୨ ସପ୍ତାହରେ ୨ କମ୍ପାନୀର ଶୁଭ କାର୍ଯ୍ୟକ୍ରମ ସ୍ଥଗିତ

ଯାଜପୁର ଅଫିସ/କଳିଙ୍ଗନଗର (ଡି.ଏନ.ଏ.),୧୮ା୩: କଳିଙ୍ଗନଗର ଶିଳ୍ପାଞ୍ଚଳରେ ଗତ ୨ ସପ୍ତାହ ମଧ୍ୟରେ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁ ୨ କାରଖାନା ଶୁଭ ଦେଇ ନ ପାରି ଫେରିଯାଇଛି। ଗତ ୭ ତାରିଖରେ କଳିଙ୍ଗନଗର ବିଜୁ ପଟ୍ଟନାୟକ ପାର୍କ ନିକଟରେ କେସିକା ମେଟାଲିକ୍ସ ଲିମିଟେଡର ଗ୍ରାଉଣ୍ଡ ବ୍ରେକିଂ ହୋଇପାରି ନଥିଲାବେଳେ ମଙ୍ଗଳବାର ଅପରାହ୍ନ ସାଢେ ୪ଟାରେ ଡାର୍ସେଲ ଲଜିଷ୍ଟିକ ହବ୍‌କୁ ଜମି ହସ୍ତାନ୍ତର ସହ ଶୁଭକାର୍ଯ୍ୟ ସ୍ଥଗିତ ରହିଛି। ଦାନଗଦି ତହସିଲ ଅଧୀନ ୧୦ ଏକର ଜମିରେ ହେବାକୁ ଥିବା ଡାର୍ସେଲ କମ୍ପାନୀକୁ ସ୍ଥାନୀୟ ଯଖପୁରା ଗ୍ରାମବାସୀ ଗୋଚର ଓ ଖେଳପଡିଆ ପାଇଁ ଉଦ୍ଦିଷ୍ଟ ଜମିକୁ ଆଦୌ ହସ୍ତାନ୍ତର କରାଯିବ ନାହିଁ ବୋଲି କହି ବିରୋଧ କରିଥିଲେ। ଫଳରେ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାବାଦ୍‌ ଯେତେ ଶିଳ୍ପ କମ୍ପାନୀ ଆସୁଥିଲେ ହେଁ ସ୍ଥାନୀୟ ନିଯୁକ୍ତିକୁ ଅଣଦେଖା କରୁଥିବାରୁ ଶିଳ୍ପ ପ୍ରତି ଲୋକଙ୍କ ମୋହ ତୁଟୁଥିବା ଏଥିରୁ ସ୍ପଷ୍ଟ ମନେହୋଇଛି। ତେବେ କରୋନା ଭୂତାଣୁ ମୁକାବିଲା ପାଇଁ ଜିଲାସାରା ୧୪୪ ଧାରା ଜାରି ହୋଇଥିବାବେଳେ ଦାନଗଦି ତହସିଲ ପକ୍ଷରୁ ଜମି ମାପଚୁପ ତଥା ଶୁଭକାର୍ଯ୍ୟ କରାଯିବା ଜିଲାପାଳଙ୍କ ନିର୍ଦ୍ଦେଶକୁ ବେଖାତିର ବୋଲି ସ୍ଥାନୀୟ ଲୋକେ କହୁଛନ୍ତି।
ଶିଳ୍ପ କାରଖାନା ପ୍ରଭାବିତ ଅଞ୍ଚଳବାସୀ ତଥା କ୍ଷତିଗ୍ରସ୍ତ ପରିବାରଙ୍କ ସମସ୍ୟାଠାରୁ ଦୂରେଇ ଯାଉଥିବାରୁ ଶିଳ୍ପ ଓ ଖଣିସଂସ୍ଥାଗୁଡିକ ଉପରେ ଜନ ଅଶାନ୍ତି ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଛି। ନିଯୁକ୍ତି ଆଶା କ୍ରମଶଃ ମଉଳି ଯାଇଥିବାରୁ ଶିଳ୍ପ ପ୍ରତି ଲୋକଙ୍କ ମୋହ ତୁଟିବାରେ ଲାଗିଛି। ନବେ ଦଶକରେ ଯେଉଁ ପରିମାଣରେ ଲୋକେ ଶିଳ୍ପକୁ ସ୍ବାଗତ କରିଥିଲେ ସେଭଳି ପରିସ୍ଥିତି ଆଉ ଦେଖିବାକୁ ମିଳୁନାହିଁ। କେସିକା ସିମେଣ୍ଟ ଓ ଡାର୍ସେଲ ହବ କମ୍ପାନୀ ଉପରେ ଲୋକଙ୍କ ବିଦ୍ରୋହରୁ ଏହା ସ୍ପଷ୍ଟ ଭାବରେ ପ୍ରମାଣିତ ହୋଇଛି। ଶିଳ୍ପ ସ୍ଥାନୀୟ ଗରିବ ଲୋକଙ୍କ ପାଇଁ ନୁହେଁ, ବରଂ ଧନୀ, ଦଲାଲ ଓ ରାଜ୍ୟ ବାହାରର ବିଭିନ୍ନ ଠିକାସଂସ୍ଥାଙ୍କର, କଳିଙ୍ଗନଗରରେ ବହୁତ ଶିଳ୍ପ ହେଲା, ଆଉ ଶିଳ୍ପର ଆବଶ୍ୟକତା ନାହିଁ ବୋଲି ନାରା ଶୁଣିବାକୁ ମିଳିଛି।
ଯାଜପୁର ଜିଲା କଳିଙ୍ଗନଗର ଏକ ବୃହତ୍‌ ଶିଳ୍ପ ହବ୍‌ ଭାବେ ପରିଗଣିତ ହେବ ବୋଲି ରାଜ୍ୟ ସରକାର ବିଭିନ୍ନ ସମୟରେ ନିଷ୍ପତ୍ତି ନେଉଛନ୍ତି। ଏଥିପାଇଁ ରାଜ୍ୟ ତଥା ଦେଶ ବାହାରୁ ଡାଉନଷ୍ଟ୍ରିମ ଶିଳ୍ପଗୁଡିକ ଆକର୍ଷିତ ହେଉଛନ୍ତି। ଏହିକ୍ରମରେ ଗତ ୭ ତାରିଖରେ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ ଅନୁସାରେ ୯ମ ପର୍ଯ୍ୟାୟରେ ଗ୍ରାଉଣ୍ଡ ବ୍ରେକିଂ କାର୍ଯ୍ୟକ୍ରମରେ କେସିକା ମେଟାଲିକ୍ସ ଲିଃକୁ ବିରୋଧ କରାଯାଇଥିଲା। ସ୍ଥାନୀୟ ନେତା ଓ କମ୍ପାନୀ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଦେଣନେଣ ନ ଛିଡିବାରୁ ମୁଖ୍ୟମନ୍ତ୍ରୀଙ୍କ ଏହି ମହତ୍‌ କାର୍ଯ୍ୟ ସମ୍ପନ୍ନ ହୋଇ ପାରି ନ ଥିବା ସେତେବେଳେ ଆଲୋଚନା ହୋଇଥିଲା। କିନ୍ତୁ ଡାର୍ସେଲ କମ୍ପାନୀକୁ ବିରୋଧ କରିବା ପଛରେ ଅନ୍ୟସବୁ କାରଣ ରହିଛି ବୋଲି କୁହାଯାଉଛି। ସ୍ଥାନୀୟ ଲୋକଙ୍କ ମଶାଣି, ଖେଳପଡ଼ିଆ ଓ ଗୋଚର ଜମିକୁ କମ୍ପାନୀ ହାତକୁ ଟେକି ଦିଆଯିବ ନାହିଁ ବୋଲି ପ୍ରଭାବିତ ଲୋକ ଅଟଳ ରହିଥିଲେ। ପ୍ରସ୍ତାବିତ ଡାର୍ସେଲ କମ୍ପାନୀ ଜମି ପାର୍ଶ୍ୱରେ ସାଇଜର ଲଜିଷ୍ଟିକ ପାର୍କ ନିର୍ମାଣ ଚାଲିଛି। ଜଙ୍ଗଲ ଜମିରେ ଏହି କମ୍ପାନୀ ନିର୍ମାଣ ଚାଲିଥିବା ଅଭିଯୋଗ କରି କଳିଙ୍ଗନଗର ପରିବେଶ ସୁରକ୍ଷା ସମିତି ପକ୍ଷରୁ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ରେ ୪୨/୨୦୧୯ (ଇଜେଡ) ନମ୍ବରରେ ଏକ ମାମଲା ରୁଜୁ ହୋଇଛି, ଯାହାକି ବିଚାରାଧୀନ ରହିଛି। ଏ ସଂକ୍ରାନ୍ତରେ ଦାନଗଦି ତହସିଲର ଅତିରିକ୍ତ ତହସିଲଦାର ନାରାୟଣ ଦୀକ୍ଷିତଙ୍କୁ ପଚାରିବାରେ ସେ କହିଛନ୍ତି, ଜମି ମାପଚୁପ କରି ଡାର୍ସେଲ କମ୍ପାନୀକୁ ହସ୍ତାନ୍ତର କରିବାକୁ କାର୍ଯ୍ୟକ୍ରମ ଥିଲା। ତେବେ ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିବାରୁ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ୧୬ ପଦକ ଜିତି ଇତିହାସ ରଚିଲା ଭାରତ

ନୂଆଦିଲ୍ଲୀ,୨।୮: ରାଜ୍ୟଗୋଷ୍ଠୀ କ୍ରୀଡାରେ ଶନିବାର ଭାରତ ମୋଟ ୧୬ ଟି ପଦକ ଜିତିଥିଲା, ଯେଉଁଥିରେ ୮ ଟି ସ୍ବର୍ଣ୍ଣ ପଦକ ସାମିଲ ଥିଲା। ସବୁଠାରୁ ଚମତ୍କାର ପ୍ରଦର୍ଶନ…

ମସ୍କୋରେ ବୋମା ବିସ୍ଫୋରଣ; ୩ ମୃତ ୨୧ ଆହତ

ମସ୍କୋ,୨।୮: ଶନିବାର ସାରେ (ଅଗଷ୍ଟ ୧) ରୁଷିଆର ରାଜଧାନୀ ମସ୍କୋର ଏକ ରେଷ୍ଟୁରାଣ୍ଟ ନିକଟରେ ବିସ୍ଫୋରଣରେ ତିନି ଜଣ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ୨୧ ଜଣ…

ସାପ କାମୁଡ଼ାରେ ନାବାଳିକାର ମୃତ୍ୟୁ: ଶବ ବ୍ୟବଚ୍ଛେଦ ପାଇଁ ୩୬ ଘଣ୍ଟାର ପ୍ରତୀକ୍ଷା, ୩ଟି ମେଡିକାଲ ବୁଲିଲେ …

ଥୁଆମୂଳ ରାମପୁର, ୨।୮ (ଦୁର୍ଗା କୀର୍ତ୍ତି): ମୃତ୍ୟୁ ପରେ ମଧ୍ୟ ମିଳିଲାନି ସମ୍ମାନ। ଶବ ବ୍ୟବଚ୍ଛେଦ ପାଇଁ ଶୋକସନ୍ତପ୍ତ ପରିବାରକୁ ଦୀର୍ଘ ୩୬ ଘଣ୍ଟା ଧରି ସଂଘର୍ଷ…

ଆଣ୍ଟାର୍କଟିକାର କୋନ୍‌କୋର୍ଡିଆରେ ୧୬ ବର୍ଷର ରେକର୍ଡ ଥଣ୍ଡା

ନୂଆଦିଲ୍ଲୀ, ୨ା୮: ଉତ୍ତର ଗୋଲାର୍ଦ୍ଧର ଦେଶଗୁଡ଼ିକ (ୟୁରୋପ, ଉତ୍ତର ଆମେରିକା, ଏସିଆ) ଗ୍ରୀଷ୍ମକାଳୀନ ପ୍ରଚଣ୍ଡ ତାପମାତ୍ରା ଓ ଗ୍ରୀଷ୍ମ ପ୍ରବାହର ସମ୍ମୁଖୀନ ହେଉଥିବା ବେଳେ ଦକ୍ଷିଣ ଗୋଲାର୍ଦ୍ଧରେ…

ସପିଂ ସେଣ୍ଟରରେ ଆଖିବୁଜା ଗୁଳି ଚାଳନା, ୩ ମୃତ

ଓ୍ବାଶିଂଟନ,୨।୮: ଆମେରିକାରେ ଗୁଳିକାଣ୍ଡ ଘଟଣା ବଢ଼ିବାରେ ଲାଗିଛି। ସଦ୍ୟତମ ଘଟଣାଟି ଆଇଡାହୋର ଟ୍ବିନ ଫଲ୍ସ ସହରରେ ଘଟିଛି, ଯେଉଁଠାରେ ଶନିବାର ଅପରାହ୍ନରେ ଜଣେ ଆକ୍ରମଣକାରୀ ଏକ ସପିଂ…

ଏଇ ଭାରତରେ

ବେଙ୍ଗାଲୁରୁର ସୂର୍ଯ୍ୟ ଉତ୍କର୍ଷ ସଡ଼କ ସୁରକ୍ଷା ସମ୍ପର୍କରେ ଲୋକଙ୍କୁ ସଚେତନ କରୁଛନ୍ତି। ପିଲାବେଳେ ରାସ୍ତା ଦୁର୍ଘଟଣାର ଶିକାର ହୋଇ ଅନେକ ଦିନର ଚିକିତ୍ସା ପରେ ସୁସ୍ଥ ହୋଇ…

ଡାହାଣୀ ହୋଇ ଲାଗିବେ

ମୋର ଜଣେ ଆରକ୍ଷୀ ବନ୍ଧୁ ତାଙ୍କ ହ୍ବାଟ୍ସଆପ୍‌ ଷ୍ଟାଟସ୍‌ରେ ନିଶା ନିବାରଣ ପାଇଁ ପୋଲିସ ବିଭାଗ ସହ ହାତ ମିଳାଇ କାମ କରିବା ପାଇଁ ତାଙ୍କର ସାଙ୍ଗସାଥୀ…

୨୦ ବର୍ଷ ପରେ କୋଲକାତା ଫେରିଲେ ତସଲିମା ନାସରିନ; ହେଲେ ପରିସ୍ଥିତି ହେଲା ଅଶାନ୍ତ, କାହିଁକି ଜାଣନ୍ତୁ

କୋଲକାତା,୨।୮: ପ୍ରାୟ ଦୁଇ ଦଶନ୍ଧି ପରେ ତସଲିମା ନାସରିନ ପୁଣି ଥରେ କୋଲକାତାରେ ପହଞ୍ଚିଛନ୍ତି। ସେ ମନ୍ତବ୍ୟ ଦେଇଥିଲେ ଯେ ତାଙ୍କର ପ୍ରତ୍ୟାବର୍ତ୍ତନ ପ୍ରମାଣ କରେ ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri