ଭୁବନେଶ୍ୱର, (ବ୍ୟୁରୋ)/ ପୁରୁଣା ଭୁବନେଶ୍ୱର, ୨୬।୮ (ଡି.ଏନ୍.ଏ.):୩ଦିନର ଆନ୍ଦୋଳନ ପରେ ଶେଷରେ ଦିବ୍ୟାଙ୍ଗ ବ୍ୟବସାୟୀଙ୍କୁ ଥଇଥାନ ନେଇ ପ୍ରତିଶ୍ରୁତି ମିଳିଛି। ଆସନ୍ତା ୩ମାସ ମଧ୍ୟରେ ୨୩ଜଣ ଦିବ୍ୟାଙ୍ଗ ବ୍ୟବସାୟୀଙ୍କୁ ଭୁବନେଶ୍ୱରରେ ଭେଣ୍ଡିଂ ଜୋନ୍ ଯୋଗାଇ ଦିଆଯିବ। ସେ ପର୍ଯ୍ୟନ୍ତ ସେମାନେ ପୁରୁଣା ବସ୍ ଷ୍ଟାଣ୍ଡ୍ରେ ଅସ୍ଥାୟୀ ଭାବେ ବ୍ୟବସାୟ କରିପାରିବେ ବୋଲି ନିଷ୍ପତ୍ତି ହେବା ପରେ ବିଏମ୍ସି ଅଫିସ୍ ସମ୍ମୁଖରେ ଧାରଣାରେ ବସିଥିବା ଦିବ୍ୟାଙ୍ଗ ବ୍ୟବସାୟୀମାନେ ଗୁରୁବାର ଆନ୍ଦୋଳନରୁ ଉଠିଛନ୍ତି। ବିଏମ୍ସି ଅଧିକାରୀ ପ୍ରମୋଦ କୁମାର ପୃଷ୍ଟି, ଭାଜପା ନେତା ବାବୁ ସିଂ, ବଡ଼ଗଡ଼ ଥାନା ଆଇଆଇସିଙ୍କ ଉପସ୍ଥିତିରେ ଆଲୋଚନା ହୋଇଥିଲା। ଥଇଥାନ ନେଇ ବିଏମ୍ସି ପକ୍ଷରୁ ଲିଖିତ ଭାବେ ପ୍ରତିଶ୍ରୁତି ଦିଆଯାଇଥିବା ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ୟୁନିଟ୍-୨ ମାର୍କେଟ ବିଲ୍ଡିଂରେ ୨୦ବର୍ଷରୁ ଊଦ୍ଧର୍ବ ହେବ ୨୩ଜଣ ଦିବ୍ୟାଙ୍ଗ ବ୍ୟବସାୟୀ ଅସ୍ଥାୟୀ ଦୋକାନ ଖୋଲି ଖେଳନା, ଇୟରବଡ଼, ନେଲ୍ କଟର, ସେପ୍ଟିପିନ, ଗନ୍ଧକର୍ପୂର ଆଦି ଜିନିଷ ବିକ୍ରି କରି ନିଜ ଗୋଡ଼ରେ ଛିଡ଼ା ହେବାକୁ ଉଦ୍ୟମ କରୁଥିଲେ। ଏଥିସହ ଏହି ରୋଜଗାରରେ ସେମାନଙ୍କ ପରିବାର ଚଳୁଥିଲା। ମାତ୍ର ସ୍ଥାୟୀ ବ୍ୟବସାୟୀଙ୍କ ବିରୋଧ ଓ ବିଏମ୍ସିର ପଦକ୍ଷେପ ଯୋଗୁ ମାର୍କେଟ ବିଲ୍ଡିଂରେ ଅସ୍ଥାୟୀ ଓ ଉଠାଦୋକାନୀଙ୍କୁ ବାରମ୍ବାର ଉଚ୍ଛେଦ କରାଯାଉଛି। ନିକଟରେ ମଧ୍ୟ ସ୍ଥାୟୀ ଓ ଅସ୍ଥାୟୀ ବ୍ୟବସାୟୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିବା ପରେ ବିଏମ୍ସି ପକ୍ଷରୁ ଉଠାଇ ଦିଆଯାଇଛି। ଫଳରେ ରୋଜଗାର ବନ୍ଦ ହୋଇ ଯାଇଥିବାରୁ ଦିବ୍ୟାଙ୍ଗ ବ୍ୟବସାୟୀମାନେ ଦୁଃଖ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି। ବିଏମ୍ସିର ଏତାଦୃଶ କାର୍ଯ୍ୟକୁ ବିରୋଧ କରି ବିଏମ୍ସି କାର୍ଯ୍ୟାଳୟ ସମ୍ମୁଖରେ ୩ଦିନ ହେବ ଧାରଣାରେ ବସିଥିଲେ। ସେମାନଙ୍କୁ ସମର୍ଥନ କରି ଭୁବନେଶ୍ୱର ସାଂଗଠନିକ ଜିଲା ଭାଜପା ସଭାପତି ବାବୁ ସିଂ ଆନ୍ଦୋଳନରେ ସାମିଲ ହେବା ସହ ଆନ୍ଦୋଳନକୁ ତୀବ୍ରତର କରିଥିଲେ। ବିଏମ୍ସି ଅଧିକାରୀଙ୍କ ସହ ଆଲୋଚନା ହେବା ପରେ ଶେଷରେ ସମାଧାନ ହୋଇଥିବାରୁ ଦିବ୍ୟାଙ୍ଗ ବ୍ୟବସାୟୀମାନେ ବିଏମ୍ସି ଓ ବାବୁ ସିଂଙ୍କୁ ଧନ୍ୟବାଦ ଜଣାଇଛନ୍ତି।
‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ
ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…
ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ
କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…
ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର
ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…
ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….
ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…
ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…
ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…
ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ
ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…
ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…
ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…
ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି
ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…
Archives

