Posted inଜାତୀୟ

୧୦ କୋଟିଙ୍କ ଜୀବନ ନେବ ଆଣବିକ ଯୁଦ୍ଧ

ନୂଆଦିଲ୍ଲୀ,୩ା୧୦: ଭାରତ-ପାକିସ୍ତାନ ମଧ୍ୟରେ ଆଣବିକ ଯୁଦ୍ଧ ହେଲେ ୧୦ କୋଟି ଲୋକ ପ୍ରାଣ ହରାଇବେ। ଆଣବିକ ଅସ୍ତ୍ର ପ୍ରୟୋଗର କୁପରିଣାମ ଯୋଗୁ ପୃଥିବୀକୁ ସୂର୍ଯ୍ୟକିରଣ ପହଞ୍ଚତ୍ବାରେ ବାଧାସୃଷ୍ଟି ହେବ। ଫଳରେ ସବୁଜିମା ନଷ୍ଟ ହେବା ସହ ସାମୁଦ୍ରିକ ଉତ୍ପାଦନଶୀଳତା ମଧ୍ୟ ହ୍ରାସ ପାଇବ ବୋଲି ପରିବେଶ ସମ୍ପର୍କିତ ଏକ ନୂଆ ଅଧ୍ୟୟନରୁ ଜଣାପଡ଼ିଛି।
ୟୁନିଭର୍ସିଟି-ନ୍ୟୁ ବ୍ରୁନ୍ସଓ୍ବିକ୍‌ର ପ୍ରଖ୍ୟାତ୍‌ ପ୍ରଫେସର ଆଲନ୍‌ ରୋବୋକ୍‌ ଓ ଅନ୍ୟ ବୈଜ୍ଞାନିକଙ୍କ ପକ୍ଷରୁ କରାଯାଇଥିବା ଏହି ଅଧ୍ୟୟନ ଜର୍ନାଲ ସାଇନ୍ସ ଆଡ୍‌ଭାନ୍ସରେ ପ୍ରକାଶ ପାଇଛି। ୨୦୨୫ରେ ଭାରତ-ପାକିସ୍ତାନ ମଧ୍ୟରେ ଆଣବିକ ଯୁଦ୍ଧ ହେଲେ ତା’ର କୁପରିଣାମ କ’ଣ ହୋଇପାରେ ତାହା ଏଥିରେ ଦର୍ଶାଯାଇଛି। ଅଧ୍ୟୟନରେ ଉଲ୍ଲେଖ କରାଯାଇଛି ଯେ, ଦୁଇ ପଡ଼ୋଶୀ ଦେଶ ପାଖରେ ମୋଟ ୪୦୦ରୁ ୫୦୦ ଆଣବିକ ଅସ୍ତ୍ର ରହିଛି। ସେଗୁଡ଼ିକୁ ବ୍ୟବହାର କରାଗଲେ ଏହାର ପ୍ରଭାବ କେବଳ ଦକ୍ଷିଣ ଏସିଆରେ ସୀମିତ ହୋଇ ରହିବନାହିଁ, ବରଂ ବିଶ୍ୱବ୍ୟାପୀ ଅନୁଭୂତ ହେବ। ଏହା ବିଶ୍ୱ ପରିବେଶକୁ ନଷ୍ଟ କରିଦେବା ସହ ୧୦ କୋଟି ଲୋକଙ୍କ ଜୀବନ ନେବ। ପରମାଣୁ ବୋମା ଯେଉଁ ସ୍ଥାନକୁ ଟାର୍ଗେଟ କରି ନିକ୍ଷେପ କରାଯିବ ସେଠାରେ କେତେଶହ ବର୍ଷ ଧରି ଘାସ ବି ଉଠିବ ନାହିଁ। ଏହାବାଦ ବିଶ୍ୱର ଅନ୍ୟ ଅଞ୍ଚଳଗୁଡ଼ିକୁ ମଧ୍ୟ ଏହା ପ୍ରଭାବିତ କରିବ। ପ୍ରଥମରେ ଆଣବିକ ବିସ୍ଫୋରଣ ଯୋଗୁ ଧୂଆଁରେ ୧୬ରୁ ୩୬ ନିୟୁତ ଟନ୍‌ ବ୍ଲାକ୍‌ କାର୍ବନ ନିର୍ଗତ ହେବ। ଏହା ଉପରକୁ ଉଠି ସପ୍ତାହେ ମଧ୍ୟରେ ସାରା ବିଶ୍ୱକୁ ବ୍ୟାପିଯିବ। ଦ୍ୱିତୀୟତଃ ସୌର ବିକିରଣକୁ ମଧ୍ୟ ଏହି ଧୂଆ ଶୋଷିନେବ। ଫଳରେ ବାୟୁ ମଧ୍ୟ ଶୁଷ୍କ ହୋଇଯିବ। ପୃଥିବୀକୁ ସୂର୍ଯ୍ୟକିରଣ ପହଞ୍ଚତ୍ବା ୨୦ରୁ ୩୫% ହ୍ରାସ ପାଇବ। ଏଥିଯୋଗୁ ପୃଥିବୀର ତାପମାତ୍ରା ୨ରୁ ୫ ଡିଗ୍ରୀ କମିଯିବ। ପୃଥିବୀର ୧୫ରୁ ୩୦% ସବୁଜିମା ନଷ୍ଟ ହେବା ସହ ସାମୁଦ୍ରିକ ଉତ୍ପାଦନଶୀଳତା ୫ରୁ ୧୫% ହ୍ରାସ ପାଇବ। ଏହି ପ୍ରଭାବରୁ ମୁକ୍ତ ହେବା ପାଇଁ ବିଶ୍ୱକୁ ଅନୂ୍ୟନ ୧୦ ବର୍ଷ ଲାଗିବ ବୋଲି ଏଥିରେ ଦର୍ଶାଯାଇଛି।
୩୭୦କୁ ହଟାଯିବା ପରେ ଭାରତ-ପାକିସ୍ତାନ ମୁହଁାମୁହିଁ ହୋଇଛନ୍ତି। ଏଥିଯୋଗୁ ଭାରତକୁ ପାକିସ୍ତାନ ଏକାଧିକ ଥର ଆଣବିକ ଅସ୍ତ୍ର ପ୍ରୟୋଗ ଓ ଯୁଦ୍ଧ ଧମକ ଦେଇସାରିଲାଣି। ବର୍ତ୍ତମାନ ୯ଟି ଦେଶ ପାଖରେ ଆଣବିକ ଅସ୍ତ୍ର ରହିଛି। କିନ୍ତୁ ଦ୍ରୁତଗତିରେ ଆଣବିକ ଯୁଦ୍ଧାସ୍ତ୍ର ବୃଦ୍ଧି କରୁଥିବା ଦେଶ ହେଉଛନ୍ତି ଭାରତ ଓ ପାକିସ୍ତାନ। ୧୯୪୫ରେ ଜାପାନର ହିରୋଶିମାରେ ଆମେରିକା ପରମାଣୁ ବୋମା ପକାଇଥିଲା, ଯାହାର ଆକାର ଥିଲା ପ୍ରାୟ ୧୫ କିଲୋଟନ। ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେଲେ ଏହାର ଭୟାବହତା ହିରୋଶିମାର କ୍ଷୟକ୍ଷତିକୁ ଟପିଯିବ ବୋଲି କୁହାଯାଉଛି। ତେଣୁ ଏଭଳି ଯୁଦ୍ଧର ବିପର୍ଯ୍ୟୟକୁ ଏଡ଼ାଇବା ଲାଗି ସମ୍ପୂର୍ଣ୍ଣ ବିଶ୍ୱର ନିରସ୍ତ୍ରୀକରଣ ଜରୁରୀ ବୋଲି ରୋବୋକ୍‌ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ନୂଆ ଭିଡିଓ ଶେୟାର କରି ବଡ଼ ଘୋଷଣା କଲେ ମୋଦି, ଗଠନ ହେଲା…

ନୂଆଦିଲ୍ଲୀ,୨୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିକ୍ଷା ସଂସ୍କାରକୁ ନେଇ ଗମ୍ଭୀର ନଜର ଆସୁଛନ୍ତି। ପ୍ରଥମେ NTAରେ ପ୍ରଶାସନିକ ପରିବର୍ତ୍ତନ ସହିତ ପୂର୍ବତନ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ମେସେଜ୍‌: ସରକାରଙ୍କ ଲକ୍ଷ୍ୟ ହେଉଛି ପ୍ରତ୍ୟେକ ଯୁବକଙ୍କୁ…

ନୂଆଦିଲ୍ଲୀ,୨୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ‘ବିକଶିତ ଭାଇବ୍ରାଣ୍ଟ ଭିଲେଜ ପ୍ରୋଗ୍ରାମ ୨୦୨୬’ ଅଧୀନରେ ରବିବାର ଯୁବକମାନଙ୍କ ସହିତ ଆଲୋଚନା କରିଛନ୍ତି। ଆଲୋଚନା ଉପରେ…

ଶିକ୍ଷାମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଆସିଲା ପ୍ରହ୍ଲାଦ ଜୋଷୀଙ୍କ ପ୍ରଥମ ପ୍ରତିକ୍ରିୟା – ‘ଏହି ଦାୟିତ୍ୱ…’

ନୂଆଦିଲ୍ଲୀ,୨୬।୭: ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିବା ପରେ, କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ…

ବଦଳିଲା ଟୋଲ ନିୟମ: ହାଇୱେରେ ଯାତ୍ରା କରୁଥିବା ଲୋକଙ୍କ ଉପରେ କ’ଣ ପଡିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୭: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥ (ନ୍ୟାଶନାଲ ହାଇୱେ) କିମ୍ବା ଏକ୍ସପ୍ରେସୱେରେ ଯାତ୍ରା କରନ୍ତି, ତେବେ NHAI (ଏନ.ଏଚ.ଏ.ଆଇ.) ର ଏହି ନୂତନ ନିୟମ ଆପଣଙ୍କ…

ବିଲରେ ଧାନ ରୋଇବାବେଳେ ହେଲା ବଜ୍ରପାତ, ଏକାଠି ଟଳିପଡ଼ିଲେ ବାପ-ପୁଅ, କାନ୍ଦବୋବାଳିରେ ଫାଟିପଡୁଛି ଗାଁ

କାମାକ୍ଷାନଗର,୨୬ା୭(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ବାଲିପଡ଼ା ଗ୍ରାମରେ ଦୁଃଖଦ ଘଟଣା ଘଟିଛି। ରବିବାର ବିଲକୁ ଧାନ ରୋଇବାକୁ ଯାଇଥିବାବେଳେ ବଜ୍ରପାତ ହେବାରୁ ବାପ-ପୁଅଙ୍କ…

ପ୍ରବଳ ବର୍ଷାରେ ବୁଡ଼ିଗଲା କନ୍ଦରପୁର ଲେବଲ କ୍ରସିଂ ରାସ୍ତା, ଯାନବାହନ ଚଳାଚଳ ବନ୍ଦ

କଟକ ସଦର,୨୬ା୭(ସୁଶାନ୍ତ କୁମାର ଜେନା): କଟକ-ନୂଆଗାଁ ଜାତୀୟ ରାଜପଥ ନଂ ୫୫ର କନ୍ଦରପୁର ଲେବଲ କ୍ରସିଂ ନିକଟ ଅସ୍ଥାୟୀ ରାସ୍ତାଟି ଶନିବାର ରାତିର ଅବିଶ୍ରାନ୍ତ ବର୍ଷାରେ ବୁଡିଯାଇଛି।…

ଇତିହାସ ରଚିଲେ ଅଭିଷେକ ଶର୍ମା, ଟି-୨୦ କ୍ରିକେଟରେ ଏହି ସଫଳତା ହାସଲ କରିବାରେ ହେଲେ ପ୍ରଥମ ଭାରତୀୟ ଓପନିଂ ବ୍ୟାଟସମ୍ୟାନ

ନୂଆଦିଲ୍ଲୀ,୨୬।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ୯୦ ରନରେ ବିଜୟ ହାସଲ କରିଛି। ତଥାପି, ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ପୁଣି ଥରେ…

CJP ବିରୋଧ ପ୍ରଦର୍ଶନରେ ଯୋଗଦେଲେ ମନ୍ତ୍ରୀଙ୍କ ଝିଅ; ମୁଖ୍ୟମନ୍ତ୍ରୀ କହିଲେ, ‘ତାଙ୍କୁ ଟ୍ରୋଲ କରନାହିଁ’

ଗୁଆହାଟି,୨୬।୭: NEET ପେପର୍‌ ଲିକ ବିରୋଧରେ ପ୍ରତିବାଦରେ ଆସାମ ମନ୍ତ୍ରୀ କେଶବ ମହାନ୍ତଙ୍କ ଝିଅ ଅଂଶଗ୍ରହଣ କରୁଥିବାର ଭିଡିଓ ସାମ୍ନାକୁ ଆସିବା ପରେ, ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri