୨ ଦିନରେ ୨ ହଜାର ହୋମ ଡେଲିଭରି କଲେ ମଲ୍‌

ଭୁବନେଶ୍ୱର,୨୯ା୩(ବ୍ୟୁରୋ): ସାରା ଦେଶରେ ଲକଡାଉନ ହେବା ପରେ ଲୋକଙ୍କ ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ନେଇ ବିଭିନ୍ନ ମଲ, ଦୋକାନରେ ଲମ୍ବାଲାଇନ ଓ ଭିଡ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଭୁବନେଶ୍ୱରର ୨୮ ମଲ ଓ ଦୋକାନଗୁଡ଼ିକୁ ହୋମ ଡେଲିଭରି ଅଭିଯାନ ଆରମ୍ଭ କରିଛି। ସାମାଜିିକ ଦୂରତା ଏବଂ ଭିଡ଼ କମାଇବାକୁ ନେଇ ବିଏମ୍‌ସିର ଏହି ପଦକ୍ଷେପକୁ ଜନସାଧାରଣ ପସନ୍ଦ କରିଛନ୍ତି। ଏହି ଅଭିଯାନର ଆରମ୍ଭ ହେବାର ଗତ ୨ ଦିନ ମଧ୍ୟରେ ମଲ ଓ ଷ୍ଟୋରମାନେ ୨ହଜାରରୁ ଊର୍ଦ୍ଧ୍ୱ ହୋମ ଡେଲିଭରି କରିଥିବା ଜଣାପଡ଼ିଛି। ହ୍ବାଟ୍‌ସ ଆପ ମାଧ୍ୟମରେ ଆବଶ୍ୟକୀୟ ସାମଗ୍ରୀର ପରିମାଣ ଲେଖି ମଲ୍‌ କର୍ତ୍ତୃପକ୍ଷଙ୍କୁ ମେସେଜ କରିଲେ ନିଜ ଘରେ ଉକ୍ତ ସାମଗ୍ରୀକୁ ପାଇପାରିଛନ୍ତି। ୨୮ ମଲ ଓ ଷ୍ଟୋର ମଧ୍ୟରୁ ସିମ୍ପୋନୀ ମଲ୍‌ ସବୁଠୁ ଅଧିକ ହୋମ ଡେଲିଭରି କରିଥିବା ଜଣାପଡ଼ିଛି। ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌ (ବିଏସ୍‌ଏସିଏଲ୍‌)ର ଜେନେରାଲ୍‌ ମ୍ୟାନେଜର (ପ୍ରଶାସନିକ) କମଲଜିତ୍‌ ଦାସ କହିଛନ୍ତି, ଆରମ୍ଭ କରାଯାଇଥିବା ହୋମ ଡେଲିଭରି ସେବା ଲୋକଙ୍କ ଦ୍ୱାରା ବିଶେଷ ଭାବେ ଆଦୃତ ହୋଇଛି। କେନ୍ଦ୍ର ସରକାରଙ୍କ ଲକ୍‌ ଡାଉନ୍‌ ନିୟମକୁ ଲୋକମାନେ ସମ୍ମାନ ଜଣାଇ ଘରେ ରହିବା ସହ ନିଜକୁ ସଂକ୍ରମିତ ହେବାରୁ ବଞ୍ଚାଉଛନ୍ତି। ସେଥିପାଇଁ ୨ଦିନ ମଧ୍ୟରେ ଅଭିଯାନ ଅଧିକ ସଫଳ ହୋଇପାରିଛି। ଅପରପକ୍ଷେ ମଲ୍‌ ଓ ଷ୍ଟୋର କର୍ତ୍ତୃପକ୍ଷ ହ୍ବାଟସ୍‌ ଆପରେ ମେସେଜ୍‌ ଦେଲେ ସିନ୍‌ ହେଉ ନ ଥିବା ଅଭିଯୋଗ ହୋଇଥିଲା। ଏପରି କି କେତେଜଣ ଲୋକ ସୋସିଆଲ ମିଡିଆରେ ଏନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ହେଲେ ଏକାସଙ୍ଗେ ଅଧିକାଂଶ ଲୋକଙ୍କ ମେସେଜ୍‌ ଦେଉଥିରୁ ସମସ୍ତ ମେସେଜ୍‌ ଦେଖି ହୋଇ ପାରୁନାହିଁ। ତେଣୁ ଯଦି ଥରେ ଦେଖି ହୋଇନାହିଁ ଆଉ ଥରେ ମେସେଜ୍‌ ପଠାଇବା ପାଇଁ ମଲ୍‌ ଓ ଷ୍ଟୋର କର୍ତ୍ତୃପକ୍ଷ କହିଥିବା ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଲକ୍‌ ଡାଉନ୍‌କୁ ଲକ୍ଷ୍ୟରେ ରଖି ମଲ୍‌ ଓ ବଡ ଷ୍ଟୋର ମାଲିକଙ୍କ ସହ ହୋମ ଡେଲିଭରି କରିବା ପାଇଁ ବିଏମ୍‌ସି ଗତ ୨୬ ତାରିଖରେ ଏକ ଚୁକ୍ତି ସ୍ବାକ୍ଷରିତ କରିଥିଲା। ସକାଳ ୭ରୁ ୧୧ ଯାଏ ମଲ୍‌ ଓ ଷ୍ଟୋର କର୍ତ୍ତୃପକ୍ଷ ହୋମ ଡେଲିଭରି କରିବା ପାଇଁ ଅନୁମତି ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ବେହାଲ ଝରିଗାଁ: ହଷ୍ଟେଲ ଭିତରେ ୨ ଫୁଟ୍ ପାଣି, ଭୟରେ ରାତି ବିତାଇଲେ ଛାତ୍ର

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଲଗାଣ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସଦର ମହକୁମାରେ ଅବସ୍ଥିତ ସରକାରୀ ଏକ୍ସ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥିତ…

ଲାଞ୍ଚ ନେଇଥିଲେ ବରିଷ୍ଠ କିରାଣୀ ଗୋବର୍ଦ୍ଧନ, ମିଳିଲା ଏମିତି ଦଣ୍ଡ

ବରଗଡ଼,୨୫।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟଲି ତହସିଲ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ କିରାଣୀ ତଥା ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟର ରାଜସ୍ବ ବିଭାଗରେ ବରିଷ୍ଠ କିରାଣୀ ଭାବେ କାର୍ଯ୍ୟରତ ଗୋବର୍ଦ୍ଧନ…

ବରଗଡ଼ ଧନୁଯାତ୍ରା: ଉଠିଲା କଂସ କଳାକାର ପରିବର୍ତ୍ତନ ଦାବି

ବରଗଡ଼,୨୫ା୯(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ ପର୍ଯ୍ୟନ୍ତ ୧୧ଦିନ…

ବନ୍ଦ ହେବ ରାସାୟନିକ ପ୍ରକ୍ର୍ରିୟାକୃତ ପନିର ବିକ୍ରି

ନୂଆଦିଲ୍ଲୀ,୨୫।୯: ଖାଦ୍ୟ ଅପମିଶ୍ରଣ ଏବଂ ଖାଦ୍ୟ ପ୍ୟାକେଟ୍‌ରେ ବିଭ୍ରାନ୍ତିକର ଦାବି କରୁଥିବା କମ୍ପାନୀଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ କଡ଼ାକଡ଼ି କରିବା ଲକ୍ଷ୍ୟରେ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ…

୨ ଦାଦନ ସର୍ଦ୍ଦାରଙ୍କୁ ଉଠାଇନେଲା ଛତିଶଗଡ଼ ପୋଲିସ: ଶ୍ରମିକ ଚାଲାଣ କରି ନିର୍ଯାତନା ଦେବା ଅଭିଯୋଗ

ନୂଆପଡ଼ା,୨୫ା୯ (ମକାରୁ ବେମାଲ):ଉତ୍ତରପ୍ରଦେଶକୁ ଶ୍ରମିକ ଚାଲାଣ କରି ଇଟାଭାଟିରେ ଅଧିକ ସମୟ କାମ କରାଇ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଅଭିଯୋଗରେ ଛତିଶଗଡ଼ ପୋଲିସ ନୂଆପଡ଼ା…

ଗାଁରେ ବୁଲିଲା ମହାବଳ: ଲୋକେ ଭୟଭୀତ

ବାରିପଦା,୨୫ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ଖପରାଖାଇ ଗଁାରେ ମହାବଳ ବାଘ ଆତଙ୍କ ଦେଖାଦେଇଛି। ୫ଦିନ ଦେଲା ବାଘଟି ଖାଦ୍ୟ ଅନ୍ବେଷଣରେ ଗଁା ଭିତରକୁ…

କାଲି ୬ ଜିଲାରେ ସ୍କୁଲ ଛୁଟି, ପିଲାଙ୍କ ପାଠପଢ଼ା ନେଇ ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୨୪ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ଗଭୀର ଅବପାତ ପ୍ରଭାବରେ ବର୍ଷା ଲାଗି ରହିଛି। ଏନେଇ ପୂର୍ବରୁ ୧୨ ଜିଲାରେ ଶିକ୍ଷାନୁଷ୍ଠାନଗୁଡିକୁ ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା କରାଯାଇଥିଲା। ତେବେ…

ଟାଏକୋଣ୍ଡା ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିଲେ ସୋହନ

ଛତ୍ରପୁର:୨୪।୯(ଦିଲ୍ଲୀପି ସାମଲ): ରାଜ୍ୟ ବିଦ୍ୟାଳୟ କ୍ରିଡ଼ା ସଂଗଠନ ପକ୍ଷରୁ କେନ୍ଦୁଝରଠାରେ ଆୟୋଜିତ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଟାଏକୋଣ୍ଡ ପ୍ରତିଯୋଗିତା ୨୦୨୬-୨୭ରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ଗ୍ରାମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?