Posted inଖେଳ

୧ ନଂ. ଶୁଟିଂ ଦେଶ ଭାବେ ୨୦୧୯ ଶେଷ କଲା ଭାରତ

ନୂଆଦିଲ୍ଲୀ,୧୨।୧(ପି.ଟି.)- ୨୦୧୯ରେ ଭାରତ ଶୁଟିଂରେ ଜବରଦସ୍ତ ପ୍ରଦର୍ଶନ କରିଛ। ଫଳରେ ବିଶ୍ୱର ୧ ନମ୍ବର ଶୁଟିଂ ଦେଶ ଭାବେ ଭାରତ ୨୦୧୯ ବର୍ଷ ଶେଷ କରିଛି। ଏହି କ୍ରମରେ ସେ ଅଲିମ୍ପିକ୍‌ ହେଭିଓ୍ବେଟ୍‌ ଚାଇନା ଓ ଆମେରିକାକୁ ମଧ୍ୟ ଭାରତ ପଛରେ ପକାଇଛି।
ପଦକ ହାସଲରେ ଭାରତ ସର୍ବାଗ୍ରେ ରହିଛି। ଭାରତ ମୋଟ ଉପରେ ଏହି ବର୍ଷ ୨୧ଟି ସ୍ବର୍ଣ୍ଣ, ୬ ରୌପ୍ୟ ଓ ୩ଟି ବ୍ରୋଞ୍ଜ୍‌ ପଦକ ହାସଲ କରି ରାଇଫଲ- ପିସ୍ତଲ ବିଶ୍ୱକପ୍‌ ଓ ଫାଇନାଲ୍ସରେ ଶୀର୍ଷ ସ୍ଥାନ ଅଧିକାର କରିଥିଲା। ଗତବର୍ଷ ଭାରତ ପ୍ରକୃତରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲା। ଏ ନେଇ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ) ଅଧ୍ୟକ୍ଷ ରନିନ୍ଦର ସିଂ ଖୁସି ଜାହିର କରିଛନ୍ତି। ସେ ଅନ୍ତର୍ଜାତୀୟ ଶୁଟିଂ ଫେଡେରେଶନ (ଆଇଏସ୍‌ଏସ୍‌ଏଫ୍‌)ର ୨୦୧୯ ଓଭରଅଲ ର଼୍ୟାଙ୍କିଙ୍ଗ୍‌ ତାଲିକାକୁ ସ୍କ୍ରିନ୍‌ ଶଟ୍‌ କରି ସେ ଟୁଇଟ୍‌ କରିଛନ୍ତି। ୩୦ଟି ପଦକ ପାଇଁ ଭାରତ ଶୀର୍ଷରେ ରହିଥିବା ବେଳେ ଚାଇନା ୧୧ ସ୍ବର୍ଣ୍ଣ, ୧୫ ରୌପ୍ୟ ଓ ୧୮ ବ୍ରୋଞ୍ଜ ପଦକ ସହ ମୋଟ ୪୪ଟି ପୋଡିୟମ ଫିନିସ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଅପରପକ୍ଷରେ ଆମେରିକା ୬ ସ୍ବର୍ଣ୍ଣ, ୬ ରୌପ୍ୟ ଓ ୩ଟି ବ୍ରୋଞ୍ଜ୍‌ ପଦକ ସହ ମୋଟ ୧୫ଟି ପଦକ ହାସଲ କରି ତୃତୀୟ ସ୍ଥାନରେ ରହିଛି।
ଭାରତ ମଧ୍ୟ ରେକର୍ଡ ୧୫ଟି ଅଲିମ୍ପିକ୍‌ କୋଟା ପ୍ଲେସ ହାସଲ କରିଛି। ଏହା ଶୁଟିଂରେ ଭାରତର ଦ୍ରୁତ ଉନ୍ନତିକୁ ଦର୍ଶାଉଛି। ଫଳରେ ଆଗାମୀ ଟୋକିଓ ଅଲିମ୍ପିକ୍ସରେ ଭାରତ ଶୁଟିଂ ଭଲ ପ୍ରଦର୍ଶନ କରି ଅଧିକ ସଂଖ୍ୟାରେ ପଦକ ହାସଲ କରିବ ବୋଲି ଆଶା କରାଯାଉଛି। ତେବେ ରିଓ ଅଲିମ୍ପିକ୍ସରେ ଭାରତର ପ୍ରଦର୍ଶନ ଆଶାନୁରୂପ ହୋଇପାରି ନ ଥିଲା। ଶୁଟରଙ୍କ ସମେତ ଫେଡେରେଶନର କଠିନ ପରିଶ୍ରମ ଯୋଗୁ ଭାରତରେ ଶୁଟିଂର ଆଜି ଶ୍ରେଷ୍ଠ ସୋପାନରେ ପହଞ୍ଚିଛି। ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଭାରତ ଶୁଟିଂରେ ଦୁଇଟି ପଦକ ହାସଲ କରିଥିଲା। ଏହା ଅଲିମ୍ପିକ୍ସରେ ଭାରତ ପାଇଁ ଶ୍ରେଷ୍ଠ ଶୁଟିଂ ପ୍ରଦର୍ଶନ ଥିଲା। ତେବେ ଏଥର ଟୋକିଓ ଅଲିମ୍ପିକ୍ସ ଭାରତର ପ୍ରଦର୍ଶନ ଆହୁରି ଭଲ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବ ଶତ୍ରୁତାରୁ ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ! ଗାଁ ମେଡ଼ିକାଲ ଛକରେ ଠିଆ ହୋଇଥିଲେ, କାରରେ ଆସି ହାଣି ଚାଲିଲେ…

ଦିଗପହଣ୍ଡି,୧୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ରବିବାର ସନ୍ଧ୍ୟା ପ୍ରାୟ…

ନଦୀରେ ଗୋଧୋଇବାକୁ ଯିବା ହେଲା କାଳ, ପାଣିରେ ବୁଡ଼ି ଚାଲିଗଲା ୨ଜୀବନ

ଝାରସୁଗୁଡ଼ା,୧୪।୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଇବ ନଦୀକୁ ରବିବାର ଅପରାହ୍ନରେ ଗାଧୋଇ ଯାଇଥିବା ସମୟରେ ପାଣିରେ ବୁଡ଼ି ଦୁଇ ଜଣ ଯୁବକଙ୍କର ଅକାଳ…

କୋରାପୁଟରେ ରଜ ମହୋତ୍ସବ

କୋରାପୁଟ,୧୪।୬(ଅମିତାଭ ବେହେରା ): ଓଡ଼ିଶାର ଗଣପର୍ବ ରଜର ଉତ୍ସାହ ଏବେ ଗାଁଠୁ ସହର ସବୁଠି ପରିଲକ୍ଷିତ ହେଉଛି। ଏହି ପରିପ୍ରେକ୍ଷୀରେ କୋରାପୁଟ ସ୍ଥିତ ସ୍ଥାନୀୟ ଦକ୍ଷତା ବୃଦ୍ଧି…

ବଙ୍ଗ ରାଜନୀତିରେ ବଡ଼ ଖେଳ! ଏହି ଦଳରେ ମିଶିବେ ଟିଏମସିର ବିଦ୍ରୋହୀ ଏମପି, ବଡ଼ ସୂଚନା ଦେଲେ….

କୋଲକାତା,୧୪।୬: ବିଦ୍ରୋହୀ ଟିଏମସି ଏମପିମାନେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ରିପୋର୍ଟ ଅନୁସାରେ, ମିଶ୍ରଣ ପରେ ସେମାନେ ନ୍ୟାସନାଲିଷ୍ଟ ସିଟିଜେନ୍ସ ପାର୍ଟିରେ ଯୋଗଦେବେ ଏବଂ ଏନଡିଏକୁ…

ନାଳରୁ ମିଳିଲା ମୃତଦେହ: କାରଣ ଖୋଜୁଛି ପୋଲିସ

ବଞ୍ଚୋ,୧୪।୬:(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅଧୀନ ନାନିକାବାହାଳି ଗ୍ରାମ ନିକଟସ୍ଥ ଗଣ୍ଡନାଳରୁ ପୋଲିସ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ହେଲେ…

ଭାରସାମ୍ୟ ହରାଇ ଗଛକୁ ପିଟିଲା ବୁଲେଟ୍, ୩….

ଭଞ୍ଜନଗର,୧୪।(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସୋରଡ଼ା ରାସ୍ତାର କଣ୍ଟେଇପଲ୍ଲୀ ଛକ ନିକଟରେ ଥିବା ଜଳଭଣ୍ଡାର ଗୋଲେଇ ଠାରେ ବଡ଼ ସଡ଼କ ଦୁର୍ଘଟଣା ହୋଇଛି । ରବିବାର…

ଟ୍ରେନ୍‌ରେ ନିଆଁ ଲାଗିଯିବା ଗୁଜବ ପରେ ଚଳନ୍ତା ଗାଡ଼ିରୁ ଡେଇଁଲେ ଯାତ୍ରୀ! ଏହି ସମୟରେ ପିଟିଦେଲା ଅନ୍ୟ ଏକ ଟ୍ରେନ, ୪ମୃତ

ଭୋପାଳ,୧୪।୬: ମଧ୍ୟପ୍ରଦେଶର ମୋରେନାରେ ବଡ଼ ଧରଣର ଟ୍ରେନ ଦୁର୍ଘଟଣା ହୋଇଛି । ଉଦୟପୁର ଇଣ୍ଟରସିଟି ଏକ୍ସପ୍ରେସରେ ନିଆଁ ଲାଗିବାର ଗୁଜବ ଶୁଣି ଯାତ୍ରୀମାନେ ଟ୍ରେନରୁ ଡେଇଁ ପଡ଼ିଥିଲେ…

ଚାମେଲି ଓଝାଙ୍କ ସମର୍ଥନରେ ବେତାଳିଗାଁ ବଜାରରେ ବିଶାଳ ପ୍ରତିବାଦ ସଭା, ଗର୍ଜିଲେ ଜନସାଧାରଣ

ତିହିଡ଼ି,୧୪।୬(କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ବେତାଳିଗାଁ ବଜାରଠାରେ ପାଳାସାହି ଗ୍ରାମପଞ୍ଚାୟତ ପକ୍ଷରୁ ଏକ ବିଶାଳ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି । କେନ୍ଦ୍ରାପଡା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri