୧୩ ବଛର୍‌ରେ ୧୦ ଥର ଆବେଦନ: ପ୍ରଧାନମନ୍ତ୍ରୀ ଆବାସ ଆଶ୍‌ରେ ଜୟରାମ

ଲାଠୋର, ୨୨ା୮ (ଡି.ଏନ୍‌.ଏ.):  କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖି, ବାସହୀନ ପରିବାରମାନକୁ ଭିନେ ଭିନେ ଯୋଜନାରେ ପକାଘର ଯୁଗେଇ ଦେଉଛନ୍‌। ହେଲେ ଅନେକ୍‌ ଜାଗାରେ ହକ୍‌ଦାର ହିତାଧିକାରୀ ଯୋଜନାର ସୁଫଲ ପାଏବାରୁ ବଁଚିତ୍‌ ହେଉଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବଲାଙ୍ଗୀର ଜିଲା ଲାଠୋର ପଁଚେତ୍‌ ତଲିପଡ଼ାରେ।
ସୂଚନା ଅନ୍‌ସାରେ ଲାଠୋର ପଁଚେତ୍‌ ତଲିପଡ଼ାର ଜୟରାମ ବରିହା(୫୦)। ପରିବାର କହେଲେ ବୁଢ଼ି ମା’ ତୁଲସା, ଝି’ ଉଲାସିନୀ(୨୧), ରିତାଞ୍ଜଳି(୧୭), ଗୀତାଞ୍ଜଳି(୧୫), ଦୀପାଞ୍ଜଳି(୧୦) ଆର ପୁଓ ଅକ୍ଷୟ(୧୫)କେ ନେଇ ତାକର ସଁସାର। ମାଏକିନା ସନ୍ତୋଷୀ ଆଏଜ୍‌କେ ୫ ବଛର ତଲେ ଆରପାରକେ ଚାଲିଯାଇଛନ୍‌। ସେନ୍‌ତା କେହେନ୍‌ସି କାରନ୍‌ରୁ ବିହାରି ଝି’ ଉଲାସିନୀ ତାକର ଦୁଇ ବଛର୍‌ର ଝି’କେ ଧରି ବାପ୍‌ ଘରେ ଆସି ଆଶ୍‌ରେ ନେଇଛନ୍‌। ଇଆଡ଼େ ଜୟରାମ ଝନେ ନିହାତି ଗରିବ୍‌ ଆର ଆଦିବାସୀ ସମାଜର ହେଇଥିଲାବେଲେ କୁଲି ମଜୁରି କରି କୁଟୁମ୍‌ ପୁଷୁଛନ୍‌। ଝି’ ଗୀତାଞ୍ଜଳୀ ଆର ପୁଓ ଅକ୍ଷୟ ଅଭାବ୍‌ ଅନାଟନ ଲାଗି ପାଠ୍‌ପଢ଼ାରେ ଗଏଁଠ୍‌ ପକେଇ ସାରିଥିଲାବେଲେ ରିତାଞ୍ଜଳି ଆର ଦୀପାଞ୍ଜଳି କଷ୍‌ଟେ ମଷ୍‌ଟେ ପଢ଼ୁଛନ୍‌। ସରକାରୀ ସାହାଯ୍‌ କହେଲେ ପରିବାରକେ ମିଲୁଥିବାର ୧୦ କେ.ଜି. ଚାଉଲ, ବୁଢ଼ି ମା’ ପାଉଥିବାର ୫ଶହ ଟଁକା ଭତା। ଇତାର ବାହାରେ ଜୟରାମ କୁଲି ମଜୁରି କରି ଯାହା କମଉଛନ୍‌ ସେଥ୍‌ରେ ସାତ୍‌ ପରାନୀ କୁଟୁମ ଚଲୁଛନ୍‌। ଇଆଡ଼େ ଅଭାବ ଅନାଟନକେ ଘରଦୁଆର ଅଭାବୁ ୭ ପରାନୀ କୁଟୁମ୍‌ ଗୁଟେ ବଖ୍‌ରା ଘରେ ମୁଡ଼ ଗୁଁଜିଛନ୍‌। ଜୟରାମକଁର କହେବାର ହିସାବେ ଆଏଜ୍‌କେ ୧୩ ବଛର ହେଲା ମୁଇଁ ସରକାରୀ ଯୋଜନାରେ ଘରଖଁଡ଼େ ପାଏବାର ଲାଗି ଆବେଦନ କରି ଆସୁଛେଁ। ଇ ଭିତରେ ଦୁଇଟା ସରପଁଚ୍‌ ଗଲେନ, ଏହେଦେ ତିନ୍‌ ନମ୍ବର ସରପଁଚ୍‌ ଅଛନ୍‌। ଇ ଭିତରେ ମୁଇଁ ପଁଚେତ୍‌ନୁ ବ୍ଲକ ତକ୍‌ ଘରଖଁଡ଼େର ଲାଗି ୧୦ ଥର ଆବେଦନ କରି ସମ୍‌କୁ ଗୁହାରି କରିଛେଁ। ହେଲେ ମୋର କଥାକେ କେହି ନାଇଁ ଶୁନବାର ବଲି ସେ ଅଭିଯୋଗ କରିଛନ୍‌। ଆଏଜ୍‌ ନାଇଁ ହେଲେ କାଏଲ୍‌ ସରକାର ମୋର କଥା ଶୁନବେ, ଆବାସ ଯୋଜନାରେ ପକାଘର ଖଁଡ଼େ ଯୁଗେଇ ଦେବେ ବଲି ଜୟରାମ ଆଶ୍‌ କରିଛନ୍‌। ଜିଲା ଆର ଥାନୀୟ ପରଶାସନ ଇ ନୀରିହ ଆଦିବାସୀ ପରିବାର ଉପରେ ଦୁରୁଷ୍‌ଟି ଦେଇ ଆବାସ ଯୋଜନାରେ ପକାଘର ଖଁଡ଼େ ଯୁଗେଇ ଦେବାକେ ପଡ଼ାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ଗୁଡାରି ଏନଏସିକୁ ମିଳିବ ୨ କୋଟି ଟଙ୍କାର ପୁରସ୍କାର

ଗୁଡାରି,୨୪/୮(ପ୍ରମୋଦ କୁମାର ପତି): ଆସନ୍ତା ଅଗଷ୍ଟ ୩୧ ତାରିଖରେ ସ୍ବାୟତ୍ତ ଶାସନ ଦିବସ ପାଳନ ସମାରୋହରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(OUAT), ଭୁବନେଶ୍ୱରର ‘କୃଷି ଶିକ୍ଷା…

ନିଖୋଜ ନାବାଳିକା ଉଦ୍ଧାର: ସିଡ଼ବ୍ଲ୍ୟୁସିରେ ହାଜର କଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକା ଗତ ଜୁଲାଇ ୪ ତାରିଖରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ।…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ପ୍ରଧାନଶିକ୍ଷକ ଭାବେ ନିଯୁକ୍ତି ପାଇଲେ ୫୭ ଶିକ୍ଷକ: ଦୀର୍ଘ ଅପେକ୍ଷାର ଘଟିଲା ଅନ୍ତ

ହାଟଡିହୀ/ଛେନାପଦୀ,୨୪l୮(ଶୁଭକାନ୍ତ ନାୟକ/ନିରାକାର ପରିଡା):କେନ୍ଦୁଝର ଜିଲା ହାଟଡିହୀ ଶିକ୍ଷା ଜିଲାର ୫୭ ଜଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ପ୍ରଧାନଶିକ୍ଷକ ଭାବେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି l…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

ଶ୍ମଶାନରେ ଚାରାରୋପଣ: ପରିବେଶ ସୁରକ୍ଷା ପାଇଁ ଆଗେଇ ଆସିଲେ ଭାଜପା ଭୀଷ୍ମଗିରି ମଣ୍ଡଳ କମିଟି

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ଶ୍ମଶାନରେ ସୋମବାର ଭାଜପା ଭୀଷ୍ମଗିରି ମଣ୍ଡଳ କମିଟି ପକ୍ଷରୁ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri