ହ୍ବାଟ୍‌ସ ଆପ୍‌, ଭିଡିଓ କଲିଂରେ ହେବ ଶୁଣାଣି

କଟକ ଅଫିସ୍‌,୯ା୪: ଲକ୍‌ଡାଉନ୍‌ର ପ୍ରଭାବ ନ୍ୟାୟିକ ବ୍ୟବସ୍ଥା ଉପରେ ପଡ଼ିଛି। ଅଦାଲତଗୁଡ଼ିକୁ ବନ୍ଦ ରଖାଯିବା ସହ ଶୁଣାଣିକୁ ମଧ୍ୟ ସ୍ଥଗିତ କରାଯାଇଛି। ଫଳରେ ଆବେଦନକାରୀ, ପ୍ରତିପକ୍ଷ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳିସ୍ଥିତରେ ଓଡ଼ିଶା ହାଇକୋର୍ଟ ତରଫରୁ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷତ୍ତି ନିଆଯାଇଛି। ଓଡ଼ିଶା ହାଇକୋର୍ଟ ଇ-ଫାଇଲିଂ ଆଣ୍ଡ ଭିଡିଓ କନ୍‌ଫରେନ୍‌ସିଂ ସ୍କିମ୍‌-୨୦୨୦ ଗୁରୁବାର ଅର୍ଥାତ ଏପ୍ରିଲ ୯ରୁ ଆରମ୍ଭ ହେବ। ଇ-ମେଲ୍‌ରେ ପକ୍ଷମାନେ ହାଇକୋର୍ଟରେ ମାମଲା ରୁଜୁ ପାଇଁ ଆବେଦନ କରିପାରିବେ। ଏଥିସହିତ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଶୁଣାଣି କରାଯିବ। ତେବେ ଆବେଦନକାରୀ/ଆଇନ୍‌ଜୀବୀ ଚାହିଁଲେ, ହ୍ବାଟ୍‌ସଆପ୍‌ ଭିଡିଓ କଲିଂ ଜରିଆରେ ଘରୁଥାଇ ଶୁଣାଣିରେ ଭାଗ ନେଇପାରିବେ। ନିର୍ଦ୍ଦେଶ କପି ପ୍ରଦାନ ଏବଂ ଅନ୍ୟାନ୍ୟ ସୁବିଧା ମଧ୍ୟ ଏହି ବ୍ୟବସ୍ଥାରେ ରହିବ। ଆବଶ୍ୟକ ସୂଚନା ପାଇଁ ଏକ ହେଲ୍‌ପଲାଇନ ମଧ୍ୟ ଖୋଲାଯାଇଛି । ତେବେ ଏହି ସୁବିଧା କେବଳ ହାଇକୋର୍ଟ ପାଇଁ ଉପଲବ୍ଧ ହୋଇପାରିବ ବୋଲି କୁହାଯାଇଛି।
ହାଇକୋର୍ଟଗୁଡ଼ିକରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଶୁଣାଣି ଉପରେ ସୁପ୍ରମ୍‌କୋର୍ଟ ଗୁରୁତ୍ୱ ଦେଇଛନ୍ତି। ଏନେଇ ଗତ ୬ତାରିଖରେ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଏହି ନିର୍ଦ୍ଦେଶକୁ ପାଳନ କରିବାକୁ ଯାଇ ହାଇକୋର୍ଟ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବ୍ୟକ୍ତିଗତ ଉପସ୍ଥିତି ଏବଂ ଭିଡ଼ କମାଇବା ଦିଗରେ ଏହା ଯଥାସମ୍ଭବ ସହାୟକ ହେବ ବୋଲି ଆଶା କରାଯାଉଛି। ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ସ୍ମାର୍ଟଫୋନର ବ୍ୟବହାର ହେତୁ ବର୍ତ୍ତମାନ ଇଲେକ୍ଟ୍ରୋନିକ୍ସ ମାଧ୍ୟମରେ ମାମଲା ଦାୟର କରିବା ସହଜ ହୋଇପାରିଛି। ଭିଡିଓ କନ୍‌ଫରେନ୍ସିଂରେ ମଧ୍ୟ ଶୁଣାଣି କରିବା ସମ୍ଭବ ହୋଇଛି। ଏହି ସ୍କିମ୍‌ ଅନୁଯାୟୀ, ଆବେଦନକାରୀ ଏବଂ ଆଇନ୍‌ଜୀବୀମାନେ ପିଡିଏଫ୍‌ ଫର୍ମାଟ୍‌ରେ ଇ-ମେଲ୍‌ ଯୋଗେ ଆବେଦନ କରିପାରିବେ। ଇ-ମେଲ୍‌ରେ ସମସ୍ତ ପ୍ରକାର ଆବଶ୍ୟକ ଦସ୍ତାବିଜ ସହ ବାର୍‌ କାଉନସିଲ୍‌ ନମ୍ବର, ଆଇନ୍‌ଜୀବୀଙ୍କ ନାମ ଏବଂ ଫୋନ୍‌ ନମ୍ବର ରହିବା ଜରୁରୀ। ମାମଲା ରୁଜୁ ହେବା ପରେ କେଉଁ ଅଧିକାରୀ ଉକ୍ତ ମାମଲକୁ ଟ୍ରାକ୍‌ କରିବେ, ସେନେଇ ରେଜିଷ୍ଟ୍ରାର୍‌(ଜୁଡିସିଆଲ୍‌) ନିଷ୍ପତ୍ତି ନେବେ। ଦୈନିକ ଶୁଣାଣି ସୂଚୀ ମଧ୍ୟ ହାଇକୋର୍ଟର ଓ୍ବେବ୍‌ସାଇଟ୍‌ରେ ଉପଲବ୍ଧ ହେବ। ଭିଡିଓ କନ୍‌ଫରେନ୍ସିଂରେ ଶୁଣାଣି ପାଇଁ ନିର୍ଦ୍ଦିଷ୍ଟ ସଫ୍ଟଓ୍ବେର୍‌ର ବ୍ୟବହାର କରିବାକୁ ପଡ଼ିବ। ତେବେ ଆଇନଜୀବୀ/ଆବେଦନକାରୀ ଚାହିଁଲେ ହ୍ବାଟ୍ସଆପ୍‌ର ଭିଡିଓ କଲିଂ ମାଧ୍ୟମରେ ମଧ୍ୟ ଶୁଣାଣି କରାଯାଇପାରିବ। କିନ୍ତୁ ଯେଉଁମାନଙ୍କ ପାଖରେ ଏହି ସୁବିଧା ନାହିଁ, ସେମାନେ ଚାହିଁଲେ ହାଇକୋର୍ଟର ଭିଡିଓ କନ୍‌ଫରେନ୍ସିଂ ହଲ୍‌ରୁ ଶୁଣାଣିରେ ଭାଗନେଇ ପାରିବେ। ଏଥିପାଇଁ ଆବଶ୍ୟକ ଅନୁମତି ନେବାକୁ ପଡ଼ିବ। କେଉଁ ଦିନ ମାମଲାର ଶୁଣାଣି ହେବ, ସେନେଇ ରେଜିଷ୍ଟ୍ରାର ଆଗୁଆ ସୂଚନା ପ୍ରଦାନ କରିବେ। ତଦନୁଯାୟୀ ଆଇନଜୀବୀଙ୍କୁ ପ୍ରସ୍ତୁତ ରହିବାକୁ ପଡ଼ିବ। ତେବେ ଭିଡିଓ କନ୍‌ଫରେନ୍ସିଂକୁ ରେକର୍ଡ କରିବା କିମ୍ବା ତାକୁ ସାର୍ବଜନୀନ କରିବା ଉପରେ ହାଇକୋର୍ଟ କଟକଣା ଜାରି କରିଛନ୍ତି। ଯଦି କେହି ସେମିତି କରନ୍ତି, ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଶୁଣାଣିବେଳେ ଆଇନ୍‌ଜୀବୀଙ୍କୁ ବୈଧ ପୋଷାକ ପରିଧାନ କରିବାକୁ ପଡ଼ିବ। ବୈଷୟିକ ତ୍ରୁଟି ବ୍ୟତୀତ ଯଦି ଅନ୍ୟ କୌଣସି କାରଣରୁ ଆଇନଜୀବୀ କିମ୍ବା ଆବେଦନକାରୀ ଶୁଣାଣିରେ ଭାଗନେଇପାରୁ ନାହାନ୍ତି, ତେବେ ଶୁଣାଣିକୁ ସ୍ଥଗିତ ରଖାଯିବ। ଯେକୌଣସି ପ୍ରକାରରେ ବି ଶୁଣାଣିରେ କୌଣସି ସମସ୍ୟା ଦେଖାଦେଲେ, ଖଣ୍ଡପୀଠ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ଏହି ସ୍କିମ୍‌ ସମ୍ପର୍କିତ ସମସ୍ତ ତଥ୍ୟ ହାଇକୋର୍ଟର ଓ୍ବେବ୍‌ସାଇଟ୍‌ରେ ମହଜୁଦ୍‌ ରହିଛି। ନିର୍ଦ୍ଦେଶ ସମ୍ପର୍କରେ ଜାଣିବା ପାଇଁ ଓ୍ବେବ୍‌ସାଇଟ୍‌ ଦେଖିବାକୁ ଡେପୁଟି ରେଜିଷ୍ଟ୍ରାର(ଜୁଡିସିଆଲ୍‌) ଏସ୍‌.କେ. ମିଶ୍ରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସିଦ୍ଧ ୟୁଟ୍ୟୁବର୍‌ ଧ୍ରୁବ ରାଠୀ ଅଟକ: ଜନ୍ତରମନ୍ତରରେ CJPର ପ୍ରତିବାଦ ଆରମ୍ଭ

ନୂଆଦିଲ୍ଲୀ,୧୦।୧୦: SIR ଏବଂ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆଜି ଦିଲ୍ଲୀର ଜନ୍ତରମନ୍ତରଠାରେ କକରୋଚ ଜନତା ପାର୍ଟି (CJP) ପକ୍ଷରୁ ପ୍ରତିବାଦ…

ମହିଳା ସୁପରଭାଇଜରଙ୍କ ଅବହେଳା ଅଭିଯୋଗ: ଅଙ୍ଗନବାଡ଼ି କେନ୍ଦ୍ରରେ ବଢ଼ୁଛି ସମସ୍ୟା

କେସିଙ୍ଗା, ୧୦।୧୦ (ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ସମନ୍ବିତ ଶିଶୁ ବିକାଶ ଯୋଜନା ଅଧୀନରେ ଥିବା ତୁଣ୍ଡଳା ସେକ୍ଟରର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ପରିଚାଳନାକୁ ନେଇ ଅସନ୍ତୋଷ ପ୍ରକାଶ…

ପ୍ରକାଶ ପାଇଲା ପ୍ରାର୍ଥୀ ତାଲିକା: ମୌଳିକ ସୁବିଧା ଅଭାବକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୦।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ସରକାରୀ ସ୍ନାତକ ମହାବିଦ୍ୟାଳୟରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଛାତ୍ର ସଂସଦ ଓ ବିଭିନ୍ନ ସଂସଦର…

ଛାତ୍ର ସଂସଦ ନିର୍ବାଚନ, କଲେଜ କ୍ୟାମ୍ପସ୍‌ ସରଗରମ: ନାମାଙ୍କନ ନାକଚ୍‌, ଆଶାୟୀ ଅସନ୍ତୋଷ

ବରଗଡ଼,10।୧୦(ପ୍ରେମାନନ୍ଦ ଖମାରୀ):ଆସନ୍ତା ୧୫ତାରିଖ ଛାତ୍ର ସଂସଦ ନିର୍ବାଚନ। ଏହି ନିର୍ବାଚନ ଯେତିକି ପାଖେଇ ଆସୁଛି, କଲେଜ କ୍ୟାମ୍ପସ୍‌ ଗୁଡ଼ିକରେ ନିର୍ବାଚନୀ ବାତାବରଣ ସେତିକି ସରଗରମ ହୋଇ ପଡୁଛି।…

ହାରିବା ସତ୍ତ୍ୱେ ୩ ବଡ଼ ରେକର୍ଡ ଭାଙ୍ଗିଲା ଟିମ୍‌ ଇଣ୍ଡିଆ: ୩ ବ୍ୟାଟ୍‌ରଙ୍କ ବିସ୍ଫୋରକ ଇନିଂସ

ରାଞ୍ଚି,୧୦।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଟିମ ଇଣ୍ଡିଆ ଦମ୍‌ଦାର ବ୍ୟାଟିଂ କରିଥିଲେ ମଧ୍ୟ ପରାଜୟବରଣ କରିଛି। ଭାରତୀୟ ବ୍ୟାଟରମାନେ ଚୌକା ଓ ଛକା ବର୍ଷା…

ଲଜ୍ଜାଜନକ ପରାଜୟ ପରେ ମୁହଁ ଖୋଲିଲେ ଶ୍ରେୟସ ଆୟର: ସୁଯୋଗ ହାତଛଡ଼ା…

ରାଞ୍ଚି,୧୦।୧୦: ଭାରତ-ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ୨୪୯ ରନ କରି ମଧ୍ୟ ହାରିଯାଇଛି ଟିମ ଇଣ୍ଡିଆ। ରାଞ୍ଚିରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି…

ସମଲେଶ୍ଵରୀଙ୍କ ଧବଳମୁଖୀ ବେଶ: ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ବରଗଡ଼,୧୦।୧୦(ପ୍ରେମାନନ୍ଦ ଖମାରୀ)- ଆଜି ମହାଳୟା । ଏହି ଅବସରରେ ବରଗଡର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ଭଗବତୀ ମାଁ ସମଲେଶ୍ବରୀ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି। ଏହି ବେଶରେ ଦେବୀଙ୍କୁ…

ଜୀବଜନ୍ତୁଙ୍କ ରଙ୍ଗ ପଛର ରହସ୍ୟ: ଖାଦ୍ୟରୁ ମିଳୁଛି ଆକର୍ଷଣୀୟ ରୂପ

ୱାଶିଂଟନ,୧୦ା୧୦:ଅନେକ ଜୀବଜନ୍ତୁ, ପକ୍ଷୀ ଓ ମାଛ ସେମାନଙ୍କର ନାଲି, ହଳଦିଆ, ନୀଳ, କମଳା ଆଦି ରଙ୍ଗ ପାଇଁ ବେଶ୍‌ ଆକର୍ଷଣୀୟ ହୋଇଥାନ୍ତି। କିନ୍ତୁ ଏହି ଜୀବମାନେ ଏତେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?