ହ୍ବାଟ୍‌ସ ଆପ୍‌, ଭିଡିଓ କଲିଂରେ ହେବ ଶୁଣାଣି

କଟକ ଅଫିସ୍‌,୯ା୪: ଲକ୍‌ଡାଉନ୍‌ର ପ୍ରଭାବ ନ୍ୟାୟିକ ବ୍ୟବସ୍ଥା ଉପରେ ପଡ଼ିଛି। ଅଦାଲତଗୁଡ଼ିକୁ ବନ୍ଦ ରଖାଯିବା ସହ ଶୁଣାଣିକୁ ମଧ୍ୟ ସ୍ଥଗିତ କରାଯାଇଛି। ଫଳରେ ଆବେଦନକାରୀ, ପ୍ରତିପକ୍ଷ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳିସ୍ଥିତରେ ଓଡ଼ିଶା ହାଇକୋର୍ଟ ତରଫରୁ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷତ୍ତି ନିଆଯାଇଛି। ଓଡ଼ିଶା ହାଇକୋର୍ଟ ଇ-ଫାଇଲିଂ ଆଣ୍ଡ ଭିଡିଓ କନ୍‌ଫରେନ୍‌ସିଂ ସ୍କିମ୍‌-୨୦୨୦ ଗୁରୁବାର ଅର୍ଥାତ ଏପ୍ରିଲ ୯ରୁ ଆରମ୍ଭ ହେବ। ଇ-ମେଲ୍‌ରେ ପକ୍ଷମାନେ ହାଇକୋର୍ଟରେ ମାମଲା ରୁଜୁ ପାଇଁ ଆବେଦନ କରିପାରିବେ। ଏଥିସହିତ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଶୁଣାଣି କରାଯିବ। ତେବେ ଆବେଦନକାରୀ/ଆଇନ୍‌ଜୀବୀ ଚାହିଁଲେ, ହ୍ବାଟ୍‌ସଆପ୍‌ ଭିଡିଓ କଲିଂ ଜରିଆରେ ଘରୁଥାଇ ଶୁଣାଣିରେ ଭାଗ ନେଇପାରିବେ। ନିର୍ଦ୍ଦେଶ କପି ପ୍ରଦାନ ଏବଂ ଅନ୍ୟାନ୍ୟ ସୁବିଧା ମଧ୍ୟ ଏହି ବ୍ୟବସ୍ଥାରେ ରହିବ। ଆବଶ୍ୟକ ସୂଚନା ପାଇଁ ଏକ ହେଲ୍‌ପଲାଇନ ମଧ୍ୟ ଖୋଲାଯାଇଛି । ତେବେ ଏହି ସୁବିଧା କେବଳ ହାଇକୋର୍ଟ ପାଇଁ ଉପଲବ୍ଧ ହୋଇପାରିବ ବୋଲି କୁହାଯାଇଛି।
ହାଇକୋର୍ଟଗୁଡ଼ିକରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଶୁଣାଣି ଉପରେ ସୁପ୍ରମ୍‌କୋର୍ଟ ଗୁରୁତ୍ୱ ଦେଇଛନ୍ତି। ଏନେଇ ଗତ ୬ତାରିଖରେ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଏହି ନିର୍ଦ୍ଦେଶକୁ ପାଳନ କରିବାକୁ ଯାଇ ହାଇକୋର୍ଟ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବ୍ୟକ୍ତିଗତ ଉପସ୍ଥିତି ଏବଂ ଭିଡ଼ କମାଇବା ଦିଗରେ ଏହା ଯଥାସମ୍ଭବ ସହାୟକ ହେବ ବୋଲି ଆଶା କରାଯାଉଛି। ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ସ୍ମାର୍ଟଫୋନର ବ୍ୟବହାର ହେତୁ ବର୍ତ୍ତମାନ ଇଲେକ୍ଟ୍ରୋନିକ୍ସ ମାଧ୍ୟମରେ ମାମଲା ଦାୟର କରିବା ସହଜ ହୋଇପାରିଛି। ଭିଡିଓ କନ୍‌ଫରେନ୍ସିଂରେ ମଧ୍ୟ ଶୁଣାଣି କରିବା ସମ୍ଭବ ହୋଇଛି। ଏହି ସ୍କିମ୍‌ ଅନୁଯାୟୀ, ଆବେଦନକାରୀ ଏବଂ ଆଇନ୍‌ଜୀବୀମାନେ ପିଡିଏଫ୍‌ ଫର୍ମାଟ୍‌ରେ ଇ-ମେଲ୍‌ ଯୋଗେ ଆବେଦନ କରିପାରିବେ। ଇ-ମେଲ୍‌ରେ ସମସ୍ତ ପ୍ରକାର ଆବଶ୍ୟକ ଦସ୍ତାବିଜ ସହ ବାର୍‌ କାଉନସିଲ୍‌ ନମ୍ବର, ଆଇନ୍‌ଜୀବୀଙ୍କ ନାମ ଏବଂ ଫୋନ୍‌ ନମ୍ବର ରହିବା ଜରୁରୀ। ମାମଲା ରୁଜୁ ହେବା ପରେ କେଉଁ ଅଧିକାରୀ ଉକ୍ତ ମାମଲକୁ ଟ୍ରାକ୍‌ କରିବେ, ସେନେଇ ରେଜିଷ୍ଟ୍ରାର୍‌(ଜୁଡିସିଆଲ୍‌) ନିଷ୍ପତ୍ତି ନେବେ। ଦୈନିକ ଶୁଣାଣି ସୂଚୀ ମଧ୍ୟ ହାଇକୋର୍ଟର ଓ୍ବେବ୍‌ସାଇଟ୍‌ରେ ଉପଲବ୍ଧ ହେବ। ଭିଡିଓ କନ୍‌ଫରେନ୍ସିଂରେ ଶୁଣାଣି ପାଇଁ ନିର୍ଦ୍ଦିଷ୍ଟ ସଫ୍ଟଓ୍ବେର୍‌ର ବ୍ୟବହାର କରିବାକୁ ପଡ଼ିବ। ତେବେ ଆଇନଜୀବୀ/ଆବେଦନକାରୀ ଚାହିଁଲେ ହ୍ବାଟ୍ସଆପ୍‌ର ଭିଡିଓ କଲିଂ ମାଧ୍ୟମରେ ମଧ୍ୟ ଶୁଣାଣି କରାଯାଇପାରିବ। କିନ୍ତୁ ଯେଉଁମାନଙ୍କ ପାଖରେ ଏହି ସୁବିଧା ନାହିଁ, ସେମାନେ ଚାହିଁଲେ ହାଇକୋର୍ଟର ଭିଡିଓ କନ୍‌ଫରେନ୍ସିଂ ହଲ୍‌ରୁ ଶୁଣାଣିରେ ଭାଗନେଇ ପାରିବେ। ଏଥିପାଇଁ ଆବଶ୍ୟକ ଅନୁମତି ନେବାକୁ ପଡ଼ିବ। କେଉଁ ଦିନ ମାମଲାର ଶୁଣାଣି ହେବ, ସେନେଇ ରେଜିଷ୍ଟ୍ରାର ଆଗୁଆ ସୂଚନା ପ୍ରଦାନ କରିବେ। ତଦନୁଯାୟୀ ଆଇନଜୀବୀଙ୍କୁ ପ୍ରସ୍ତୁତ ରହିବାକୁ ପଡ଼ିବ। ତେବେ ଭିଡିଓ କନ୍‌ଫରେନ୍ସିଂକୁ ରେକର୍ଡ କରିବା କିମ୍ବା ତାକୁ ସାର୍ବଜନୀନ କରିବା ଉପରେ ହାଇକୋର୍ଟ କଟକଣା ଜାରି କରିଛନ୍ତି। ଯଦି କେହି ସେମିତି କରନ୍ତି, ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଶୁଣାଣିବେଳେ ଆଇନ୍‌ଜୀବୀଙ୍କୁ ବୈଧ ପୋଷାକ ପରିଧାନ କରିବାକୁ ପଡ଼ିବ। ବୈଷୟିକ ତ୍ରୁଟି ବ୍ୟତୀତ ଯଦି ଅନ୍ୟ କୌଣସି କାରଣରୁ ଆଇନଜୀବୀ କିମ୍ବା ଆବେଦନକାରୀ ଶୁଣାଣିରେ ଭାଗନେଇପାରୁ ନାହାନ୍ତି, ତେବେ ଶୁଣାଣିକୁ ସ୍ଥଗିତ ରଖାଯିବ। ଯେକୌଣସି ପ୍ରକାରରେ ବି ଶୁଣାଣିରେ କୌଣସି ସମସ୍ୟା ଦେଖାଦେଲେ, ଖଣ୍ଡପୀଠ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ଏହି ସ୍କିମ୍‌ ସମ୍ପର୍କିତ ସମସ୍ତ ତଥ୍ୟ ହାଇକୋର୍ଟର ଓ୍ବେବ୍‌ସାଇଟ୍‌ରେ ମହଜୁଦ୍‌ ରହିଛି। ନିର୍ଦ୍ଦେଶ ସମ୍ପର୍କରେ ଜାଣିବା ପାଇଁ ଓ୍ବେବ୍‌ସାଇଟ୍‌ ଦେଖିବାକୁ ଡେପୁଟି ରେଜିଷ୍ଟ୍ରାର(ଜୁଡିସିଆଲ୍‌) ଏସ୍‌.କେ. ମିଶ୍ରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮।୩: ଭାଜପାରେ ସାମିଲ ହେଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା। ଗୁରୁବାର ଅପରାହ୍ନ ସାଢେ ୨ଟାରେ ନୂଆଦିଲ୍ଲୀର ଭାଜପା ମୁଖ୍ୟାଳୟରେ ସେ ଯୋଗ ଦେଇଛନ୍ତି। ଏହା ସହିତ...

ଭାଜପାରେ ଯୋଗଦେଲେ ଭର୍ତ୍ତୃହରି ମହତାବ, ନିକଟରେ ବିଜେଡିରୁ ଇସ୍ତଫା ଦେଇଥିଲେ

ଭୁବନେଶ୍ୱର,୨୮।୩: ନିକଟରେ ବିଜୁ ଜନତା ଦଳ(ବିଜେଡି)ରୁ ଇସ୍ତଫା ଦେଇଥିବା କଟକ ଲୋକ ସଭା ଏମପି ଭର୍ତ୍ତୃହରି ମହତାବ ଭାଜପାରେ ଯୋଗ ଦେଇଛନ୍ତି। ତାଙ୍କ ସହିତ ଦୁଇଥର...

ଭାଜପାରେ ମିଶିଲେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୩: ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ଅଭିନେତା ତଥା ବିଜେଡିର ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେଇ ସେ ଭାଜପାରେ ସାମିଲ...

ଆଗାମୀ ଦୁଇ ଦିନରେ ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ତାପମାତ୍ରା

ଭୁବନେଶ୍ୱର,୨୮ା୩: ପାଗ ଶୁଖିଲା ରହୁଥିବାରୁ ଚଳିତମାସ ଶେଷ ପର୍ଯ୍ୟନ୍ତ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ...

ଏପ୍ରିଲ ପ୍ରଥମ ସପ୍ତାହରେ ଘୋଷଣା ହେବ କଂଗ୍ରେସ ଟିକେଟ୍‌

ଭୁବନେଶ୍ୱର,୨୮।୩: ମୁଣ୍ଡ ଉପରେ ନିର୍ବାଚନ। ଭାଜପା ଓ ବିଜେଡି ପର୍ଯ୍ୟାୟ କ୍ରମେ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। କିନ୍ତୁ ଏଥିରେ ପଛରେ ପଡିଛି କଂଗ୍ରେସ...

ଭାଜପାରେ ମିଶିପାରନ୍ତି ଅନୁଭବ, ଆଜି ହେବ ସ୍ପଷ୍ଟ

ଭୁବନେଶ୍ୱର,୨୮ା୩: ବିଜେଡି ଟିକେଟ୍‌ରେ କେନ୍ଦ୍ରାପଡ଼ା ଲୋକ ସଭାକୁ ନିର୍ବାଚିତ ହୋଇଥିବା ଅଭିନେତା ଅନୁଭବ ମହାନ୍ତି ଗୁରୁବାର ଭାଜପାରେ ଯୋଗ ଦେଇ ପାରନ୍ତି ବୋଲି ରାଜନୈତିକ ମହଲରେ...

ଟିକେଟ୍‌ ପାଇବା ପରେ ନବୀନ ନିବାସରେ ନେତାଙ୍କ ପ୍ରବଳ ଭିଡ଼, ଭେଟିବାକୁ ଆସିଲେ…

ଭୁବନେଶ୍ୱର,୨୮ା୩: ଟିକେଟ୍‌ ପାଇବା ପରେ ବିଜେଡି ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇବା ପାଇଁ ନବୀନ ନିବାସରେ ଏମ୍‌ପି ଏବଂ ବିଧାୟକ ପ୍ରାର୍ଥୀଙ୍କ ପ୍ରବଳ ଭିଡ଼ ଲାଗିଛି। ଏମାନଙ୍କ...

ରାସ୍ତା ପ୍ରଶସ୍ତିକରଣକୁ ନେଇ ଉତ୍ତେଜନା: କାର୍ଯ୍ୟବନ୍ଦ କଲେ ଗ୍ରାମବାସୀ

ମୋରଡ଼ା,୨୮ା୩(ସ୍ମାରକ ମାଜୀ): ରାସ୍ତା ପ୍ରଶସ୍ତିକରଣକୁ ନେଇ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଆ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି। ଏନେଇ ଗ୍ରାମବାସୀ  ନିର୍ମାଣ କାର୍ଯ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri