‘ହିରୋଇନ୍‌ ତ ମୁଁ ଦେଖାଯାଏ, ଅଭିନେତ୍ରୀ ହେବାକୁ ଚାହୁଁଛି…’

ମୁମ୍ବାଇ: ଛୋଟ ପରଦାର ବଡ଼ ହିରୋଇନ୍‌ ଅଙ୍କିତା ଲୋଖଣ୍ଡେଙ୍କୁ କିଏ ବା ନ ଜାଣେ। ଟେଲି ଧାରାବାହିକ ‘ପବିତ୍ର ରିସ୍ତା’ରୁ ସେ ଘରେ ଘରେ ପରିଚିତା। ଦୀର୍ଘବର୍ଷ ଧରି ଟିଭି ଜଗତରେ କାମ କରିବା ପରେ ବଲିଉଡ୍‌ରେ ନିଜର ସ୍ଥାନ ପକ୍କା କରିବାକୁ ଚେଷ୍ଟା ଚଳାଇଛନ୍ତି ଅଙ୍କିତା। କଙ୍ଗନା ରଣାଓ୍ବତଙ୍କ ଫିଲ୍ମ ‘ମଣିକର୍ଣ୍ଣିକା’ରୁ ସେ ବଲିଉଡ୍‌ ଡେବ୍ୟୁ କରିଥିଲେ। ଏହାପରେ ଟାଇଗର ଶ୍ରଫ୍‌, ଶ୍ରଦ୍ଧା କପୁର ଏବଂ ରିତେଶ ଦେଶମୁଖ୍‌ଙ୍କ ଅପ୍‌କମିଂ ଫିଲ୍ମ ‘ବାଗୀ-୩’ରେ ସେ ଅନ୍ୟତମ ମୁଖ୍ୟ ଭୂମିକାରେ ନଜରକୁୁ ଆସିବେ। ଏବେ ଫିଲ୍ମର ପ୍ରମୋଶନରେ ସମସ୍ତେ ବ୍ୟସ୍ତ ଥିବାବେଳେ ଅଙ୍କିତା ନିଜ ବିଷୟରେ କିଛି ଖୁଲାସା କରିଛନ୍ତି।
ଫିଲ୍ମ ପ୍ରମୋଶନକୁ ନେଇ ଏକ ସାକ୍ଷାତ୍‌କାରରେ ଅଙ୍କିତା ସବୁଥର ଭଳି ନିଜ ମନକଥା ଖୋଲି କହିଛନ୍ତି। ଆଜି ବି ତାଙ୍କୁ ‘ପବିତ୍ର ରିସ୍ତା’ ଧାରାବାହିକର ବୋହୂ ଅର୍ଚ୍ଚନା ନାଁରେ ଲୋକେ ଜାଣନ୍ତି। ଏନେଇ ତାଙ୍କର ପ୍ରତିକ୍ରିୟା କ’ଣ ରହିବ ବୋଲି ଅଙ୍କିତାଙ୍କୁ ପଚରାଯାଇଥିଲା। ଏହାର ଉତ୍ତରରେ ସେ କହିଥିଲେ, ମୋତେ ଦର୍ଶକେ କେଉଁ ନାମରେ ଜାଣନ୍ତି ତାକୁ ନେଇ ମୋତେ କୌଣସି ଫରକ୍‌ ପଡ଼େନାହିଁ। ଅର୍ଚ୍ଚନା ଭୂମିକାରେ ଅଭିନୟ କରୁଥିବା ସମୟରେ ଏବଂ ତା’ପରେ ମଧ୍ୟ ଦର୍ଶକେ ମୋତେ ବହୁତ ଭଲପାଇବା ଦେଇଛନ୍ତି। ଯଦି ଫ୍ୟାନ୍‌ମାନେ ‘ବାଗୀ-୩’ରେ ଅର୍ଚ୍ଚନାକୁ ଦେଖିବାକୁ ଆସିବେ, ତାହା ମଧ୍ୟ ମୋ ପାଇଁ ବଡ଼ କଥା ବୋଲି ଅଙ୍କିତା କହିଛନ୍ତି। ବଲିଉଡ୍‌ରେ ଆଜିକାଲି ଯୁବ ଅଭିନେତ୍ରୀମାନେ ବୟସ୍କାଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି। ଆପଣ ଏଭଳି କରିବାକୁ ପ୍ରସ୍ତୁତ କି ବୋଲି ଅଙ୍କିତାଙ୍କୁ ପଚରାଯାଇଥିଲା। ଏହି ପ୍ରଶ୍ନର ସେ ଯେଉଁ ଉତ୍ତର ଦେଇଥିଲେ, ତାହା ସମସ୍ତଙ୍କ ମନକୁ ପାଇବା ସହ ଖୁବ୍‌ ପ୍ରଶଂସା ମଧ୍ୟ କରାଯାଇଥିଲା। ପ୍ରକୃତରେ ଅଙ୍କିତା କହିଥିଲେ, ମୋତେ ଏ ସବୁରେ କୌଣସି ଆପତ୍ତି ନାହିଁ। ମୁଁ ମୋ ଟିଭି ଧାରାବାହିକରେ ବୁଢ଼ୀ ଚରିତ୍ରରେ ଅଭିନୟ କରିସାରିଛି। ଯଦି ଜଣେ ଅଭିନେତା ହୋଇ ଏ ସବୁ କରିପାରିବ ନାହିଁ, ତା’ହେଲେ ଏଭଳି ଅଭିନେତା କେଉଁ କାମକୁ। ମୁଁ ତ ହିରୋଇନ୍‌ ଭଳି ଦେଖାଯାଉଛି। ମୋତେ ଅଭିନେତ୍ରୀ ହେବାର ଅଛି ବୋଲି କହି ଅଙ୍କିତା ସମସ୍ତଙ୍କ ପ୍ରଶଂସା ସାଉଁଟିଛନ୍ତି। ଏହାପରେ ନିଜ କ୍ୟାରିୟର୍‌କୁ ନେଇ ଅଧିକ କିଛି ଖୁଲାସା କରିଥିଲେ ଅଙ୍କିତା। ‘ବାଗୀ-୩’ ଫିଲ୍ମ ପରେ ତାଙ୍କର ଆଗାମୀ ଫିଲ୍ମରେ ସେ ଲିଡ୍‌ ରୋଲ୍‌ରେ ଅର୍ଥାତ୍‌ ହିରୋଇନ୍‌ ଭୂମିକାରେ ନଜରକୁ ଆସିବେ ବୋଲି ଜଣାଇଛନ୍ତି। ସେ କହିଛନ୍ତି, ଟିଭିରୁ ମୁଁ ପର୍‌ଫର୍ମାନ୍ସ ଶିଖିସାରିଛି। ଏବେ ଭଲ କାହାଣୀ ଓ ଭୂମିକା ଖୋଜୁଛି। କେବଳ ହିରୋଇନ୍‌ ହେବାକୁ ଏଣୁତେଣୁ ଅଭିନୟ କରିବା ବଦଳରେ କିଛି ଦମ୍‌ଦାର କାମ କରିବା ଯଥେଷ୍ଟ ଭଲ। ବର୍ତ୍ତମାନ ସୁଦ୍ଧା ଅଙ୍କିତା ବଲିଉଡ୍‌ ଫିଲ୍ମରେ ହିରୋଇନ୍‌ ଭୂମିକାରେ ନଜରକୁ ଆସିନାହାନ୍ତି। ଏହି ଖୁଲାସା ପରେ ତାଙ୍କୁ ବଡ଼ ପରଦାରେ ମୁଖ୍ୟ ଭୂମିକାରେ ଦେଖିବାକୁ ଦର୍ଶକେ ନିଶ୍ଚୟ ଦିନ ଗଣିବେ। ଏଠାରେ କହିରଖୁଛୁ ଯେ, ଟାଇଗର, ଶ୍ରଦ୍ଧା, ରିତେଶ ଓ ଅଙ୍କିତାଙ୍କ ଅପ୍‌କମିଂ ଫିଲ୍ମ ‘ବାଗୀ-୩’ ମାର୍ଚ୍ଚ ୬ରେ ରିଲିଜ୍‌ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?