାଲତର ୫ ବିଚାରପତି ବିଶିଷ୍ଟ କଲେଜିୟମ୍‌ ନାମ ସୁପାରିସ କରନ୍ତି। ହାଇକୋର୍ଟ କଲେଜିୟମ୍‌ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରି ଆଇନ ମନ୍ତ୍ରଣାଳୟକୁ ପଠାନ୍ତି। ମନ୍ତ୍ରଣାଳୟ ପ୍ରାର୍ଥୀଙ୍କ ପୃଷ୍ଠଭୂମି ନେଇ ଗୋଇନ୍ଦା ବ୍ୟୁରୋ ରିପୋର୍ଟ ଯାଞ୍ଚ ପରେ ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମ୍‌ ନିକଟକୁ ପଠାଇଥାଏ। ହାଇକୋର୍ଟ ବିଚାରପତିମାନଙ୍କ ଅବସର, ଇସ୍ତଫା ଓ ସୁପ୍ରିମକୋର୍ଟକୁ ପଦୋନ୍ନତି ଯୋଗୁ ଏଭଳି ଖାଲି ପଦବୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଥିଯୋଗୁ ବିଭିନ୍ନ ରାଜ୍ୟର ୨୫ ହାଇକୋର୍ଟରେ ୪୩ ଲକ୍ଷରୁ ଊର୍ଦ୍ଧ୍ୱ ମାମଲା ଗଡ଼ୁଛି।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ଭାଜପାରେ ସାମିଲ ହେଲେ ହରଭଜନ? ନିଜେ କହିଲେ ଏହା ପଛ ବଡ଼ କାରଣ

ନୂଆଦିଲ୍ଲୀ,୧୩।୮: ହରଭଜନ ସିଂହ ଅଭିଯୋଗ କରିଛନ୍ତି ଯେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାରେ କୌଣସି ଆଗ୍ରହ ଦେଖାଇ ନଥିଲେ ଏବଂ ତାଙ୍କୁ କେବେ ନିଯୁକ୍ତି ମଧ୍ୟ…

ଖାର୍ଗେଙ୍କ ମଞ୍ଚର ‘ଶୁଦ୍ଧିକରଣ’କୁ ନେଇ ଗର୍ଜିଲେ ପ୍ରିୟଙ୍କା ଗାନ୍ଧୀ, ଦେଶବ୍ୟାପୀ ସତ୍ୟାଗ୍ରହ କରିବ କଂଗ୍ରେସ

ନୂଆଦିଲ୍ଲୀ,୧୩।୮: ଉତ୍ତରାଖଣ୍ଡର ହଲଦ୍ୱାନୀରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ‘ବିଜୟ ଶଙ୍ଖନାଦ’ ରାଲିରେ ଯେଉଁ ମଞ୍ଚରେ ଭାଷଣ ଦେଇଥିଲେ, ସେହି ମଞ୍ଚର ‘ଶୁଦ୍ଧିକରଣ’କୁ ନେଇ ବିବାଦ…

ହରସିମରତ କୌର ବାଦଲଙ୍କୁ ଫୋନ କଲେ ମୋଦି, ପଚାରି ବୁଝିଲେ…

ନୂଆଦିଲ୍ଲୀ,୧୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିରୋମଣି ଅକାଳୀ ଦଳ (SAD) ମୁଖ୍ୟ ସୁଖବୀର ସିଂହ ବାଦଲଙ୍କ ଉପରେ ଆକ୍ରମଣ ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ସୂତ୍ର…

ଚିଲିକା ହତ୍ୟା ମାମଲାର ପର୍ଦ୍ଦାଫାଶ କଲା ପୋଲିସ, ଜାଣନ୍ତୁ ହତ୍ୟା ପଛର ବଡ଼ ରହସ୍ୟ…

କୃଷ୍ଣପ୍ରସାଦ,୧୩।୮(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ କୁମାରପୁର ଚିଲିକା ହ୍ରଦରେ ଗତ ୧୧ ତାରିଖରେ ଘଟିଥିବା ନାବାଳକ ହତ୍ୟା ଘଟଣାରେ ପୁରୀ ପୋଲିକୁ ଏକ…

ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୨୪ ଘଣ୍ଟିଆ ଅନଶନ

ଗୁଣପୁର,୧୩ା୮(ସୁଜାତା ପାଢ଼ୀ): ଅଖିଳ ଭାରତୀୟ କୃଷି ଓ ଗ୍ରାମୀଣ ଶ୍ରମିକ ସଂଘ ତରଫରୁ ଦେଶ ବ୍ୟାପୀ ଅନଶନ ଓ ସତ୍ୟାଗ୍ରହ ଗୁରୁବାର କରାଯାଇଥିବାବେଳେ ଗୁଣପୁର ନୂଆ ବସ୍‌ଷ୍ଟାଣ୍ଡଠାରୁ…

‘ଫେକ ନ୍ୟୁଜ ଫେକ ଇଣ୍ଟଲିଜେନ୍ସ ଠାରୁ ମଧ୍ୟ ଖରାପ’: ହର୍ମୁଜକୁ ନିୟନ୍ତ୍ରଣ କରିବା ସମ୍ପର୍କରେ ଟ୍ରମ୍ପଙ୍କ ବୟାନ ଉପରେ ଇରାନର କଟାକ୍ଷ

ତେହରାନ,୧୩।୮: ଗୁରୁବାର ଇରାନର ବୈଦେଶିକ ମନ୍ତ୍ରୀ ସୈୟଦ ଆବାସ ଆରାଘଚି ଆମେରିକୀୟ ଗୁପ୍ତଚର ଉପରେ କଟାକ୍ଷ କରିଥିଲେ। ସେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହର୍ମୁଜ ପ୍ରଣାଳୀ…

ସୁଇମିଂ ଷ୍ଟାର ସୌରଭ ପୁଟେଲଙ୍କୁ ସମ୍ମାନିତ କଲେ ବଲାଙ୍ଗୀର ଜିଲାପାଳ, ଅଭିନନ୍ଦନ ଜଣାଇ…

ବଲାଙ୍ଗୀର,୧୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଇନ୍ଦିରାନଗରପଡ଼ାର ଉଦୟୀମାନ କ୍ରୀଡାବିତ୍‌ ସୌରଭ ପୁଟେଲ ଏବେ ଚର୍ଚ୍ଚାରେ ରହିଛନ୍ତି। ସେ ବଲାଙ୍ଗୀର ପତିତପାବନ ହାଇସ୍କୁଲ ଛାତ୍ର ଭାବେ ରାଜସ୍ଥାନର…

Air Indiaର ସମସ୍ତ ପାଇଲଟଙ୍କର ହେବ ଡ୍ରଗ୍ସ ଟେଷ୍ଟ, ଜାଣନ୍ତୁ ଏହାର କାରଣ…

ନୂଆଦିଲ୍ଲୀ,୧୩।୮: ‘ମାରିଜୁଆନା ଘଟଣା’ ପରେ, ଏୟାର ଇଣ୍ଡିଆ ଏହାର ସମସ୍ତ ପାଇଲଟଙ୍କ ପାଇଁ ବାଧ୍ୟତାମୂଳକ ସ୍କ୍ରିନିଂ ନିର୍ଦ୍ଦେଶ ଦେଇଛି। ନିଷିଦ୍ଧ ପଦାର୍ଥ ଏବଂ ଔଷଧର ଯାଞ୍ଚ ନିୟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri