Posted inଖେଳ

ୟୁଏସ୍‌ ଓପନ୍‌: ବିପର୍ଯ୍ୟୟ: କ୍ୱାର୍ଟରରୁ ଫେଡରରଙ୍କ ବିଦାୟ

ନ୍ୟୁୟର୍କ, ୫।୯ (ଏଏଫ୍‌ପି)- ଚଳିତ ବର୍ଷର ଅନ୍ତିମ ତଥା ୪ର୍ଥ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ୟୁଏସ୍‌ ଓପନ୍‌ର କ୍ୱାର୍ଟର ଫାଇନାଲରେ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ୨୦ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ତଥା କିମ୍ବଦନ୍ତୀ ସୁଇଜରଲାଣ୍ଡ ଟେନିସ ଖେଳାଳି ରୋଜର ଫେଡରର କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଛନ୍ତି। ପୁରୁଷ ସିଙ୍ଗଲ୍ସର ଏକ ସଂଘର୍ଷପୂର୍ଣ୍ଣ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ୩୮ ବର୍ଷୀୟ ଫେଡରର ୩-୬, ୬-୪, ୩-୬, ୬-୪, ୬-୨ ସେଟ୍‌ରେ ଟୁର୍ନାମେଣ୍ଟର ସର୍ବନିମ୍ନ ମାନ୍ୟତାପ୍ରାପ୍ତ ବୁଲଗେରିଆର ଗ୍ରିଗର ଦିମିତ୍ରୋଭାଙ୍କ ନିକଟରୁ ପରାଜୟବରଣ କରିଛନ୍ତି। ବିଶ୍ୱ ମାନ୍ୟତାର ୭୮ତମ ସ୍ଥାନରେ ରହିଥିବା ୨୮ ବର୍ଷୀୟ ଦିମିତ୍ରୋଭା ସେମିଫାଇନାଲରେ ୫ମ ସିଡ୍‌ ରୁଷିଆର ଡାନିଲ ମେଡଭେଡେଭଙ୍କୁ ଶୁକ୍ରବାର ଭେଟିବେ। ଦିମିତ୍ରୋଭାଙ୍କ ବିପକ୍ଷରେ ଶେଷ ୭ଟି ମୁକାବିଲାରେ ବିଜୟ ହାସଲ କରି ଫେଭରାଉଟ୍‌ ବିବେଚିତ ହେଉଥିବା ୫ଥର ୟୁଏସ୍‌ ଓପନ୍‌ ବିଜେତା ଫେଡରରଙ୍କୁ କିନ୍ତୁ ଶେଷରେ ନିରାଶ ହେବାକୁ ପଡ଼ିଛି। ଦିମିତ୍ରୋଭା କ୍ୟାରିୟରର ପ୍ରଥମଥର ଲାଗି ଏହି ସମ୍ମାନଜନକ ପ୍ରତିଯୋଗିତାର ଅନ୍ତିମ-୪ ରାଉଣ୍ଡରେ ପ୍ରବେଶ କରିଛନ୍ତି। ୧୯୯୧ରେ ଜିମ୍ମି କନର୍ସ (୧୭୪ତମ)ସର୍ବନିମ୍ନ ମାନ୍ୟତା ପ୍ରାପ୍ତ ଖେଳାଳି ଭାବେ ୟୁଏସ୍‌ ଓପନ୍‌ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ। ଏବେ କିନ୍ତୁ ଦିମିତ୍ରୋଭା ସର୍ବନିମ୍ନ ମାନ୍ୟତାପ୍ରାପ୍ତ ଖେଳାଳିଭାବେ ଏଠାରେ ସେମିଫାଇନାଲରେ ପହଞ୍ଚତ୍ଛନ୍ତି।

ସେରେନାଙ୍କ ୧୦୦ତମ ୟୁଏସ୍‌ ଓପନ୍‌ ବିଜୟ
ଆମେରିକାର ଷ୍ଟାର୍‌ ମହିଳା ଟେନିସ ଖେଳାଳି ସେରେନା ଓ୍ବିଲିୟମ୍ସ କ୍ୟାରିୟରରେ ୧୦୦ତମ ୟୁଏସ୍‌ ଓପନ୍‌ ମ୍ୟାଚ୍‌ ଜିତିଛନ୍ତି। ଏଠାରେ ଖେଳାଯାଇଥିବା ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ଅବସରରେ ସେରେନା ଏହି କୃତୀତ୍ୱ ହାସଲ କରିଛନ୍ତି। ଏହି ମ୍ୟାଚ୍‌ରେ ସେରେନା ୬-୧, ୬-୦ ସିଧାସଳଖ ସେଟ୍‌ରେ ଚାଇନାର ଓ୍ବାଙ୍ଗ୍‌ କ୍ୱିଙ୍ଗ୍‌ଙ୍କୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିବା ସହ ନ୍ୟୁୟର୍କରେ ୧୦୦ତମ ବିଜୟ ସ୍ବାଦ ଚାଖିଛନ୍ତି। ଛ’ଥର ୟୁଏସ୍‌ ଓପନ୍‌ ବିଜୟିନୀ ସେରେନାଙ୍କୁ ଏହି ମ୍ୟାଚ୍‌ ଜିତିବାକୁ ମାତ୍ର ୪୪ ମିନିଟ୍‌ ସମୟ ଲାଗିଥିଲା। ଚଳିତ ବର୍ଷ ଏହି ଟୁର୍ନାମେଣ୍ଟରେ ସବୁଠାରୁ କମ୍‌ ସମୟ ମଧ୍ୟରେ ଶେଷ ହୋଇଥିବା ମ୍ୟାଚ୍‌ର ମାନ୍ୟତା ପାଇଛି। ସେମିଫାଇନାଲରେ ୩୭ ବର୍ଷୀୟା ସେରେନାଙ୍କ ମୁକାବିଲା ୫ମ ସିଡ୍‌ ୟୁକ୍ରେନର ଏଲିନା ସ୍ବିତୋଲିନାଙ୍କ ସହ ହେବ। ଅନ୍ୟଏକ ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ଏଲିନା ୬-୪, ୬-୪ ସିଧାସଳଖ ସେଟ୍‌ରେ ବ୍ରଟେନର ଜୋହାନ କୋଣ୍ଟାଙ୍କୁ ପରାସ୍ତ କରି ଅନ୍ତିମ-୪ରେ ପ୍ରବେଶ କରିଛନ୍ତି। ୨୦୧୭ ସେପ୍ଟେମ୍ବରରେ ମାତୃତ୍ୱ ଲାଭ କରିବା ପରଠାରୁ ସେରେନା କୌଣସି ଗ୍ରାଣ୍ଡସ୍ଲାମ ପ୍ରତିଯୋଗିତା ଜିତିପାରି ନାହାନ୍ତି। ମହିଳା ସିଙ୍ଗଲ୍ସର ଅନ୍ୟ ଏକ ମ୍ୟାଚ୍‌ରେ ସୁଇଜରଲାଣ୍ଡର ବେଲିନା ବେନସିକ ୭-୬ (୭/୫), ୬-୩ ସେଟ୍‌ରେ କ୍ରୋଏସିଆର ଡୋନା ମର୍ଟେନ୍ସଙ୍କୁ ହରାଇ ପ୍ରଥମଥର ଲାଗି କ୍ୟାରିୟରରେ କୌଣସି ଗ୍ରାଣ୍ଡସ୍ଲାମ ପ୍ରତିଯେଗିତାର ସେମିଫାଇନାଲରେ ପହଞ୍ଚତ୍ଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

ନ୍ୟୁଜିଲାଣ୍ଡ ସିରିଜରୁ ବାଦ୍‌ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୬ା୯: ଭାରତର ସିନିୟର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଆଘାତପ୍ରାପ୍ତ ହୋଇଛନ୍ତି। ତାଙ୍କ ଆଣ୍ଡୁ ତଳ ଭାଗରେ ଆଘାତ ଲାଗିଛି । ଫଳରେ ସେ ନ୍ୟୁଜିଲାଣ୍ଡ ହ୍ବାଇଟ୍‌…

୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର, ୨୦ ଫୁଟ ତଳକୁ ଖସିଲା କାର୍

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରୀ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ବିପଦ ସଂକେତ ଟପିଲା କାଂଶବାଂଶ: ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ

ସିମୁଳିଆ,୨୬।୯(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ-ଖଇରା ଏବଂ ସୋର ବ୍ଲକ ମଧ୍ୟରେ ପ୍ରବାହିତ କାଂଶବାଂଶ ନଦୀର ଜଳ ପତ୍ତନ ଶନିବାର ହଠାତ୍‌ ବଢ଼ିବାରେ ଲାଗିଛି। ଫଳରେ ଚତୁର୍ଥ…

କର୍ଲାପାଟ ପୋଲିସକୁ ବଡ଼ ସଫଳତା: ନାକରୁଣ୍ଡି ସଶସ୍ତ୍ର ଡକାୟତି ମାମଲାରେ ୪ ଗିରଫ, ବନ୍ଧୁକ ଓ ଟଙ୍କା ଜବତ

ଥୁଆମୂଳ ରାମପୁର,୨୬।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ ନାକରୁଣ୍ଡି ଗ୍ରାମପଞ୍ଚାୟତର ଆମଝୋଲା ଗ୍ରାମରେ ଘଟିଥିବା ଚାଞ୍ଚଲ୍ୟକର ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାଶ କରିବାରେ…

ନୁଆମାହରା ଘାଇ ପୁଣି ଭାଙ୍ଗିଲା, ୧୦ ଗ୍ରାମବାସୀ ଜଳବନ୍ଦୀ

ସିଂହପୁର,୨୬।୯: ଅନଙ୍ଗ ଉଦୟ ବେଉରିଆ ଖରସ୍ରୋତା ନଦୀରେ ପୁଣି ବନ୍ୟା ଆସିବାରୁ ବିଂଝାରପୁର ବ୍ଲକ ଅନ୍ତର୍ଗତ ଜରି ପଞ୍ଚାୟତ ନାଉବାଙ୍କ ଗ୍ରାମ ନିକଟ ନୁଆମାହାରଠାରେ ପୁଣି ଘାଇ…

ବନ୍ୟାଜଳରେ ବୁଡ଼ିଲା କୁକୁଡ଼ା ଫାର୍ମ, ୩ ହଜାରରୁ ଅଧିକ କୁକୁଡ଼ା ମୃତ

ଗଞ୍ଜାମ, ୨୬/୯ (ଅନାଥ ତରାଇ/ଦିଲୀପ ସାମଲ): ଗଭୀର ଅବପାତ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଅଞ୍ଚଳରେ ଏକ କୁକୁଡ଼ା ଫାର୍ମରେ ପାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?