Posted inଖେଳ

୧୫ ବର୍ଷରୁ କମ୍‌ ଫୁଟ୍‌ବଲ: ଭାରତକୁ ‘ସାଫ୍‌’ ଟାଇଟଲ

କଲ୍ୟାଣୀ, ୧।୯ (ପି.ଟି.)-ନେପାଳକୁ ୭-୦ ଗୋଲରେ ପରାସ୍ତ କରି ଭାରତ ୧୫ ବର୍ଷରୁ କମ୍‌ ସାଫ୍‌ (ସାଉଥ ଏସିଆନ ଫୁଟ୍‌ବଲ ଫେଡେରେଶନ) ଚାମ୍ପିୟନଶିପ୍‌ ଟାଇଟଲ ହାସଲ କରିଛି। ଶନିବାର କଲ୍ୟାଣୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ଏକତରଫା ଫାଇନାଲରେ ଷ୍ଟ୍ରାଇକର ଶ୍ରୀଦାର୍ଥ ନଙ୍ଗ୍‌ମିକାପମ୍‌ (୫୧ତମ, ୭୬ତମ ଓ ୮୦ତମ) ହ୍ୟାଟ୍ରିିକ ଗୋଲ ସ୍କୋର କରିଥିଲେ। ମହେସନ ସିଂ (୧୫ତମ), ଅମନଦୀପ (୪୨ତମ), ଶିବଜିତ୍‌ ସିଂ (୪୫ତମ) ଏବଂ ହିମାଂଶୁ ଜାଙ୍ଗ୍ରା (୬୫ତମ) ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ। ଭାରତ ରେକର୍ଡ ତୃତୀୟ ଥର ପାଇଁ ଟାଇଟଲ ଜିତିବାରେ ସମର୍ଥ ହୋଇଛି। ପୂର୍ବରୁ ଦଳ ୨୦୧୩ ଏବଂ ୨୦୧୭ରେ ଚାମ୍ପିୟନ ହୋଇଥିଲା। କୋଚ୍‌ ବିବିଆନୋ ଫର୍ନାଣ୍ଡିଜଙ୍କ ତତ୍ତ୍ୱାବଧାନରେ ଭାରତୀୟ ଦଳ ଟୁର୍ନାମେଣ୍ଟରେ ୫ଟି ମ୍ୟାଚ ଖେଳି ମୋଟ ୨୮ଟି ଗୋଲ ସ୍କୋର କରିଥିବାବେଳେ ଗୋଟିଏ ହେଲେ ଗୋଲ ବରଣ କରି ନ ଥିଲା। ଆମେ ଚାମ୍ପିୟନ ହେବା ଲକ୍ଷ୍ୟ ନେଇ ଏଠାକୁ ଆସିଥିଲୁ ଏବଂ ସଫଳ ହେଲୁ ମଧ୍ୟ। ଏଏଫ୍‌ସି କ୍ୱାଲିଫାୟର୍ସ ପାଇଁ ଏହି ଟୁର୍ନାମେଣ୍ଟ ଆମ ଲାଗି ଏକ ପ୍ରସ୍ତୁତି ଭଳି ଥିଲା। ଆମର ପରବର୍ତ୍ତୀ ନଜର ୧୬ ବର୍ଷରୁ କମ୍‌ ଏଏଫ୍‌ସି ଚାମ୍ପିୟନଶିପ୍‌ ୨୦୨୦ କ୍ୱାଲିଫାୟର୍ସ ଉପରେ ରହିଛି। ଏହା ସେପ୍ଟେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ଖେଳାଯିବା କାର୍ଯ୍ୟକ୍ରମ ରହିଛି। ଭାରତ ଏଥିରେ ଉଜ୍‌ବେକିସ୍ତାନ, ବାହାରିନ ଏବଂ ତୁର୍କମେନିସ୍ତାନ ସହ ଗ୍ରୁପ୍‌ ‘ବି’ରେ ସ୍ଥାନ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରୀବାହୀ ବସ୍‌କୁ ପଛପଟୁ ପିଟିଲା ଟ୍ରକ: ବିଦ୍ୟୁତ ଟ୍ରାନ୍ସଫର୍ମରରେ ବାଜି…

ସୋହେଲା,୧୧।୪(ଅଶ୍ବିନୀ ପାତ୍ର):ବରଗଡ଼ ଜିଲା ସୋହେଲାଠାରେ ବରଗଡ଼ ରାୟପୁର ଜାତୀୟ ରାଜପଥ ରେ ଏକ ବଡ଼ ଧରଣର ସଡକ ଦୁର୍ଘଟଣା ଘଟିଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ରାଉରକେଲାରୁ ରାୟପୁର…

କ୍ରୀଡ଼ା ସାମଗ୍ରୀ କିଣାରେ ଦୁର୍ନୀତି ଘଟଣା: ଅଭିଯୋଗ ପରେ ବି ହେଉନି କାର୍ଯ୍ୟାନୁଷ୍ଠାନ

ଭବାନୀପାଟଣା,୧୧ା୪(ଉତ୍ତମ କୁମାର ଦାଶ):ପୂର୍ବ ସରକାର ପ୍ରତି ବ୍ଲକକୁ କ୍ରୀଡ଼ା ସାମଗ୍ରୀ କିଣିବା ପାଇଁ ଆର୍ଥିକ ସହାୟତା ଯୋଗାଇଥିଲେ। ଗ୍ରାମାଞ୍ଚଳରେ କ୍ରୀଡ଼ା କ୍ଷେତ୍ରରେ ଆଗ୍ରହ ସୃଷ୍ଟି ଏହାର ମୂଳ…

୪୦ ଫୁଟ୍‌ ତଳକୁ ଖସିଲା OSRTC ବସ୍‌: ୨୪ଯାତ୍ରୀ ଆହତ, ଜଣେ ମୃତ

ପଟ୍ଟାଙ୍ଗି , ୧୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଘାଟିରେ OSRTC ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଯାତ୍ରୀ ଆହତ…

କେମୋଥେରାପିରେ ସୀମିତ କ୍ୟାନ୍‌ସର ଚିକିତ୍ସା: ୧୩୮କୋଟିର ହସ୍ପିଟାଲରେ ମିଳୁନି ସ୍ବାସ୍ଥ୍ୟସେବା

ବରଗଡ଼,୧୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା କ୍ୟାନସର ରୋଗୀଙ୍କ ହବ୍‌ ପାଲଟିଛି। ଏଠାରେ କ୍ୟାନସର ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ଅନ୍ୟପଟେ ଏଠାରେ ଥିବା କ୍ୟାନସର ହସ୍ପିଟାଲରୁ…

ଭାଉଜଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଦିଅର, ଗର୍ଭବତୀ ହେବାରୁ…

ପାଟଣା,୧୧ା୪(ବୀରକିଶୋର ଦାଶ):କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ପୋଲିସ ସମ୍ପର୍କୀୟ ବିଧବା ଭାଉଜଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ଭାଉଜ ଗର୍ଭବତୀ ହେବା ପରେ…

ମୁଣ୍ଡିଆ ମାରିଲେ, ମନ୍ଦିରରୁ ସବୁ ଲୁଟିନେଲେ: ମାଷ୍ଟରମାଇଣ୍ଡ୍‌ ଜଣେ ମହିଳା

ଭୁବନେଶ୍ୱର,୧୧।୪(ତ୍ରିନାଥ ମହାନ୍ତି):ଗୋଟିଏ ରାତିରେ ଦୁର୍ବୃତ୍ତମାନେ ୩ ମନ୍ଦିରରେ ପଶି ପୋଛି ନେଇଛନ୍ତି ଲକ୍ଷାଧିକ ଟଙ୍କାର ସୁନା ଗହଣା ଏବଂ ଟଙ୍କା। ଚନ୍ଦ୍ରଶେଖରପୁର ଥାନା ପଟିଆ ଗଁାରେ ଥିବା…

ପୋଲିସ ଦମନଲୀଳାର ଦୁଃଖ ବଖାଣିଲେ ସିଜିମାଳି ଆଦିବାସୀ

ଭୁବନେଶ୍ୱର, ୧୧ା୪(ବନ୍ଦନା ସେଠୀ):ବେଦାନ୍ତ ପାଇଁ ରାୟଗଡ଼ା ଜିଲାର ସିଜିମାଳି ଅଞ୍ଚଳରେ ଆଦିବାସୀ ଲୋକଙ୍କ ଉପରେ ଚାଲିଥିବା ପୋଲିସର ଦମନଲୀଳା, ନିଷେଧାଦେଶ ଓ ଗଣତାନ୍ତ୍ରିକ ଅଧିକାର ଉଲ୍ଲଂଘନକୁ ବାମପନ୍ଥୀ…

ପୂର୍ବତନ ବିଧାୟକଙ୍କ ଘରବାହୁଡା: ଆଜି କଂଗ୍ରେସରେ ସାମିଲ ହେବେ ସାଧୁ ନେପାକ

ବରଗଡ଼,୧୧।୪( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ଶନିବାର କଂଗ୍ରେସକୁ ଫେରୁଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟାରେ ସେ ଭୁବନେଶ୍ବରସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri