Posted inଭଦ୍ରକ

୧୧ ମଣ୍ଡପରେ ପୂଜା ପାଇବେ ମା’

ଭଦ୍ରକ ଅଫିସ, ୨୭।୧୦ – ରାତି ପାହିଲେ ଆଲୋକର ପର୍ବ ଦୀପାବଳି। ପ୍ରସିଦ୍ଧ ଭଦ୍ରକ କାଳୀପୂଜା ପାଇଁ ସାରା ସହର ଉତ୍ସବମୁଖର ହୋଇଉଠିଛି। ସୁସଜ୍ଜିତ ମଣ୍ଡପ, ତୋରଣ ସହରର ଶୋଭା ବଢ଼ାଉଛି। ସବୁଠି ବାରି ହୋଇପଡୁଛି ଐତିହ୍ୟ ଓ ସଂସ୍କୃତିର ମହକ। ଭଦ୍ରକ ସହରରେ ଚରମ୍ପା ଅଞ୍ଚଳର କାଳୀପୂଜା ନିଆରା ଆକର୍ଷଣ ହୋଇ ରହିଆସିଛି। ଏଥର ପୂଜା ମଣ୍ଡପ ସାଙ୍ଗକୁ ମିନାବଜାର, ଅପେରା ଭଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ରବିବାରଠାରୁ ୧୦ ଦିନ ପର୍ଯ୍ୟନ୍ତ ସହରରେ ମୋଟ ୧୧ଟି ମଣ୍ଡପରେ ପୂଜା ପାଇବେ ମା’। ଏଥର ବହୁ ଦୂରଦୂରାନ୍ତରୁ ବ୍ୟବସାୟୀମାନେ ଆସି ସେମାନଙ୍କ ପସରା ଖୋଲିବା ଆରମ୍ଭ କରିଛନ୍ତି। ୩ ଦିନର ଲଘୁଚାପଜନିତ ବର୍ଷା ବ୍ୟବସାୟୀ, ଆୟୋଜକଙ୍କ ମନରେ ନିରାଶା ଭରି ଦେଇଥିଲା। ତେବେ ଶନିବାର ପାଗ ଅନୁକୂଳ ହେବାରୁ ବାକି ଥିବା ତୋରଣ ଓ ମା’ଙ୍କ ମୃଣ୍ମୟୀ ମୂର୍ତ୍ତିରେ ଶେଷ ସ୍ପର୍ଶ ଦିଆଯାଇସାରିଛି। ବାରୁଆଳି ମୂର୍ତ୍ତିଠାରୁ ଆଲୋକ ସାଜସଜ୍ଜା ଓ ତୋରଣ ଏଥର ଅନ୍ୟତମ ଆକର୍ଷଣ ହେବ।
ଚଳିତବର୍ଷ ଏରେଇଁ ପୂଜା ମଣ୍ଡପରେ ଟାଇଟନ୍‌ିକ ଜାହାଜ ସଦୃଶ ତୋରଣ ଆଖି ଝଲସାଇବ। ସ୍କୁଲ ରୋଡ୍‌ ପୂଜା କମିଟି ଚଳିତବର୍ଷ ତାର ୫୦ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରିବ। ଅପରପକ୍ଷରେ ଷ୍ଟେଶନ ଆରପାଖରେ ଥିବା ମା’ ପଥରକାଳୀଙ୍କ ନିକଟରେ ସୁଉଚ୍ଚ ତୋରଣ ଦର୍ଶକଙ୍କ ମନ ମୋହିବ ବୋଲି କମିଟି ପକ୍ଷରୁ କୁହାଯାଇଛି। ଏଥର ପ୍ରଶାସନ ପକ୍ଷରୁ ଯାତ୍ରା ପାର୍ଟି ପରିବେଷଣ କରାଯିବାକୁ ଅନୁମତି ମିଳିଥିବାରୁ ଆୟୋଜକଙ୍କ ମହଲରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି। ୧୦୦ ବର୍ଷ ତଳେ ଭଦ୍ରକର ଜଣେ ଦକ୍ଷିଣ ଭାରତୀୟ କର୍ମଚାରୀ ଚରମ୍ପା(ଭଦ୍ରକ) ଷ୍ଟେଶନ ସଂଲଗ୍ନ ରେଳଓ୍ବେ ପରିସରରେ ପ୍ରଥମେ ପୂଜା ଆରମ୍ଭ କରିଥିଲେ। ସେହିଦିନର ଏହି ପାରିବାରିକ କାଳୀପୂଜା ଭଦ୍ରକ ଜିଲାରେ ଏକ ଗଣପର୍ବର ରୂପ ନେଇଛି। ଚରମ୍ପା ବଜାରର ସ୍କୁଲ ରୋଡ୍‌ ପୂଜା କମିଟି, ଏରେଇଁ, ରାଜଘାଟ ପୋଲ, ଷ୍ଟେଶନ ଲୋକେସନ, ଡଗରାସାହି, ପଥରଆଡି, କାଉଡିଆ ସଂଘ, ପିଡବ୍ଲ୍ୟୁଆଇ ପୂଜା କମିଟିର ସୁଉଚ୍ଚ ତୋରଣ ଓ ବାରୁଆଳି ଚଳିତବର୍ଷ ଚିତାକର୍ଷକ ହେବ ବୋଲି କୁହାଯାଇଛି। ରବିବାର ମା’ଙ୍କ ପୂଜା ଅନୁଷ୍ଠିତ ହେବାକୁ ଥିବାବେଳେ ସୋମବାରଠାରୁ ପର୍ଯ୍ୟାୟକ୍ରମେ ୧୦ ଦିନ ପର୍ଯ୍ୟନ୍ତ ପୂଜା ଚାଲିବ ବୋଲି କମିଟି କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘର ଘର ବୁଲି କ୍ଷୀର ବିକୁଥିଲେ ନିତେଶ: ଏବେ ୬୪ ବର୍ଷର ଇତିହାସ ବଦଳାଇଦେଲେ ନିତେଶ

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ କୁସ୍ତି ପାଇଁ ଆସିଛି ଐତିହାସିକ ସଫଳତା। ଗ୍ରୀକୋ-ରୋମାନ କୁସ୍ତିର ୯୭+ କିଲୋଗ୍ରାମ ବର୍ଗରେ ଭାରତର ନିତେଶ ସିୱାଚ ରୌପ୍ୟ ପଦକ…

ହୀରାକୁଦ ଜଳଭଣ୍ଡାର ପୁଣି ପୂର୍ଣ୍ଣଗର୍ଭା: ଦ୍ବିତୀୟ ଥର ୬୩୦ ଫୁଟ ଛୁଇଁଲା ଜଳସ୍ତର

​ସମ୍ବଲପୁର,୨।୧୦(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ବର୍ତ୍ତମାନ ମାତ୍ର ଗୋଟିଏ ସ୍ଲୁଇସ ଗେଟ୍ ଖୋଲା ରହିଛି । ଫଳରେ ଶୁକ୍ରବାର ସକାଳେ ହୀରାକୁଦ ଜଳଭଣ୍ଡାରର ପୁଣିଥରେ ପୂର୍ଣ୍ଣଗର୍ଭା ହୋଇଛି…

୭୫ ବର୍ଷ ପରେ ଘଟିଲା ଏମିତି: ଏସିଆନ ଗେମ୍ସରେ ଚମତ୍କାର କଲା ଭାରତୀୟ ମହିଳା ଟିମ୍‌

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସିଆନ ଗେମ୍ସରେ ଭାରତ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ତୀରନ୍ଦାଜୀର ମହିଳା ରିକର୍ଭ ଟିମ ଫାଇନାଲରେ ଶକ୍ତିଶାଳୀ ଦକ୍ଷିଣ କୋରିଆକୁ ୫-୩ରେ…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୁଟିନ୍, ନିରପେକ୍ଷ ରହିବା….

ମସ୍କୋ,୨।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି । ମୋଦିଙ୍କୁ ବିଶ୍ୱର ସେହି ନେତାମାନଙ୍କ ମଧ୍ୟରେ ପୁଟିନ୍‌ ସାମିଲ କରିଛନ୍ତି,…

ବିନା ଛାତ୍ରରେ ଚାଲିଛି ବିଦ୍ୟାଳୟ: ସ୍କୁଲ ଜଗି ରହିଛନ୍ତି ଭାରପ୍ରାପ୍ତ ହେଡ୍‌ ପଣ୍ଡିତ

ବଲାଙ୍ଗୀର,୨ା୧୦(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ସହର ମୁଖ୍ୟରାସ୍ତା ପାର୍ଶ୍ୱରେ ଥିବା ବିଦ୍ୟାଭୂଷଣ ସଂସ୍କୃତ ପ୍ରଥମା-ମଧ୍ୟମା ବିଦ୍ୟାଳୟରେ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏକଦା ଏହି ବିଦ୍ୟାଳୟରେ ୧୦୦ରୁ…

ମୋହନ ସରକାରଙ୍କ ବଡ଼ ଘୋଷଣା: ୫.୧୨ଲକ୍ଷ ନୂଆ ହିତାଧିକାରୀଙ୍କୁ ମିଳିବ ଭତ୍ତା

ଭୁବନେଶ୍ୱର,୨।୧୦ (ରବିନାରାୟଣ ଜେନା):ଦୀର୍ଘଦିନ ଧରି ସରକାରଙ୍କୁ ଭତ୍ତା ଗଣ୍ଡିଏ ପାଇବା ପାଇଁ ଚାହିଁ ରହିଥିବା ବୃଦ୍ଧା/ବୃଦ୍ଧ ଓ ଅନ୍ୟାନ୍ୟ ବର୍ଗଙ୍କ ଅପେକ୍ଷାର ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ମୋହନ…

ଆଜି ଇଣ୍ଡିଆ ମେଣ୍ଟର ‘ଗଣତନ୍ତ୍ର ବଞ୍ଚାଓ’ ପଦଯାତ୍ରା, ଫର୍ମ-୬ ପରିବର୍ତ୍ତନକୁ ନେଇ ରାହୁଲ କହିଲେ…

ନୂଆଦିଲ୍ଲୀ,୨।୧୦(ପି.ଟି.): ନୂତନ ଭୋଟର ପଞ୍ଜୀକରଣ ପାଇଁ ଭାରତର ନିର୍ବାଚନ ଆୟୋଗ (ଇସିଆଇ) ଦ୍ୱାରା ବ୍ୟବହୃତ ଅନ୍‌ଲାଇନ୍‌ ‘ଫର୍ମ-୬’ରେ ବେଆଇନ ଭାବେ ପରିବର୍ତ୍ତନ ପାଇଁ ଟାଟା କନ୍ସଲଟାନ୍ସି ସର୍ଭିସେସ୍‌…

ଗିଲ୍‌ଙ୍କ ଅଧିନାୟକତ୍ୱକୁ ନେଇ ଗମ୍ଭୀରଙ୍କ ବଡ଼ ବୟାନ, ବୋଲରଙ୍କ…

ନୂଆଦିଲ୍ଲୀ,୨।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ୪୦୬ ରନ୍‌ର ବଡ଼ ଲକ୍ଷ୍ୟକୁ ହାସଲ କରି ଭାରତ ଚମତ୍କାର ବିଜୟ ହାସଲ କରିଛି। ଏହି ମ୍ୟାଚ୍‌ରେ ଶୁବମନ ଗିଲ୍‌ଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?