ଭିଡିଓ କନଫରେନ୍ସିଂରେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର,୧ା୯(ଡି.ଏନ.ଏ)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଭିଡିଓ କନଫରେନ୍ସିଂ ଜରିଆରେ ଗଞ୍ଜାମ ଜିଲାର ୪ ସହରାଞ୍ଚଳରେ ମଳ ଉପଚାର ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସେହି ସହରାଞ୍ଚଳଗୁଡିକ ମଧ୍ୟରେ ହିଞ୍ଜିଳି ମ୍ୟୁନିସିପାଲିଟି, ଆସିକା, ପୋଲସରା ଓ ସୋରଡା ଏନ୍‌ଏସି ରହିଛି ା ଶନିବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ା ଆସିକା ଏମ୍‌ପି ପ୍ରମିଳା ବିଷୋୟୀ, ବିଧାୟିକା ମଞ୍ଜୁଳା ସ୍ବାଇଁ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଓ ସୋରଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ ଯୋଗଦେଇଥିଲେ ା ଉକ୍ତ ୪ ସହରାଞ୍ଚଳରେ ଏନେଇ ସ୍ବତନ୍ତ୍ର ପ୍ଲାଣ୍ଟ ସ୍ଥାପନ ହେବ ା ୧୦ ହଜାର ଲିଟର କ୍ଷମତା ବିଶିଷ୍ଟ ଏହି ପ୍ଲାଣ୍ଟରୁ ସଂଗୃହୀତ ମଳକୁ ତୁରନ୍ତ କମ୍ପୋଷ୍ଟରେ ପରିବର୍ତ୍ତନ କରିବା ପାଇଁ ସ୍ବତନ୍ତ୍ର ମେଶିନ ସ୍ଥାପନ କରାଯିବ। ଉକ୍ତ ୪ ସହରାଞ୍ଚଳରେ ମଳ ଉପଚାର ପ୍ଲାଣ୍ଟ ପାଇଁ ୧୦ କୋଟି ୧୨ ହଜାର ଟଙ୍କା ବିନିଯୋଗ କରାଯିବ। ଏହାଦ୍ୱାରା ୬୦ ହଜାର ପରିବାରଙ୍କ ସଂଗୃହୀତ ମଳ ଏହି ପ୍ଲାଣ୍ଟ ମାଧ୍ୟମରେ କମ୍ପୋଷ୍ଟ କରଣ ହେବ ା ଏହା ଦ୍ୱାରା ପରିବେଶ ପରିଷ୍କାର ରହିବା ସହିତ ସହରାଞ୍ଚଳରେ ଥିବା ଚାଷ ଜମିରେ ଏହାକୁ ପ୍ରୟୋଗ କରାଯାଇ ଅଧିକ ଉପତ୍ାଦନକ୍ଷମ କରାଯିବ ା ପୂର୍ବରୁ ବ୍ରହ୍ମପୁର ମହାନଗର ନିଗମରେ ଏପରି ପ୍ଲାଣ୍ଟ ସ୍ଥାପନ କରାଯାଇଥିବା ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଥିଲେ। ଏଥିପାଇଁ ଆସିକା ଏମ୍‌ପି, ବିଧାୟିକା ଓ ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଏଣିକି ଏନ୍‌ଏସି ଅଫିସକୁ ନ ଆସି ୱାର୍ଡ ଅଫିସରେ ଥିବା ୱାର୍ଡ ଅଫିସରଙ୍କୁ ଜନସାଧାରଣ ସେମାନଙ୍କ ଅଭିଯୋଗ ଜଣାଇ ପାରିବେ ା ଏହାର ମଧ୍ୟ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ବ୍ରହ୍ମପୁର ମହାନଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର, ଅତିରିକ୍ତ ଜିଲାପାଳ ଲକ୍ଷ୍ମୀକାନ୍ତ ସେଠୀ, ବ୍ରହ୍ମପୁର ଉପଜିଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ, ଡୁଡା ପିଡି ସୁବାମ ଚରଣ ମଣ୍ଡଳଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲୋ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିରଞ୍ଚି ପ୍ରଧାନ
କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଅଶାନ୍ତ ହେଉଛି ହିଞ୍ଜିଳି, ବୁଲିଲା ଖଣ୍ଡା

ହିଞ୍ଜିଳିକାଟୁ, ୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ଦିନକୁ ଦିନ ହିଞ୍ଜିଳି ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ଗୁଣ୍ଡାଗିରି ବଢୁଛି।...

୪ କୋଟି ଟଙ୍କାର ଗଞ୍ଜେଇ ସହ ୫ ଦେଶୀ ବନ୍ଧୁକ ଜବତ

ବାଲିଗୁଡ଼ା,୨୨ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବାଲିଗୁଡ଼ା ଥାନା ଗଦ୍ରିଙ୍ଗିଆ ଘାଟି ନିକଟସ୍ଥ ଇର୍ପିଗୁଡ଼ା ଜଙ୍ଗଲରୁ ୪...

ବ୍ଲକ ଅଧ୍ୟକ୍ଷ ପଦବୀରୁ ଦୈତାରୀ ବେହେରାଙ୍କ ଇସ୍ତଫା

ଖଲ୍ଲିକୋଟ,୨୨ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଇଛନ୍ତି ବିଧାୟିକାଙ୍କ ସ୍ବାମୀ ଦୈତାରୀ ବେହେରା। ବ୍ୟକ୍ତିଗତ କାରଣରୁ ସେ ଅଧ୍ୟକ୍ଷ...

ବିଦ୍ୟୁତ୍‌ ଆଘାତରେ ବାପାଙ୍କ ଜୀବନ ଗଲା, ପୁଅ ଗୁରୁତର

ହିଞ୍ଜିଳିକାଟୁ,୨୨ା୪(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତଥା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗ୍ରାମରେ ସୋମବାର ସକାଳେ ପରିବା ବାଡ଼ିରେ ଛିଡ଼ି ପଡ଼ିଥିବା ଏକ ଉଚ୍ଚ...

ମୁଖ୍ୟମନ୍ତ୍ରୀଙ୍କ ରେକର୍ଡ ବିଜୟ ପାଇଁ ପୂଜାର୍ଚ୍ଚନା

ହିଞ୍ଜିଳିକାଟୁ,୨୨ା୪(ଦ୍ୱିତୀକୃଷ୍ଣ ପଣ୍ଡା): ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଓ ରେକର୍ଡ ସଂଖ୍ୟକ ବ୍ୟବଧାନରେ ହିଞ୍ଜିଳି ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜୟୀ ପାଇଁ...

ଏପ୍ରିଲ ୩୦ରେ ନାମାଙ୍କନ ଦାଖଲ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କରିବେ ମାରାଥନ ରାଲି

ଭୁବନେଶ୍ୱର, ୨୨।୪: ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିବେ ବୋଲି ଜଣାପଡିଛି। ହିଞ୍ଜିଳି ବିଧାନସଭା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri